ଯାଦବ ଜାଲକୁଟ ଗ୍ରାମରେ ବାସ କରନ୍ତି। ଯାହାକି ଓସମାନାବାଦ ସହରଠାରୁ ୫୦ କିଲୋମିଟର ଦୂରରେ ରହିଛି। ବ୍ୟାଙ୍କକୁ ଯିବା ଆସିବା କରିବାରେ ସେ ପ୍ରାୟ ଗୋଟିଏ ଦିନର ମଜୁରୀ ଟ. ୨୦୦ ଖର୍ଚ୍ଚ କରିସାରିଛନ୍ତି ଏବଂ ସେ ଗତ ଛଅମାସରେ ବାରମ୍ବାର ଓଡିସିସିକୁ ଆସିଛନ୍ତି। ସେ ତାଙ୍କ ପର୍ସରୁ ଗୋଟିଏ ବିବାହ ନିମନ୍ତ୍ରଣ ପତ୍ର ବାହାର କଲେ ଏବଂ କହିଲେ, ‘‘ଏହି ଅର୍ଥ ସଞ୍ଚୟ କରିବା ପାଇଁ ମୁଁ କଠିନ ପରିଶ୍ରମ କରିଛି।’’ ଯାଦବ ଗୋଟିଏ ଇଟାଭାଟିରେ ଶ୍ରମିକ ଭାବରେ କାମ କରନ୍ତି। ତାଙ୍କ ସହ ରହୁଥିବା ଭାଇ ଜାଲକୁଟର ଗୋଟିଏ ଜଳଖିଆ ଦୋକାନରେ ଓ୍ୱେଟର ଭାବରେ କରୁଥିବା କାମ ନିକଟରେ ହରାଇଛନ୍ତି। ସେ କୁହନ୍ତି, ‘‘ମୋର ନିଜର କଷ୍ଟ ଅର୍ଜିତ ଧନ ମାଗିବାରେ ଗୋଟିଏ ଦିନ କଟିଗଲା। ଏହାର ଅର୍ଥ ମୋର ଗୋଟିଏ ଦିନର ମଜୁରୀ ମଧ୍ୟ ହରାଇବା’’। ସ୍ଥାନୀୟ ଶାଖା ମୋତେ ମୁଖ୍ୟ କାର୍ଯ୍ୟାଳୟ ଯିବାକୁ କହୁଛି। ‘‘ଏଠାରେ ଏମାନେ ମୋତେ ସ୍ଥାନୀୟ ଶାଖାକୁ ଯିବାକୁ କହୁଛନ୍ତି।’’
ଚଣ୍ଡକ ସେ ସମସ୍ତଙ୍କୁ ଶୁଣନ୍ତି ଏବଂ ନମ୍ର ଭାବରେ କୁହନ୍ତି, ବ୍ୟାଙ୍କ ପାଖରେ ଅର୍ଥ ନାହିଁ । ସେ ବି ଠିକ୍ କୁହନ୍ତି। ସାଧାରଣ ଭାବରେ କହିବାକୁ ଗଲେ ଓଡିସିସି ଏକ ଅବ୍ୟବସ୍ଥା ଭିତରେ ଅଛି। ବ୍ୟାଙ୍କ ଟ. ୪୦୦କୋଟିର ଫିକ୍ସଡ୍ ଡିପୋଜିଟ୍ କରିବାକୁ ପୈଠ କରିବାକୁ ଅସମର୍ଥ। କିନ୍ତୁ ଏହା ଟ. ୫୦୦କୋଟିରୁ ଊର୍ଦ୍ଧ୍ୱ ଅଣକୃଷି ଋଣଗୁଡ଼ିକ ଆଦାୟ କରିବା ପାଇଁ କିଛି କରୁନାହିଁ। ଏ ମଧ୍ୟରେ ରହିଛି ଜିଲ୍ଲାର ଦୁଇଟି ଆଖୁ କଳ-ତେରନା ଏବଂ ତୁଲଜାଭବାନୀ, ଏଗୁଡ଼ିକ ବ୍ୟାଙ୍କଠାରୁ ଟ. ୩୮୨କୋଟି ଋଣ ନେଇଛନ୍ତି।
ଏଥିସହିତ ଓଡିସିସି କୃଷକମାନଙ୍କୁ ଯେଉଁ ଋଣ ଦେଇଛି- ଏହି ଋଣଗୁଡ଼ିକ ୪୬୭ଟି ବିବିଧ କାର୍ଯ୍ୟକାରୀ ସେବା ସମିତି ଜରିଆରେ ହୋଇଛି, ଏଥିରେ ବୃହତ୍ ପରିମାଣର ଦୁର୍ନୀତି ଅଛି। ଏହି ସମିତିଗୁଡ଼ିକ ଓଡିସିସିଠାରୁ ଟ. ୨୦୦କୋଟି ଋଣ ନେଇଛନ୍ତି। ଏହି ପରିମାଣ କୃଷକଙ୍କଠାରୁ ଆଦାୟ ହେବାକୁ ଥିବା ପରିମାଣଠାରୁ ଅଧିକ। ଏହି ଅର୍ଥ କୁଆଡ଼େ ଗଲା ତାହା ଯେ କେହି ଅନୁମାନ କରିପାରିବେ।
ଏସବୁ ସମସ୍ୟାର ସମାଧାନ ପାଇଁ ସାମାନ୍ୟ କିଛି କରୁଥିବା ଓଡିସିସି ବ୍ୟଙ୍କରୁ ଟ. ୧୮୦କୋଟି ଋଣ ନେଇଥିବା ୨୦,୦୦୦ ଚାଷୀକୁ ଧମକାଉଛି, ସେମାନଙ୍କୁ ସାର୍ବଜନୀନ ଭାବରେ ଅପମାନିତ କରୁଛି ଏବଂ ଏହାପରେ ନଭେମ୍ବରର ମଧ୍ୟ ଭାଗରେ ନୋଟିସ ପଠାଇଛି। ଏହି ଧମକ ସମ୍ପର୍କରେ ଗୋଟିଏ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ବନ୍ଦ ହୋଇଛି। ଜନୈକ ବ୍ୟାଙ୍କ ଅଧିକାରୀ କୁହନ୍ତି, ‘‘ଅଣ-କୃଷି ଋଣଗୁଡ଼ିକ ପ୍ରଭାବଶାଳୀ [ରାଜନୈତିକ ଭାବରେ ସଂଯୁକ୍ତ] ଲୋକମାନଙ୍କର ଆମେ ଯେତେବେଳେ ସେମାନଙ୍କୁ ମନେପକାଇ ଦେବା ପାଇଁ ଯାଉ ସେତେବେଳେ ଆମେ ପାଖରେ ଅଛୁ ବୋଲି କହିବାଠାରୁ ଆରମ୍ଭ କରୁ ଏବଂ ଏହା ପରେ ଋଣ ସମ୍ପର୍କରେ ଏକ ପରୋକ୍ଷ ସୂଚନା ଦେଉ।’’