ପୂର୍ଣ୍ଣିମା ଭୂୟାଁ କହିଲେ, “ମୋର ମନେ ଅଛି, ଝଡ ବାତ୍ୟା ଆସିଲା ଏବଂ ପ୍ରବଳ ବର୍ଷା ମୋ ଘର ଉପରେ ବର୍ଷିଲା। ତା ପରେ ମୋ ଆଖି ଆଗରେ ମୋ ଘର ଖଣ୍ଡବିଖଣ୍ଡିତ ହୋଇଗଲା ଏବଂ (ମୁରି ଗଙ୍ଗା) ନଦୀ ଏହାକୁ ବୋହି ନେଇଗଲା। ” ସେ ଆଉ ଥରେ ଖାସିମରାରେ ଥିବା ତାଙ୍କ ଘର ନଷ୍ଟ ହେବା କଥାକୁ ମନେ ପକାଇଲେ।


South 24 Parganas, West Bengal
|WED, AUG 22, 2018
“ଆମ ଘର ଉଜୁଡି ଯାଉଛି, କାହାରି ଚିନ୍ତା ନାହିଁ”
ଦଶକ ଦଶକ ଧରି, ଘୋରମରା ଦ୍ୱୀପ ଓ ସୁନ୍ଦରବନରୁ ଗ୍ରାମବାସୀମାନେ ସାଗର ଦ୍ୱୀପକୁ ବିସ୍ଥାପିତ ହେଉଛନ୍ତି, କାରଣ ନଦୀ ଓ ବର୍ଷା ସେମାନଙ୍କ ଘରକୁ ଭସାଇ ନେଉଛି। ସେମାନେ ରାଜ୍ୟ ସରକାରଙ୍କଠାରୁ ଅଳ୍ପ କିଛି ସାହାଯ୍ୟ ହିଁ ପାଇଛନ୍ତି।
Author
Translator

Siddharth Adelkar

Siddharth Adelkar
ଯେଉଁ ବର୍ଷ ଗୁଡିକରେ ପୂର୍ଣିମାଙ୍କର ଘର ବାରମ୍ବାର ନଦୀ ସ୍ରୋତରେ ଭାସିଯାଉଥିଲା(କେଉଁ ଦଶକରେ ସେ ମନେ ପକାଇପାରୁନାହାନ୍ତି), ସେ କହନ୍ତି, ସେ ସରକାରଙ୍କଠାରୁ କୌଣସି ସହାୟତା ପାଇଁ ନଥିଲେ। କେବଳ ୧୯୯୩ରେ ଘୋରମରାରେ ଘର ନଷ୍ଟ ହୋଇଥିବା ପରିବାରମାନଙ୍କୁ ସାଗର ଦ୍ୱୀପରେ ଗୋଟିଏ ଛୋଟ ଖଣ୍ଡେ ଜମି-ପ୍ରାୟ ୧ ଏକର- ଯୋଗାଇଦେଇଥିଲେ।
ବିକଳ୍ପ ଦେଲେ ଭୂୟାଁ ଆଜି ବି ଘୋରମରାରେ ରହିବାକୁ ଚାହାଁନ୍ତି। ସେ ଲାଜେଇ ଯାଇ କହିଲେ, “ମୁଁ କାହିଁକି ସେ ସ୍ଥାନକୁ ଭଲ ପାଏ ତାହା ଆପଣଙ୍କୁ କହୁଛି। ଲୋକମାନେ ଅଧିକ ସାହାଯ୍ୟକାରୀ। ଯଦି ଗୋଟିଏ ପରିବାର ଘର ହରାଏ, ଅନ୍ୟ ଜଣେ ତୁରନ୍ତ ତାଙ୍କ ଜମିରେ ଘର ତିଆରି କରିବାକୁ କୁହନ୍ତି। ଏଠାରେ ତାହା ହୁଏ ନାହିଁ। ” ଦୁଃଖର କଥା ହେଲା ଖାସିମରା ଗାଁ ସମ୍ପୂର୍ଣ ଭାବେ ବୁଡିଗଲା, ଏବଂ ୨୦୧୧ ଜନଗଣନାରେ ଏହାର ଲୋକସଂଖ୍ୟା ଶୂନ ବୋଲି ଦର୍ଶାଯାଇଥିଲା। ଦ୍ୱୀପର ଅନ୍ୟ ୬ଟି ଗାଁରୁ କେତେକରେ ଲୋକେ ଆଜି ବି ରହନ୍ତି, ଘୋରମରା ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରାୟ ୫,୦୦୦(୨୦୧୧ ଜନଗଣନା) (ଏବଂ ପରବର୍ତ୍ତୀ ବର୍ଷ ଗୁଡିକରେ, ଏହି ଜନସଂଖ୍ୟା ମଧ୍ୟ କମିଛି)
ମଣ୍ଟୁ ମଣ୍ଡଳ, ଯିଏ ୧୯୯୩ରେ ଘୋରମରାର ଅନ୍ୟ ପରିବାର ସର ଗଙ୍ଗାସାଗରରେ ପହଞ୍ଚିଥିଲେ, ସେମାନେ ସାଗର ଦ୍ୱୀପରେ ପ୍ରାଥମିକ ଦିନ ମାନଙ୍କରେ କଷ୍ଟକୁ ଭୁଲି ନାହାନ୍ତି। ସରକାରଙ୍କ ଦ୍ୱାରା ତାଙ୍କୁ ଯୋଗାଇ ଦିଆଯାଇଥିବା ଜମିର ମାଟିରେ ଲବଣର ମାତ୍ରା ବହୁ ପରିମାଣରେ ଥିବାରୁ ସେ ସବୁ ଜମିରେ ତୁରନ୍ତ ଚାଷ କରିବା ସମ୍ଭବ ନଥିଲା। ତା ଛଡା, ପିଇବା ଓ ଗାଧୋଇବା ପାଇଁ ମଧୁର ଜଳର ଘୋର ଅଭାବ ଥିଲା। ଏବେ ୬୫ ବର୍ଷ ବୟସ୍କ ମଣ୍ଡଳ, ସେତେବେଳେ ଜୀବିକା ପାଇଁ, ମାଟି ଖୋଳିବା, ଶୁଖୁଆ ବିକ୍ରି କରିବା ଭଳି ଦିନ ମଜୁରୀ କାମ କଲେ। ତାଙ୍କର ୧.୫ ଭିଗା(ପ୍ରାୟ ଅଧା ଏକର) ଜମିରେ, ସେ ଗୋଟିଏ ଘର ତିଆରି କଲେ, ଏବଂ ସମୟ କ୍ରମେ ଧାନ ଚାଷ କରିବାରେ ବି ସକ୍ଷମ ହେଲେ।

Siddharth Adelkar

Siddharth Adelkar
ସେ ଯେତେବେଳେ ଘୋରମରାରେ ରହୁଥିଲେ, ମଣ୍ଡଳଙ୍କ ଘରକୁ ନଦୀ ଦୁଇ ଥର ନଷ୍ଟ କରିଥିଲା। ସେ କହନ୍ତି, “୧୦-୧୫ ବର୍ଷ ପୂର୍ବରୁ ଘୋରମରାର ଉତ୍ତର ଭାଗରୁ ଦକ୍ଷିଣ ଭାଗକୁ ଯିବାକୁ ପ୍ରାୟ ୨-୩ ଘଣ୍ଟା ସମୟ ଲାଗୁଥିଲା। ଏବେ ସମାନ ଦୂରତା ଅତିକ୍ରମ କରିବାକୁ ଘଣ୍ଟାଏରୁ କମ୍ ସମୟ ଲାଗିବ।”
କୋଲକାତା ଯାଦବପୁର ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଓସେନୋଗ୍ରାଫିକ୍ ଷ୍ଟଡିଜର ପ୍ରଫେସର ସୁଗତ ହାଜରା କହନ୍ତି, ଯେ “ଘୋରମରାର ବିସ୍ଥାପିତ ଗ୍ରାମବାସୀ ମାନେ ସରକାରଙ୍କ ଦ୍ୱାରା ପରିବେଶଜନିତ ଶରଣାର୍ଥୀ ଭାବେ ଚିହ୍ନିତ ହୋଇନାହାନ୍ତି, କାରଣ ସେମାନେ ଦେଶ ଭିତରେ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ପରିବେଶଜନିତ ବିସ୍ଥାପିତ ଭାବେ ମାନ୍ୟତା ମିଳିବା କଥା, ଏହା ଗୋଟିଏ ଶ୍ରେଣୀ ଯାହାକୁ ସରକାର ସୃଷ୍ଟି କରିବା କଥା ଏବଂ ଏହି ଅସହାୟ ଲୋକମାନେ ଯେପରି ସମ୍ମାନ ଏବଂ ନ୍ୟାୟପୂର୍ଣ ଭାବେ ବଞ୍ଚିବେ ତାହା ନିଶ୍ଚିତ କରିବା କଥା। ”
ସାଗର ଦ୍ୱୀପର ଜଣେ ସମାଜସେବୀ(ଯିଏ ତାଙ୍କ ନାମ ପ୍ରକାଶ କରିବାକୁ ଚାହାନ୍ତି ନାହିଁ)ଙ୍କ କହିବା ଅନୁସାରେ, ୧୯୭୦ରୁ ୧୯୯୦ ମଧ୍ୟରେ ଯେତେବେଳେ ଲୋକେ ଘୋରମରାରୁ ସାଗର ଦ୍ୱୀପକୁ ବିସ୍ଥାପିତ ହେଲେ, ସେତେବେଳେ ବିସ୍ଥାପିତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହେଲା। ସେ କହନ୍ତି, ଘୋରମରାରୁ ଆସିଥିବା ଲୋକଙ୍କୁ ମାଛ ଧରା ଅଞ୍ଚଳ ଦିଆଯିବାକୁ ନେଇ ସ୍ଥାନୀୟ ଲୋକ ମାନେ ଅସନ୍ତୁଷ୍ଟ ଥିଲେ। ମଧୁର ପାଣି ଆବଶ୍ୟକ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିଗଲା। ସମୟ ବିତିବା ଅନୁସାରେ ଉତ୍ତେଜନା କମିଲା।

Siddharth Adelkar

Siddharth Adelkar
ଦିଲଜାନ କହନ୍ତି, “ମୁଁ ମୋ ସ୍ତ୍ରୀ ଓ ପିଲାଙ୍କ ସହ ଏହି ବୁଡୁଥିବା ଦ୍ୱୀପକୁ ଛାଡି ଯିବାକୁ ପସନ୍ଦ କରିବି। କିନ୍ତୁ ସରକାର ଆମକୁ ଅନ୍ୟ କେଉଁଠି ଜମି ଦେଉନାହାନ୍ତି। ” ୧୯୯୩ ପରେ, ସରକାର ଆଉ ସାଗର ଦ୍ୱୀପରେ ଲୋକଙ୍କୁ ଥଇଥାନ କରିବା ବନ୍ଦ କରିଦେଇଛନ୍ତି, କାରଣ ସେଠାରେ ଜମି ଅଭାବ ଥିବା କୁହାଗଲା।
ସାଗର ଦ୍ୱୀପରେ କାମ ଧନ୍ଦାର ଅଭାବ ବଢିଚାଲିଛି, ଯାହା ଅଧିକାଂଶ ପରିବାରର ଲୋକଙ୍କୁ କାମ ସନ୍ଧାନରେ ପଶ୍ଚିମବଙ୍ଗ ବାହାରକୁ ବିସ୍ଥାପିତ ହେବାକୁ ବାଧ୍ୟ କରୁଛି। ଆଉ ଏକ ଚିନ୍ତାର କାରଣ ହେଉଛି-ପ୍ରତିବର୍ଷ ସାଗର ଦ୍ୱୀପ ବି ବୁଡୁଛି ଏବଂ କ୍ଷୟ ହେଉଛି, ଏବଂ ଏଠାକାର ବାସିନ୍ଦା ପୁଣି ଥରେ ସେମାନଙ୍କର ଜମି ଓ ଘର ହରାଇବାର ଭୟ କରୁଛନ୍ତି।
ଆମେ ଦିଲଜାନଙ୍କ ସହ କଥା ହେବା ବେଳେ, ଯିଏ ଆମକୁ ତାଙ୍କ ରିକ୍ସାରେ ବସାଇ ସେହି ସ୍ଥାନକୁ ନେଇ ଯାଉଥିଲେ, ଯେଉଁଠି ନଦୀ ଭୂଭାଗର ଏକ ବୃହତ୍ ଅଂଶକୁ ଗିଳି ଦେଇଛି, ସେଠାରେ ଆମ ସହ ରଞ୍ଜିତା ପୁରକେତ୍ କଥା ହେଲେ। ଥରେ ଭାସି ଯାଇଥିବା ତାଙ୍କ ଘର ନଦୀ ତଟରୁ ମାତ୍ର କେଇ ମିଟର ଦୂରରେ ରହିଛି। ସେ କହିଲେ, “ମୁଁ ଏହି ଘରକୁ ବି ହରାଇପାରେ। ସରକାର କଣ କରିଛନ୍ତି ? କିଛି ନାହିଁ। ଅତି କମରେ ସରକାର ନଦୀ ବନ୍ଧକୁ ଦୃଢ କରିପାରିଥାନ୍ତେ ! ବହୁ ସଂଖ୍ୟାରେ ସାମ୍ବାଦିକ ଆସନ୍ତି, ଫଟୋ ଉଠାନ୍ତି ଆଉ ତା ପରେ ଉଭେଇ ଯାଆନ୍ତି। କିନ୍ତୁ ଆମ ସ୍ଥିତିରେ କୌଣସି ପରିବର୍ତ୍ତନ ଆସେ ନାହିଁ। ସରକାର ଆମକୁ ଅନ୍ୟ କେଉଁଠାରେ ଜମି ଦେବେ କି? ଏହି ଦ୍ୱୀପ ବୁଡୁଛି ଏବଂ ଆମ ଘର ଓ ଜମି ମଧ୍ୟ ଉଭେଇ ଯାଉଛି। ଏ ନେଇ କାହାରି କିଛି ଚିନ୍ତା ନାହିଁ। ”
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଆମ-ଘର-ଉଜୁଡି-ଯାଉଛି-କାହାରି-ଚିନ୍ତା-ନାହିଁ

