ଏପ୍ରିଲ ମଧ୍ୟଭାଗରେ ସୁରେଶ ବାହାଦୁର ମୋତେ କହିଥିଲେ, “ଔଷଧ ଶେଷ ହୋଇଛି, ଟଙ୍କା ଶେଷ ହୋଇଛି ଏବଂ ଗ୍ୟାସ ମଧ୍ୟ ଶେଷ ହୋଇଛି’’।
ଚାରି ବର୍ଷ ଧରି ଗୋଟିଏ ସୀତି ଏବଂ ଲାଠି ନେଇ ସୁରେଶ ସାଇକେଲରେ ବୁଲି ଘର ଏବଂ ଦୋକାନଗୁଡ଼ିକ ଜଗିବାରେ ରାତି କଟାଇଛନ୍ତି । ସେ ଏବଂ ତାଙ୍କ ପିତା ରାମ ବାହାଦୁର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭୀମବରମ ସହରରେ ଆଞ୍ଚଳିକ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।
ମାର୍ଚ୍ଚ ୨୨ ପରେ, ଲକଡାଉନ୍ ଆରମ୍ଭ ହୋଇଯିବା ପରେ ସାଇକେଲ୍ ଅଲଗା ହୋଇ ରହିଗଲା ଏବଂ ସୁରେଶ ତାଙ୍କ ଫୋନ ସ୍କ୍ରୋଲ୍ କରି କୋଭିଡ୍ -୧୯ର ଖବର ଖୋଜିବା ଏବଂ ଖାଦ୍ୟ, ରୋଷେଇ ଗ୍ୟାସ୍ ଏବଂ ପାଣି କ୍ରୟ କରିବାରେ ଲାଗିଲେ ।
୨୩ ବର୍ଷ ବୟସ୍କ ସୁରେଶ, ତାମି ରାଜୁ ନାଗର ଅଞ୍ଚଳରେ ଏକ ଭଡା କୋଠରୀରେ ପ୍ରାୟ ୪୩ ବର୍ଷ ବୟସ୍କ ଶୁଭମ୍ ବାହାଦୂର, ଏବଂ ୨୧ ବର୍ଷ ବୟସ୍କ ରାଜେନ୍ଦ୍ର ବାହାଦୂରଙ୍କ ସହ ରହୁଥିଲେ । ସେମାନେ ସମସ୍ତେ ନେପାଳର ବଜହାଙ୍ଗ ଜିଲ୍ଲାର ଦିକ୍ଲା ଗ୍ରାମରୁ ଆସିଛନ୍ତି । ଭୀମାବରମର ଅନ୍ୟ ଏକ ଅଂଶରେ ଗୋଟିଏ କୋଠରୀ ଭଡା ଦେଇଥିବା ରାମ ବାହାଦୁର ଲକ୍ଡାଉନ୍ ପରେ ସେମାନଙ୍କ ପାଖକୁ ଚାଲି ଆସିଥିଲେ ।
ସେପର୍ଯ୍ୟନ୍ତ, ପ୍ରତ୍ୟେକ ମାସର ପ୍ରଥମ ଦୁଇ ସପ୍ତାହରେ, ରାମ ଏବଂ ସୁରେଶ ପ୍ରତି ଘରୁ ଟ. ୧୦-୨୦ ଏବଂ ଦୋକାନମାନଙ୍କରୁ ଟ. ୩୦-୪୦ ପାଉଣା ଭାବରେ ଆଦାୟ କରୁଥିଲେ । ଉଭୟେ ୭୦୦୦ ଏବଂ ୯୦୦୦ ମଧ୍ୟରେ ରୋଜଗାର କରୁଥିଲେ । ଏହା ଏକ ଅନୌପଚାରିକ ବ୍ୟବସ୍ଥା ହୋଇଥିବା କାରଣରୁ ସେମାନଙ୍କର ଆୟ ପରିବର୍ତ୍ତତ ହେଉଥିଲା । ଯେତେବେଳେ ଆମେ ଏପ୍ରିଲରେ କଥା ହୋଇଥିଲୁ ସେତେବେଳେ ରାମ ବାହାଦୂର କହିଥିଲେ, ‘‘ବେଳେବେଳେ ଏହା ଟ. ୫୦୦୦ ଯାଏଁ କମ୍ ହୋଇଯାଏ , ଏବେ ଏହା ବନ୍ଦ ହୋଇଯାଇଛି।”





