ଖବରକାଗଜ ରିପୋର୍ଟରୁ ଜଣାଯାଏ ଯେ ଗ୍ରାହକ ନ ଥିବାରୁ ଠାଣେ ଏବଂ ପୁଣେର ବିଭିନ୍ନ ବଜାରରେ ବି ଅନେକ ଚାଷୀ ସେମାନଙ୍କ ପନିପରିବାକୁ ଅଳିଆଗଦାରେ ପରିଣତ ହେବାକୁ ଛାଡ଼ି ଦେଇଛନ୍ତି ।
ହଠାତ୍ ଦର ଖସି ଆସିବା ପ୍ରତିବାଦରେ, ନାଗପୁରରୁ ପ୍ରାୟ ୧୬୦ କିଲୋମିଟର ଦୂର ଅମରାବତୀ ଅନ୍ତର୍ଗତ ହିୱାରଖେଡ଼ ବଜାରରେ କମଳା ଚାଷୀମାନେ ସେମାନଙ୍କ କମଳାକୁ ରାସ୍ତା ଉପରେ ପାହାଡ଼ ଭଳି ଗଦା କରି ରଖିଛନ୍ତି ।
ବେପାରୀମାନେ କିଣିବା ବନ୍ଦ କରିଦେବାରୁ ଦର କମିଯାଇଛି । ଅଧିକାଂଶ ଚାଷୀ ପୁରୁଣା ନୋଟ୍ ନେଉ ନଥିବାରୁ ବେପାରୀମାନେ କିଣୁନାହାନ୍ତି ।
କେବଳ କ’ଣ ବିମୁଦ୍ରୀକରଣ ଭଳି ଅପରିଣାମଦର୍ଶୀ ପଦକ୍ଷେପର ଅପରିହାର୍ଯ୍ୟ ପରିଣତି ହିଁ ଚାଷୀଙ୍କ ଦୁର୍ଦ୍ଦଶାର କାରଣ ନା ସେମାନେ ନଗଦ ଆକାରରେ ପ୍ରଚଳନଯୋଗ୍ୟ ନୋଟ୍ ନେବାକୁ ଜିଦ୍ କରି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛନ୍ତି ?
ବ୍ୟବସାୟୀମାନେ ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବେ ବୋଲି କହିଲେ । ଆମାଗାଓଁର ପୂର୍ବତନ ସରପଞ୍ଚ ପାୱାର ଏଥିରେ ରାଜି ହେଲେ । ବିନା ଝିଞ୍ଜଟରେ ତୁରନ୍ତ ଆକାଉଣ୍ଟରେ ଟଙ୍କା ଜମା ହୋଇଗଲା ।
ସେହି ଦିନ କିଛି ସମୟ ପରେ ତାଙ୍କର ପରିଚିତ ଆଠ ଜଣ ଚାଷୀ ପୁରୁଣା ନୋଟ୍ ନେଇ ମଣ୍ଡିରେ ୮୦ କୁଇଣ୍ଟାଲ କପା ବିକିଲେ । ଅନ୍ୟ କିଛି ସାମଗ୍ରୀ ବିକ୍ରି ପାଇଁ ଆସି ନଥିବାରୁ ବ୍ୟବସାୟୀମାନେ କୁଇଣ୍ଟାଲ ପିଛା ୫,୦୦୦ ଟଙ୍କା ଦରରେ ସେମାନଙ୍କଠାରୁ କପା କିଣିଲେ-ଯାହାକି ୪,୭୫୦ ଟଙ୍କାରୁ ୪,୯୦୦ ଟଙ୍କାର ବଜାର ଦର ତୁଳନାରେ ସାମାନ୍ୟ ଅଧିକ ।
ତାହେଲେ କାହିଁକି ଅଧିକାଂଶ ଚାଷୀ ସେମାନଙ୍କ ପଥ ଅନୁସରଣ କରୁନାହାନ୍ତି ? ବୁଝାଇବାକୁ ଯାଇ ପାୱାର କହନ୍ତି:
ଅଧିକାଂଶ ଚାଷୀ ସେମାନଙ୍କ ଉପାର୍ଜନକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ଚାହାଁନ୍ତି ନାହିଁ, କାରଣ ସେହି ଏକା ବ୍ୟାଙ୍କରୁ ସେମାନେ କୃଷି ଋଣ ନେଇଛନ୍ତି । ଅଧିକାଂଶ ଚାଷୀ ଦୀର୍ଘ ଦିନ ଧରି ଋଣ କିସ୍ତି ପଇଠରେ ଖିଲାପ କରିଥାଆନ୍ତି, କାରଣ ସେମାନେ ଏତେ ରୋଜଗାର କରିନାହାନ୍ତି ଯେ ଋଣ ପରିଶୋଧ କରିବା ସହିତ ସେମାନଙ୍କ ପରିବାର ଚଳାଇପାରିବେ ।
ସେମାନଙ୍କର ଆଶଙ୍କା ଥାଏ ଯେ, ଥରେ ସେମାନଙ୍କ ଉପାର୍ଜିତ ଅର୍ଥ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଗଲେ ବ୍ୟାଙ୍କ ଟଙ୍କା ଉଠାଇବା ଲାଗି ମନା କରିବ ଏବଂ ମାର୍ଚ୍ଚ ମାସ ସୁଦ୍ଧା ସେମାନେ ଋଣ ବାବଦରେ ଚୂଡ଼ାନ୍ତ ପଇଠ କରିବାକୁ ଥିବା ଅର୍ଥରାଶି ସେମାନଙ୍କ ଜମାଖାତାରେ ରଖିବାକୁ ଚାପ ପକାଇବ । ଅଧିକାଂଶ ଚାଷୀ ଜାଣନ୍ତି ଯେ ଏପରି ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବ ।
ଏକପାଖିଆ ଭାବେ ଚାଷୀଙ୍କ ଆକାଉଣ୍ଟରୁ ଋଣ ପରିଶୋଧ ବାବଦ ଟଙ୍କା କାଟି ରଖିବା ସକାଶେ ବ୍ୟାଙ୍କଗୁଡ଼ିକୁ ସରକାରୀ ଆଦେଶ ଦିଆଯାଇ ନାହିଁ । କିନ୍ତୁ ବିଭିନ୍ନ ବ୍ୟାଙ୍କ ଚାପ ପ୍ରୟୋଗ ନୀତି ଅବଲମ୍ବନ କରିଥାଆନ୍ତି, କାରଣ ସେମାନେ ଜାଣିଥାଆନ୍ତି ଯେ ଚାଷୀମାନେ ପରବର୍ତ୍ତୀ ବର୍ଷ ବି ଋଣ ଦରକାର କରିବେ ଏବଂ ତେଣୁ, ବ୍ୟାଙ୍କକୁ ଅସନ୍ତୁଷ୍ଟ କରିବାକୁ ଉଚିତ୍ ମଣିବେ ନାହିଁ ।
ପାୱାର କହିଲେ, “ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ମୁଁ ରାଜି ହେଲି, କାରଣ ମୋ ନାଁରେ କୌଣସି ଋଣ ନାହିଁ ଏବଂ ମୋର ତୁରନ୍ତ ଟଙ୍କା ଦରକାର ନାହିଁ । ଆମର କୃଷି ଋଣ ମୋ ବାପାଙ୍କ ଆକାଉଣ୍ଟରେ ରହିଛି, ତେଣୁ ମୋ ଆକାଉଣ୍ଟରୁ ବ୍ୟାଙ୍କ ଟଙ୍କା କାଟିପାରିବ ନାହିଁ ।”
ମଣ୍ଡିକୁ ଆସିଥିବା ଅନ୍ୟ ଆଠ ଜଣ ଚାଷୀଙ୍କର ବି ତୁରନ୍ତ ଟଙ୍କା ଦରକାର ନଥିଲା ବୋଲି ସେ କହିଲେ। “କିନ୍ତୁ ଅନ୍ୟ କୌଣସି ରୋଜଗାର ପନ୍ଥା ନ ଥାଇ ପରିବାର ଚଳାଇବା ପାଇଁ ଚାଷ କରୁଥିବା ଅଧିକାଂଶ କ୍ଷୁଦ୍ର ଚାଷୀ ଚେକ୍ ନେବାକୁ କିମ୍ବା ଆକାଉଣ୍ଟରେ ଜମା କରିବାକୁ ରାଜି ହେବେ ନାହିଁ ।”
ନଭେମ୍ବର ୧୬ ତାରିଖି ବୁଧବାର ଦିନ, ନାଗପୁରରୁ ପ୍ରାୟ ୭୦ କିଲୋମିଟର ଦୂର ୱାର୍ଦ୍ଧା ଜିଲ୍ଲାର ସେଲୁ ସହରର ମଣ୍ଡିରେ ୩୮ ବର୍ଷୀୟ ସୁଦାମ ପାୱାର ଥିଲେ ଏକମାତ୍ର ଚାଷୀ, ଯିଏ କି ତାଙ୍କର ନଅ କୁଇଣ୍ଟାଲ କପା ବିକିବାକୁ ଆସିଥିଲେ ।
ମୁଖ୍ୟତଃ ସୋୟାବିନ ଓ କପା ଚାଷ କରାଯାଉଥିବା ୧୦୦ଟି ଗାଁ ପାଇଁ ଉଦ୍ଦିଷ୍ଟ ସେଲୁର କୃଷିଜାତ ସାମଗ୍ରୀ ବଜାର କମିଟି (APMC) ପରିଚାଳିତ ମଣ୍ଡିର ଉପାଧ୍ୟକ୍ଷ ତଥା ଚାଷୀ ରାମକୃଷ୍ଣ ଉମାଥେ କହିଲେ,“ଚାଷୀଙ୍କୁ ବରବାଦ କରିଦେଇଛି ବିମୁଦ୍ରୀକରଣ’’। ‘‘ପ୍ରାୟ ଏକ ସପ୍ତାହ କାଳ, ଆମ ବଜାରକୁ କେହି ହେଲେ କ୍ରେତା କି ବିକ୍ରେତା ଆସି ନଥିଲେ ।”