"ଏ କୋମଲ୍! କାଏ ମାଲ୍ ଆହେ!" "ଏ ଲାଲ୍, ଛାନ ଡିସ୍ତେ!" ପୁରୁଷମାନେ ଚିତ୍କାର କରୁଥିଲେ। ଷ୍ଟେଜ୍ ଉପରେ ନୃତ୍ୟ କରୁଥିବା 15 ବର୍ଷୀୟା କୋମଲ୍, ତାଙ୍କ ପୋଷାକର ରଙ୍ଗକୁ ଦେଖି ଲୋକଙ୍କର ଏମିତି ଡାକ ସହ ଅଭ୍ୟସ୍ତ ଥିଲେ। ସେ କହିଲେ "ଦର୍ଶକଙ୍କ ମଧ୍ୟରୁ କେତେକ ପୁରୁଷ ଧ୍ୟାନ ଆକର୍ଷଣ କରିବାକୁ ପ୍ରତିଯୋଗିତା କରନ୍ତି। ଯଦି ମୁଁ ଜଣକୁ ଚାହିଁଲି, ତା ସାଙ୍ଗ ଚିତ୍କାର କରିଉଠେ,‘ତା ଆଡ଼କୁ ଚାହଁ ନାହିଁ, ତାର ଗାର୍ଲଫ୍ରେଣ୍ଡ ଅଛି! ମୋତେ ଦେଖ।"
ମଙ୍ଗଳା ବାଂଶୋଡ଼େ ଏବଂ ନୀତୀନ କୁମାର ତମାଶା ମଣ୍ଡଳ ଉଭୟର ମହିଳା ନୃତ୍ୟାଙ୍ଗନାମାନେ ମଧ୍ୟ କିଏ ଅଧିକ ଜୋରରେ ପ୍ରଶଂସା ପାଉଛି ସେ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରନ୍ତି। ପ୍ରାୟ ୧୮ ବର୍ଷ ବୟସ୍କା କାଜଲ ସିନ୍ଦେ କହନ୍ତି, "ସେମାନେ ପୁରୁଷମାନଙ୍କୁ ପ୍ରେରିତ କରନ୍ତି, ଯାହା ଫଳରେ ସେମାନେ ହ୍ଵିସିଲ୍ ମାରିବେ ଏବଂ ସେମାନଙ୍କ ନାଁ ଧରି ଚିତ୍କାର କରିବେ।" ସେମାନେ ଆହୁରି ଚିଡ଼ାନ୍ତି, "ତୁମେ ଖାଇ ନାହଁ କି... ତୁମେ ସୁସ୍ଥ ନାହଁ କି?" ସେମାନେ ତାଙ୍କ କାନକୁ ଇସାରା କରି କହନ୍ତି, "ଆମେ ତୁମକୁ ଶୁଣି ପାରୁନାହୁଁ!"
କୋମଲଙ୍କ ଭଳି କାଜଲ ଜଣେ ପ୍ରମୁଖ ନୃତ୍ୟାଙ୍ଗନା। ଉଭୟ ଅନ୍ୟ ୧୫୦ ଜଣ କଳାକାର ଓ ଶ୍ରମିକଙ୍କ ସହିତ ଭେଟେରାନ୍ ତମାଶା କଳାକାର ମଙ୍ଗଳା ବାଂଶୋଡେଙ୍କର ଫାଦ(ଟ୍ରୁପ୍)ରେ କାମ କରନ୍ତି। ତମାଶା ଏବେ ମଧ୍ୟ ମହାରାଷ୍ଟ୍ରର ଗାଁମାନଙ୍କରେ ଏକ ଜନପ୍ରିୟ ଲୋକକଳା ହୋଇ ରହିଛି। ସେପ୍ଟେମ୍ବରରୁ ମେ ମାସ ମଧ୍ୟରେ ସୋ' ଋତୁରେ ଏହି ଫାଦଗୁଡ଼ିକ ପ୍ରାୟ ପ୍ରତିଦିନ ଭିନ୍ନ ଭିନ୍ନ ଗାଁକୁ ଯାତ୍ରା କରନ୍ତି। ରାତି ୧୧ଟାରୁ ଭୋର ହେବାଯାଏ ସୋ' ଚାଲେ । ସମୟ ସମୟରେ ସୋ’ର କିଛି ଘଣ୍ଟା ପୂର୍ବରୁ ବାହାରେ ନିର୍ମିତ ହୋଇଥିବା ଷ୍ଟେଜ୍ରେ ଏହା ପରିବେଷିତ ହୋଇଥାଏ । ସୋ' ପରେ ତାକୁ ଭାଙ୍ଗି ଦିଆଯାଏ । ମଙ୍ଗଳତାଇଙ୍କ ଟ୍ରୁପ୍ ସଫଳତମ ଟ୍ରୁପ୍ମାନଙ୍କ ମଧ୍ୟରୁ ଅନ୍ୟତମ; ଅନ୍ୟ ବହୁଜଣଙ୍କର ଟ୍ରୁପର ଟିକେଟ୍ ବିକ୍ରି ଓ ଲାଭ କମୁଛି । (ଦେଖନ୍ତୁ ତମାଶା ଏକ ଜେଲ୍ ପରି ଯେଉଁଠାରେ ମୁଁ ରହିବାକୁ ଚାହିଁବି ଏବଂ ତମାଶା: ପରିବର୍ତ୍ତିତ ହୋଇଛି କିନ୍ତୁ ଏବେ ବି ଯାତ୍ରା କରୁଛି)













