୨୦୦୫ ଜାନୁଆରୀ ରୁ ୧୫ ବର୍ଷ ବିତିଲାଣି, ଯେତେବେଳେ ଦରିବାରେ ଭୋଲି ଦେବୀ ବିଷ୍ଣୋୟୀଙ୍କୁ ଦୟାନ ପରିଚୟ ମିଳିଲା। ଭୋଲି ଗୁଣି ଗାରେଡ଼ି କରି ତାଙ୍କ ପିଲାମାନଙ୍କୁ ଅସୁସ୍ଥ କରୁଥିବା ସେହିଦିନ ରାଜସ୍ଥାନର ଏହି ଗାଁର ତିନି ଜଣ ମହିଳା ଅଭିଯୋଗ କରିଥିଲେ। ପୂରା ଗାଁ ସାମ୍ନାରେ ସେମାନେ ତାଙ୍କୁ ଡାହାଣୀ ଆଖ୍ୟା ଦେଲେ। ଅଭିଯୋଗ କଲେ ଯେ ସେ ଅନ୍ୟମାନଙ୍କ ଦେହରେ ପଶି ଅସୁସ୍ଥ କରୁଛନ୍ତି।
ଘଟଣାର ୪ ମାସ ପରେ ଭୋଲି ଓ ତାଙ୍କ ପରିବାର ଘର ଛାଡ଼ିବାକୁ ବାଧ୍ୟ ହେଲେ। ସୁଆନା ବ୍ଳକ୍ର ୫୦୦ ଲୋକସଂଖ୍ୟା ବିଶିଷ୍ଟ ଦରିବା ଗାଁ ଠାରୁ ୧୪ କିଲୋମିଟର ଦୂର ଭିଲୱାଡ଼ା ସହରକୁ ସେମାନେ ଚାଲିଗଲେ।
ଭୋଲିଙ୍କୁ ଏବେ ପ୍ରାୟ ୫୦ ବର୍ଷ। ସେ ଚାଷ କାମ ସହ ଘର କାମ କରନ୍ତି। ସେ କହନ୍ତି ତାଙ୍କର ଗୁଣି ଗାରେଡ଼ିରେ ବିଶ୍ୱାସ ନାହିଁ। କିନ୍ତୁ ତାଙ୍କ ଠାରେ ‘ଦୟାନ’ (‘ଡାକନ୍’ ମଧ୍ୟ କୁହାଯାଏ) ଛାପ ଲାଗିଲା। ସେ କହନ୍ତି, ହୁକୁମ ସେମିତି ରହିବ, ଯେ ପର୍ଯ୍ୟନ୍ତ ଅଭିଯୋଗ କରିଥିବା ମହିଳାମାନେ ତାଙ୍କ ଠାରୁ (ପ୍ରସାଦ ଗ୍ରହଣ) ନକରିଛନ୍ତି ଆଉ ‘‘ଦୋଷମୁକ୍ତ’’ ଘୋଷଣା ନକରିଛନ୍ତି।
ସେମାନଙ୍କୁ ତୁଷ୍ଟ କରିବା ପାଇଁ, ଗାଁରେ ଥିବା ତାଙ୍କ ସଂପର୍କୀୟ ଓ ଅନ୍ୟମାନଙ୍କ ଆଜ୍ଞା ପାଳନ ସହ ସବୁ ପ୍ରକାର ଉଦ୍ୟମ କରିଥିଲେ ଭୋଲି - ପୁଷ୍କର, ହରିଦ୍ୱାର ଓ କେଦାରନାଥକୁ ତୀର୍ଥ ଯାତ୍ରାରେ ଯିବା, ଏବଂ ଗଙ୍ଗାରେ ସ୍ନାନ କରିବା ଠାରୁ ଆରମ୍ଭ କରି ବିଶେଷ ଦିନ ଗୁଡ଼ିକରେ ଉପବାସ ରହିବା ପର୍ଯ୍ୟନ୍ତ। ତାଙ୍କୁ କୁହାଯାଇଥିଲା ଯେ ଏହି ସବୁ କାର୍ଯ୍ୟ ଡାହାଣୀ କଳଙ୍କରୁ ମୁକ୍ତି ଦେବ।
ଭୋଲି କହିଲେ, ‘‘ତୀର୍ଥ ଯାତ୍ରା ଏବଂ ଉପବାସ ପରେ, ତାଙ୍କ ପରମ୍ପରା ଅନୁସାରେ, କିଛି ଦମ୍ପତ୍ତି ଭୋଜି ଖାଇବାକୁ ନିମନ୍ତ୍ରିତ ହେଲେ। କିନ୍ତୁ ମୋ ଘରେ ଖାଇବାକୁ କେହି ରାଜି ହେଲେ ନାହିଁ। ’’ ଏକ ସ୍ଥାନୀୟ ଉତ୍ସବ ଅବସରରେ ତାଙ୍କ ପରିବାର ଘରେ ଓ ଗାଁରେ ଭୋଜି ବ୍ୟବସ୍ଥା କଲେ। ଆଶା କରିଥିଲେ ଏଇଠି ଏକ ଘରିକିଆ ଶେଷ ହେବ। ଭୋଲି ହିସାବ ଦିଅନ୍ତି, ଗତ କିଛି ବର୍ଷ ମଧ୍ୟରେ ଭୋଜି ଦେବାରେ ତାଙ୍କର ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
ତାରା ଆଲୁୱାଲିଆ କହନ୍ତି, ଭୋଲି ଯେଉଁ ବୈକଟ ସାମ୍ନା କରିଥିଲେ, ତାହା ଭିଲୱାଡ଼ା ଜିଲ୍ଲାରେ ବିରଳ ନୁହେଁ। ୨୦୦୫ରେ ଘଟଣାର କିଛି ଦିନ ପରେ, କୋର୍ଟ ଆବେଦନ ମାଧ୍ୟମରେ ଭୋଲି ଓ ତାଙ୍କ ପରିବାର ପକ୍ଷରୁ ତାରା ଆଲୁୱାଲିଆ (ଏଫ୍ଆଇଆର୍) କରିଥିଲେ। ଆଲୁୱାଲିଆ ଭିଲୱାଡ଼ା ସହରରେ ରହୁଥିବା ଜଣେ ସାମାଜିକ କର୍ମୀ।







