ପଭାଗଡ଼ରେ ଏହା ଏକ ସୁନ୍ଦର ମୁହୂର୍ତ୍ତ । ଅତି କମ୍ରେ ପ୍ରଥମେ ଦେଖିଲେ ବୋଗେନଭିଲିଆ ରାସ୍ତାରେ ଭିଡ଼ ଦେଖିବାକୁ ମିଳେ, ରଙ୍ଗବେରଙ୍ଗର ଘର, ସୁଶୋଭିତ ମନ୍ଦିର ଏବଂ ସେଠାରେ ବାଜୁଥିବା ସଙ୍ଗୀତର ପବିତ୍ର ଧ୍ୱନି କର୍ଣ୍ଣାଟକର ଟୁମକୁର ଜିଲ୍ଲାର ଏହି ଗ୍ରାମୀଣ ସହରରେ ରାସ୍ତାରେ ଯାଉଥିବା ଲୋକଙ୍କର କାନରେ ପଡ଼ିଥାଏ । ଏହା ପ୍ରାୟ ସୁନ୍ଦର, କିନ୍ତୁ ନିରବ ନୁହେଁ । କାରଣ ଆମେ ଏଠାରେ ମଳ କଥା କହିବାକୁ ଯାଉଛୁ ।
ଗୌରବାନ୍ୱିତ ମଧ୍ୟବିତ୍ତ ପରିବାରର ସମ୍ବେଦନଶୀଳତା ପାଇଁ ଏହା ହେଉଛି ଏକ ଶଦ୍ଦ ଯାହାକୁ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି । ରାମାଞ୍ଜନପ୍ପାଙ୍କ ନିକଟରେ କିନ୍ତୁ ସେହି ବିଳାସବ୍ୟସନ ନାହିଁ । ସେ ପଭାଗଡ଼ ତାଲୁକାର କାନ୍ନମେଡି ଗାଁରେ ରହୁଥିବା ଜଣେ ସଫେଇ କର୍ମଚାରୀ । ରାମାଞ୍ଜନପ୍ପା କହନ୍ତି, ‘‘ମୁଁ ମଳକୁ ମୋର ଖାଲି ହାତରେ ସଫା କରିଥାଏ ।’’ ଯଦି ତାହା ଯଥେଷ୍ଟ ଖରାପ ନୁହେଁ, କେବଳ ଅନ୍ୟ ଗୋଟିଏ କାରଣ ଯାହା ସମ୍ଭବତଃ ଏହି ଅମାନବୀୟ କାମକୁ ବନ୍ଦ କରିପାରିବ, ସେ ନେଇ ମଧ୍ୟ କୌଣସି ଚିତ୍ର ନାହିଁ : ଶେଷ ଥର ପାଇଁ ରାମାଞ୍ଜନପ୍ପାଙ୍କୁ ଅକ୍ଟୋବର ୨୦୧୭ରେ ଦରମା ମିଳିଥିଲା ।
ଟାଉନହଲ୍ର କାନ୍ଥରେ ବର୍ଜ୍ୟବସ୍ତୁ ପୃଥକୀକରଣ ଯେପରି ହେବା କଥା ସେ ସଂପର୍କରେ ଏକ ଚିତ୍ର ସ୍ଥାନିତ ହୋଇଛି । କିନ୍ତୁ ତାହା କେବଳ ଆନୁଷ୍ଠାନିକ ଭାବେ ଅନୁମତି ପାଇଥିବା ଏକ ମୁଖା ବୋଲି ଆମେ ହାତରେ ମଳ ସଫା କରୁଥିବା ୨୦ ଜଣ ଲୋକଙ୍କଠାରୁ ଜାଣିବାକୁ ପାଇଲୁ । ସେମାନେ ସମସ୍ତେ ମାଦିଗା ସଂପ୍ରଦାୟର ଦଳିତ ଥିଲେ ଯେଉଁମାନେ କି ଆମ୍ବେଦକର ଭବନରେ ଏକ ବୈଠକରେ ସେମାନଙ୍କର ନିରାଶାକୁ ପ୍ରକାଶ କଲେ । ଆମ୍ବେଦକର ଭବନ ଟାଉନ୍ହଲର କାନ୍ଥରେ ଲଗାଯାଇଥିବା ଚିତ୍ରର ମାତ୍ର ୧୦ ମିଟର ଦୂରରେ ରହିଛି ।
ରାମାଞ୍ଜନପ୍ପା ମାସିକ ପାଉଥିବା ୩,୪୦୦ ଟଙ୍କା ଦ୍ୱାରା ତାଙ୍କର ୫ ଜଣିଆ ପରିବାର ଚଳିବା ଖୁବ୍ କଷ୍ଟକର ହୋଇଥାଏ । ତାଙ୍କର ପତ୍ନୀ ଏବଂ ୩ଟି ସ୍କୁଲ ଯାଉଥିବା ପିଲା ସେହି ଅର୍ଥରେ ୩୦ ଦିନ ଚଳିବା କାଠିକର ପାଠ ହୋଇଯାଏ । ଏବେ ସେ ୯ ମାସ ହେଲା ଦରମା ପାଇନାହାନ୍ତି ।












