‘‘ତିନ ଆନି ଦୋନ୍ କିତ୍ତି ? [ତିନି ଯୁକ୍ତ ଦୁଇ କେତେ ?]’’, ପ୍ରତିଭା ହିଲିମ୍ ପଚାରନ୍ତି। ତାଙ୍କ ସାମ୍ନାରେ ତଳେ ୭-୯ ବର୍ଷ ବୟସ ଶ୍ରେଣୀର ପ୍ରାୟ ୧୦ଜଣ ଶିଶୁ ବସିଛନ୍ତି । ସେମାନେ ଉତ୍ତର ଦେଲେ ନାହିଁ। ସେ ଗୋଟିଏ ଚକ୍ ବୋର୍ଡରେ ଲେଖନ୍ତି, ପିଲାମାନଙ୍କ ଆଡ଼କୁ ଫେରି ଦେଖନ୍ତି ଏବଂ ତାଙ୍କ ବାହୁକୁ ସେମାନଙ୍କ ଆଡ଼କୁ ସଂକେତ ଦେଇ ଏବଂ ତାଙ୍କ ମୁଣ୍ଡକୁ ସାମାନ୍ୟ ଅଣେଇ ପୁନରାବୃତ୍ତି କରନ୍ତି ‘‘ପାଞ୍ଚ୍ [ପାଞ୍ଚ] ।’’
ପ୍ରତିଭା ରବର ସୋଲ୍ ଥିବା ଚମଡ଼ା ଏବଂ ଷ୍ଟିଲ୍ର ଷ୍ଟମ୍ପ ପ୍ରୋଟେକ୍ଟର ସାହାଯ୍ୟରେ ଛିଡ଼ା ହୋଇଛନ୍ତି, ଯାହାକି ତାଙ୍କର ଉଭୟ ଆଣ୍ଠୁରେ ସଂଯୁକ୍ତ ହୋଇଛି । ଖଣ୍ଡେ ଧଳା ଚକ୍ ତାଙ୍କ କହୁଣୀ ପାଖରେ ବନ୍ଧା ହୋଇଛି ।
‘ସ୍କୁଲ୍’ ଆଗେଇ ଚାଲିଛି । ଏବଂ ଏହା ପଲଘର ଜିଲ୍ଲାର କାରହେ ଗ୍ରାମରେ ହିଲିମ୍ ପରିବାରର ତିନି-କୋଠରୀ ବିଶିଷ୍ଟ ସିମେଣ୍ଟ ଘରେ ଚାଲିଛି। ଏଠାରେ ଚଳିତବର୍ଷ ଜୁଲାଇ ୨୦ ତାରିଖରୁ ପ୍ରତିଭା ମହରାଷ୍ଟ୍ରର ପଲଘର ଜିଲ୍ଲାର ବିକ୍ରମଗଡ଼ ତାଲୁକାରେ ଥିବା ଏହି ଗ୍ରାମରେ ପ୍ରାୟ ୩୦ଜଣ ଆଦିବାସୀ ପିଲାଙ୍କୁ ଇଂରାଜୀ, ଇତିହାସ, ମରାଠୀ ଏବଂ ଗଣିତ ପଢ଼ାଉଛନ୍ତି। ୧,୩୭୮ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଏହି ପିଲାମାନେ ଜିଲ୍ଲା ପରିଷଦ ବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ପାଠ୍ୟପୁସ୍ତକ ଧରି ପୂର୍ବାହ୍ନ ୧୦ଟାରୁ ପୂର୍ବାହ୍ନ ୧ଟା ପର୍ଯ୍ୟନ୍ତ ଦଳ ଦଳ ହୋଇ ଆସନ୍ତି।
ଜଣେ ଛାତ୍ର ତାଙ୍କ ହାତରେ ଏକ ଭେଲ୍କ୍ରୋ ଷ୍ଟ୍ରାପ୍ ବ୍ୟବହାର କରି ଗୋଟିଏ ଚକ୍ ଲଗାଇବାରେ ସାହାଯ୍ୟ କରିବା ସମୟରେ ପ୍ରତିଭା କୁହନ୍ତି, ‘‘ଅସ୍ତ୍ରୋପଚାର ପରଠାରୁ ପ୍ରତ୍ୟେକ ଛୋଟ କାମ କରିବା ସମ୍ପୂର୍ଣ୍ଣ ହେବା ପାଇଁ ଅଧିକ ସମୟ ଯାଉଛି ଏପରିକି ଏଥିରେ ଲେଖିବା ମଧ୍ୟ କଷ୍ଟକର।’’
ଗତବର୍ଷ ପର୍ଯ୍ୟନ୍ତ ଓ୍ୱର୍ଲି ଆଦିବାସୀ ସମୂହରୁ ଆସିଥିବା ପ୍ରତିଭା ହିଲିମ୍ ୮୦ ବର୍ଷ ହେବ ସ୍ଥାନୀୟ ଜିଲ୍ଲା ପରିଷଦ (ଜେପି) ସ୍କୁଲମାନଙ୍କରେ ଶିକ୍ଷାଦାନ କରୁଥିଲେ। ୨୦ ବର୍ଷ ବୟସରେ ବିବାହ କରିବା ପରେ ସେ କାରହେଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଭିଓ୍ୱାଣ୍ଡି ସହରକୁ ଚାଲିଯାଇଥିଲେ। ସେଠାରେ ତାଙ୍କ ସ୍ୱାମୀ ପାଣ୍ଡୁରଙ୍ଗ ହିଲିମ୍, ୫୦ କାମ କରୁଥିଲେ। ବର୍ତ୍ତମାନ ସେ ରାଜ୍ୟ ଜଳସେଚନ କାର୍ଯ୍ୟାଳୟରେ ଜଣେ ବରିଷ୍ଠ କିରାଣି। ଯେତେବେଳେ ସେ ୨୦୧୫ରେ ନିକଟସ୍ଥ ଥାନେ ଜିଲ୍ଲାରେ ଥିବା କଲ୍ଓ୍ୱା ସହରକୁ ବଦଳି ହୋଇଯାଇଥିଲେ, ପ୍ରତିଭା ଶିକ୍ଷାଦାନ ଜାରି ରଖିବା ପାଇଁ ସେଠାରୁ ଭିଓ୍ୱାଣ୍ଡିକୁ ଯାତାୟତ କରୁଥିଲେ ।
ଜୁନ୍ ୨୦୧୯ରେ ସେ ଭିଓ୍ୱାଣ୍ଡିରେ ଏକ ନୂତନ ଜେପି ସ୍କୁଲ୍ରେ କାମ କରିବା ଆରମ୍ଭ କରିବା ପରେ ପରେ ସେ କାରହେ ରେ ଥିବା ହିଲିମ୍ ପରିବାର ଘରକୁ ଯାଇଥିଲେ, ଯାହାକି ସେ ସାଧାରଣତଃ ମାସରେ ଥରେ କରୁଥିଲେ । ସେହି ମାସରେ ୫୦ ବର୍ଷ ବୟସ୍କ ପ୍ରତିଭାଙ୍କର ଗାଙ୍ଗରିନ୍ ଚିହ୍ନଟ ହୋଇଥିଲା। ଏହି ଅବସ୍ଥା ସେତେବେଳେ ହୁଏ ଯେତେବେଳେ ଶରୀରର ଟିସୁଗୁଡ଼ିକ ମୃତ୍ୟୁବରଣ କରନ୍ତି । ଏହା ସାଧାରଣତଃ ଏକ ଅନ୍ତଃର୍ନିହିତ ରୋଗ, ଆଘାତ କିମ୍ବା ସଂକ୍ରମଣ କାରଣରୁ ରକ୍ତ ଯୋଗାଣରେ ହାନିକାରଣରୁ ହୋଇଥାଏ ।
ଏହା ପରେ, ତାଙ୍କର କହୁଣୀ ତଳକୁ ତାଙ୍କର ଦୁଇ ବାହୁ ଏବଂ ଆଣ୍ଠୁ ତଳକୁ ତାଙ୍କର ଦୁଇ ଗୋଡ଼ କଟିବାକୁ ହୋଇଥିଲା ।








