ଏହା ପ୍ରଥମ ଦେଖାର ପ୍ରେମ ଥିଲା ଯେତେବେଳେ ଚିତ୍ରା ୨୦୧୬ ମସିହାରେ ଜଣେ ବନ୍ଧୁଙ୍କ ବିବାହରେ ମୁଥୁରାଜାଙ୍କୁ ଦେଖିଥିଲେ। ସେ ମଧ୍ୟ ପ୍ରେମରେ ପଡିଥିଲେ, କେବଳ ସେ ତାଙ୍କୁ ଦେଖି ପାରିନଥିଲେ - ସେ ଅନ୍ଧ ଥିଲେ। ତାଙ୍କ ପରିବାର ଏହି ଯୋଡ଼ିକୁ ବିରୋଧ କରିଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ସେ ଜଣେ ଅନ୍ଧ ବ୍ୟକ୍ତିଙ୍କୁ ବିବାହ କରି ନିଜ ଜୀବନକୁ ନଷ୍ଟ କରୁଛନ୍ତି। ତାଙ୍କୁ ଉଭୟଙ୍କ ପାଇଁ ରୋଜଗାର କରିବାକୁ ପଡ଼ିବ ବୋଲି ସେମାନେ ଚେତାବନୀ ଦେଇ ତାଙ୍କୁ ନିରୁତ୍ସାହିତ କରିବାକୁ ଚେଷ୍ଟା କରିଥିଲେ।

ବିବାହ ହେବାର ଏକ ମାସ ପରେ ଚିତ୍ରାଙ୍କ ପରିବାରର ଆକଳନ ଭୁଲ୍‍ ପ୍ରମାଣିତ ହୋଇଥିଲା। ମୁଥୁରାଜା ହିଁ ତାଙ୍କର ସମ୍ପୂର୍ଣ୍ଣ ସମୟ ଯତ୍ନ ନେଉଥିଲେ, କାରଣ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ସେବେଠାରୁ, ସେମାନଙ୍କ ଜୀବନରେ ବିଭିନ୍ନ ବାଧାବିଘ୍ନ ଦେଖାଦେଇଥିଲା, ସେମାନଙ୍କ ମଧ୍ୟରୁ ଅନେକ ନିଷ୍ଠୁର ଥିଲା। କିନ୍ତୁ ତାମିଲନାଡୁର ମଦୁରାଇ ଜିଲ୍ଲାର ସୋଲାନକୁରୁନି ଗ୍ରାମରେ ରହୁଥିବା ୨୫ ବର୍ଷୀୟା ଏମ୍‍. ଚିତ୍ରା ଏବଂ ୨୮ ବର୍ଷୀୟ ଡି. ମୁଥୁରାଜା ଜୀବନକୁ ସାହାସ ଓ ଆଶାର ସହିତ ସାମ୍ନା କରୁଛନ୍ତି। ଏହା ହେଉଛି ସେମାନଙ୍କର ପ୍ରେମ କାହାଣୀ।

*****

ଚିତ୍ରା ଯେତେଵେଳେ ୧୦ ବର୍ଷର ହୋଇଥିଲେ ତାଙ୍କ ପିତା ନିଜର ତିନି କନ୍ୟା ସନ୍ତାନ, ବିଚଳିତ ପତ୍ନୀ ବହୁତ ଋଣର ବୋଝ ସହିତ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ। ସାହୁକାରଙ୍କ ଦ୍ୱାରା ହଇରାଣ ହରକତ ହୋଇ ତାଙ୍କ ମା’ ନିଜ ପିଲାମାନଙ୍କୁ ସ୍କୁଲରୁ ବାହାର କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପଳାଇଥିଲେ, ଯେଉଁଠାରେ ସେମାନେ ସମସ୍ତେ ଏକ ସୂତା କଳ କମ୍ପାନୀରେ କାମ କରିବା ଆରମ୍ଭ କଲେ।

ଦୁଇ ବର୍ଷ ପରେ ସେମାନେ ମଦୁରାଇକୁ ଫେରିଗଲେ, ଏବଂ ଏଥର ସେମାନେ ଏକ ଆଖୁ କ୍ଷେତକୁ କାମ କରିବାକୁ ଗଲେ। ଚିତ୍ରା ୧୨ ବର୍ଷର ଥିଲା; ସେ ୧୦ ଧାଡ଼ି ଆଖୁ ସଫା କରି ଶୁଖାଯାଇଥିବା ଡାଳକୁ ଛଡ଼ାଇ ଏବଂ ଉଞ୍ଛି ୫୦ ଟଙ୍କା ରୋଜଗାର କରୁଥିଲା। ଏହା ଯନ୍ତ୍ରଣାଦାୟକ କାମ ଥିଲା, ଏହା ତାଙ୍କ ହାତକୁ ଚିରିଦେଉଥିଲା ଓ ପିଠିରେ ଆଘାତ ଦେଇଥିଲା। କିନ୍ତୁ ସେମାନେ ତାଙ୍କ ପିତାଙ୍କର କୌଣସି ଋଣ ପରିଶୋଧ କରିପାରି ନଥିଲେ। ତେଣୁ ଚିତ୍ରା ଏବଂ ତାଙ୍କ ବଡ଼ ଭଉଣୀକୁ ଏକ ସୂତା କାରଖାନାରେ କାମ କରିବାକୁ ପଠାଗଲା। ସେଠାରେ ସେ ଦୈନିକ ମଜୁରୀ ୩୦ ଟଙ୍କା ରୋଜଗାର କରିଥିଲେ। ଏବଂ ତିନି ବର୍ଷ ପରେ - ଏହି ସମୟ ମଧ୍ୟରେ ମଜୁରୀ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା - ସେ ଋଣ ପରିଶୋଧ କଲେ। ଚିତ୍ରା ଋଣ ରାଶି କିମ୍ବା ସୁଧ ହାରକୁ ମନେ ପକାଇ ନଥିଲେ। ଅଭିଜ୍ଞତା ଠାରୁ, ସେ ଜାଣନ୍ତି ଯେ ଏହାର ପରିମାଣ ବହୁତ ଅଧିକ ଥିଲା।

Chitra plucks 1-2 kilos of jasmine flowers (left) at a farm for daily wages. She gathers neem fruits, which she sells after drying them
PHOTO • M. Palani Kumar
PHOTO • M. Palani Kumar

ଦୈନିକ ମଜୁରୀ ପାଇଁ ଚିତ୍ରା ଏକ କ୍ଷେତରେ(ବାମ) ୧-୨ କିଲୋ ମଲ୍ଲିଫୁଲ ତୋଳିଥାନ୍ତି ସେ ନିମ୍ବଫଳ ସଂଗ୍ରହ କରି ଶୁଖାଇବା ପରେ, ସେଗୁ ଡ଼ି କୁ ବିକ୍ରି କରିଥାନ୍ତି

ଗୋଟିଏ ଋଣ ଶୁଝିବା ପରେ ହିଁ ଆଉ ଏକ ଋଣର ଆବଶ୍ୟକତା ପଡ଼ିଥିଲା-ତାଙ୍କ ବଡ ଭଉଣୀର ବିବାହ କାର୍ଯ୍ୟ କରାଇବାର ଥିଲା। ଚିତ୍ରା ଓ ତାଙ୍କର ସାନ ଭଉଣୀ ପୁଣି ଏଥର ଏକ ଟେକ୍ସଟାଇଲ୍‍ ମିଲରେ କାମ କରିବାକୁ ଯାଇଥିଲେ। ତାମିଲନାଡୁର ଘରୋଇ ଟେକ୍ସଟାଇଲ୍ ମିଲ୍ ଦ୍ୱାରା ଆରମ୍ଭ ହୋଇଥିବା ଏକ ବିବାଦୀୟ କାର୍ଯ୍ୟକ୍ରମ ସୁମଙ୍ଗଳି ଯୋଜନା ଅଧୀନରେ ସେମାନେ ନିୟୋଜିତ ହୋଇଥିଲେ ଯାହାକି ଝିଅମାନଙ୍କୁ ସେମାନଙ୍କ ବିବାହ ଖର୍ଚ୍ଚ ବହନ କରିବାରେ ସାହାଯ୍ୟ କରିଥାଏ। ଗରିବ ଏବଂ ଅସୁରକ୍ଷିତ ସମ୍ପ୍ରଦାୟର ଅବିବାହିତା ମହିଳାମାନଙ୍କୁ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିଯୁକ୍ତ କରାଯାଉଥିଲା ଏବଂ ଚୁକ୍ତିନାମା ଶେଷ ହେବା ପରେ ସେମାନଙ୍କ ପରିବାରକୁ ଏକ ବଡ ରାଶି ପ୍ରଦାନ କରିବାର ପ୍ରତିଶୃତି ଦିଆଯାଇଥିଲା। କିଶୋରୀ ଅବସ୍ଥାରେ ଥିବା ଚିତ୍ର। ବର୍ଷକୁ ୧୮,୦୦୦ଟଙ୍କା ରୋଜଗାର କରୁଥିଲେ ଏବଂ ଋଣ ପରିଶୋଧ କରିବାକୁ କଠିନ ପରିଶ୍ରମ କରୁଥିଲେ। ସେ ୨୦୧୬ ମସିହା ପର୍ଯ୍ୟନ୍ତ ଘର ଚଳାଇଥିଲେ, ସେତେବେଳେ ସେ ୨୦ ବର୍ଷ ବୟସରେ ମୁଥୁରାଜାଙ୍କୁ ଭେଟିଥିଲେ।

*****

ଚିତ୍ରାଙ୍କୁ ଭେଟିବାର ତିନି ବର୍ଷ ପୂର୍ବରୁ ମୁଥୁରାଜା ତାଙ୍କ ଉଭୟ ଆଖିର ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ରୂପେ ହରାଇଥିଲେ। ତାଙ୍କ ମନରେ ସେହି ତାରିଖ ଏବଂ ସମୟ ଛାପି ହୋଇରହିଛି - ତାହା ୨୦୧୩ ମସିହା ଜାନୁଆରୀ ମାସ ୧୩ ତାରିଖ ସଂଧ୍ୟା ୭ ଘଟିକା, ପୋଙ୍ଗଲ୍ ପର୍ବର ପୂର୍ବ ରାତି ଥିଲା। ସେ ଯେତେବେଳେ ଅନୁଭବ କଲେ ଯେ ସେ ଆଉ କିଛି ଦେଖି ପାରିବେ ନାହିଁ ତାଙ୍କ ମନରେ ଆଶଂକା ବୃଦ୍ଧି ପାଇଥିଲା।

ପରବର୍ତ୍ତୀ କିଛି ବର୍ଷ ତାଙ୍କ ପାଇଁ ଭୟଙ୍କର ଥିଲା। ସେ ପ୍ରାୟତଃ ଘର ଭିତରେ ରହୁଥିଲେ - କ୍ରୋଧିତ, ବିଚଳିତ ଏବଂ ଅଶ୍ରୁଭରା ରହୁଥିଲେ - ଏବଂ ତାଙ୍କର ଆତ୍ମହତ୍ୟା କରିବାର ଚିନ୍ତାଧାରା ଆସୁଥିଲା। କିନ୍ତୁ ସେ ବର୍ତ୍ତି ଯାଇଥିଲେ। ଚିତ୍ରାଙ୍କୁ ଭେଟିବା ସମୟରେ ସେ ୨୩ ବର୍ଷର ହୋଇଥିଲେ ଏବଂ ଅନ୍ଧ ଥିଲେ ଏବଂ ସେ “ଏକ ମୃତଶରୀର ପରି ଅନୁଭବ କରିଥିଲେ”। ସେ କୋମଳ ସ୍ୱରରେ  କୁହନ୍ତି ସେ ହିଁ କେବଳ ତାଙ୍କୁ ବଞ୍ଚିବାର ନୂତନ ଆଶା ଦେଖାଇଥିଲେ।

ସେ ଅନ୍ଧ ହେବା ପୂର୍ବରୁ ଅନେକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ମୁଥୁରାଜାଙ୍କ ଦୃଷ୍ଟିଶକ୍ତିକୁ ନଷ୍ଟ କରିଦେଇଥିଲା। ଯେତେବେଳେ ତାଙ୍କୁ ସାତ ବର୍ଷ ହୋଇଥିଲା, ସେ ଏବଂ ତାଙ୍କ ଭଉଣୀ ମଦୁରାଇରେ ଥିବା ସେମାନଙ୍କ ଚାଷ ଜମିରେ ଗୋଲାପ ଗଛ ଲଗାଉଥିଲେ, ଯେଉଁଠାରେ ସେମାନେ ବିକ୍ରୟ ପାଇଁ ଫୁଲ ଚାଷ କରୁଥିଲେ। ଏହା ଗୋଟିଏ ଭୁଲ୍ ଥିଲା - ତାଙ୍କ ଭଉଣୀ ତାଙ୍କ ହାତରୁ ସଠିକ୍ ଭାବରେ ଓପଡା ଯାଇଥିବା ଗଛକୁ ଧରିନଥିଲେ - ଏବଂ କାଣ୍ଡ ତାଙ୍କ ମୁହଁକୁ ଆଘାତ କଲା ଏବଂ କଣ୍ଟା ଆଖିରେ ବିନ୍ଧି ହୋଇଯାଇଥିଲା।

ଛଅ ଟି ଅସ୍ତ୍ରୋପଚାର ପରେ ତାଙ୍କ ବାମ ଆଖିରେ କିଛି ଦୃଷ୍ଟିଶକ୍ତି ମିଳିଥିଲା। ତାଙ୍କ ପରିବାର ସେମାନଙ୍କର ତିନି ସେଣ୍ଟ (୦.୦୩ ଏକର) ଜମି ବିକ୍ରି କରିଦେଇଥିଲେ ଓ ଋଣଗ୍ରସ୍ତ ହୋଇଯାଇଥିଲେ। କିଛି ଦିନ ପରେ, ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହେବାପରେ ତାଙ୍କର ଭଲ ଥିବା ଆଖିରେ ଆଘାତ ଲାଗିଥିଲା। ତା’ପରେ ମୁଥୁରାଜାଙ୍କ ପାଇଁ ବିଦ୍ୟାଳୟ ଏବଂ ଅଧ୍ୟୟନ କଷ୍ଟସାଧ୍ୟ ଥିଲା - ସେ ବ୍ଲାକବୋର୍ଡକୁ କିମ୍ବା ତା ଉପରେ ଲେଖା ଯାଇଥିବା ଧଳା ଅକ୍ଷରଗୁଡିକୁ ଭଲ ଭାବରେ ଦେଖିପାରୁନଥିଲେ। କିନ୍ତୁ ସେ କୌଣସି ପ୍ରକାରେ ତାଙ୍କ ଶିକ୍ଷକଙ୍କ ସାହାଯ୍ୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ।

୨୦୧୩ ମସିହା ଜାନୁଆରୀ ମାସର ସେହି ଦିନ ମୁଥୁରାଜାଙ୍କ ଦୁନିଆ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯାଇଥିଲା ଯେତେବେଳେ ତାଙ୍କ ଘର ସାମ୍ନା ରାସ୍ତାରେ ଥିବା ଏକ ଲୁହା ରଡରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା। ସେ ଚିତ୍ରାଙ୍କୁ ଭେଟିବା ପରେ ହିଁ ତାଙ୍କ ଜୀବନକୁ  ଆଲୋକ - ଏବଂ ପ୍ରେମ ଫେରିଥିଲା।

PHOTO • M. Palani Kumar

ଚିତ୍ରା ଏବଂ ମୁଥୁରାଜା ମଲ୍ଲି ଫୁଲ ବଗିଚାରେ ଦିନର କାମ ଶେଷ କରିବା ପରେ ମଦୁରାଇର ଥିରୁପରକୁଣ୍ଡ୍ରମ ବ୍ଲକର ସୋଲାନକୁରୁନି ଗ୍ରାମରେ ଥିବା ନିଜ ଘରକୁ ଫେରୁଛନ୍ତି

*****

ସେମାନଙ୍କର ବିବାହର ଏକ ମାସ ପରେ, ୨୦୧୭ ମସିହାରେ, ଚିତ୍ରା ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ। ସେମାନେ ସ୍ଥାନୀୟ ଅଞ୍ଚଳର ମଦୁରାଇର ଆନ୍ନା ନାଗର ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ଅନେକ ପରୀକ୍ଷା ପରେ ସେମାନେ ଜାଣିବାକୁ ପାଇଲେ ଯେ ଚିତ୍ରାଙ୍କ ହୃଦୟ ଦୁର୍ବଳ ଅଟେ। ଡାକ୍ତରମାନେ କହିଲେ ତାଙ୍କୁ ଏପର୍ଯ୍ୟନ୍ତ ବଞ୍ଚିଥିବା ଦେଖି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ। (ଚିତ୍ରା ତାଙ୍କ ସମସ୍ୟା ବିଷୟରେ କହିପାରିବେ ନାହିଁ - ତାଙ୍କର ଫାଇଲଗୁଡ଼ିକ ହସ୍ପିଟାଲରେ ଅଛି।) ତାଙ୍କ ପରିବାର - ଯାହାଙ୍କ ପାଇଁ ସେ ସାରା ଜୀବନ ପରିଶ୍ରମ କରିଥିଲେ - ସାହାଯ୍ୟ କରିବାକୁ ମନା କରିଦେଲେ।

ମୁଥୁରାଜା ତାଙ୍କର ଚିକିତ୍ସା ପାଇଁ ଅତ୍ୟଧିକ ସୁଧରେ ୩୦,୦୦୦ ଟଙ୍କା ଋଣ ଆଣିଥିଲେ। ତାଙ୍କର ଏକ ଓପନ ହାର୍ଟ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତିନି ମାସ ହସ୍ପିଟାଲରେ ରହିଥିଲେ। ଯେତେବେଳେ ସେ ଘରକୁ ଫେରିଲେ ସେ ଭଲ ଥିଲେ, କିନ୍ତୁ ପରେ ମୁଥୁରାଜାଙ୍କୁ କାନ ଅସ୍ତ୍ରୋପଚାର କରିବାର ଆବଶ୍ୟକ ପଡ଼ିଥିଲା। ହତାଶ ହୋଇ ସେମାନେ ନିଜ ଜୀବନକୁ ଶେଷ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ଏକ ନୂତନ ଜୀବନ ସେମାନଙ୍କୁ ଅଟକାଇଲା - ଚିତ୍ରା ଗର୍ଭବତୀ ହେଲେ। ଚିତ୍ରାଙ୍କ ହୃଦୟ ଏହି ଭାର ନେଇପାରିବ କି ନାହିଁ ଭାବି ମୁଥୁରାଜା ଚିନ୍ତିତ ଥିଲେ କିନ୍ତୁ ଏହି ପିଲାକୁ ଜନ୍ମ ଦେବାକୁ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଥିଲେ। ଅନେକ ଉତ୍କଣ୍ଠିତ ମାସ ଏବଂ ପ୍ରାର୍ଥନା ପରେ ସେମାନଙ୍କର ପୁଅ ଜନ୍ମ ହେଲା। ବର୍ତ୍ତମାନ ଚାରି ବର୍ଷ ବୟସର, ବିଶନ୍ଥ ରାଜା ହେଉଛି ସେମାନଙ୍କର ଆଶାଭରସା, ସେମାନଙ୍କର ଭବିଷ୍ୟତ ଏବଂ ଆନନ୍ଦ।

*****

ଦମ୍ପତିଙ୍କ ପାଇଁ ଦୈନନ୍ଦିନ ଜୀବନ କଷ୍ଟକର ହୋଇପଡୁଛି। ଚିତ୍ରା ନିଜର ଅବସ୍ଥା ହେତୁ କିଛି ଭାରୀ ଜିନିଷ ଉଠାଇ ପାରିବେ ନାହିଁ। ମୁଥୁରାଜା ନିଜର ଏକ ହାତ ଚିତ୍ରାଙ୍କ କାନ୍ଧରେ ରଖି ଦୁଇ ଗଳିରାସ୍ତା ପରେ ଥିବା ଏକ ପମ୍ପରୁ ପାଣି ପାତ୍ରରେ ଭର୍ତ୍ତି କରି ସେମାନେ ଆଣିଥାନ୍ତି। ସେ ତାଙ୍କର ମାର୍ଗଦର୍ଶକ, ତାଙ୍କର ଆଖି।  ଚିତ୍ରା ନିକଟସ୍ଥ କ୍ଷେତ ଏବଂ ଜଙ୍ଗଲ କ୍ଷେତ୍ରରୁ ନିମ୍ବ ଫଳ ସଂଗ୍ରହ କରନ୍ତି ତା’ପରେ ସେଗୁଡ଼ିକୁ ଶୁଖାଇ କେଜି ପିଛା ୩୦ ଟଙ୍କାରେ ବିକ୍ରି କରନ୍ତି। ଅନ୍ୟ ସମୟରେ, ସେ ମଞ୍ଜନାଥୀ କାଇ (ଭାରତୀୟ ଜାମୁକୋଳି) କୁ କିଲୋ ପିଛା ୬୦ଟଙ୍କାରେ ବିକ୍ରି କରିଥାନ୍ତି। ସେ ଏକ ଫାର୍ମରେ ଏକ କିଲୋ କିମ୍ବା ଦୁଇ କିଲୋ ମଲ୍ଲି ଫୁଲ ତୋଳି୨୫-୫୦ ଟଙ୍କା ଦୈନିକ ରୋଜଗାର କରିଥାନ୍ତି।

ଚିତ୍ରାଙ୍କ ଆୟ ଦିନକୁ ହାରାହାରି ୧୦୦ ଟଙ୍କା।  ଯାହା ସେମାନଙ୍କ ଦୈନଦିନ ଖର୍ଚ୍ଚ ବହନ କରିଥାଏ। ତାମିଲନାଡୁ ସରକାରଙ୍କ ଭିନ୍ନକ୍ଷମ ଭତ୍ତା ଯୋଜନା ମାଧ୍ୟମରେ ମୁଥୁରାଜା ପ୍ରତି ମାସରେ ପାଉଥିବା ୧୦୦୦ ଟଙ୍କାରେ ସେମାନେ ତାଙ୍କର ଔଷଧ କିଣିଥାନ୍ତି। ଚିତ୍ରା କୁହନ୍ତି, "ମୋ ଜୀବନ ଏହି ଔଷଧ ପାଇଁ ଚାଲିଥାଏ। ଯଦି ମୁଁ ସେଗୁଡ଼ିକୁ ନ ଖାଇବି, ମୁଁ ଯନ୍ତ୍ରଣା ଅନୁଭବ କରିଥାଏ"।

କୋଭିଡ୍ -୧୯ ତାଲାବନ୍ଦ ଫଳ ସଂଗ୍ରହ କରି ରୋଜଗାର କରିବାର ସୁଯୋଗ ଛଡ଼ାଇ ନେଇଥିଲା। ଆୟ ହ୍ରାସ ପାଇବାରୁ ଚିତ୍ରା ଔଷଧ ଖାଇବା ବନ୍ଦ କରିଦେଇଥିଲେ। ତେଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି - ସେ ନିଶ୍ୱାସ ନେବା ଏବଂ ଚାଲିବାରେ ଅସୁବିଧା ଅନୁଭବ କରୁଛନ୍ତି। ସେ ଚା ’ପାଇଁ କ୍ଷୀର କିଣି ପାରୁନାହାନ୍ତି - ତେଣୁ ତାଙ୍କ ପୁଅ କେବଳ କଳା ଚା’ ପିଉଛି। ବିଶାନ୍ଥ କୁହନ୍ତି,"କିନ୍ତୁ ମୁଁ  ଏହାକୁ ପସନ୍ଦ କରେ" ଯେପରି ସେ ତାଙ୍କ ପିତାମାତା, ସେମାନଙ୍କ ଜୀବନ, ସେମାନଙ୍କର କ୍ଷତି - ଏବଂ ସେମାନଙ୍କ ପ୍ରେମକୁ ବୁଝନ୍ତି।

Chitra’s chest scans from when her heart ailment was diagnosed in 2017. Recently, doctors found another problem with her heart. She needs surgery, but can't afford it
PHOTO • M. Palani Kumar
Chitra’s chest scans from when her heart ailment was diagnosed in 2017. Recently, doctors found another problem with her heart. She needs surgery, but can't afford it
PHOTO • M. Palani Kumar

୨୦୧୭ ମସିହା ଯେତେବେଳେ ଚିତ୍ରାଙ୍କ ଛାତି ସ୍କାନ କରାଯାଇଥିଲା ସେତେବେଳେ ତାଙ୍କର ହୃଦଘାତ ରୋଗ ନିର୍ଣ୍ଣୟ ହୋଇଥିଲା ନିକଟରେ ଡାକ୍ତରମାନେ ତାଙ୍କ ହୃଦୟରେ ଆଉ ଏକ ସମସ୍ୟା ପାଇଥିଲେ ତାଙ୍କର ଅସ୍ତ୍ରୋପଚାର କରିବା ଆବଶ୍ୟକ , କିନ୍ତୁ ଏହା  କରିବାକୁ ସେମାନେ ଅସମର୍ଥ


Chitra watches over her four year old son, Vishanth Raja, who was born after anxious months and prayers
PHOTO • M. Palani Kumar
Chitra watches over her four year old son, Vishanth Raja, who was born after anxious months and prayers
PHOTO • M. Palani Kumar

ଚିତ୍ରା ୧୦ ବର୍ଷ ବୟସରୁ ଦୀର୍ଘ ସମୟ ଧରି ହା ଭଙ୍ଗା ପରିଶ୍ରମ କରିଥିଲେ , ଅଧିକାଂଶ ସମୟରେ କୃଷକ ଏବଂ ମିଲ୍ କର୍ମଚାରୀ ଭାବରେ


PHOTO • M. Palani Kumar

ଚିତ୍ରା ତାଙ୍କର ଚାରି ବର୍ଷର ପୁଅ ବିଶାନ୍ଥ ରାଜାଙ୍କୁ ଦେଖୁଛନ୍ତି , ଯିଏ ଅନେକ ଉତ୍କଣ୍ଠିତ ମାସ ଏବଂ ପ୍ରାର୍ଥନା ପରେ ଜନ୍ମ ହୋଇଥିଲେ

PHOTO • M. Palani Kumar

ସେମାନଙ୍କର ପୁତ୍ର ସେମାନଙ୍କର ଜଗତ; ମୁଥୁରାଜା କୁହନ୍ତି ତାଙ୍କ ବିନା, ସେ ଏବଂ ଚିତ୍ରା ସେମାନଙ୍କ ଜୀବନ ସମାପ୍ତ କରିଦେଇଥାନ୍ତେ


PHOTO • M. Palani Kumar

ସେମାନଙ୍କ ସହିତ ଗୀତ ଏବଂ ନାଚ କରି ବିଶାନ୍ଥ ତାଙ୍କ ପିତାମାତାଙ୍କ ମନୋରଞ୍ଜନ କରନ୍ତି ତାଙ୍କ ଚାରିପାଖରେ ପରିବାରର ସମସ୍ତ ଜିନିଷ ଅଛି


PHOTO • M. Palani Kumar

ଚିତ୍ରା ବାଥରୁମ ବ୍ୟବହାର କରିବାକୁ ନିକଟସ୍ଥ ତାଙ୍କ ଶ୍ୱଶୁରଙ୍କ ଘରକୁ ଯାଆନ୍ତି କାରଣ ସେମାନଙ୍କର ଭ ଡ଼ା ଘରେ ବାଥରୁମ ନାହିଁ


PHOTO • M. Palani Kumar

ଚିତ୍ରା ଏବଂ ମୁଥୁରାଜାଙ୍କ ଘରର ଆଜବେଷ୍ଟସ ଛାତ ପ୍ରବଳ ପବନ ଓ ପ୍ରବଳ ବର୍ଷା ଦ୍ୱାରା ଉଡିଯାଇଥିଲା ସେମାନଙ୍କର ସମ୍ପର୍କୀୟମାନେ ସେମାନଙ୍କୁ ଏକ ନୂତନ ଛାତ ସିଟ୍ ପାଇବାରେ ସାହାଯ୍ୟ କରିଥିଲେ


PHOTO • M. Palani Kumar

ମୁଥୁରାଜା , ଚିତ୍ରା ଏବଂ ବିଶାନ୍ଥ ପ୍ରତିଦିନ ପାଣି ଆଣିବା ପାଇଁ ଦୁଇ ଗଳିରାସ୍ତା ପରେ ଥିବା ପମ୍ପକୁ ଯାଆନ୍ତି


PHOTO • M. Palani Kumar

ହୃତ୍‍ପିଣ୍ଡର ଅବସ୍ଥା ହେତୁ ଚିତ୍ରା ଭାରୀ ଜିନିଷ କିଛି ଉଠାଇ ପାରିବେ ନାହିଁ, ତେଣୁ ମୁଥୁରାଜା ପାତ୍ରଟିକୁ ଧରିଥାନ୍ତି ଏବଂ ସେ ତାଙ୍କୁ ବାଟ କଢ଼ାଇ ନିଅନ୍ତି


PHOTO • M. Palani Kumar

ସେମାନଙ୍କ ଭଙ୍ଗା ଘରେ ଚିତ୍ରା ସେମାନଙ୍କର ସମସ୍ତ ଚିକିତ୍ସା ବିଲ୍ ସଂରକ୍ଷଣ କରି ନିରାପଦରେ ରଖିଛନ୍ତି


PHOTO • M. Palani Kumar

ମୁଥୁରାଜାଙ୍କ ପରିବାରର ଏକ ପୁରୁଣା ଫଟୋ - ସେ ଦ୍ୱିତୀୟ ଧାଡ଼ିର ଡାହାଣରେ ଅତି ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବାଳକ

PHOTO • M. Palani Kumar

ଚିତ୍ରା ଏବଂ ମୁଥୁରାଜାଙ୍କ ଜୀବନ ହେଉଛି ନିଷ୍ଠୁର ବାଧାବିଘ୍ନ ରେ ପୂର୍ଣ୍ଣ, କିନ୍ତୁ ସେମାନେ ସେଗୁଡିକୁ ନୂତନ ଆଶାର ସହିତ ସାମ୍ନା କରୁଛନ୍ତି

ଏହି କାହାଣୀର ପାଠ ସାମ୍ବାଦିକଙ୍କ ସହଯୋଗରେ ଅପର୍ଣ୍ଣା କାର୍ତ୍ତିକେୟନ୍ ଲେଖିଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

M. Palani Kumar

एम. पलनी कुमार २०१९ सालचे पारी फेलो आणि वंचितांचं जिणं टिपणारे छायाचित्रकार आहेत. तमिळ नाडूतील हाताने मैला साफ करणाऱ्या कामगारांवरील 'काकूस' या दिव्या भारती दिग्दर्शित चित्रपटाचं छायांकन त्यांनी केलं आहे.

यांचे इतर लिखाण M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE