ଦାମୋଦର ନଦୀ ପାର୍ଶ୍ୱରେ ଅବସ୍ଥିତ ଅମ୍ତା ଟାଉନ୍ ନିବାସୀଙ୍କର ମୁଖ୍ୟ ବୃତ୍ତି ହେଉଛି କୃଷି ଓ ମାଛ ଧରିବା। ଏଠାର ମହିଳାମାନେ ମାତ୍ରାନୁପାତୀ ଦରରେ ସିଫନ୍ ଓ ଜର୍ଜେଟ୍ ଶାଢୀ ଉପରେ ବିଭିନ୍ନ ସୌନ୍ଦର୍ଯ୍ୟ ବର୍ଦ୍ଧନକାରୀ କାମ କରନ୍ତି – ସେମାନେ ସେଗୁଡିକ ଉପରେ ପଥର ବସାଇ ସେଗୁଡିକୁ ସୁଶୋଭିତ କରନ୍ତି ଓ ସାଧା ଶାଢିଗୁଡିକୁ କଳାର ଏକ ନମୁନାରେ ରୂପାନ୍ତରିତ କରିଦିଅନ୍ତି ।
ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ, ଅନେକ ଘରରେ ମହିଳାମାନେ ଏହି କାର୍ଯ୍ୟ କରନ୍ତି; ଏହା ମାଧ୍ୟମରେ ସେମାନେ କିଛି ଉପାର୍ଜନ କରିପାରନ୍ତି, ନିଜ ପରିବାରର ବ୍ୟୟ ଭାର କିଛି ଦୂର ପର୍ଯ୍ୟନ୍ତ ବହନ କରିବାକୁ ସମର୍ଥ ହୋଇପାରନ୍ତି ଓ ଏହା ସେମାନଙ୍କ ମନରେ ସ୍ୱାଧୀନତା ମନୋଭାବ ଜାଗ୍ରତ କରିଥାଏ ।
ପଥର ଖଚିତ ଏହି ଶାଢିଗୁଡିକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିବା ପରେ ପଶ୍ଚିମ ବଙ୍ଗଳାର ବିଭିନ୍ନ ଦୋକାନରେ ୨୦୦୦ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ ହେଲେ ସେହି ମହିଳାମାନଙ୍କୁ ଏହାର କିଛି ଅଂଶ ମାତ୍ର ମିଳିଥାଏ – ଗୋଟିଏ ଶାଢୀ ପାଇଁ ପ୍ରାୟ ୨୦ଟଙ୍କା।
ଏହି ଭିଡିଓ ଓ କାହାଣୀ ସିଞ୍ଚିତା ମାଜି ତାଙ୍କର ୨୦୧୫-୧୬ ପରୀ ଫେଲୋସିପ୍ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ କରାଯାଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍