ସିଂହାସନରେ ଗୋଟିଏ ହାତ ଆଶୀର୍ବାଦ ମୁଦ୍ରାରେ ଉଠାଇଥିବା ୧୦ଫୁଟ୍ଉଚ୍ଚ ଭଗବାନ ଗଣେଶଙ୍କ ଅଣ୍ଟାକୁ ଧରି ଶଙ୍କର ମିର୍ଦଓ୍ୱାଡ ମାଟିରେ ଏହାର ଶେଷ ସ୍ପର୍ଶ ଦେଉଛନ୍ତି। ରଙ୍ଗବୋତଲ, ରବର ରଙ୍ଗ ପାତ୍ର ଏବଂ ମୂର୍ତ୍ତିର ଛାଞ୍ଚ ପାଖରେ ନଡ଼ିଆ କତା ଗୁଣ୍ଡ ଏବଂ ପ୍ଲାଷ୍ଟର ଭର୍ତ୍ତି ବସ୍ତାଗୁଡ଼ିକ ଚାରିଆଡ଼େ ବିକ୍ଷିପ୍ତ ଭାବରେ ରହିଛି। ଶଙ୍କର କୁହନ୍ତି, "କେତେକ ସ୍ଥାନରେ ପ୍ଲାଷ୍ଟର ପ୍ୟାରିସ୍ନାହିଁ। ତାହା କରିବା ପରେ ମୂର୍ତ୍ତିଗୁଡ଼ିକ ରଙ୍ଗ ହେବା ପାଇଁ ପ୍ରସ୍ତୁତ ହୋଇଯିବ।"
ପୁରୁଣା ହାଇଦ୍ରାବାଦ ସହରର ଜନଗହଳିପୂର୍ଣ୍ଣ ଧୂଲପେଟ ଅଞ୍ଚଳରେ ମେଲଘାଟର ରାସ୍ତାକଡ଼ରେ ପ୍ରସ୍ତୁତ ହୋଇସାରିଥିବା ଏବଂ କାମ ଚାଲିଥିବା ମୂର୍ତ୍ତିର ଧାଡ଼ି ପଛପଟୁ ସେ କାମ କରୁଥିବା ଟାର୍ପୋଲିନ୍ଏବଂ ବାଉଁଶର ସେଡ୍ଖୁବ୍କମ୍ଦୃଷ୍ଟିଗୋଚର ହେଉଛି। ଟ୍ରକ୍ଏବଂ ଟେମ୍ପୋଗୁଡ଼ିକ ବଡ଼ ଏବଂ ଛୋଟ ଗଣେଶ ମୂର୍ତ୍ତି ନେଇ ଅଣ ଓସାରିଆ ରାସ୍ତାରେ ଗେଣ୍ଡା ପରି ଧୀରେ ଧୀରେ ଗତି କରୁଛନ୍ତି । ଏହି ମୂର୍ତ୍ତିମାନେ ଟାର୍ପୋଲିନରେ ଘୋଡ଼ାଇ ହୋଇ ଆନନ୍ଦ କରିବାରେ ବ୍ୟସ୍ତ ଲୋକମାନଙ୍କ ଗହଣରେ ସେମାନଙ୍କର ସାମୂହିକ ପେଣ୍ଡାଲ ଏବଂ ଘରମାନଙ୍କୁ ଯାଉଛନ୍ତି। ଏଠାରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ମୂର୍ତ୍ତି ୨୧ଫୁଟ ଉଚ୍ଚ।
ଶଙ୍କର ଏହି ସେଡ୍ରେ ଜୁନ୍ମାସର ଶେଷ ସପ୍ତାହରୁ କାମ କରୁଛନ୍ତି। ଏହାର ମାଲିକ ଯେ କି ସହର ବାହାରକୁ ଯାଇଛନ୍ତି ଏମିତି ଆଉ ତିନୋଟି ଓ୍ୱର୍କସପ୍ଚଳାନ୍ତି ବୋଲି ସେ କୁହନ୍ତି। ଯେତେବେଳେ ମୁଁ ଅଗଷ୍ଟମାସର ଶେଷ ସପ୍ତାହରେ ଯାଇଥିଲି, ପ୍ରତ୍ୟେକରେ ୨-୩ଜଣ କାରିଗର ଚଳିତବର୍ଷ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଗଣେଶ ଚତୁର୍ଥୀ ଉତ୍ସବ ପାଇଁ ମୂର୍ତ୍ତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ।
ଅନ୍ୟ ଗୋଟିଏ ଦଳ- ସ୍ଥପତିମାନେ- ଧୂଲପେଟର ଓ୍ୱର୍କସେଡ୍କୁ ପାଖାପାଖି ଜାନୁଆରୀ ମାସରୁ ଆସିଥିଲେ ଏବଂ ଏପ୍ରିଲ୍ସୁଦ୍ଧା ଫେରିଯାଇଥିଲେ, ଯେମିତି ସେମାନେ ପ୍ରତିବର୍ଷ କରନ୍ତି ବୋଲି ଶଙ୍କର ବୁଝାଇ କୁହନ୍ତି। ସେ କୁହନ୍ତି, "ଆମ ଦୋକାନରେ ଆମେ ଜଣେ କୋଲକାତାର ମୂର୍ତ୍ତିକାରଙ୍କୁ ଡାକୁ । ସେ ମୂର୍ତ୍ତିକାର ଚିନାମାଟି [ସୂକ୍ଷ୍ମଗୁଣ୍ଡ ହୋଇଥିବା ମାଟି]ରେ ମୂର୍ତ୍ତି ତିଆରି କରନ୍ତି। ସେ ଗୋଟିଏ [ବଡ଼] ମୂର୍ତ୍ତି ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୨୫ଦିନ ନେବେ।"






