ପ୍ରତିଦିନ ସକାଳେ, ଅରିଫ (ବାମପାର୍ଶ୍ୱର) ଏବଂ ଶେରୁ (ଗଧ) ଫଳ ଓ ପନିପରିବା ବିକିବା ପାଇଁ ମାଣ୍ଡୱାର ଗଳିକନ୍ଦି ବୁଲନ୍ତି । ବନ୍ଧାକୋବି, ଫୁଲକୋବି, ଭେଣ୍ଡି, ବାଇଗଣ କଦଳୀ ତଥା ଅନ୍ୟ ପରିବା ଲଦା ହୋଇଥିବା ଅନ୍ୟ ଗାଡ଼ିକୁ ଶେରୁ ଟାଣି ଟାଣି ନିଏ ଏବଂ ଜଣେ ପୂର୍ବତନ ନିର୍ମାଣ ଶ୍ରମିକ ୪୦ ବର୍ଷୀୟ ଅରିଫ ମହମ୍ମଦ ଏବଂ ତାଙ୍କର ସହାୟକ (ଯେ କି ତାଙ୍କର ନାମ ପ୍ରକାଶ ପାଇଁ ମନା କଲେ) ରାଜସ୍ଥାନର ଝୁନଝୁନୁନ ଜିଲ୍ଲା ଅନ୍ତର୍ଗତ ଏହି ସହରରେ ବୁଲି ସେମାନଙ୍କର ନିୟମିତ ଗ୍ରାହକ ଏବଂ ନୂତନ ବ୍ୟକ୍ତିମାନଙ୍କ ସହ ମୂଲଚାଲ କରି ବିକନ୍ତି । ପ୍ରାୟ ୮ ଘଣ୍ଟା ଏପରି ସାମୟିକ ବିକ୍ରି ସାରି ସନ୍ଧ୍ୟା ପାଞ୍ଚଟା ବେଳକୁ ମଣିଷ ଓ ପଶୁ ଟିକିଏ ସମୟ ପାଆନ୍ତି । ଅରିଫ ସେଇଦିନ ୩୦୦ରୁ ୪୦୦ ଟଙ୍କା ରୋଜଗାର ହୋଇଥିବା କହନ୍ତି । ସେ ଅଧିକ କହିବାକୁ ଅନିଚ୍ଛା ପ୍ରକାଶ କରନ୍ତି, କାରଣ ଏହା ହେଉଛି ବିକ୍ରୟ ସମୟ ଏବଂ ଶେରୁ ମଧ୍ୟ ଅଧୈର୍ଯ୍ୟ ।
ଏକ ସମୟରେ ରାଜସ୍ଥାନରେ, ବିଶେଷତଃ ବାରମେର, ବିକାନେର, ଚୁରୁ ଏବଂ ଜୈସେଲମେର ଜିଲ୍ଲାମାନଙ୍କରେ ଅନେକ ଶେରୁ ଥିଲେ । ଆଜି ମଧ୍ୟ, ଭାରତର ମୋଟ ଗଧ ସଂଖ୍ୟାର ଏକ ପଞ୍ଚମାଂଶ ଗଧ ଏହି ରାଜ୍ୟରେ ଅଛନ୍ତି କିନ୍ତୁ ବିଂଶତମ ପଶୁପାଳନ ଜନଗଣନା ( ୨୦୧୯ ) ରିପୋର୍ଟରୁ ଜଣାପଡିଛି ଯେ ଏହି ପ୍ରଜାତିର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ପଶୁପାଳନ ଜନଗଣନା ( ୨୦୧୨ ) ରିପୋର୍ଟ ଅନୁସାରେ ସମଗ୍ର ଭାରତରେ ସେମାନଙ୍କର ସଂଖ୍ୟା ୩,୩୦,୦୦୦ ଥିବା ବେଳେ ୨୦୧୯ରେ ତାହା ୧,୨୦,୦୦୦ ରେ ହ୍ରାସ ପାଇଛି ଯାହାକି ପ୍ରାୟ ୬୨ ପ୍ରତିଶତ । ରାଜସ୍ଥାନରେ ତାହା ପାଖ ପାଖି ୭୨ ପ୍ରତିଶତ - ୮୧,୦୦୦ ରୁ ୨୩,୦୦୦ |



