ଏବେଠୁ ଯେକୌଣସି ସମୟରେ, କେବଳ ଅହମ୍ମଦାବାଦର ହଜାର ହଜାର ଉଡ଼ାଣ କ୍ଷେତ୍ରରୁ ସେଗୁଡ଼ିକ ଆକାଶକୁ ଉଡ଼ାଣ ଭରିବେ। ଚିରାଚରିତ ବିମାନ ଉଡ଼ାଣ ପ୍ରଦର୍ଶନ ତୁଳନାରେ ଏହି ଦୃଶ୍ୟ ଅଧିକ ରଙ୍ଗୀନ ଓ ଚମତ୍କାର। ସେମାନଙ୍କର ଗର୍ବିତ ପାଇଲଟ ଏବଂ ମାଲିକମାନେ ଉଭୟ ଭୂମିରେ ଦୃଢ଼ ଭାବେ ଛିଡ଼ା ହୋଇଥାନ୍ତି। ସେମାନଙ୍କର ମଧ୍ୟରୁ କେହି ହେଲେ-ପ୍ରତ୍ୟେକ ଏବଂ ସେମାନଙ୍କ ମଧ୍ୟରୁ ସମସ୍ତେ- ଏହା ଜାଣନ୍ତି ନାହିଁ ଯେ ସେମାନେ ଉଡ଼ାଉଥିବା ହସ୍ତଶିଳ୍ପ ପ୍ରାୟ ଆଠ ଜଣ ପର୍ଯ୍ୟନ୍ତ ଭୂମିଗତ କାରୀଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହି ଉଦ୍ୟୋଗକୁ ଆକାଶ ମାର୍ଗରେ ରଖିବା ପାଇଁ ସେମାନେ ପ୍ରାୟତଃ ସାରା ବର୍ଷ କାମ କରିଥାନ୍ତି। ଏହି କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା, ପ୍ରାୟତଃ ଗ୍ରାମୀଣ କିମ୍ବା କ୍ଷୁଦ୍ର ସହର ବାସିନ୍ଦା ଏବଂ ଯେଉଁମାନେ ସେମାନଙ୍କର ଜଟିଳ, ସୂକ୍ଷ୍ମ କିନ୍ତୁ କଠିନ କାମ ପାଇଁ ଖୁବ କମ୍ ପାରିଶ୍ରମିକ ପାଇଥାନ୍ତି, ସେମାନେ କେବେବି ନିଜ ପାଇଁ ଅଧିକ ଉପାର୍ଜନ କରିବାକୁ ସକ୍ଷମ ହେବେ ନାହିଁ।
ଏବେ ମକର ସଂକ୍ରାନ୍ତିର ବେଳା, ଏବଂ ବିବିଧ ରଙ୍ଗର ଅସଂଖ୍ୟ ଗୁଡ଼ି ଏହି ହିନ୍ଦୁ ପର୍ବ ପାଳନ ଅବସରରେ ସହର ଆକାଶରେ ଉଡ଼ିବ। ଏସବୁ ଗୁଡ଼ି ଅହମ୍ମଦାବାଦ ସହର ଏବଂ ଗୁଜରାଟର ଆନନ୍ଦ ଜିଲ୍ଲାର ଖମ୍ଭାଟ ତାଲୁକାରେ ତିଆରି କରାଯାଇଥାଏ। ମୁସଲିମ ଏବଂ ହିନ୍ଦୁ ସମ୍ପ୍ରଦାୟର ଚୁନରା ସମୁଦାୟର ମହିଳାମାନେ ଏଗୁଡ଼ିକୁ ତିଆରି କରିଥାନ୍ତି। ସ୍ଵାଭାବିକ ଭାବେ ଅଧିକାଂଶ, ଉଡ଼ାଣକାରୀ ହିନ୍ଦୁ ହିଁ ହୋଇଥାନ୍ତି।
ଏହି ମହିଳାମାନେ ବର୍ଷର ୧୦ ମାସରୁ ଅଧିକ ସମୟ ଗୁଡ଼ି ତିଆରି କରିଥାନ୍ତି। ଜାନୁଆରୀ ୧୪ ତାରିଖରେ ଆକାଶକୁ ସଜାଇ ଦେଉଥିବା ରଙ୍ଗିନ ଗୁଡ଼ି ମଧ୍ୟ ଏଥିରେ ସାମିଲ ଥାଏ। କିନ୍ତୁ ସେମାନେ ଖୁବ୍ କମ ଲାଭ ପାଇଥାନ୍ତି। ଗୁଜରାଟରେ ଏହି ଉଦ୍ୟୋଗରେ ୬୨୫ କୋଟି ଟଙ୍କାର କାରବାର ହୋଇଥାଏ ଏବଂ ଏଥିରେ ୧.୨୮ ଲକ୍ଷ ଲୋକ ନିୟୋଜିତ ରହିଛନ୍ତି। ପ୍ରତି ୧୦ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ଏସବୁ ଉଦ୍ୟୋଗରେ କାମ କରନ୍ତି।
୪୦ ବର୍ଷ ବୟସ୍କ ସାବିନ ଆବ୍ବାସ ନିୟାଜ ହୁସୈନ ମଲିକ କୁହନ୍ତି, ‘‘ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପୂର୍ବରୁ ଗୋଟିଏ ପତଙ୍ଗ (ଗୁଡ଼ି) ଅତିକମ୍ରେ ୭ଟି ହାତ ଦେଇ ଆସିଥାଏ। ଖମ୍ଭାଟର ଲାଲ ମହଲ ଅଞ୍ଚଳରେ ଏକ ସଂକୀର୍ଣ୍ଣ ଗଳିରେ ଥିବା ୧୨ x ୧୦ ଫୁଟ ଆକାରରରେ ଘର ତଥା ଦୋକାନରେ ଆମେ ବସିଥାଉ। ଚମକପ୍ରଦ ଚାନ୍ଦି ପ୍ୟାକେଟରେ ଗୁଡ଼ିସବୁ ଭର୍ତ୍ତି ହୋଇଥିଲା ଏବଂ ବିକ୍ରେତାଙ୍କ ନିକଟକୁ ଯିବା ଲାଗି ପ୍ରସ୍ତୁତ ଥିଲା। ତା’ ଆଗରେ ବସି ରହି ସେ ବାହାରୁ ସୁନ୍ଦର ଦେଖାଯାଉଥିବା ଏହି ଉଦ୍ୟୋଗର ଅଜଣା ତଥ୍ୟ ବିଷୟରେ ଆମକୁ କହିଥିଲେ।


















