ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମୋ ଗାଁ ନିମ୍ବାଭାଲିର ଏକ ଗଛମୂଳେ ଏକତ୍ରିତ ହୋଇ ମଧ୍ୟବୟସ୍କ ପୁରୁଷମାନଙ୍କର ଏକ ଗୋଷ୍ଠୀ ପ୍ରାୟ ୧୦ ବର୍ଷ ତଳେ ଘଟିଥିବା ଏହି ଘଟଣା ସଂପର୍କରେ ଆଲୋଚନା କରୁଥିଲେ ଯାହାର ପ୍ରଭାବ ଏବେ ମଧ୍ୟ୍ ଅନୁଭବ ହେଉଛି। ସରକାରୀ ଅଧିକାରୀମାନଙ୍କର ଏକ ଟିମ୍ ଏକ ବଡ଼ କାର୍ରେ ନିକଟରେ ଅଟକିଲେ, ସେମାନେ କାଗଜପତ୍ର, ମାପ ଉପକରଣ, ରୁଲର ଓ ଟେପ୍ ସାଙ୍ଗରେ ଆଣିଥିଲେ। ସେମାନେ ଭୂତଳ ଜଳକୁ ପାଇବା ପାଇଁ ଖୋଳିବାକୁ ସ୍ଥାନଗୁଡ଼ିକର ସନ୍ଧାନ କରିଛନ୍ତି, ମୋ ବାବା ୫୫ ବର୍ଷୀୟ ପର୍ଶୁରାମ ପରେଡ୍ ମନେ ପକାଇଲେ ।
“ମୁଁ ଭଲ ଭାବେ ସେମାନଙ୍କୁ ମନେ ରଖିଛି। ଯେତେବେଳେ ଆମେ ସେମାନେ କ’ଣ କରୁଛନ୍ତି ବୋଲି ବାରମ୍ବାର ପଚାରିଲୁ, ସେମାନେ ପୁଣି ଗୁଳି ଚଳାଇଲେ, ‘ତୁମକୁ ପାଣି ଆବଶ୍ୟକ, ନୁହେଁ କି?’ ଆମେ କହିଲୁ ଆମର ଦରକାର ଅଛି । ପାନି କିସେ ନେହିଁ ମାଙ୍ଗତା [ପାଣି କାହାର ଦରକାର ନାହିଁ]?’’ ବାବା ମନେ ପକାଇଲେ । ପାଣିର ସଙ୍କଟ ଥିବା ଅଞ୍ଚଳରେ ସରକାର ଯେକୌଣସି ଜଳଉତ୍ସର ସନ୍ଧାନ କରିପାରିବେ ତାହା ସ୍ୱାଗତଯୋଗ୍ୟ ଥିଲା, କିନ୍ତୁ ଗ୍ରାମବାସୀମାନେ ଆଶା କରୁଥିବା ଏହି ଖୁସି କ୍ଷଣସ୍ଥାୟୀ ଥିଲା ।
କିଛି ମାସ ପରେ, ୱାଡା ତାଲୁକାର ନିମ୍ବାଭାଲିର ୱର୍ଲି ସଂପ୍ରଦାୟର ଲୋକମାନେ ଉଚ୍ଛେଦ ଲାଗି ସରକାରୀ ନୋଟିସ୍ ପାଇଲେ। ସେଠାରେ କୌଣସି ଜଳପ୍ରକଳ୍ପ ହେଉନଥିଲା, ତା ବଦଳରେ ଗାଁର ଜମିକୁ ମୁମ୍ବାଇ-ବଡୋଦରା ଜାତୀୟ ଏକ୍ସପ୍ରେସ୍ ରାଜପଥ ଲାଗି ନିର୍ଦ୍ଧାରିତ କରାଯାଇଥିଲା ।
୫୦ ବର୍ଷୀୟ ବାଳକୃଷ୍ଣ ଲିପଟ କହିଲେ, “ସେତେବେଳେ ଯାଇ ଆମେ ରାଜପଥ ସଂପର୍କରେ ଜାଣିବାକୁ ପାଇଲୁ।’’ ତାହା ୨୦୧୨ ମସିହାର କଥା ଥିଲା। ଏକ ଦଶନ୍ଧି ପରେ ମୋ’ ଗାଁ ଏବେ ମଧ୍ୟ ପ୍ରତାରଣାକାରୀ ଜମି ଅଧିଗ୍ରହଣର ସର୍ତ୍ତକୁ ନେଇ ସଂଘର୍ଷ କରୁଛି। ଅଧିକାଂଶ ଲୋକ ଜାଣିଛନ୍ତି ରାଜ୍ୟର ଶକ୍ତି ବିରୋଧରେ ଏହା ଏକ ହାରିଯାଉଥିବା ଲଢ଼େଇ ଏବଂ ସେମାନେ ସେତେବେଳେ କରୁଥିବା ଅଧିକ କ୍ଷତିପୂରଣ ଏବଂ ବିକଳ୍ପ ଜମି ଫେରାଇବାର ଦାବିରୁ ପୂରା ଗାଁକୁ ଉଚିତ୍ ପୁନର୍ବାସ ପ୍ରଦାନ ଯାଏ ସୀମିତ କରିଦେଇଛନ୍ତି ।





