ଖଣ୍ଡେ ଚିରା କାଗଜ କଣ୍ଟାଯୁକ୍ତ କାନ୍ଥରେ ଝୁଲି ପବନରେ ଉଡ଼ୁଛି, ଏହାର ହଳଦିଆ ପୃଷ୍ଠ ଉପରେ ଅତି ଅସ୍ପଷ୍ଟ ଭାବେ ‘ବେଆଇନ’ ଏବଂ ‘ଜବରଦଖଲ’ ଶବ୍ଦ ଦେଖାଯାଉଛି ଏବଂ ଏଥିରେ ଦିଆଯାଇଥିବା ‘ଉଚ୍ଛେଦ’ର ଚେତାବନୀ କାଦୁଅରେ ଲୁଚିଯାଇଛି । ଏକ ଦେଶର ଇତିହାସ ଏହାର କାନ୍ଥରେ ସୀମିତ ରହିପାରିବ ନାହିଁ । ଏହା ଉତ୍ପୀଡ଼ନ, ସାହସିକତା ଏବଂ ବିପ୍ଳବର ପ୍ରତୀକକୁ ପାର କରି ଦୁର୍ବଳ ସୀମାଠାରୁ ଉର୍ଦ୍ଧ୍ୱରେ ଏବଂ  ଆକାଶରେ ଉଡ଼ି ବୁଲିଥାଏ।

ସେ ସଡ଼କ ଉପରେ ପଥର ଏବଂ ଇଟା ଗଦା ହୋଇଥିବା ଦେଖୁଛି । ରାତିରେ ତା’ ଘର ଭାବେ ବଦଳି ଯାଇଥିବା ଦୋକାନରେ ମାତ୍ର ଏତିକି ବଞ୍ଚିଛି । ୧୬ ବର୍ଷ ପର୍ଯ୍ୟନ୍ତ ଏଠାରେ ସେ ସନ୍ଧ୍ୟାରେ ଚା’ ପିଉଥିଲା ଏବଂ ଦିନରେ ଅନେକ ଲୋକଙ୍କୁ ଚପଲ ବିକ୍ରି କରୁଥିଲା । ଆଜବେଷ୍ଟସ ଛାତ, ସିମେଣ୍ଟ ସ୍ଲାବ ଏବଂ ବଙ୍କା ହୋଇଯାଇଥିବା ଲୁହା ରଡ଼ ମଧ୍ୟରେ ଫୁଟପାଥ ଉପରେ ତା’ର ସାଧାରଣ ସିଂହାସନ - ଧ୍ୱଂସ ପାଇଯାଇଥିବା ଏକ ସମାଧି ଭଳି ଦିଶୁଛି ।

ଏକଦା ଏଠାରେ ଜଣେ ବେଗମ ରହୁଥିଲେ । ଅୱଧର ରାଣୀ ବେଗମ ହଜରତ ମହଲ । ସେ ନିଜ ଘରକୁ ବ୍ରିଟିଶ ଶାସନ ଠାରୁ ମୁକ୍ତ କରିବା ଲାଗି ସାହସର ସହ ଲଢ଼େଇ ଲଢ଼ିଥିଲେ ଏବଂ ତାଙ୍କୁ ବାଧ୍ୟ ହୋଇ ନେପାଳରେ ଆଶ୍ରୟ ନେବାକୁ ପଡ଼ିଲା । ଉପନିବେଶବାଦ ବିରୋଧରେ ଲଢ଼ିଥିବା ଏହି ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ, ଅନେକ ଦିନ ଧରି ଲୋକଲୋଚନକୁ ଆସିପାରିନାହାନ୍ତି । ତାଙ୍କର ଐତିହ୍ୟକୁ ନଷ୍ଟ କରି ଦିଆଯାଇଛି ଏବଂ ଲିଭାଇ ଦିଆଯାଇଛି, କିନ୍ତୁ ସୀମା ଆରପଟେ ଶୀତଳ ପାହାଡ଼ରେ ତାହା ଏବେ ବି ଉଜ୍ଜିବୀତ ହୋଇ ରହିଛି ।

ଏମିତି ଅଗଣିତ ସମାଧି ରହିଛି, ଭାରତୀୟ ଉପମହାଦେଶରେ ପ୍ରତିରୋଧର ଅବଶେଷକୁ ଏମିତି ଭାବେ ଗଭୀର ଗର୍ତ୍ତରେ ପୋତି ଦିଆଯାଇଛି । କିନ୍ତୁ ଅହଂକାର ଓ ଘୃଣାର ଏହି ମାଟିକୁ ଅପସାରଣ କରିବା ଲାଗି କୌଣସି ବୁଲଡୋଜର ନାହିଁ, ପ୍ରତିରୋଧର ଏହି ବିସ୍ମୃତ ମୁଠାକୁ ଖୋଳିବା ପାଇଁ କୌଣସି ମେସିନ ନାହିଁ । ଏମିତି କୌଣସି ବୁଲଡୋଜର ନାହିଁ ଯାହା ଉପନିବେଶବାଦର ଇତିହାସକୁ ଭାଙ୍ଗି ସେହି ସ୍ଥାନରେ ନିର୍ଯାତିତଙ୍କ ସ୍ୱରକୁ ଉପସ୍ଥାପିତ କରିପାରିବ । ଅନ୍ୟାୟ ବିରୋଧରେ ଛିଡ଼ା ହେବାକୁ କୌଣସି ବୁଲଡୋଜର ନାହିଁ । ଏବେ ନାହିଁ ।

ଗୋକୁଳ ଜି.କେ. କବିତା ଆବୃତ୍ତି କରୁଥିବା ଶୁଣନ୍ତୁ

ସମ୍ରାଟଙ୍କ ପାଳିତ ପଶୁ

ଏକ ଅଜବ ପଶୁ ଦେଖାଦେଲା
ମୋ ପଡ଼ୋଶୀଙ୍କ ଅଗଣାରେ,
ତା’ର ହଳଦିଆ ରଙ୍ଗର ଚମଡ଼ା ଥିଲା, ସେ ନାଚୁଥିଲା ।
ଶେଷ ଭୋଜନର ରକ୍ତ ମାଂସ
ଏବେ ବି ତା’ର ପଞ୍ଝା ଓ ଦାନ୍ତରେ ଲାଗିଛି ।
ସେହି ପଶୁ କର୍କଶ ଶବ୍ଦ କଲା
ମୁଣ୍ଡ ଉଠାଇଲା
ଆଉ ମୋ ପଡ଼ୋଶୀଙ୍କ ଛାତି ଉପରକୁ ଝପଟି ଆସିଲା।
ତା’ର କଙ୍କାଳକୁ ଭେଦି ଗଲା,
ହୃତପିଣ୍ଡକୁ ଚିରିଦେଲା ।
ବେପରୁଆ, ସମ୍ରାଟଙ୍କ ପାଳିତ ପଶୁ
ତା’ର ହୃତପିଣ୍ଡକୁ କାଢ଼ି ଆଣିଲା
ନିଜର କଳଙ୍କି ଲଗା ହାତରେ ।
ଓଃ, ସେହି ନିଷ୍ଠୁର ପଶୁ!
ହେଲେ, ତା’କୁ ନିରାଶ କରି ଆଉ ଏକ ନୂଆ ହୃତପିଣ୍ଡ କଅଁଳିଲା
ମୋ ପଡ଼ୋଶୀଙ୍କ ଛାତିର ଅନ୍ଧାରୁଆ କଙ୍କାଳରେ ।
ଚିତ୍କାର କରି, ପଶୁଟି ଆଉ ଏକ ହୃତପିଣ୍ଡକୁ ଚିରିଦେଲା ।
ହେଲେ ତା’ ସ୍ଥାନରେ ପୁଣି ଗୋଟିଏ ହୃତପିଣ୍ଡ କଅଁଳିଲା ।
ଆଉ ଏକ ଲାଲ, ଜୀବନରେ ଭରପୂର
କାରଣ ଭସ୍ମ କରି ଦିଆଯାଇଥିବା ସବୁ ହୃତପିଣ୍ଡ ସ୍ଥାନରେ ଆଉ ଏକ ନୂଆ ଥିଲା।
ଏକ ନୂଆ ହୃତପିଣ୍ଡ, ଏକ ନୂଆ ବୀଜ,
ଏକ ନୂଆ ଫୁଲ, ନୂଆ ଜୀବନ,
ଏକ ନୂଆ ଦୁନିଆ ।
ଏକ ଅଜବ ପଶୁ ଦେଖାଦେଲା
ମୋ ପଡ଼ୋଶୀଙ୍କ ଅଗଣାରେ,
ଚୋରି କରି ନେଇଥିବା ହୃତପିଣ୍ଡ ହାତରେ ଧରି ଏକ ମଲା ପଶୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Gokul G.K.

गोकुळ जी. के. चेन्नईच्या एशियन कॉलेज ऑफ जर्नलिझमचा विद्यार्थी असून तो केरळमधील तिरुवनंतपुरमचा रहिवासी आहे.

यांचे इतर लिखाण Gokul G.K.
Illustration : Labani Jangi

मूळची पश्चिम बंगालच्या नादिया जिल्ह्यातल्या छोट्या खेड्यातली लाबोनी जांगी कोलकात्याच्या सेंटर फॉर स्टडीज इन सोशल सायन्सेसमध्ये बंगाली श्रमिकांचे स्थलांतर या विषयात पीएचडीचे शिक्षण घेत आहे. ती स्वयंभू चित्रकार असून तिला प्रवासाची आवड आहे.

यांचे इतर लिखाण Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE