ମେ ମାସର ମଧ୍ୟାହ୍ନରେ ପ୍ରଚଣ୍ଡ ଖରାରେ ଚାଲୁଥିବା ବିଜୟା ଆନ୍ଧେର୍ ଖୁବ୍ ନରମ ଭାବରେ କହିଥିଲେ - ଆମର ସବୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଆହୁରି ଅନେକ ପଦଯାତ୍ରା କରିବୁ। ତାଙ୍କ ସହ ମୁମ୍ବାଇରୁ ପ୍ରାୟ ୧୦୦ କିଲୋମିଟର ଦୂର ଥାନେ ଓ ପଲଘାର୍ ଜିଲ୍ଲାର ପ୍ରାୟ ୩୫,୦୦୦ ଆଦିବାସୀ କୃଷକ ଥିଲେ।
ଚଳିତ ବର୍ଷ ଆଦ୍ୟ ଭାଗରେ ଥାନେ ଜିଲ୍ଲାର ଶାହାପୁର ତାଲୁକାର ବୋରାଲା-ଅଘାଇ ଜିଲ୍ଲାର କୃଷକ ବିଜୟା ମାର୍ଚ୍ଚ ୬ରୁ ୧୨ - ଐତିହାସିକ ଦୀର୍ଘ ପଦଯାତ୍ରାରେ ନାସିକରୁ ମୁମ୍ବାଇ ଆସିଥିଲେ। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ଏମ୍) ସହ ଅନୁବନ୍ଧିତ ଅଲ୍ ଇଣ୍ଡିଆ କିଷାନ ସଭା (ଏଆଇକେଏସ୍) ଏହି ପଦଯାତ୍ରାର ନେତୃତ୍ୱ ନେଇଥିଲା। ଗତ ସପ୍ତାହରେ ବିଜୟା ଏଆଇକେଏସ୍ ଡାକରା ଦେଇଥିବା ଅନ୍ୟ ଏକ ପଦଯାତ୍ରାରେ ଯୋଗଦେବା ପାଇଁ ସେ ରାସ୍ତାକୁ ଓହ୍ଲାଇଛନ୍ତି। ଚଳିତ ଥର ଏହା ଏକ ନିର୍ଦ୍ଧାର ପଦଯାତ୍ରା, ନିଜ ଦାବି ନିମନ୍ତେ ସଂଘର୍ଷ ଚାଲୁରଖିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାର ପ୍ରତୀକ ଏହା ଏକ ବିଜୟ ଶୋଭାଯାତ୍ରା।
“ଏହା ଦୀର୍ଘ ପଦଯାତ୍ରାର ଏକ ଅନୁସରଣ”, କହିଛନ୍ତି ଏଆଇକେଏସର ସଭାପତି ଅଶୋକ ଧାଓ୍ୱାଲେ। ଜଙ୍ଗଲ ଅଧିକାର ଆଇନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ନିଜର ଲିଖିତ ପ୍ରତିଶ୍ରୁତି ପାଳନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏହି ପଦଯାତ୍ରା ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।
ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ରହିଛି ମୁମ୍ବାଇ-ନାଗପୁର ସମୃଦ୍ଧି ରାଜପଥ ପରି ପ୍ରୋଜେକ୍ଟ ନିମନ୍ତେ ଭୂମି ଅଧିଗ୍ରହଣ। ଏଥିପାଇଁ ସରକାରଙ୍କ ଯୋଜନାକୁ ସେ ଦୃଢ ବିରୋଧ ବୋଲି କହିଛନ୍ତି। କେବଳ କୃଷକମାନଙ୍କର ସହମତି କ୍ରମେ ଜମି ଅଧିଗ୍ରହଣ କରାଯିବ ବୋଲି ଦେଇଥିବା ପ୍ରତିଶ୍ରୁତିର ରାଜ୍ୟ ସରକାର ବିରୋଧାଚରଣ କରୁଛନ୍ତି ବୋଲି ସେ ମତ ଦେଇଛନ୍ତି।







