ତୁଲାଇବା ପାଇଁ ସେମାନଙ୍କ ନିକଟରେ ଅନ୍ୟ ବିଳଳ୍ପ ନାହିଁ।ଯଦିଓ ଜନମଙ୍ଗଳକାରୀ ପଦକ୍ଷେପ ଏଠାକାର ଅଧିକାଂଶ ସଂପ୍ରଦାୟକୁ କିଛି ପରିମାଣରେ ନିରାପତ୍ତା ଦେଇଛି, କିନ୍ତୁ ଏହି ସବୁ ଗାଁରୁ ଦେଶାନ୍ତରୀକରଣକୁ ରୋକିବା ଲାପ୍ରସନ୍ନଙ୍କୁ ମାତ୍ର ୧୬ ବର୍ଷ ହୋଇଥିବା ବେଳେ ସେ ବାହା ହୋଇଥିଲେ ତାଙ୍କର ଦୁଇ ପୁଅ ଅଛନ୍ତି ବଡ଼ ପୁଅ ଜିତୁ ୨୩ ବର୍ଷ ବୟସରେ ବାହା ହୋଇଥିଲେ ଏବଂ ତାଙ୍କର ନିଜର ଏକ ପୁଅ ଅଛି ସେହି ପିଲାର ଏକୋଇଶିଆରେ ତାଙ୍କ ପରିବାର ୧୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ସେ ସେମାନଙ୍କର ପ୍ରଥମ ନାତି ଥିଲା ଆମେ ପଚାରିଲୁ ସେ ପାଠ ପଢୁ ବୋଲି ତୁମେ ଚାହିଁବ ସେ ଆକାଶକୁ ଚାହିଁ ହାତଯୋଡ଼ି କହିଲେ, ‘‘ନିଶ୍ଚିତ’’ ଯଦି ଭଗବାନ ମତେ ବଞ୍ଚେଇ ରଖନ୍ତି, ସେ ଯେପରି ଭଲ ଭାବେ ପାଠ ପଢିବ ତାହା ମୁଁ ସୁନିଶ୍ଚିତ କରିବି’’।
ପ୍ରସନ୍ନ ନିଜେ ମାତ୍ର ୫ମ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ତା’ ପରେ ତାଙ୍କର ବାପାମା’ ତାଙ୍କୁ ତାଙ୍କର ଛୋଟିଆ ଜମିରେ କାମ କରିବାକୁ ପଠାଇଲେ । ୧୯୬୫ ମସିହାରେ ଯେଉଁବର୍ଷ ପ୍ରସନ୍ନ ଜନ୍ମ ହେଲେ ସେହିବର୍ଷ କଳାହାଣ୍ଡିରେ ଏକ ଭୟଙ୍କର ମରୁଡ଼ି ପଡ଼ିଥିଲା । ତା’ ପରଠାରୁ ପ୍ରତି ବର୍ଷେ ଅନ୍ତରରେ ସେଠାରେ ମରୁଡ଼ି ପଡ଼ିଲା । ଯେତେବେଳେ ସେ କିଛି ସପ୍ତାହର ହୋଇଥିଲେ ତାଙ୍କର ବାପା ମା’ ତାଙ୍କୁ ସେମାନଙ୍କ ସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦେଖିବାକୁ ନେଇଯାଇଥିଲେ । ପରିସ୍ଥିତିର ସମୀକ୍ଷା କରିବା ଲାଗି ଇନ୍ଦିରା ଗାନ୍ଧୀ ଖରିଆର ଆସିଥିଲେ । ସେ କହନ୍ତି, ସେହି ମରୁଡ଼ି ଯୋଗୁ ହଜାର ହଜାର ଲୋକ ଭୋକ ଓ ରୋଗରେ ପଡ଼ି ମରିଗଲେ ।
ପ୍ରସନ୍ନଙ୍କ ପିଲାମାନେ ମଧ୍ୟ ଅଧିକ ପାଠ ପଢିନାହାନ୍ତି । ଜିତୁ ଦଶମ ଶ୍ରେଣୀ ପାସ୍ କରିପାରିଲେ ନାହିଁ । ସାନ ପୁଅ ରବି ସପ୍ତମ ଶ୍ରେଣୀ ଯାଏ ପଢିଛନ୍ତି । ଉଭୟ ମୁମ୍ବାଇରେ ଥିବା ନିର୍ମାଣ ସ୍ଥଳୀଗୁଡ଼ିକରେ ଦେଶାନ୍ତରୀ ଶ୍ରମିକ ଭାବେ କାମ କରନ୍ତି । ତାଙ୍କ ଗାଁର ପିଲାମାନେ ଦଳ ହୋଇ ସହରକୁ କାମ କରିବାକୁ ଯାଇଥାନ୍ତି । ସେମାନେ ନିର୍ମାଣସ୍ଥଳୀଗୁଡ଼ିକ ନିକଟରେ ରହିଥାନ୍ତି ଏବଂ ସେମାନଙ୍କୁ ଦିନକୁ ପ୍ରାୟ ୩୦୦ ଟଙ୍କା ମଜୁରୀ ମିଳେ । ଅଧିକାଂଶ ପିଲା ଓଭରଟାଇମ୍ କାମ କରି ଅଧିକ ରୋଜଗାର କରିଥାନ୍ତି । ସେମାନେ ୩-୬ ମାସ ପରେ ଘରକୁ କିଛି ଟଙ୍କା ଧରି ଫେରନ୍ତି, ପରିବାର ସହିତ କିଛି ସମୟ ବିତାନ୍ତି କିମ୍ବା ଜମିରେ କାମ କରନ୍ତି ଏବଂ ପରେ ପୁଣି ଦେଶାନ୍ତର ହୋଇଯାନ୍ତି । ତେଣୁ ଏହି ପ୍ରକ୍ରିୟା ଜାରି ରୁହେ ।
ପ୍ରସନ୍ନ କହିଲେ, “ଫସଲ ଅମଳ ପରେ ଗାଁର ଅଧା ଲୋକ ଇଟା ଭାଟିରେ କାମ କରିବାକୁ ଆନ୍ଧ୍ରପ୍ରଦେଶକୁ ଯାଆନ୍ତି। ଶ୍ରମିକ ଠିକାଦାରମାନେ ୨୦ ହଜାର ଟଙ୍କା ଦିଅନ୍ତି ଏବଂ ପୂରା ପରିବାରକୁ ସେମାନଙ୍କ ପାଇଁ କାମ କରିବାକୁ ନେଇଯାନ୍ତି। ମୁଁ କେବେହେଲେ ସେହି ପନ୍ଥାକୁ ଗ୍ରହଣ କରିନାହିଁ। କାରଣ ଯଦି ମୁଁ ମୁମ୍ବାଇରେ ନିର୍ମାଣ ଶ୍ରମିକ ଭାବେ ୩ ମାସ କାମ କରିବି ତା’ ହେଲେ ମୋର ପରିବାର ପାଇଁ ୩୦ ହଜାର ଟଙ୍କା ରୋଜଗାର କରିପାରିବି। ଏପରିସ୍ଥଳେ ମୋର ପୂରା ପରିବାର ଏଭଳି କଷ୍ଟକର ଜୀବନ ବଞ୍ଚନ୍ତୁ ବୋଲି ମୁଁ କାହିଁକି ଚାହିଁବି?’’
ଇଟାଭାଟି ଠିକାଦାରମାନେ ପଥରିଆ ପିଛା ୨୦ ହଜାରରୁ ୩୦ ହଜାର ଟଙ୍କା ଅଗ୍ରୀମ ଦେଇଥାନ୍ତି। ପଥରିଆ ହେଉଛି ଗୋଟିଏ ଇଟାଭାଟିରେ କାମ କରୁଥିବା ୩ ଜଣ ଲୋକଙ୍କର ଏକ ଦଳ। ସ୍ଥାନୀୟ ସର୍ଦ୍ଦାର ବା ଏଜେଣ୍ଟମାନେ ଦେଶାନ୍ତରୀମାନଙ୍କୁ ଶ୍ରମିକ ଠିକାଦାରମାନଙ୍କୁ ଅର୍ପଣ କରିଥାନ୍ତି। ଶ୍ରମିକ ଠିକାଦାରମାନେ ଇଟାଭାଟି ମାଲିକଙ୍କ ନିକଟରେ ସେମାନଙ୍କୁ ପହଞ୍ଚାଇଥାନ୍ତି। ସେମାନେ ଇଟାଭାଟିରେ ପ୍ରାୟ ୬ ମାସ କଟାଇ ବର୍ଷା ଋତୁ ପୂର୍ବରୁ ମେ ଏବଂ ଜୁନ୍ ମାସରେ ଗାଁକୁ ଫେରିଆସନ୍ତି।
ଏହି ଯାତ୍ରା, ଅସ୍ୱାସ୍ଥ୍ୟକର ପରିବେଶରେ ରହିବା ଏବଂ କଠିନ ପରିଶ୍ରମ କରିବା ଯୋଗୁ ଅଧିକାଂଶ ସମୟରେ ଲୋକମାନଙ୍କର ଦେହ ଖରାପ ହୋଇଥାଏ। ଅଧିକାଂଶ ଶ୍ରମିକଙ୍କୁ ଟ୍ୟୁବରକୁଲୋସିସ୍ ହୋଇଥାଏ। କିନ୍ତୁ ଅଗ୍ରୀମ ଆକାରରେ ମିଳୁଥିବା ଅର୍ଥ ସେମାନଙ୍କୁ ଲୋଭଗ୍ରସ୍ତ କରେ। ବଡ଼ ଆକାରର ଆର୍ଥିକ ଖର୍ଚ୍ଚ ଯେପରିକି ପରିବାରରେ କାହାର ବାହାଘର, ସ୍ୱାସ୍ଥ୍ୟ ସମସ୍ୟା, ଘର ତିଆରି କରିବା, ବଳଦ କିଣିବା ବା ଋଣ ପରିଶୋଧ କରିବା ଭଳି ଖର୍ଚ୍ଚ
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା ଆଇନ ଦେଶାନ୍ତରକୁ ଠିକ୍ ଭାବେ ଅଟକାଇ ପାରିନାହିଁ। ଟଙ୍କା ଅନିୟମିତ ଭାବେ ମିଳୁଥିବା ବେଳେ ନିୟମିତ କାମର କୌଣସି ପ୍ରତିଶ୍ରୁତି ନଥାଏ। କେବଳ ଯେଉଁମାନେ ମଜୁରୀ ପାଇଁ ଅପେକ୍ଷା କରିପାରିବେ ସେମାନେ ଗାଁରେ ରହିଥାନ୍ତି । ସେମାନେ ଗାଁରେ କ୍ଷେତରେ କାମ କରନ୍ତି ବା ମନରେଗା କର୍ମସ୍ଥଳୀରେ କାମ କରନ୍ତି।
ପ୍ରସନ୍ନଙ୍କ ପରିବାର ଗତବର୍ଷ ତାଙ୍କର ସାନ ପୁଅ ରବିର ବାହାଘର ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ବାପ ଓ ପୁଅମାନେ ସେମାନଙ୍କର ରୋଜଗାରକୁ ଏକାଠି କଲେ ଏବଂ ସଂପର୍କୀୟମାନଙ୍କ ପାଖରୁ ଋଣ ବି ନେଲେ। ସେମାନେ ବାହାଘରରେ ଆମିଷ ଭୋଜି ଦେଲେ ଏବଂ ସମୁଦାୟ ଉତ୍ସବକୁ ଜଣେ ଭିଡିଓଗ୍ରାଫରଙ୍କ ଦ୍ୱାରା ଭିଡିଓ କରାଇଲେ। ପ୍ରସନ୍ନ ଗର୍ବର ସହ କହିଲେ, “ଆମ ପାଖରେ ବାହାଘରର ୨ଟି ଡିଭିଡି ଅଛି ।’’
ତୁମ ପାଖରେ ବିପିଏଲ୍ (ଦାରିଦ୍ର୍ୟ ସୀମାରେଖା ତଳେ) କାର୍ଡ ଅଛି କି? ପ୍ରସନ୍ନ ଉତ୍ତର ଦେଲେ “ହଁ, ମୋ ପାଖରେ ଏକ ବିପିଏଲ୍ କାର୍ଡ ଅଛି ଏବଂ ମୋ ବାପାଙ୍କର ବି ଏକ କାର୍ଡ ଅଛି।’’ ତାଙ୍କ ପରିବାର ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଅଧୀନରେ ପ୍ରତି କାର୍ଡରେ ଏକ ଟଙ୍କା ଦରରେ ୨୫ କିଲୋ ଲେଖାଏଁ ଚାଉଳ ପାଇଥାନ୍ତି। ମାସକୁ ୫୦ ଟଙ୍କା ବିନିମୟରେ ସେମାନେ ୫୦ କିଲୋ ଚାଉଳ ଏବଂ ୭୦ ଟଙ୍କା ଦେଇ ୪ ଲିଟର କିରୋସିନ୍ ପାଅନ୍ତି ।
ରିହାତି ଦରରେ ମିଳୁଥିବା ସେହି ଚାଉଳ ପ୍ରସନ୍ନଙ୍କ ଭଳି ପରିବାର ପାଇଁ ବଡ଼ ଧରଣର ସହାୟତା। ଏହାଯୋଗୁ ଅନାହାର ସମସ୍ୟା ଦୂର ହୋଇଛି । ପୂର୍ବରୁ ଲୋକମାନେ ଅଳ୍ପ କିଛି ଖାଦ୍ୟଶସ୍ୟ ପାଇଁ ଯେକୌଣସି କାମ କରୁଥିଲେ। ପିଡିଏସ୍ ଯୋଗୁ ସେମାନେ ଟିକେ ଭଲ ଭାବେ ମୂଲାମୁଲି କରିପାରୁଛନ୍ତି ଏବଂ ଫଳସ୍ୱରୂପ ମଜୁରୀ ମଧ୍ୟ ପୁନଃ ନିର୍ଦ୍ଧାରିତ ହୋଇଛି। ଏହି ରିହାତି ଯୋଗୁ ପରିବାରଗୁଡ଼ିକ ଖାଦ୍ୟ ବ୍ୟତୀତ ସ୍ୱାସ୍ଥ୍ୟ ଓ ଶିକ୍ଷା ସଂପର୍କରେ ଚିନ୍ତା କରିପାରୁଛନ୍ତି।
ପ୍ରସନ୍ନଙ୍କ ବାପା ମଧ୍ୟ ପେନସନ୍ ପାଉଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସିକ ୩୦୦ ଟଙ୍କା ମିଳୁଥିବାବେଳେ ୮୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୫୦୦ ଟଙ୍କା ମିଳୁଛି । ଏହି ପିଡିଏସ୍ ଏବଂ ବୟସ୍କ ବା ବିଧବାଙ୍କୁ ମିଳୁଥିବା ପେନସନ୍ ବୟସ୍କ ଲୋକମାନଙ୍କୁ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଭାବେ ପରିଣତ କରିଛି। ଏଥିଯୋଗୁ ସେମାନେ ନୂଆ ଭାବେ ଆତ୍ମସମ୍ମାନ ପାଉଛନ୍ତି ।
ଗି ତାହା କିଛି ଲାଭଦାୟକ ହୋଇପାରିନାହିଁ। ତେଣୁ ପ୍ରସନ୍ନ ଏବଂ ଅନ୍ୟମାନେ ଏବେ ବି ସହରକୁ କାମ ସନ୍ଧାନରେ ଯାଉଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍