"ସାତ ମାସ ହୋଇଗଲାଣି ଏବଂ ଡାକ୍ତର କୁହନ୍ତି ମୁଁ ଫଳ ଓ କ୍ଷୀର ଖାଇବା ଉଚିତ୍ ।ବର୍ତ୍ତମାନ ମୋତେ କୁହନ୍ତୁ, ମୁଁ ସେସବୁ କିପରି ପାଇବି? ଯଦି ସେମାନେ ମୋତେ ନଦୀକୁ ଯିବାକୁ ଅନୁମତି ଦିଅନ୍ତି, ମୁଁ ମଧ୍ୟ ଏକ ଡଙ୍ଗା ଚଳାଇ ମୋ ପିଲାମାନଙ୍କର ଏବଂ ନିଜର ପେଟ ପୋଷିପାରିବି’’ । ହ୍ୟାଣ୍ଡ-ପମ୍ପରେ ତାଙ୍କ ପାଳି ଆସିବାକୁ ଅପେକ୍ଷା କରୁଥିବାବେଳେ ସୁଷମା ଦେବୀ (ପରିବର୍ତ୍ତିତ ନାମ ବଦଳିଛି) ଏହା କହିଥିଲେ । ସେ ସାତ ମାସର ଗର୍ଭବତୀ ଏବଂ ଜଣେ ବିଧବା ।
ଗୋଟିଏ ଡଙ୍ଗା ଚଳାଇବେ ? ୨୭ ବର୍ଷିୟା ସୁଷମା ଦେବୀ ନିଷାଦ ସମ୍ପ୍ରଦାୟର ।ଏହି ଜାତିର ପୁରୁଷମାନେ ପ୍ରାୟତଃ ନାଉରିଆ। ମଧ୍ୟପ୍ରଦେଶର ସତ୍ନା ଜିଲ୍ଲାର ମାଝଗାଓ୍ୱନ୍ ବ୍ଲକର କେୱାଟ୍ରାଙ୍କ ପଡ଼ାରେ ଏହି ଜାତିର ୧୩୫ ଜଣ ଅଛନ୍ତି। ତାଙ୍କର ୪୦ ବର୍ଷିୟ ସ୍ୱାମୀ ବିଜୟ କୁମାର (ପରିବର୍ତ୍ତିତ ନାମ) ସେମାନଙ୍କ ମଧ୍ୟରୁ ଜଣେ ଥିଲେ , ସେ ପାଞ୍ଚ ମାସ ପୂର୍ବରୁ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ସେମାନେ ସାତ ବର୍ଷ ହେବ ବିବାହ କରିଥିଲେ। ସୁଷମା ନିଜେ କେବେ ଡଙ୍ଗା ଚଲାଇବା ପାଇଁ ତାଲିମ ପାଇନଥିଲେ, କିନ୍ତୁ ବିଜୟଙ୍କ ସହ କିଛି ଥର ଯାତ୍ରା କରିଥିବାରୁ ସେ ଏହା କରି ପାରିବେ ବୋଲି ତାଙ୍କର ଆତ୍ମ ବିଶ୍ୱାସ ଅଛି ।
ଯଦିଓ ତାଲାବନ୍ଦ ବେଳେ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ମଧ୍ୟରେ ଚିତ୍ରକୁଟର ଏହି ଅଞ୍ଚଳକୁ ବିଭକ୍ତ କରୁଥିବା ମନ୍ଦାକିନୀ ନଦୀର ଏହି କ୍ଷେତ୍ରରେ ଗୋଟିଏ ହେଲେ ବି ଡଙ୍ଗା ଚଳାଚଳ କରୁନାହିଁ।
ସୂର୍ଯ୍ୟାସ୍ତର ଏକ ଘଣ୍ଟା ପରେ ଆମେ ପ୍ରଥମ ରାସ୍ତାକଡ଼ ଆଲୋକ କେଓ୍ୱାଟ୍ରା ଆଡକୁ ଯାଇଥିବା ଆମେ ଦେଖିଲୁ।ପ୍ଲାଷ୍ଟିକ୍ ବାଲ୍ଟିରେ ପାଣି ଆଣିବା ପାଇଁ ସୁଷମା ତାଙ୍କ ସବୁଠାରୁ ସାନ ସନ୍ତାନ ସହ ଗାଁର ହ୍ୟାଣ୍ଡ ପମ୍ପଠାରେ ପହଞ୍ଚିଛନ୍ତି। ସେହିଠାରେ ହିଁ ଆମେ ତାଙ୍କୁ ଭେଟିଥିଲୁ ।
ନିଷାଦମାନେ ମନ୍ଦାକିନି ନଦୀରେ ଡଙ୍ଗା ଚାଳନା କରି ରୋଜଗାର କରନ୍ତି । ଚିତ୍ରକୂଟ ହେଉଛି ଏକ ପ୍ରସିଦ୍ଧ ତୀର୍ଥଯାତ୍ରା କେନ୍ଦ୍ର, ଦୀପାବଳୀ ଋତୁରେ ଏହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ। ନିଷାଦମାନେ କେଓ୍ୱାଟ୍ରାଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ମନ୍ଦାକିନିରେ ଥିବା ରାମଘାଟରେ ଡଙ୍ଗା ଚଳାନ୍ତି - ତୀର୍ଥଯାତ୍ରୀମାନଙ୍କୁ ଭରତ ଘାଟ ଏବଂ ଗୋଏଙ୍କା ଘାଟ ଭଳି ପବିତ୍ର ସ୍ଥାନକୁ ନେବା ଆଣିବା କରନ୍ତି ।
ବର୍ଷର ସେହି ସମୟରେ ଯେତେବେଳେ ନିଷାଦମାନେ ଅଧିକ ଅର୍ଥ ରୋଜଗାର କରନ୍ତି ଦିନକୁ ପ୍ରାୟ ଟ. ୬୦୦ ପର୍ଯ୍ୟନ୍ତ - ଯାହା ସେହି ଋତୁରେ ବାହାରେ ସେମାନଙ୍କର ଦୈନିକ ଆୟର ୨-୩ ଗୁଣ ।






