ଗୋଟିଏ ଛେଳି ଓ ତାର ମାସକର ଛୁଆକୁ ଧରି ହାଟରେ କିଣାଳିଙ୍କୁ ଅପେକ୍ଷା କରିଥିଲେ ବିଠବ ଯାଦବ। ଏ ହେଉଛି ସତାର ଜିଲ୍ଲା ମନ ତାଲୁକର ମହସ୍ୱାଦ ସହରର ଛେଳି ବଜାର। ଗୋଟିଏ ପାସେଞ୍ଜର ଜିପ୍ରେ ଛେଳିଙ୍କୁ ଧରି ସକାଳ ପ୍ରାୟ ୧୦ଟା ୩୦ରେ ପହଞ୍ଚିଗଲେ।
ଗୋଟିଏ ଦୁହାଁଳିଆ ଛେଳି ପ୍ରାୟ ୭,୦୦୦ ରୁ ୮,୦୦୦ ଟଙ୍କାରେ ଏଠି ବିକ୍ରି ହୁଏ। କିନ୍ତୁ ୮୦ ବର୍ଷୀୟ ଯାଦବ ନିଜ ଛେଳିର ଦାମ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଖସେଇ ଦେବାକୁ ଚାହୁଁଛନ୍ତି। ତଥାପି ଛେଳିଟି ବିକ୍ରି ହୋଇପାରୁନି। ଏଠାରୁ ୧୬ କିଲୋମିଟର ଦୂର ଭାଲାଇ ଗାଁରୁ ସେ ଆସିଛନ୍ତି। ଗାଁକୁ ଫେରିଯିବା ପାଇଁ ଜିପ୍ ଧରିବାକୁ ତରତର ହେଉଥିଲେ। ହତାଶ ଭାବରେ କହିଲେ, ‘‘ମୂଲଚାଲ କଥା ଛାଡ, କେହି ପାଖକୁ ଆସିଲେନି କି ଦାମ୍ ବି ପଚାରିଲେନି।’’
୨୦୧୭ ରୁ ଏଠି ମରୁଡି ମାରିଛି। ମଙ୍ଗ ଦଳିତ ସଂପ୍ରଦାୟର ଯାଦବଙ୍କ କଳି ଲୋକଙ୍କ ପାଇଁ ଛେଳି ମେଣ୍ଢା ପାଳିବା ବି ଅସମ୍ଭବ ହୋଇ ପଡ଼ିଛି। ଅଣ୍ଡିରା ଛେଳିଗୁଡ଼ିକ ମାଂସ ପାଇଁ ବିକ୍ରି ହୋଇପାରେ, କିନ୍ତୁ ମାଇ ଛେଳି ଗୁଡ଼ିକ ସାଧାରଣତଃ ପାଳିବା ପାଇଁ କିଣାଯାଏ। ଏବେ କେହି କିଣିବାକୁ ଚାହୁଁନାହାନ୍ତି କାରଣ ଖାଦ୍ୟ ଆଉ ପାଣିର ଉତ୍କଟ ଅଭାବ।
ବିଠବ ଯାଦବଙ୍କ ଭଳି ଭୂମିହୀନ ଲୋକଙ୍କ ପାଇଁ ଏକମାତ୍ର ଆୟର ପନ୍ଥା ହେଉଛି ଛେଳି। ସଂକଟ ସମୟରେ ଯାହା ‘ବୀମା’ ଭଳି କାମ ଦିଏ। କିନ୍ତୁ ଇଏ ବି ଟଙ୍କା ଦେବା ବନ୍ଦ କରି ଦେଇଛି।
ଅନୁବାଦ: ଓଡ଼ିଶାଲାଇଭ୍