ତିନି ବର୍ଷ ବୟସର ବିହାନ କୋଡ୍ୱାଟେ ଏବେ ବି ବାଘ ଆକ୍ରମଣର ଦୁଃସ୍ୱପ୍ନ ଦେଖେ ଏବଂ ମାଆ ସୁଲୋଚନାକୁ ଜାବୁଡ଼ି ଧରେ ।
୨୦୧୮ ମେ ମାସରେ ବାପା ବୀରସିଂହ କୋଡ୍ୱାଟେଙ୍କ ସହ କେନ୍ଦୁପତ୍ର ସଂଗ୍ରହ କରିବା ଲାଗି ମୋଟର ସାଇକେଲ୍ରେ ଯିବାକୁ ବିହାନ ଜିଦ ଧରିଥିଲା । ୨୫ ବର୍ଷୀୟ ବୀରସିଂହ, ଗୋଣ୍ଡ ଆଦିବାସୀ ସଂପ୍ରଦାୟର। ଗ୍ରୀଷ୍ମକାଳରେ ଏହା ହିଁ କେନ୍ଦ୍ରୀୟ ଭାରତର ଜଙ୍ଗଲ ଚାରିପାଖେ ଥିବା ଲୋକଙ୍କ ଜୀବିକା ଅର୍ଜନର ମୁଖ୍ୟ ସ୍ରୋତ; କେନ୍ଦୁପତ୍ରକୁ ଶୁଖାଇ ଏହାକୁ ବିଡ଼ି ତିଆରିରେ ବ୍ୟବହାର କରାଯାଏ ।



