ଅପରାହ୍ନ ପ୍ରାୟ ୧.୩୦ର ସମୟ ଥିଲା। ନାସିକ୍ ଜିଲ୍ଲାର ଦିନ୍ଦୋରୀ ତାଲୁକାର ଅହିଓ୍ୱନ୍ତୱାଡ଼ି ଗ୍ରାମର କୃଷକ କୁନ୍ଦାବାଈ ଗାଙ୍ଗୁଡ଼େ କହିଥିଲେ, ‘‘ମୁଁ ସକାଳୁ କିଛି ବି ଖାଇନି। ମୋ ଗ୍ରାମବାସୀମାନେ ଏଠାରେ ପହଞ୍ଚିବା ପରେ ହିଁ ମୁଁ ଖାଇବି। ’’
କୁନ୍ଦାବାଈ ଏବଂ ଅନ୍ୟ କେତେଜଣ ପୁରୁଷ ଓ ମହିଳା, ଯେଉଁମାନେ କି ସେମାନଙ୍କ ତାଲୁକାର ଦଳ ଗତ ସପ୍ତାହର ପ୍ରତିବାଦ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆସିବା ପୂର୍ବରୁ ଆସିଯାଇଥିଲେ, ୫୦ଜଣ କୃଷକଙ୍କ ପାଇଁ ଭାତ ରୋଷେଇ କରୁଛନ୍ତି। ତାଙ୍କ ପାଖରେ ଗଙ୍ଗୁବାଈ ଭବର (ପ୍ରଚ୍ଛଦ ଫଟୋରେ ଉପରେ ଥିବା) ବାଇଗଣ ଏବଂ ଆଳୁରେ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି। ନାସିକ ଜିଲ୍ଲାର ଦିନ୍ଦୋରୀ ତାଲୁକାର ସୋଞ୍ଜାମ୍ବ ଗ୍ରାମରୁ ଆସିଛନ୍ତି। ସେ କହିଥିଲେ, ଆମ ତାଲୁକାର କୃଷକମାନେ ଏକାଠି ଖାଦ୍ୟଶସ୍ୟ, ଅଟା ଓ ପନପରିବା କିଣିଛନ୍ତି। ନାସିକ ତାଲୁକାର ବିଲ୍ହୋଲି ଗ୍ରାମର ୧ କିଲୋମିଟର ଦୂରରେ ଫେବୃଆରୀ ୨୧ ଅପରାହ୍ନ ପ୍ରାୟ ୨.୩୦ ବେଳକୁ ମଧ୍ୟାହ୍ନ ଭୋଜନ ପାଇଁ ଅଟକିଥିଲେ। ସେମାନେ ନାସିକ୍ରୁ ୧୧ କିଲୋମିଟର ଚାଲି ସେଠାରେ ପହଞ୍ଚିଥିଲେ। ସେମାନେ ନିଜ ନିଜ ଗାଁରୁ ଫେବୃଆରୀ ୨୦ରେ ନାସିକ୍ରେ ପହଞ୍ଚିଥିଲେ। (ଫେବୃଆରୀ ୨୧ ବିଳମ୍ବିତ ରାତିରେ ପଦଯାତ୍ରାର ସଂଯୋଜକ ଅଲ୍ ଇଣ୍ଡିଆ କିସାନ ସଭା ସରକାରଙ୍କ ପ୍ରତିନିଧିଙ୍କ ସହ ଦୀର୍ଘ ଆଲୋଚନା ପରେ ଏହି ପ୍ରତିବାଦ ବାତିଲ କରିଥିଲା ଏବଂ ସରକାର କୃଷକମାନଙ୍କର ସମସ୍ତ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ)
ଏପରିକି ୨୦୧୮ ନାସିକରୁ ମୁମ୍ବାଇ ଦୀର୍ଘ ପଦଯାତ୍ରାରେ କୁନ୍ଦାବାଈ ନିଜ ଗାଁର ଲୋକମାନଙ୍କ ପାଇଁ ଭୋଜନ ପ୍ରସ୍ତୁତି କରିଥିଲେ। ସେ ଏକ ଅନୁସୂଚିତ ଜନଜାତି ମହାଦେବ କୋଲି ସଂପ୍ରଦାୟର।










