“ ଆମେ ଯେତେବେଳେ ପ୍ରଥମେ ଏଠାକୁ ଆସିଥିଲୁ, ସେତେବେଳେ ଏହି ଅଞ୍ଚଳ ଚାରିପାଖରେ ପାହାଡ ଜଙ୍ଗଲ ଘେରି ରହିଥିଲା । ଏହାର ପ୍ରୀତିକର ପରିବେଶ, ତାଜା ବାୟୁ ଓ ଆନନ୍ଦଦାୟକ ପ୍ରକୃତି ଯୋଗୁଁ ଆମର ସକାଳ ଖୁବ୍ ଆନନ୍ଦମୟ ମନେ ହେଉଥିଲା,” ବୋଲି ଶୁକ୍ଳା କୁହନ୍ତି । ପ୍ରାୟ ଚାରି ବର୍ଷ ପରେ, ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ସତ୍ତ୍ୱେ ଏନ୍ସିଏଲ୍ ଏଠାରେ ତାହାର ଖାଡିଆ ଖଣି ପ୍ରକଳ୍ପ ଆରମ୍ଭ କଲା । କାଳକ୍ରମେ, ସରକାରୀ ଯୋଜନା ଯୋଗୁଁ ବିରୋଧ ବନ୍ଦ ହୋଇଗଲା ।
“ପ୍ରାରମ୍ଭରେ ସବୁ କିଛି ଠିକ୍ ଥିଲା । ଗତ ୧୦ବର୍ଷ ମଧ୍ୟରେ ଏଠାରେ ପ୍ରଦୂଷଣ ହାର ବହୁ ପରିମାଣରେ ବୃଦ୍ଧି ପାଇଛି କିନ୍ତୁ ଗତ ଚାରି ବର୍ଷ ହେବ ଏହା ଅସହ୍ୟ ମନେ ହେଉଛି” ବୋଲି ଶୁକ୍ଳା କହିଲେ । “ବର୍ତ୍ତମାନ ଆମେ ଯେଉଁ ଜିନିଷ ସଂସ୍ପର୍ଶରେ ଆସୁଛୁ ତାହା କେବଳ କୋଇଲା ଅଟେ” । ଏହି ପ୍ରଦୂଷଣ କେତେ ଦୂର ପର୍ଯ୍ୟନ୍ତ ହାନିକାରକ ହୋଇପାରିବ? “ଖୋଲା ସ୍ଥାନରେ ଗୋଟିଏ ଦର୍ପଣ ରଖନ୍ତୁ । ୨୦ମିନିଟ୍ ପରେ ଆପଣ ଆଉ ଏଥିରେ ନିଜ ମୁଁହ ଦେଖିପାରିବେ ନାହିଁ । ସେ ଆମର ସମସ୍ତ ସନ୍ଦେହ, ଯଦି କିଛି ରହିଥାଏ, ରେ ପୂର୍ଣ୍ଣଚ୍ଛେଦ ପକାଇ ଏହା ଏତେ ପରିମାଣରେ ଧୂଳିରେ ଭରିଯାଏ,” ବୋଲି ତତ୍କ୍ଷଣାତ୍ ଉତ୍ତର ଦେଲେ ।
ପରିବେଶ ଧ୍ୱଂସ ହେବା ଯୋଗୁଁ ଅତ୍ୟନ୍ତ କଠୋର ପରିଣତି ଭୋଗିବାକୁ ପଡୁଛି, ଜଳ ଜନିତ ଓ ବାୟୁ ଜନିତ ବିଭିନ୍ନ ପ୍ରକାର ରୋଗ ସଂଖ୍ୟା ପ୍ରବଳ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । “ମୋର ଚାରି-ବର୍ଷ-ବୟସ୍କ ନାତିକୁ ଶ୍ୱାସକ୍ରିୟା ଜନିତ ସମସ୍ୟା ଭୋଗିବାକୁ ପଡୁଛି,” ବୋଲି ଶୁକ୍ଳା ବର୍ଣ୍ଣନା କରି କହିଲେ । “କର୍କଟ, ଶ୍ୱାସନଳୀ ସମ୍ବନ୍ଧୀୟ ରୋଗ, ମାନସିକ ରୋଗ, ଟ୍ୟୁବର୍କ୍ୟୁଲୋସିସ୍, ଫୁସ୍ଫୁସ୍ ସଂକ୍ରମଣ, ଚର୍ମ ରୋଗ ଆଦିର ହାର ବୃଦ୍ଧି ପାଇବାରେ ଲାଗିଛି । ଏବେ ଏକ ତିନି-ବର୍ଷ-ବୟସ୍କ ପିଲା ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି’’।
“କୋଇଲା ଓଭର୍ବର୍ଡନ୍ର ଥାକଗୁଡିକ ଗ୍ରାମଆଡ଼କୁ ରହିଥିବାରୁ, ବର୍ଷାଦିନ ଆସିଲେ ସ୍ଥାନୀୟ ନିବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। “ଭାରି ବର୍ଷା ସହିତ କୋଇଲା ବର୍ଜ୍ୟ ଭାସି ଆସେ । ସଂକ୍ରମିତ ହୋଇଥିବା ଏହି ପାଣି ଗ୍ରାମ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ, ଯାହାଦ୍ୱାରା ଜଳ ଜନିତ ସଂକ୍ରମଣ ବ୍ୟାପିଥାଏ” ବୋଲି ଶୁକ୍ଳାଙ୍କ ପଡୋଶୀ ରାମ ପ୍ରତାପ ମିଶ୍ର, ୪୭, କୁହନ୍ତି, ଏହା ସହିତ ସେ ସ୍ୱଭାବ ଗତ ସମସ୍ୟା ବିଷୟରେ ମଧ୍ୟ କୁହନ୍ତି । “ବେଳେବେଳେ ଗ୍ରାମବାସୀମାନେ ଛୋଟ ଛୋଟ ସମସ୍ୟାକୁ ନେଇ ପରସ୍ପର ମଧ୍ୟରେ କଳହ କରିବା ନଜରକୁ ଆସିଥାଏ,” ବୋଲି ସେ କୁହନ୍ତି । “କିନ୍ତୁ ଗତ ଚାରି ବର୍ଷ ହେବ, ଲୋକମାନେ ହଠାତ୍ କ୍ରୋଧିତ ହେଉଥିବା ନଜରକୁ ଆସୁଛି, ଏପରିକି ଛୋଟ ଛୋଟ କଥାରୁ ମଧ୍ୟ ବଡଧରଣର ଝଗଡାର ସୂତ୍ରପାତ ହେଉଛି’’।
ଚିଲିକା ଦାଦ୍ ଗ୍ରାମର ୩୦ପ୍ରତିଶତ ଲୋକ ଦୁଗ୍ଧ ଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ଦୁର୍ଭାଗ୍ୟବଶତଃ, ପରିବେଶ ପ୍ରଦୂଷଣ ଗୁଣବତ୍ତା ଉପରେ ବିଶ୍ୱାସ କରିଥାଏ । ଗାଈ ଓ ମଇଁଷି, ମନୁଷ୍ୟଙ୍କ ଭଳି, ଏହାର କୁପରିଣତିଠାରୁ ନିଜକୁ ବଞ୍ଚେଇ ପାରିନାହାନ୍ତି । ୬୧ବର୍ଷୀୟ ପନ୍ନା ଲାଲ୍, ଯିଏ ପ୍ରାୟ ଅର୍ଦ୍ଧ-ଶତକରୁ ଅଧିକ ସମୟ ହେବ ଏହି ବ୍ୟବସାୟ ସହିତ ଯୋଡ଼ି ହୋଇ ରହିଛନ୍ତି, ସେ କହିଲେ ଯେ, “ସର୍ବଶେଷରେ ଅସମୟରେ ଜନ୍ମ ଓ ଗର୍ଭପାତ ସଂଖ୍ୟା ବୃଦ୍ଧି ପାଇଛି, ଯାହା ଦ୍ୱାରା ପ୍ରାକୃତିକ ଚକ୍ର ନଷ୍ଟ ହୋଇଯାଇଛି।’’ ଏହା ଦ୍ୱାରା ଦୁଗ୍ଧ ଜାତ ଉତ୍ପାଦର ଗୁଣବତ୍ତା ପ୍ରଭାବିତ ହୋଇଛି ।
ଶିଂଗ୍ରୋଲିରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉପସ୍ଥିତି ଯୋଗୁଁ କୃଷକମାନଙ୍କୁ ସେମାନଙ୍କ ଭୂମି ଛାଡ଼ିବାକୁ ପଡୁଛି, ଯେଉଁଥିପାଇଁ କୃଷିଭିତ୍ତିକ କାର୍ଯ୍ୟହ୍ରାସ ପାଇବାରେ ଲାଗିଛି । ପରିଣାମ ସ୍ୱରୂପ, ଗାଈମାନଙ୍କ ପାଇଁ ଖାଦ୍ୟ ସଂକଟ ଦେଖାଦେଇଛି । “ପୂର୍ବେ, ଆମେ ନିକଟସ୍ଥ ଚାଷଜମିରୁ ମାଗଣାରେ ଏସବୁ ପ୍ରଚୁର ପରିମାଣରେ ପାଇପାରୁଥିଲୁ । ବର୍ତ୍ତମାନ ଏଥିପାଇଁ ଆମକୁ ପଇସା ଖର୍ଚ୍ଚ କରିବାକୁ ପଡୁଛି,” ବୋଲି ପନ୍ନା ଲାଲ୍ କୁହନ୍ତି । ସ୍ଥାନୀୟ ଲୋକମାନେ, ଯେଉଁମାନେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଦୁଗ୍ଧ ଉପରେ ନିର୍ଭର କରୁଥିଲେ, ବର୍ତ୍ତମାନେ ସେମାନେ ଅନ୍ୟ ଉପାର୍ଜନ ପନ୍ଥା ବିଷୟରେ ଭାବିବାକୁ ଆରମ୍ଭ କଲେଣି । “ମୁଁ ଯେତେବେଳେ ପିଲା ଥିଲି ସେତେବେଳେ ଆମ ପାଖରେ ୩୫ଟି ଗାଇ ଓ ୧୨ଟି ମଇଁଷି ଥିଲା । ବର୍ତ୍ତମାନ ମୋ ପାଖରେ କେବଳ ଗୋଟିଏ ଗାଈ ଓ ଗୋଟିଏ ମଇଁଷି ଅଛି । ଆର୍ଥିକ କ୍ଷତି ଏବେ ସହିବା କଷ୍ଟକର ହୋଇଗଲାଣି,” ବୋଲି ସେ କହିଲେ ।
ଅଧିକନ୍ତୁ, ଚିଲିକା ଦାଦ୍ରେ ସ୍ୱାସ୍ଥ୍ୟ ସେବା ସ୍ଥିତି ଅତ୍ୟନ୍ତ ଦୁର୍ବଳ ଅଟେ ବା ପ୍ରାୟତଃ ନାହିଁ ବୋଲି କୁହାଯାଇପାରେ। “ଏହିପରି ଏକ ସ୍ଥାନ ଯେଉଁଠାରେ ଅଧିକାଂଶ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ଅଧିକ, ସେଠାର ସ୍ୱାସ୍ଥ୍ୟ ସେବା ମଧ୍ୟ ଅନୁକୂଳତମ ହେବା ଆବଶ୍ୟକ,” ବୋଲି ମିଶ୍ର ନିଜ ମତ ଦିଅନ୍ତି । କିନ୍ତୁ “ଦୁଃଖର କଥା ହେଉଛି, ଏଠାରେ ଏହା ଶୂନ୍ୟ ଅଟେ। ଯେ କୌଣସି ପ୍ରକାରର ଚିକିତ୍ସା ପାଇଁ ଆମକୁ ଆଖପାଖ ଅଞ୍ଚଳକୁ ଯିବାକୁ ପଡିଥାଏ’’।
ଶିଂଗ୍ରୋଲି ଅଞ୍ଚଳରେ ବହୁ ସଂଖ୍ୟକ ପାୱାର୍ ପ୍ଲାଣ୍ଟ ଓ ଖଣି ରହିଛି । ଯାହା ଫଳରେ, ଏହି ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହେଉଥିବା ଦେଖାଯାଉଛି । ସେମାନେ ଯେଉଁମାନଙ୍କ ଜମି ‘ବିକାଶ ପ୍ରକଳ୍ପ’ ପାଇଁ ବାଜ୍ୟାପ୍ତ କରାଯାଇଛି, ସେମାନେ ଅଳ୍ପ ଲାଭ ବଦଳରେ ନିଜର ପାରମ୍ପରିକ ଜୀବୀକା ଅର୍ଜନ ପନ୍ଥା ଛାଡ଼ି ଦେଇଥିବାରୁ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ଏହା ଏକ ପାୱାର୍ହବ୍ ହୋଇଥିବାରୁ, ଶିଂଗ୍ରୋଲି ଯେ ଦିନେ ସମୃଦ୍ଧଶାଳୀ ହେବ, ସେଥିରେ ସନ୍ଦେହ ନାହିଁ । ତେବେ ବିଡ଼ମ୍ବନା ଏହା ଯେ, ଏହି ଅଞ୍ଚଳ ଅତ୍ୟନ୍ତ ଗରିବ ଅଟେ ଓ ବିସ୍ଥାପିତମାନଙ୍କୁ ନିକୃଷ୍ଟ ସ୍ତରରେ ଥଇଥାନ କରାଯାଇଛି, ଯେଉଁଠି ସ୍ୱାସ୍ଥ୍ୟ, ଶିକ୍ଷା, ପରିଷ୍କାର ଜଳ ଓ ବିଦ୍ୟୁତ୍ ପରି ମୌଳିକ ସୁବିଧା ମଧ୍ୟ ଉପଲବ୍ଧ କରାଯାଇନି । ଶିଂଗ୍ରୋଲି ଉପରେ ଆଧାରିତ ଏକ ଗ୍ରୀନ୍ପିସ୍ ସତ୍ୟ-ଅନୁସନ୍ଧାନ ରିପୋର୍ଟକୁ “ଶିଂଗ୍ରୋଲି: ଦ କୋଲ୍ କର୍ସ’ ଶିରୋନାମା ଦିଆଯାଇଛି ।
“ଶିଂଗ୍ରୋଲି ଅଞ୍ଚଳରେ ୫୦ କିଲୋମିଟର୍ ଏୟାର୍ ରେଞ୍ଜ ମଧ୍ୟରେ ୨୦,୦୦୦ ମେଗାୱାଟ୍ ପାୱାର୍ ଉତ୍ପନ୍ନ କରାଯାଏ," ବୋଲି ଗିରିଶ ଦ୍ୱିବେଦୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଜଣେ ସଦସ୍ୟ କହିଛନ୍ତି । “ଏହିପରି ଏକ ପ୍ରକଳ୍ପର ଗୁରୁତ୍ୱକୁ କେହି ମଧ୍ୟ ଅଣଦେଖା କରିପାରିବେ ନାହିଁ । ତେବେ ଥଇଥାନ ପ୍ରକ୍ରିୟାକୁ ଆହୁରି ଉତ୍କୃଷ୍ଟ ଢଙ୍ଗରେ କରାଯାଇ ପାରିବ ସେଥିରେ କୌଣସି ସନ୍ଦେହ ନାହିଁ’’।
ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର କେତେକ ପରିବାରକୁ କମ୍ପାନି ତରଫରୁ ଚାକିରି ଯୋଗେଇ ଦିଆଯାଇଛି । କିନ୍ତୁ ଏହି ଗ୍ରାମର ଅଧିକାଂଶ ଯୁବକ ବିଭିନ୍ନ ଠିକାଦାରଙ୍କ ଅଧିନରେ ଚୁକ୍ତିବଦ୍ଧ ଶ୍ରମିକ ଭାବେ କାମ କରନ୍ତି, ବୋଲି ଶୁକ୍ଳା କୁହନ୍ତି । ଶୁକ୍ଳାଙ୍କ ପୁଅ ମଧ୍ୟ ଓଭର୍ବର୍ଡନ୍ ନିଷ୍କାସନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅବଧେଶ କୁମାର, ଶିଂଗ୍ରୋଲିର ଜଣେ ସମ୍ମାନିତ ସମାଜସେବୀ , କୁହନ୍ତି ଯେ “ସେମାନେ ସମସ୍ତେ ସାମୟିକ ଭାବେ ବୃତ୍ତିହୀନ ଅଟନ୍ତି। ସେମାନେ ଯେକୌଣସି ମସୟରେ ମଧ୍ୟ ନିଜ ବୃତ୍ତି ହରାଇବା ସମ୍ଭାବନା ରହିଛି’’।
ଭାରତର ଶକ୍ତି ରାଜଧାନୀ ଭାବେ ଶିଂଗ୍ରୋଲି ଅଞ୍ଚଳକୁ ପ୍ରୋତ୍ସାହିତ କରାଯାଉଛି ଯାହା ସହରଗୁଡିକୁ ଆଲୋକମୟ କରୁଛି ଓ କାରଖାନାଗୁଡିକୁ ପାୱାର୍ ଯୋଗାଉଛି । ଏହି ପରିପ୍ରେକ୍ଷୀରେ, ବିରୋଧାଭାସ ସୁସ୍ପଷ୍ଟ । ଚିକିଲା ଦାଦ୍ରେ ରାତି ୮ଟା ବେଳେ ଲାଗୁଥିଲା ଯେପରି ମଧ୍ୟରାତ୍ରି ହୋଇଗଲାଣି । ଆମେ ଆମ ମୋବାଇଲ୍ର ଲାଇଟ୍ ବ୍ୟବହାର କରି ଆମ ନୋଟ୍ପ୍ୟାଡ୍ରେ ଲେଖିଲୁ। ତେବେ, ଏହିକାରଣରୁ ଶୁକ୍ଳାଙ୍କ ସ୍ତ୍ରୀ ଆମକୁ ତାଜା କରିବା ଭଳି କିଛି ଚାହା ଓ ଜଳଖିଆ ଦେବାକୁ ଭୁଲି ଯାଇନଥିଲେ। ତାଙ୍କର ଗତି ଆମକୁ ଚିକିଲା ଦାଦ୍ରେ ଏହା ହେଉଛି ଆଉ ଏକ ଦିନ ବୋଲି ସୂଚୀତ କରିଦେଇଥିଲା। ସେମାନଙ୍କୁ ଦିନକୁ କେତେ ପରିମାଣର ବିଦ୍ୟୁତ୍ ମିଳିଥାଏ ବୋଲି ପଚାରିବାରୁ “ଆଠ ଘଣ୍ଟାରୁ ଅଧିକ ସମୟ ହେବନି,” ବୋଲି ଶୁକ୍ଳା ଆମକୁ କହିଲେ।
ସେଣ୍ଟର୍ ଫର୍ ସାଇନ୍ସ୍ ଓ ଏନ୍ଭାଇରୋନ୍ମେଣ୍ଟ ଦ୍ୱାରା ୨୦୧୧ରେ ଏଠାରୁ ଜଳ, ମାଟି, ଶସ୍ୟ ଓ ସୋନ୍ଭଦ୍ରାର ମାଛ ଓ ଏଠାରେ ବସବାସ କରୁଥିବା ଲୋକମାନଙ୍କ ରକ୍ତ, କେଶ ଓ ନଖର ନମୂନା ସଂଗ୍ରହ କରି କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏହି ଜିଲ୍ଲାର ପରିବେଶରେ ପାରଦର ସ୍ତର ବିପଜ୍ଜନକ ଭାବେ ଉଚ୍ଚ ସ୍ତରରେ ରହିଛି ।
କିନ୍ତୁ ବର୍ତ୍ତମାନ, ଶୁକ୍ଳା ଏସବୁ ଆଉ ସହିବାକୁ ପ୍ରସ୍ତୁତ ନାହାନ୍ତି । “ପ୍ରଶାସନ ନିଶ୍ଚିତ ଭାବେ କିଛି କରିବା ଉଚିତ । କିଛି ନ ହେଲେ, ମୋର ନାତିର ପିଢି ଶାନ୍ତିରେ ଜୀବନଯାପନ କରିବା ଉଚିତ,’’ ସେ କହିଲେ ।