ଆମେ ସେମାନଙ୍କୁ କେବଳ ପଚାରିଲୁ ସେମାନଙ୍କର ପ୍ରିୟ ବିଷୟ କ’ଣ ? ଶ୍ରେଣୀର ପିଲାମାନେ କହିଲେ ‘‘ଇଂରାଜୀ’’। ଗୋଟିଏ ଭାରତୀୟ ଶ୍ରେଣୀରେ ପଚାରିବା ପାଇଁ ଏହା ଏକ ବୁଦ୍ଧିମାନର ପ୍ରଶ୍ନ ନୁହେଁ। ଯଦି ପ୍ରଥମ ଦୁଇଟି ପିଲା କୁହନ୍ତି ‘‘ଇଂରାଜୀ’’, ତେବେ ଶ୍ରେଣୀରେ ଥିବା ପ୍ରତ୍ୟେକ ଅନୁଚର ସେହି ସମାନ ଜିନିଷ କହିବେ। ଯେତେବେଳେ ଆପଣ ଦେଖିବେ ପ୍ରଥମ ଦୁଇଜଣ ଶୀକାର ଗୋଟିଏ ଉତ୍ତର ଦିଅନ୍ତି ଯାହା ପାଇଁ ସେମାନେ ଦଣ୍ଡ ପାଆନ୍ତି ନାହିଁ, ତା’ହେଲେ ଆପଣ ଜାଣିବେ ଏହି ବାଟରେ ହିଁ ଯିବାକୁ ହେବ।
କିନ୍ତୁ ଏହା ଅନ୍ୟ ସବୁସ୍ଥାନ ଭଳି ନୁହେଁ। ୟେଦାଲିପ୍ପାରାରେ ଏହା ଏକ ଏକକ ଶିକ୍ଷକ ବିଶିଷ୍ଟ ସମନ୍ୱିତ ଆଦିବାସୀ ବିକାଶ ପ୍ରକଳ୍ପ ସ୍କୁଲ। ଏହା କେରଳର ସବୁଠାରୁ ଅଗମ୍ୟ ସ୍ଥାନରେ ଏବଂ ଏକମାତ୍ର ଆଦିବାସୀ ପଞ୍ଚାୟତ ଏଡାମାଲାକୁଡିରେ ଅବସ୍ଥିତ। ଏବଂ ଏହି ସ୍କୁଲ ବାହାରେ ଆପଣ କେଉଁଠାରେ ମଧ୍ୟ ଇଂରାଜୀ କୁହାଯାଉଥିବା ଶୁଣିପାରିବେ ନାହିଁ। କୌଣସି ବୋର୍ଡ, ପୋଷ୍ଟର କିମ୍ବା ଏହି ଭାଷାରେ କୌଣସି ଏକ ଚିହ୍ନ ପାଇବା ମଧ୍ୟ କଷ୍ଟକର। ତଥାପି ପିଲାମାନେ କହିଲେ ଏହା ହିଁ ତାଙ୍କର ପ୍ରିୟ ବିଷୟ। ଅନ୍ୟ କେତେକ ସ୍କୁଲ ପରି ଇଡ଼ୁକ୍କି ଜିଲ୍ଲାରେ ଥିବା ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ କୋଠରୀରେ ଏକାଠି ଚାଲେ। ଏହାର ନେତୃତ୍ୱ ନିଅନ୍ତି ପ୍ରକୃତରେ ଗୋଟିଏ ବିସ୍ମୟକାରୀ ଶିକ୍ଷକ, ଯେ ଖୁବ୍ କମ୍ ପାଉଣା ପାଉଥିବେ, ଅତ୍ୟଧିକ କାର୍ଯ୍ୟ ଚାପଗ୍ରସ୍ତ ହୋଇଥିବେ, ଅସମ୍ଭବ ପରିସ୍ଥିତି ସହ ସଂଘର୍ଷ କରୁଥିବେ, କିନ୍ତୁ ନିଜ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ଥିତ ହୋଇଥିବେ।
ଏବଂ ଏଠି ଆଉ ଏକ ବିରୋଧ ଶୁଣାଗଲା। ଗୋଟିଏ ଛୋଟ ସାହାସୀ ବାଳକ ଠିଆ ହୋଇ କହିଲା ‘‘ଗଣିତ’’। ଆମେ ତାକୁ ଜୋର୍ ଦେଇ କହିଲୁ, ତୁମ ଗଣିତ ଦେଖାଅ। ସେ ଦେଖାଇଲା। ତା’ର ଛୋଟ ଛାତିକୁ ଫୁଲାଇ ଏବଂ ୧ରୁ ୧୨ ପର୍ଯ୍ୟନ୍ତ ପଣିକିଆ କୋଉଠି ଅଟକି ନ ଯାଇ ଏକ ନିଶ୍ୱାସରେ ଗାଇ ଦେଇଗଲା। ଯେତେବେଳେ ଆମେ ଦେଖିଲୁ ସେ ଆଉ ଥରେ ଗାଇବାକୁ ଯାଉଛି ସେତେବେଳେ ଆମେ ତାକୁ ଅଟକାଇଲୁ।





