ପୁଣି ସ୍କୁଲକୁ ଫେରିଛନ୍ତି ସିତ୍ତିଲିଙ୍ଗି ଉପତ୍ୟକାର କେତେକ ଯୁବ ଆଦିବାସୀ । କିନ୍ତୁ ଏଥର ପାଠ ପଢ଼ିବାକୁ ନୁହେଁ, ବରଂ ଥୁଲିର ସ୍କୁଲ୍ର ନୂଆ ପରିସର ନିର୍ମାଣ କରିବା ପାଇଁ ।
ସେମାନଙ୍କ ମଧ୍ୟରେ ଅଛନ୍ତି ୨୯ ବର୍ଷୀୟ ଏ. ପେରୁମଲ, ଯିଏ କି ଜଣେ ଇଲେକ୍ଟ୍ରିସିଆନ୍। ଦିନେ ସକାଳେ, ତାର ଓ ଅନ୍ୟ ଉପକରଣଗୁଡ଼ିକୁ ରଖୁଥିବା ବେଳେ ସେ କହନ୍ତି, “ତଳେ ଥିବା ଏହି ଛୋଟ ଭେଣ୍ଟିଲେଟରକୁ ଦେଖୁଛନ୍ତି ? ଏହାଦ୍ଵାରା ସବୁଠୁ ଛୋଟ ପିଲାଟି ମଧ୍ୟ ତାଜା ପବନ ପାଇପାରିବ।” ସିତ୍ତିଲିଙ୍ଗିରେ ତାଙ୍କ ଟେଲିଭିଜନ ଓ ଫ୍ୟାନ୍ମରାମତି କାମରଚାହିଦା ଥିଲେ ହେଁ, ତାକୁ ଛାଡ଼ି ସେ ସ୍କୁଲ୍ନିର୍ମାଣସ୍ଥଳରେ କାମ କରିବାକୁ ଆସିଛନ୍ତି ।
ତାଙ୍କ ପାଖରେ ମାଟି ଅକ୍ସାଇଡ୍ରେ କୋଠାର ଖମ୍ବଗୁଡ଼ିକୁ ଆକାର ଦେଉଛନ୍ତି ୨୪ ବର୍ଷର ଏମ୍. ଜୟବଲ।ମାଟି ତିଆରି ଇଟା କାମରେ ସିଦ୍ଧହସ୍ତ ଜଣେ ଜଣାଶୁଣା ରାଜମିସ୍ତ୍ରୀ। ଯଦିଓ ଉପତ୍ୟକାର ଏହି ସରକାରୀ ସ୍କୁଲ୍ରେ ପଢ଼ିବା ବେଳେ ସେ କେବେ ହେଲେ ହାତରେ ଖଡ଼ି କି ଚିତ୍ରାଙ୍କନ ଖାତା ଧରି ନଥିଲେ। ୨୦୧୬ ମସିହା ଡିସେମ୍ବରରେ ସ୍କୁଲ୍ର ନୂଆ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ ଦିନରୁ ହିଁ ସେ ମଧ୍ୟ ଜଣେ କାଠ କାରିଗର ଭାବେ କାମ କରିଆସୁଛନ୍ତି। ସେ ଓ ଅନ୍ୟମାନେ ଦିନକୁ ଆଠ ଘଣ୍ଟାର କାମ ପାଇଁ ୫୦୦ ଟଙ୍କା ପାଆନ୍ତି ଏବଂ ଯେତେବେଳେ ଦରକାର ହୁଏ ଆସନ୍ତି ।
୨୦୦୪ ମସିହାରେ ଥୁଲିରରେ ସ୍କୁଲ ପରବର୍ତ୍ତୀ କାର୍ଯ୍ୟକ୍ରମରେ ହିଁ ସେମାନେ କୋଠା ନିର୍ମାଣ କୌଶଳର ପ୍ରଥମ ଶିକ୍ଷା ଆରମ୍ଭ କରିଥିଲେ । ଏହିଠାରେ, ଜୟବଲ ଏବଂ ଅନ୍ୟ ପ୍ରାଥମିକ ଓ ମାଧ୍ୟମିକସ୍ତରର ଛାତ୍ରଛାତ୍ରୀମାନେ ସିତ୍ତିଲିଙ୍ଗିର ସ୍ଥାନୀୟ ସରକାରୀ ସ୍କୁଲ୍ରେ ହିଁ ବ୍ୟାବହାରିକ ପରୀକ୍ଷଣ ଜରିଆରେ ବିଜ୍ଞାନ, ଅଙ୍କନ ଜରିଆରେ କଳା ଏବଂ ବହି ଜରିଆରେ ଭାଷାର ଅନ୍ଵେଷଣ କରୁଥିଲେ ।









