ମୋଡା ମୋଦାଣ୍ଡ ଓଡାଲେ
ମୁଡୁ ସିକିଆ ଟାଙ୍ଗ ଓଡାଲେ
[ଦୌଡି ଦୌଡି କିଛି ଲାଭ ମିଳେନି।
ଚିନ୍ତା କର ଏବଂ ଧୀରେ ଧୀରେ ଯାଅ। ତୁମେ ସୁନା ପାଇବା]


The Nilgiris, Tamil Nadu
|WED, AUG 08, 2018
ଧୀର ପାଣି ପଥର କାଟେ
ତାମିଲନାଡୁର ନୀଳଗିରି ଜିଲ୍ଲାରେ ଦିନ ମଜୁରିଆ ପରିବାରରୁ ଆସିଥିବା ରବି ବିଶ୍ୱନାଥନ ଖୁବ୍ ଶୀଘ୍ର ପ୍ରଥମ ଆଲୁକୁରୁମ୍ବା ଭାବେ ପିଏଚଡି ଡିଗ୍ରୀ ହାସଲ କରିବେ। ତାଙ୍କ ଆଦିବାସୀ ସଂପ୍ରଦାୟର ବିଲୁପ୍ତ ଭାଷା ସମ୍ପର୍କରେ ସେ ଥେସିସ୍ ଉପସ୍ଥାପନ କରିଛନ୍ତି।
Author
Translator
ଏକଦା ନୀଳଗିରିର ଜଙ୍ଗଲରେ ରହୁଥିବା ଆଲୁକୁରୁମ୍ବା ଆଦିବାସୀମାନେ କହନ୍ତି ଯେ ଏହି ଲୋକବାଣୀ ଉପଯୁକ୍ତ ଜୀବନସାଥୀ ପାଇବାର ପ୍ରକ୍ରିୟାକୁ ଖୁବ୍ ଭଲଭାବେ ବୁଝାଇଥାଏ। ସେମାନଙ୍କ ମଧ୍ୟରୁ ଜଣେ ରବି ବିଶ୍ୱନାଥନଙ୍କ ଶିକ୍ଷା ଗ୍ରହଣ ପାଇଁ ମଧ୍ୟ ଏହି ଲୋକବାଣୀ ପ୍ରଯୁଜ୍ୟ। ତାଙ୍କ ପାଠ ପଢା ଧୀରେ ଧୀରେ ଆରମ୍ଭ ହୋଇଥିଲା, କିନ୍ତୁ ଏବେ ତାଙ୍କୁ କୋଏମ୍ବାଟୁରର ଭରତିଆର ବିଶ୍ୱ ବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ମିଳିବାକୁ ଯାଉଛି। ଏହି ଡିଗ୍ରୀ ପାଇବାରେ ସେ କେବଳ ତାଙ୍କ ସଂପ୍ରଦାୟର ପ୍ରଥମ ବ୍ୟକ୍ତି ନୁହନ୍ତି। ତାଙ୍କ ପିଏଚଡି ସନ୍ଦର୍ଭ ଆଲୁକୁରୁମ୍ବା ଭାଷାର ରୂପରେଖ ଏବଂ ବ୍ୟାକରଣ ବାବଦରେ ପ୍ରଥମ ଲିଖିତ ଦସ୍ତାବିଜ। ସଂଯୋଗ ବଶତଃ ୩୩ ବର୍ଷୀୟ ବିଶ୍ୱ(ଏହି ନାଁରେ ରବି ବିଶ୍ୱନାଥନ୍ ପରିଚିତ) ମଧ୍ୟ ବିବାହ କରିନାହାନ୍ତି। ସେ ମଧ୍ୟ ତାଙ୍କ ପାଇଁ ଉପଯୁକ୍ତ କନ୍ୟାର ସନ୍ଧାନରେ ଅଛନ୍ତି।
ବିଶ୍ୱ ତାମିଲନାଡୁ ନୀଳଗିର ଜିଲ୍ଲା କୋଟାଗିରି ସହର ନିକଟସ୍ଥ ଏକ ଆଲୁ କୁରୁମ୍ବା ଜନବସତି ବାନାଗୁଡିରେ ବଡ ହୋଇଛନ୍ତି। ସକାଳ ୭ଟାରୁ ସେମାନଙ୍କର ବାପା ମା କାମକୁ ବାହାରିଯିବା ପରେ ପିଲାମାନେ ପାଠ ପଢିବା ପାଇଁ ତିନି କିଲୋମିଟର ଦୂର ଆରାବେନୁରେ ଥିବା ସରକାରୀ ହାଇସ୍କୁଲକୁ ଯିବା କଥା।

Priti David
ଏଠାରେ କାହାଣୀ ଭିନ୍ନ ମୋଡ ନିଏ। ଅଧିକାଂଶ ସମୟରେ ବାପା ମା କାମକୁ ବାହାରି ଯିବା ପରେ ଅନେକ ପିଲା ନିକଟସ୍ଥ ଜଙ୍ଗଲକୁ ପଳାନ୍ତି ଓ ସେଠାରେ ସାରା ଦିନ କଟାନ୍ତି। ଅନ୍ୟମାନେ ସେମାନଙ୍କର ଛୋଟ ଇଟା ଘର ସାମ୍ନାରେ ଥିବା ସ୍ଥାନରେ ଖେଳନ୍ତି। ବିଶ୍ୱ କହନ୍ତି, “ଆମ ସଂପ୍ରଦାୟରେ ସ୍କୁଲ ଯିବା କେବେହେଲେ ପ୍ରାଥମିକତା ନ ଥିଲା। ସେଠାରେ ଆମ ପରି ୨୦ ଜଣ ସ୍କୁଲ ଯିବା ବୟସର ପିଲା ଥିଲେ। କିନ୍ତୁ ଆମେ ସ୍କୁଲ ଗାଡି ନିକଟରେ ହାଜର ହେବା ବେଳକୁ ହାତ ଗଣତି କେଇଜଣ ରହୁଥିଲେ”। ପିଲାମାନେ କେବଳ ସେମାନଙ୍କର ମାତୃଭାଷାରେ କଥା ହେଉଥିଲେ, ଯେତେବେଳେ କି ଶିକ୍ଷକମାନେ କେବଳ ସରକାରୀ ଭାଷା ତାମିଲ୍ କହୁଥିଲେ।
ଏକ ଅଜଣା ଭାଷା, ସଂପ୍ରଦାୟର ବୟସ୍କ ମାନେ ସ୍କୁଲ ଯିବାର ସୁଫଳ ସମ୍ପର୍କରେ ଅଜ୍ଞ ରହିବା, ସମମନୋଭାବାପନ୍ନ ବନ୍ଧୁଙ୍କର ଏକ ଦଳ ଏବଂ ବିସ୍ତୃତ ଖୋଲାସ୍ଥାନ-ସ୍ୱାଭାବିକ ଭାବେ ବିଶ୍ୱ ଏହା ଯୋଗୁଁ ଅନେକ ସମୟରେ ସ୍କୁଲ ଯାଉନ ଥିଲେ। ନିକଟସ୍ଥ ଚା କାରଖାନାରେ ତାଙ୍କର ବାପା ମା ଦିନ ମଜୁରିଆ ଭାବେ କାମ କରୁଥିଲେ। ତାଙ୍କ ମା ଚା ପତ୍ର ତୋଳୁ ଥିବାବେଳେ ବାପା ବର୍ଷା ପାଣି ନିଷ୍କାସିତ ହେବା ପାଇଁ ନାଳ କାଟୁଥିଲେ। ସେ ମଧ୍ୟ ଟ୍ରକ୍ ଗୁଡିକରୁ ୫୦ କିଲୋବିଶିଷ୍ଟ ସାର ବ୍ୟାଗ୍ ଗୁଡିକୁ ଅନଲୋଡ୍ କରୁଥିଲେ। ବର୍ଷରେ ଅତି କମରେ ଦୁଇ ଥର ତାଙ୍କ ବାପା ଅନ୍ୟ ଆଲୁକୁରୁମ୍ବା ଲୋକଙ୍କ ସହ ମିଶି ଜଙ୍ଗଲର ପାହାଡିଆ ଶୃଙ୍ଗକୁ ମହୁ ସଂଗ୍ରହ କରିବାକୁ ଯାଉଥିଲେ। ୧୮୦୦ ଶତାବ୍ଦୀର ଆରମ୍ଭରେ ବ୍ରିଟିଶ୍ ମାନେ ନୀଳଗିରିରେ ପ୍ରବେଶ କରିବା ପୂର୍ବରୁ ଜଙ୍ଗଲୁ ଔଷଧୀୟ ଗଛଲତା ସଂଗ୍ରହ କରିବା ସହ ଏହା ତାଙ୍କ ସଂପ୍ରଦାୟର ଜୀବନ ଜୀବିକା ଥିଲା। ବ୍ରିଟିଶ୍ ମାନେ ଜଙ୍ଗଲର ବହୁ ଅଞ୍ଚଳକୁ ଚା ଚାଷ ପାଇଁ ବ୍ୟବହାର କଲେ। ଏବଂ ଆଦିବାସୀମାନଙ୍କୁ ଜଙ୍ଗଲରୁ ନିକଟସ୍ଥ ଜନବସତିକୁ ପଠାଇଦେଲେ।ବିଶ୍ୱଙ୍କ ପାଇଁ ପ୍ରାଥମିକ ସ୍କୁଲରେ ତାଙ୍କୁ କେହି ଚାପ ଦେବାକୁ ନ ଥିବାବେଳେ ମାଧ୍ୟମିକ ସ୍କୁଲରେ ଅନ୍ୟ ଏକ ପ୍ରକାର ଚ୍ୟାଲେଞ୍ଜ ଆସିଲା। ତାଙ୍କ ବାପା ଅଧିକାଂଶ ସମୟରେ ରୋଗଗ୍ରସ୍ତ ରହି କାମ କରିପାରୁନଥିଲେ। ପରିବାରକୁ ସାହାଯ୍ୟ କରିବାକୁ ବିଶ୍ୱ ଦିନ ମଜୁରିଆ ଭାବେ କାମ କରୁଥିଲେ। ତେଣୁ କ୍ୱଚିତ୍ ସ୍କୁଲ ଯାଉଥିଲେ। ତାଙ୍କୁ ୧୬ ବର୍ଷ ହୋଇଥିବାବେଳେ ତାଙ୍କ ବାପାଙ୍କର ହୃଦଘାତରେ ପରଲୋକ ହୋଇଗଲା। ନିଜ ପଛରେ ସେ ୩୦,୦୦୦ ଟଙ୍କାର ମେଡିକାଲ୍ ବିଲ୍ ବାକି କରିଯାଇଥିଲେ। ବିଶ୍ୱ ସ୍କୁଲ ଛାଡି ଡ୍ରାଇଭିଂ ଲାଇସେନ୍ସ ବାହାର କଲେ ଏବଂ ମାଙ୍କ ସହ ସେହି କାରଖାନାରେ ପିକ୍ ଅପ୍ ଟ୍ରକ୍ ଚଳାଇଲେ। ଏଥିପାଇଁ ତାଙ୍କୁ ମାସକୁ ୯୦୦ ଟଙ୍କା ଦରମା ମିଳୁଥିଲା।
ତାଙ୍କ ମା’ ଓ ତାଙ୍କୁ ତିନି ବର୍ଷ ଧରି ସପ୍ତାହକୁ ସାତଦିନ ଲେଖାଏଁ କାମ କରିବା ଏବଂ ସେମାନଙ୍କର ଏକ ଏକର ଜମିକୁ ଲିଜ୍ରେ ଦେବା ଫଳରେ ହିଁ ସେମାନେ ଋଣମୁକ୍ତ ହେଲେ ଏବଂ ବିଶ୍ୱ ତାଙ୍କ ପାଠପଢା ଆରମ୍ଭ କରିପାରିଲେ। ସେ କହନ୍ତି, “ମୋ ବାପା ମା’ ସ୍କୁଲ ଯାଇନଥିଲେ କିନ୍ତୁ ସେମାନେ ମୋର ଆଗ୍ରହ ଦେଖିଲେ ଏବଂ ମୁଁ ପାଠ ପଢା ଜାରି ରଖିବା ଚାହୁଥିଲେ। ମୁଁ ପାଠ ପଢା ଛାଡିଥିଲି, କାରମ ମୋର ଅନ୍ୟ କିଛି ଉପାୟ ନ ଥିଲା କିନ୍ତୁ ମୁଁ ଜାଣିଥିଲି ମୁଁ ପଢା ଜାରି ରଖିବି”।
ସେ ପାଠ ଜାରି ରଖିଲେ, ଏବଂ ୨୧ ବର୍ଷ ବୟସରେ ନିଜ ଶ୍ରେଣୀର ଅନ୍ୟ ପିଲାଙ୍କଠାରୁ କେତେ ବର୍ଷ ବୟସ୍କ ହେଲେ ବି ବିଶ୍ୱ ଶେଷରେ ନିଜର ହାଇସ୍କୁଲ ପରିତ୍ୟାଗ ପ୍ରମାଣପତ୍ର ପାଇଲେ।

Priti David

Priti David
ଏଠାରୁ ତାଙ୍କର ଶିକ୍ଷା ଗ୍ରହଣରେ ଆଉ ବିରତି ଲାଗି ନ ଥିଲା û ସେ କୋଟାଗିରିରେ ତାଙ୍କର ହାଇସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ କଲେ ଏବଂ ତା ପରେ ୭୦ କିଲୋମିଟର ଦୂର କୋଇମ୍ବାଟୁରରେ ଥିବା ସରକାରୀ ଆର୍ଟସ୍ କଲେଜରେ ନାମ ଲେଖାଇଲେ û ଏଠାରେ ସେ ତାମିଲ ସାହିତ୍ୟରେ ସ୍ନାତକ କଲେ, ତା ପରେ ଗୋଟିଏ ତାମିଲ ସାହିତ୍ୟରେ ଏବଂ ଅନ୍ୟଟି ଭାଷାବିଜ୍ଞାନ ଉପରେ ଏହିପରି ଦୁଇଟି ସ୍ନାତକୋତ୍ତର ଡିଗ୍ରି ହାସଲ କଲେ û ଆଦିବାସୀ ସଂଗଠନ, ରାଜ୍ୟ ସରକାର, ବେସରକାରୀ ସଂଗଠନ ଏବଂ ୟୁଜିସି ଦ୍ବାରା ପ୍ରଦତ୍ତ ବୃତ୍ତିରେ ସେ ତାଙ୍କର ଶିକ୍ଷା ଖର୍ଚ୍ଚ ତୁଲାଉଥିଲେ û
ତାମିଲ ସାହିତ୍ୟ ପଢ଼ିବା ସମୟରେ ସେ ତୋଡ଼ା, କୋଟା ଓ ଇରୁଲାଙ୍କ ଭଳି ନୀଳଗିରିର ଅନ୍ୟ ଆଦିବାସୀ ସଂପ୍ରଦାୟଙ୍କ ଉପରେ ଆଧାରିତ ସାମାଜିକ ଭାଷା ଗବେଷଣା ସନ୍ଦର୍ଭ ଗୁଡ଼ିକ ସଂସ୍ପର୍ଶରେ ଆସିଥିଲେ û ଆଲୁ କୁରୁମ୍ବାଙ୍କର କେବଳ ସଂସ୍କୃତି ଏବଂ ପୋଷାକ ବାବଦରେ ଲେଖା ଥିବା ଏବଂ ସେମାନଙ୍କର ଭାଷା ନେଇ କୌଣସି ନ ଥିବା ସେ ଜାଣିବାକୁ ପାଇଲେ û ଏଣୁ ସେ ଲୋକକଥା ଓ କାହାଣୀ ଗୁଡ଼ିକୁ ଲିପିବଦ୍ଧ କରିବା ପରେ ବ୍ୟାକରଣ ଆଡ଼କୁ ଗଲେ û
ଭାଷାବିଜ୍ଞାନର ଜଣେ ଛାତ୍ର ଭାବେ ସେ ଭଲ ଭାବେ ବୁଝିଛନ୍ତି ଯେ କେମିତି ଭାଷା ଗୁଡ଼ିକର ମୃତ୍ୟୁ ହୋଇଯାଏ ଏବଂ ଏଥିପାଇଁ ସେ ଭୟ କରନ୍ତି ଯେ ବିଧିବଦ୍ଧ ବାବେ ଲିପିବଦ୍ଧ ହୋଇନଥିବା ବ୍ୟାକରଣ ନ ହେଲେ, ତାଙ୍କର ନିଜ ଭାଷା ବି ତିଷ୍ଠି ରହିନପାରେ û ସେ କହନ୍ତି ,”ମୁଁ ବଚନର ଅଂଶ, ବ୍ୟାକରଣର ନିୟମ ଏବଂ ଉଚ୍ଚାରଣକୁ ସମସ୍ତ ବକ୍ତାମାନଙ୍କର ମୃତ୍ୟୁ ହେବା ପୂର୍ବରୁ ବିଭକ୍ତିକରଣ କରିବାକୁ ଚାହୁଁଥିଲି” û

Priti David

Priti David
୨୦୧୧ ମସିହାର ଭାରତର ଜନଗଣନାରେ ମୋଟ କୁରୁମ୍ବାଙ୍କ ସଂଖ୍ୟା ୬,୮୨୩ ବୋଲି ଦର୍ଶାଯାଇଛି ଏବଂ ଆଲୁ କୁରୁମ୍ବା କହନ୍ତି ସେମାନେ ମାତ୍ର ୧,୭୦୦ ଅଛନ୍ତି û (ଅନ୍ୟମାନେ ହେଉଛନ୍ତି - କାଡୁ କୁରୁମ୍ବା, ଜେନୁ କୁରୁମ୍ବା, ବେଟ୍ଟା କୁରୁମ୍ବା ଏବଂ ମାଲ୍ଲୁ କୁରୁମ୍ବା) û ମହୀଶୂରସ୍ଥିତ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ଅନୁସାରେ, ଗୋଟିଏ ଭାଷାରେ କଥା ହେଉଥିବା ଲୋକଙ୍କ ସଂଖ୍ୟା ଯଦି ୧୦,୦୦୦ରୁ କମ୍ ହୋଇଥାଏ, ତେବେ ସେହି ଭାଷାକୁ ଲୁପ୍ତପ୍ରାୟ ବୋଲି କୁହାଯାଏ û ସମସ୍ତ କୁରୁମ୍ବାଙ୍କର ଭାଷା ଏହି ଶ୍ରେଣୀଭୁକ୍ତ ହେଉଛି û
କୌଣସି ପାଣ୍ଡୁଲିପି ନ ଥିବାରୁ ବର୍ଗୀକରଣ କରିବା କଷ୍ଟକର ହୋଇପଡୁଛି û ଲେଖିବା ପାଇଁ ବିଶ୍ବ ତାମିଲକୁ ଧାର କରିଥିଲେ û ଅଧିକାଂଶ କଥାକୁ ଅନୁବାଦ କରାଯାଇପାରିଲା ନାହିଁ û ସେ କହନ୍ତି , “ମୋ ଭାଷାରେ ଆମେ ମାଟିରୁ ଗୋଟିଏ ଗଛକୁ ଉପାଡ଼ିବାର ପ୍ରକ୍ରିୟାକୁ (ଖତ) ବୋଲି କହୁ û ତାମିଲ ପାଣ୍ଡୁଲିପିରେ ଏହି ଶବ୍ଦ ନାହିଁ “û
୨୦୧୮ ଏପ୍ରିଲରେ ତାଙ୍କର ଡକ୍ଟରେଟ୍ ଡିଗ୍ରୀ ପାଇବାକୁ ଆଶା ରଖିଛନ୍ତି ବିଶ୍ୱ ଏବଂ ତା’ ପରେ ସେ ଗୋଟିଏ ବିଶ୍ୱବିଦ୍ୟାଳୟରେ ସହାୟକ ପ୍ରାଧ୍ୟାପକ ଭାବେ ଚାକିରି ପାଇଁ ଆବେଦନ କରିବେ û ଜଣେ ଆଲୁ କୁରୁମ୍ବ ଭାବେ ଏମିତି କରିବାରେ ସେ ପ୍ରଥମ û ସେ ବ୍ୟଙ୍ଗପୂର୍ଣ୍ଣ ଭାବେ କହିଲେ, “ଏଠାରେ ପହଞ୍ଚିବାକୁ ମୋତେ ବହୁ ସମୟ ଲାଗିଗଲା” û
ଏହି ଯୁବକଙ୍କ ପାଇଁ ପରବର୍ତ୍ତୀ ଉପଲବ୍ଧିର ତାଙ୍କର ଶିକ୍ଷା ସହ କୌଣସି ସମ୍ପର୍କ ନାହିଁ, ତାହା ହେଲା ବିବାହ û ସେ କହିଲେ, “ମୋ ସଂପ୍ରଦାୟରେ ୨୦ ବର୍ଷ ପୂର୍ବରୁ ବିବାହ ହୁଏ, କିନ୍ତୁ ମୁଁ ରହିଛି କାରଣ ମୁଁ ପ୍ରଥମେ ମୋର ଡକ୍ଟରେଟ୍ ଡିଗ୍ରୀ ହାସଲ କରିବାକୁ ଚାହୁଁଛି” û ତେବେ ଏବେ କଣ ବିବାହ ହେବ ? ଲାଜେଇ ଯାଇ ସେ କହିଲେ, “ମୁଁ ତାକୁ ଆଉ ଗୋଟିଏ ବସ୍ତିରେ ଦେଖିଛି, ଆଉ କିଛି ମାସ ମଧ୍ୟରେ ବିବାହ ହୋଇଯିବ” û
ସହୃଦୟତାର ସହ ତାଙ୍କ ସମୟ ଓ ଜ୍ଞାନ ବାଣ୍ଟିଥିବାରୁ ଏହି ଲେଖକ କୋଟାଗିରି କି ଷ୍ଟୋନ୍ ଫାଉଣ୍ଡେସନ୍ର ଆଲୁ କୁରୁମ୍ବା ଏନ୍ ସେଲଭିଙ୍କୁ ଧନ୍ୟବାଦ ଦେଉଛନ୍ତି û
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଧୀର-ପାଣି-ପଥର-କାଟେ

