ପେର୍ମୁଡୁ ଗ୍ରାମର ଏକ ବଡ ଘରର ପ୍ରାଙ୍ଗଣରେ ଜଣେ ନର୍ତ୍ତକ କୋର୍ଡାବୁରେ ରୂପାନ୍ତରିତ ହେବା ଦେଖିବା ପାଇଁ ସମସ୍ତେ ଏକତ୍ରିତ ହୋଇଥିଲେ । ତାଙ୍କର ଆକର୍ଷକ ପୋଷାକ, ଅଳଙ୍କାର ଓ ମୁଁହରେ ଲଗାଯାଇଥିବା ଉଜ୍ଜ୍ୱଳ ହଳଦିଆ ରଙ୍ଗ ସହିତ ସେ ଖୁବ୍ ଚମତ୍କାର ଦେଖାଯାଉଥିଲେ, ଯାହା ବାସ୍ତବିକ ଆକର୍ଷକ ଅଟେ ।
ରୀତି ସମ୍ମତ ସ୍ନାନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ରୂପଧାରିୀଙ୍କୁ ଆୟୋଜକ, ଯିଏ ଘରର ମାଲିକ ଅଟନ୍ତି, ଆନୁଷ୍ଠାନିକ ଭାବେ ତେଲ ଦେଇଥାନ୍ତି । ତାଙ୍କ ପରିବାରର ଜଣେ ବ୍ୟକ୍ତି ପଦ୍ଦନାଗୁଡିକ ଗାଇବା ବେଳେ ଦୈବ ନିଜ ଶରୀରରେ, ମୁହଁରେ ବିଭିନ୍ନ ପ୍ରସାଧାନ ସାମଗ୍ରୀ ପ୍ରୟୋଗ କରିଥାନ୍ତି । ପଦ୍ଦନା ହେଉଛି କୋର୍ଡାବୁ - ସ୍ଥାନୀୟ ଦଳିତ ସମ୍ପ୍ରଦାୟର ଜଣେ ନାୟକ- ଦୈତ୍ୟମାନଙ୍କ ଉତ୍ପତ୍ତି ଓ ପରାକ୍ରମ ବର୍ଣ୍ଣନା କରୁଥିବା ମୌଖିକ ସ୍ତୁତି । ରାତି ପ୍ରାୟ ୧୦:୩୦ ଥିଲା।
ହାର, ଚୁଡି, ମୁକୁଟ, ବ୍ରୋଞ୍ଜ ଓ ରୂପାରେ ତିଆରି ମୁଖା, କାଠ, ଧାତୁ, କଅଁଳିଆ ନଡିଆ ପତ୍ର, ଫୁଲ, ଶିପ, ବାଉଁଶ ଓ କପଡାରେ ତିଆରି ହୋଇଥିବା ଏକ ଅଳଂକୃତ ଟାହିଆ, ହାତରେ ମଶାଲ ଓ ପାଦରେ ବ୍ରୋଞ୍ଜର ପାହୁଡ ଧାରଣ କରିବା ପରେ କୋର୍ଡାବୁ ଦୈବ ନାଚିବାକୁ ଆରମ୍ଭ କଲେ ।
ଏହା ଦକ୍ଷିଣ କନ୍ନଡ ଜିଲ୍ଲାର ମାଙ୍ଗାଲୋର ତାଲୁକରେ ପ୍ରାୟ ଏକ ଦଶନ୍ଧି ପୂର୍ବେ ଅନୁଷ୍ଠିତ ହୋଇଥିଲା ଓ ଏହାର କଳାକାରଙ୍କ ନାମ ମୋର ମନେ ପଡୁନି । ହେଲେ, ଏହି ତାଲୁକର ଅନ୍ୟ ଏକ ଗ୍ରାମ ପାଦୁପେରାର୍ର ଦୟାନନ୍ଦ କଥାଲସର୍, ଯିଏ ଏହି ପରି ଜଣେ ରୂପଧାରୀ-କଳାକାର ଅଟନ୍ତି, ମତେ କହିଲେ ଯେ "ଯଦି ଆପଣ ଦୈବରେ ବିଶ୍ୱାସ ରଖନ୍ତି, ତାହାହେଲେ ଏହା ନିଶ୍ଚିତ ଭାବେ ଆପଣଙ୍କ ଯନ୍ତ୍ରଣା ଉପଶମ କରିବ ।
ସେହି ରାତିରେ, ପ୍ରାୟ ଏକ ଦଶନ୍ଧି ପୂର୍ବେ, ନର୍ତ୍ତକ ଜଣକ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଭୟଙ୍କର ଭାବେ ନିଜର ସମସ୍ତ ସାମର୍ଥ୍ୟ ଲଗାଇ, ଚାରିଆଡେ ଡେଇଁ ଡେଇଁ ବୁଲିଥିଲେ । ତାଙ୍କୁ କାହିଁକି ଡକାଯାଇଛି, ସେ ବିଷୟରେ ଜାଣିବା ପାଇଁ ସେ ଦାନି (ଆୟୋଜକ)ଙ୍କୁ ପ୍ରଶ୍ନ କରିଥାନ୍ତି । ରୂପଧାରୀଙ୍କ ପରିବାରର ଜଣେ ବ୍ୟକ୍ତି ହାତରେ ମଶାଲ ଧରନ୍ତି ଓ ଦୈବ ନିଜ ହାତକୁ ନିଆଁରେ ଧୋଇବା ପରି ଅଭିନୟ କରନ୍ତି । “ବେଳେବେଳେ ସେମାନେ ଜଳୁଥିବା ଅଙ୍ଗାର ଉପରେ ଚାଲି ଚାଲି ଯାଆନ୍ତି ବା ନିଆଁ ମଧ୍ୟ ଦେଇ ଦଉଡନ୍ତି ବା ଆରତିର ଶିଖାକୁ ‘ଗିଳି ଦିଅନ୍ତି‘ । ଏହି ସବୁ କିଛି ଏକ ଭୟ ଓ ବିସ୍ମୟର ବାତାବରଣ ସୃଷ୍ଟି କରିବା ପାଇଁ କରାଯାଇଥାଏ ।








