ଶହୀଦା ଏବଂ ଅନ୍ୟ କେତେଜଣ ରୋଗୀ ପିଏଚ୍ସିରେ ଅପେକ୍ଷା କରିବା ସମୟରେ କଥାବାର୍ତ୍ତା କରୁଥିଲେ। ସେମାନଙ୍କ ଆଲୋଚନାର କେନ୍ଦ୍ର ଥିଲା ୨୦୧୭ ଜାନୁଆରୀରେ ୧୮କୋଠରୀ ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରର ଟିଣ ଛାତ ଉପରେ ସୋଲାର ପାନେଲ ଲଗାଯିବା। ଆସାମ ବିଦ୍ୟୁତ ବିକାଶ ଏଜେନ୍ସି ଦ୍ୱାରା ଲଗାଯାଇଥିବା ଏହି ୨୦ଟି ପ୍ୟାନେଲ ଏବଂ ୧୬ଟି ବ୍ୟାଟେରୀ ୫ କିଲୋଓ୍ୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିପାରିବେ।
କେହି ଦଶକର ଅନ୍ଧକାର ପରେ ସୌର ବିଦ୍ୟୁତ ଚାର୍ରବାସିନ୍ଦା ମାନଙ୍କ ପାଇଁ ଉପଲବ୍ଧ ସ୍ୱାସ୍ଥ୍ୟସେବାର ମାନ ବଦଳାଇ ଦେଇଛି। ସୋଲାର ପ୍ୟାନେଲ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରି ସହିଦା କୁହନ୍ତି, ‘‘ଏହି ପିଏଚ୍ସିରେ ଏବେ ବିଦ୍ୟୁତ୍ ଏବଂ ପାଇପ୍ ପାଣି ଅଛି’’। ‘‘ବର୍ତ୍ତମାନ ଗର୍ଭବତୀ ମହିଳାମାନେ ଏଠାକୁ ଚେକ୍-ଅପ ଏବଂ ସେମାନଙ୍କ ସନ୍ତାନ ପ୍ରସବ ପାଇଁ ଆସିପାରିବେ।’’
ଶହୀଦା ବୀରସିଂ ପରି ଭୌଗୋଳିକ ଭାବରେ ବିଚ୍ଛିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ପ୍ରସବର ଗୁରୁତ୍ୱ ଜାଣନ୍ତି, ସେ କୁହନ୍ତି- ‘‘ମୁଁ ଜଣେ ଧାଈ ଏବଂ ପଡ଼ୋଶୀମାନଙ୍କ ସହ ସହାୟତାରେ ସନ୍ତାନ ପ୍ରସବ[ଘରେ ଦୁଇଟି ସନ୍ତାନ] କରିଥିଲି। ଉଭୟ ଥର ମୁଁ ବିବ୍ରତ ଥିଲି। ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମୁଁ ଅନିଶ୍ଚିତ ଥିଲି। କିନ୍ତୁ ମୋର କୌଣସି ବିକଳ୍ପ ନଥିଲା ଏବଂ ସେମାନେ ମୋତେ ଆଶ୍ୱାସନା ଦେଉଥିଲେ ଯେ, ସବୁକିଛି ଠିକ୍ ହେବ.…’’
ପିଏଚ୍ସି ସୌର ବିଦ୍ୟୁତ୍ ପାଇବା ପୂର୍ବରୁ କେବଳ ଜରୁରୀ ଚିକିତ୍ସା ଆବଶ୍ୟକତା ଥିବା ଗର୍ଭବତୀ ମହିଳାମାନେ ନଦୀ ଆର୍ପଟେ ଧୁବ୍ରି ସହରରେ ଥିବା ସରକାରୀ କିମ୍ବା ଘରୋଇ ଡାକ୍ତରଖାନାକୁ ଯାଉଥିଲେ। ଗୋଟିଏ ବୋଟ୍ ଭଡ଼ା ନେବା ବି ମହଙ୍ଗା ହୋଇପାରେ- ଯେତେବେଳେ ଦିନର ନିୟମିତ ବୋଟ୍ ସେବା ବନ୍ଦ ହୋଇଯାଏ ରାତିରେ ଏହା ଟ. ୨,୦୦୦ରୁ ଟ. ୩୦୦୦ ହୋଇପାରେ; ଏଥିସହିତ ଡାକ୍ତରଖାନାର ଖର୍ଚ୍ଚ ମଧ୍ୟ ରହିଛି।
ଯଦିଓ ଅପରାହ୍ଣରେ ବୀରସିଂରେ ଥିବା ପିଏଚ୍ସି ବନ୍ଦ ହୋଇଯିବା ପରେ ଯଦି କିଛି ଜରୁରୀ ପରିସ୍ଥିତି ଆସିଲେ ଲୋକମାନଙ୍କୁ ଏବେ ବି ଧୁବ୍ରି ଯିବାକୁ ହେଉଛି, ସୌର ବିଦ୍ୟୁତ୍ ଆସିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ନୂଆ ଜୀବନ ଦେଇଛି। ଡାକ୍ତର ଜବାହରଲାଲ ସରକାର କୁହନ୍ତି, ‘‘୨୦୧୭ ଜାନୁଆରୀରେ ସୋଲାର ପ୍ଲେଟ୍ଗୁଡ଼ିକ ଲଗାଗଲା ଏବଂ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଆମେ ୧୮ଟି ପ୍ରସବ କରାଇଥିଲୁ’’। ୨୦୧୪ରେ ଫକୀରଗଞ୍ଜରେ ସବ୍ଡିଭିଜନାଲ ମେଡିକାଲ ଅଫିସର (ମହାମାରୀ)ରୁ ଅବସର ନେବା ପରେ ସେ ବର୍ତ୍ତମାନ ଏହି ପିଏଚ୍ସିର ମୁଖ୍ୟ। ସେ କୁହନ୍ତି ଚାର୍ରେ ‘‘ଆମର ୧୦ଜଣ ଆଶାକର୍ମୀ [ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ] ଅଛନ୍ତି ଏବଂ ସେମାନେ ସମସ୍ତେ ଗର୍ଭବତୀ ମହିଳାମାନେ ଆନୁଷ୍ଠାନିକ ପ୍ରସବ ନିମନ୍ତେ ଆସିବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି।’’