ପଶ୍ଚିମବଙ୍ଗରେ ଜଳପାଇଗୁଡି ଜିଲ୍ଲାର ଏକ ଚା ବଗିଚାରେ ଶ୍ରମିକ ଭାବରେ କରିମୁଲ ହକ୍ କାମ କରନ୍ତି ଓ ସେ ଲୋକମାନଙ୍କୁ ମାଗଣାରେ ଧଳବାରି ଓ ନିକଟସ୍ଥ ଗାଁରୁ ଡାକ୍ତରଖାନାକୁ ନେବାପାଇଁ ନିଜ ମୋଟର ସାଇକେଲକୁ ବ୍ୟବହାର କରନ୍ତି। ଧଳବାରିଠାରୁ ଛଅ କିଲୋମିଟର ଦୂରରେ ଅବସ୍ଥିତ କ୍ରାନ୍ତିରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଛି, କିନ୍ତୁ ଏଠାରେ ବହୁତ କମ୍ ସୁବିଧା ଅଛି। ଏହି ସ୍ଥାନରେ ନିୟମିତ ଚାରିଚକିଆ ଆମ୍ବୁଲାନ୍ସ୍ ସେବା ଉପଲବ୍ଧ ନାହିଁ।
କରିମୁଲଙ୍କ ଅସାଧାରଣ ‘ବାଇକ ଆମ୍ବୁଲାନ୍ସ୍’ ଓ ମୋବାଇଲ ନମ୍ବର (ଡାକ୍ତରୀ ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କଠରୁ କଲ୍ ପାଇଁ) ଗାଁମାନଙ୍କରେ ବହୁତ ଲୋକପ୍ରିୟ ହୋଇଆସିଛି,ଏବଂ ତାଙ୍କର ସେବା ବିଷୟରେ ସ୍ଥାନୀୟ ଡାକ୍ତରମାନେ, ପୋଲିସ୍ ଅଧିକାରୀବୃନ୍ଦ ଓ ବ୍ଲକ୍ କର୍ମଚାରୀମାନେ ମଧ୍ୟ ଅବଗତ ଅଛନ୍ତି।




