ସରକାର ବାହାଦୂର କହିଲେ ତାଙ୍କ ନାଁ ହେଉଛି ଅନ୍ନଦାତା, ଏବଂ ଏବେ ସେ ସେହି ନାଁ ଭିତରେ ବାନ୍ଧି ହେଇଯାଇଛି। ସରକାର ବାହାଦୂର ଯେତେବେଳେ କହିବେ ‘ମଞ୍ଜି ବୁଣ’, ସେ ଯାଇ ଜମିରେ ମଞ୍ଜି ପକେଇବ। ସରକାର ବାହାଦୂର ଯେତେବେଳେ କହିବେ ‘ଖତ ପକାଅ’, ସେ ଜମିକୁ ଖୁଏଇବା ପାଇଁ ଖତ ପକେଇବ। ଯେତେବେଳେ ଫସଲ ଅମଳ ହେବ, ସେତେବେଳେ ସରକାର ବାହାଦୂରଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟରେ ସେ ତା’ ଫସଲ ବିକିବ। ସରକାର ବାହାଦୂର ସାରା ବିଶ୍ଵରେ ଯେତେବେଳେ ସେ ତା’ ଜମିରୁ ଅମଳ କରିଥିବା ଫସଲର ପରିମାଣକୁ ନେଇ ଛାତି ଫୁଲେଇ ପ୍ରଚାର କରୁଥିବେ, ‘ଅନ୍ନଦାତା’ ବିଚରା ନିଜ ପେଟ ଭରିବାକୁ ତା’ ଜମିରୁ ସେ ଅମଳ କରିଥିବା ସମାନ ଫସଲକୁ ଖୋଲା ବଜାରରୁ ଅଧିକ ମୂଲ୍ୟ ଦେଇ କିଣିବ। ସାରା ବର୍ଷ ଏହି ବ୍ୟବସ୍ଥା ଚାଲୁ ରହେ, ଓ ସେ ଉପାୟଶୂନ୍ୟ ହୋଇ ବଞ୍ଚି ରହେ। ଏହି ବ୍ୟବସ୍ଥାରେ ବଞ୍ଚି ରହିବା ଭିତରେ ଏମିତି ଗୋଟିଏ ଦିନ ଆସେ ଯେତେବେଳେ ସେ ନିଜକୁ ଋଣ ଭାରରେ ଆକ୍ରାନ୍ତ ହୋଇଥିବାର ଦେଖେ। ତା’ ପାଦ ତଳୁ ମାଟି ଖସିଗଲା ପରି ଲାଗେ, ଓ କ୍ରମେ ବୃଦ୍ଧି ପାଉଥିବା ଋଣଜନ୍ତାରେ ସେ ପଡ଼ି ସାରିଥାଏ। ସେଥିରୁ ମୁକୁଳିବା ପାଇଁ ଗୋଟେ କିଛି ଉପାୟ ବାହାରିଯିବ ବୋଲି ସେ ଭାବେ, କିନ୍ତୁ ସେମିତି ହୁଏ ନାହିଁ। ତା’ ଆତ୍ମା ବି ସରକାର ବାହାଦୂରଙ୍କ ଦାସ ବନି ସାରିଥାଏ। ସମ୍ମାନ ନିଧି ସ୍କିମ୍‌ରେ ବ୍ୟବସ୍ଥା କରାଯାଇଥିବା ଚକମକ ମୁଦ୍ରା ଆଢୁଆଳରେ ତା’ର ସ୍ଥିତି ଦୀର୍ଘ ଦିନ ଧରି ବିପନ୍ନ ହୋଇ ସାରିଥାଏ।

ହିନ୍ଦୀରେ ଆବୃତ୍ତି କରିଥିବା ଦେବେଶଙ୍କ କବିତା ଶୁଣନ୍ତୁ

ଇଂରାଜୀରେ ଆବୃତ୍ତି କରିଥିବା ପ୍ରତିଷ୍ଠା ପାଣ୍ଡ୍ୟାଙ୍କ କବିତା ଶୁଣନ୍ତୁ


मौत के बाद उन्हें कौन गिनता

ख़ुद के खेत में
ख़ुद का आलू
फिर भी सोचूं
क्या मैं खालूं

कौन सुनेगा
किसे मना लूं
फ़सल के बदले
नकदी पा लूं

अपने मन की
किसे बता लूं
अपना रोना
किधर को गा लूं

ज़मीन पट्टे पर थी
हज़ारों ख़र्च किए थे बीज पर
खाद जब मिला
बुआई का टाइम निकल गया था
लेकिन, खेती की.
खेती की और फ़सल काटी
फ़सल के बदले मिला चेक इतना हल्का था
कि साहूकार ने भरे बाज़ार गिरेबान थाम लिया.

इस गुंडई को रोकने
कोई बुलडोज़र नहीं आया
रपट में पुलिस ने आत्महत्या का कारण
बीवी से झगड़े को बताया.

उसका होना
खेतों में निराई का होना था
उसका होना
बैलों सी जुताई का होना था
उसके होने से
मिट्टी में बीज फूटते थे
कर्जे की रोटी में बच्चे पलते थे
उसका होना
खेतों में मेड़ का होना था
शहराती दुनिया में पेड़ का होना था

पर जब उसकी बारी आई
हैसियत इतनी नहीं थी
कि किसान कही जाती.

जिनकी गिनती न रैलियों में थी
न मुफ़्त की थैलियों में
न होर्डिंगों में
न बिल्डिंगों में
न विज्ञापनों के ठेलों में
न मॉल में लगी सेलों में
न संसद की सीढ़ियों पर
न गाड़ियों में
न काग़ज़ी पेड़ों में
न रुपए के ढेरों में
न आसमान के तारों में
न साहेब के कुमारों में

मौत के बाद
उन्हें कौन गिनता

हे नाथ!
श्लोक पढूं या निर्गुण सुनाऊं
सुंदरकांड का पाठ करूं
तुलसी की चौपाई गाऊं
या फिर मैं हठ योग करूं
गोरख के दर पर खिचड़ी चढ़ाऊं
हिन्दी बोलूं या भोजपुरी
कैसे कहूं
जो आपको सुनाई दे महाराज…

मैं इसी सूबे का किसान हूं
जिसके आप महंत हैं
और मेरे बाप ने फांसी लगाकर जान दे दी है.

ମୃତ୍ୟୁ ପରେ ସେମାନଙ୍କୁ କିଏ ଗଣେ!

ଜମି ମୋ ନିଜର
ଆଳୁ କରେ ଘରେ ଅମଳ
ତେବେ ବି ମୁଁ ଅନିଶ୍ଚିତ
କଣ ଖାଇବି!

କିଏ ବା ଶୁଣିବ?
କିଏ ବା କରିବ ବିଶ୍ୱାସ?
କେମିତି ପାଇବି ମୂଲ
ମୋ ସୁନା ଫସଲର?

କିଏ ବା ଶୁଣିବ
ମୋ ଦୁଃଖ କଥା
କେଉଁଠି ପ୍ରକାଶ କରିବି
ମୋ ଯନ୍ତ୍ରଣାଶିକ୍ତ ବିଳାପ?

ଭଡ଼ାସୂତ୍ରରେ ମିଳିଥିଲା ଜମି
କୋଟି କୋଟି ଖର୍ଚ୍ଚ ହେଲା କିଣିବାକୁ ମଞ୍ଜି।
ଖତ ଆସି ପହଞ୍ଚିଲା
କିନ୍ତୁ ବିହନ ବୁଣିବା ସମୟ ଗାଡ଼ି ଯାଇଥିଲା।
ତା’ ସତ୍ତ୍ୱେ ଆମେ ଖଟିବାରେ ଲାଗିଲୁ, ଜମିରେ ହଳ ବୁଲେଇଲୁ,
ବିହନ ବୁଣିଲୁ, ଫସଲ ଅମଳ କଲୁ
ନାମ ମାତ୍ର ମୂଲ୍ୟରେ ସେ ଫସଲ ବିକିଲୁ।
ସାହୁକାର ହାତରେ ଥିଲା ବଜାର ବ୍ୟବସ୍ଥା।

ସେ ଠକେଇର ପର୍ଦ୍ଦାଫାସ କରିବାକୁ
ଆସିଲେନି କେହି
ଆତ୍ମହତ୍ୟାର କାରଣ ଉଲ୍ଲେଖ ପାଇଁ ଥିବା ଧାଡ଼ିରେ
ପୋଲିସ ଲେଖିଲା: ‘ସ୍ତ୍ରୀ ସହ ଝଗଡ଼ା ହେଇଥିଲା’।

ତା’ ସ୍ତ୍ରୀ ଯିଏ ଜମିରୁ
ବାଳୁଙ୍ଗା ସଫା କରିଥିଲା।
ତା’ ସ୍ତ୍ରୀ ଯିଏ
ମାଟିକୁ ତିଆରି ଥିଲା।
ତା’ ସ୍ତ୍ରୀ ଯିଏ
ବିହନରୁ ଗଜା କାଢ଼ିଥିଲା।
ସ୍ତ୍ରୀ ହେଉଛି ସିଏ
ଯିଏ ଆମେ ଋଣଗ୍ରସ୍ତ ଥିଲା ବେଳେ ମଧ୍ୟ
ପିଲାଙ୍କ ମୁହଁରେ ଦାନା ଦେଉଥିଲା।
ଜମିଗୁଡ଼ିକ ମଧ୍ୟରେ ସେ ହିଡ଼ ପରି ଥିଲା
ସେ ଥିଲା ସବୁଜିମା ଭରା ଗଛଟିଏ ପରି
ସହରର କେନ୍ଦ୍ର ସ୍ଥଳରେ।

କିନ୍ତୁ ତା’ ବେଳକୁ କୁହାଯାଏ
ଜଣେ ଚାଷୀ ରୂପେ ଗଣାହେବାକୁ
ସେ ଯଥେଷ୍ଟ ନୁହେଁ।

ସେମାନଙ୍କୁ କେବେ ବି ଗଣାଯାଉ ନଥିଲା,
ରାଲିରେ ନୁହେଁ କି
ମାଗଣାରେ ମିଳୁଥିବା ଖାଦ୍ୟ ପଦାର୍ଥ ବ୍ୟାଗ୍‌ରେ ନୁହେଁ,
ପ୍ରଜ୍ଞାପନ ବୋର୍ଡରେ ନୁହେଁ, କିମ୍ବା
ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ନୁହେଁ,
କିମ୍ବା ବିଜ୍ଞାପନ ଷ୍ଟଲ୍‌ଗୁଡ଼ିକରେ ନୁହେଁ,
କିମ୍ବା ବଡ଼ ବଡ଼ ମଲ୍ଗୁଡ଼ିକର ବିକ୍ରିବଟାରେ ନୁହେଁ,
ପାର୍ଲିଆମେଣ୍ଟ ଭବନର ପାହାଚଗୁଡ଼ିକରେ ନୁହେଁ,
ଚାରିଚକିଆ ଗାଡ଼ିଗୁଡ଼ିକରେ ନୁହେଁ,
କିମ୍ବା କାଗଜ ବୃକ୍ଷରେ ନୁହେଁ,
ଟଙ୍କା ନୋଟ୍‌ରେ ନୁହେଁ,
କିମ୍ବା ଆକାଶର ତାରାମାନଙ୍କରେ ନୁହେଁ,
କି ସାହେବଙ୍କ ପୁଅମାନଙ୍କ ମଧ୍ୟରେ ନୁହେଁ।

କିଏ ବା ଗଣିବ ଏବେ ସେମାନଙ୍କୁ?
ସେମାନେ ତ ମରି ସାରିଥିଲେ।

ହେ ନାଥ, ମୋ ପ୍ରଭୁ!
ଶ୍ଳୋକସବୁକୁ ମୁଁ ଉଚ୍ଚାରଣ କରିବି କି
ନା ‘ନିର୍ଗୁଣ’ର ପୂଜା କରିବି?
ଆବୃତ୍ତି କରିବି କି ସୁନ୍ଦରକାଣ୍ଡ,
ନା ତୁଲସୀ ଦାସଙ୍କ ଚଉପଦୀ ଗାଇବି?
ଅଥବା ହଟ୍ଟ ଯୋଗ କରିବି, କିମ୍ବା ଗୋରଖନାଥଙ୍କ
ଚରଣରେ ଖିଚିଡ଼ି ଭୋଗ ଲଗେଇବି?
କଥା କହିବି କେଉଁ ଭାଷାରେ
ହିନ୍ଦୀରେ ନା ଭୋଜପୁରୀରେ?
ମୁଁ କେମିତି କହିବି ଯେମିତି କି
ମୋ ସ୍ଵର ତୁମେ ଶୁଣି ପାରିବ ହେ ମହାରାଜ...!

ମୁଁ ଚାଷୀଟିଏ ସେହି ସମାନ ସ୍ଥାନର
ଯେଉଁଠାରେ ମହନ୍ତ ହେଇ ତୁମେ ଶାସନ କରୁଛ,
ଏବଂ ଯେଉଁଠାରେ ଦିନେ ମୋ ବାପା
ବେକରେ ଦଉଡ଼ି ଦେଇ ଝୁଲିପଡ଼ି ପ୍ରାଣ ହାରିଥିଲା।


ଯଦି ଆପଣଙ୍କ ମନରେ ଆତ୍ମହତ୍ୟା କରିବାର ଚିନ୍ତା ଆସୁଛି କିମ୍ବା ଆପଣ ଏମିତି କୌଣସି ଲୋକକୁ ଜାଣନ୍ତି ଯିଏ ସଙ୍କଟରେ ପଡ଼ିଛନ୍ତି ତା’ହେଲେ ଦୟାକରି ଜାତୀୟ ହେଲ୍ପଲାଇନ ‘କିରଣ’କୁ ୧୮୦୦-୫୯୯-୦୦୧୯ (୨୪/୭ ଟୋଲ ଫ୍ରି) ନମ୍ବରରେ କିମ୍ବା ଏଥିମଧ୍ୟରୁ କୌଣସି ନିକଟସ୍ଥ ହେଲ୍ପଲାଇନ ନମ୍ବରକୁ କଲ୍ କରନ୍ତୁ । ମାନସିକ ସ୍ୱାସ୍ଥ୍ୟ ପେସାଦାରଙ୍କ ସହାୟତା ଓ ସେବା ପାଇଁ ଦୟାକରି ଏସପିଆଇଏଫର ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଦେଖନ୍ତୁ ।

ଅନୁବାଦ: କପିଳାସ ଭୂୟାଁ

Poem and Text : Devesh

देवेश एक कवी, पत्रकार, चित्रकर्ते आणि अनुवादक आहेत. ते पारीमध्ये हिंदी मजकूर आणि अनुवादांचं संपादन करतात.

यांचे इतर लिखाण Devesh
Editor : Pratishtha Pandya

प्रतिष्ठा पांड्या पारीमध्ये वरिष्ठ संपादक असून त्या पारीवरील सर्जक लेखन विभागाचं काम पाहतात. त्या पारीभाषासोबत गुजराती भाषेत अनुवाद आणि संपादनाचं कामही करतात. त्या गुजराती आणि इंग्रजी कवयीत्री असून त्यांचं बरंच साहित्य प्रकाशित झालं आहे.

यांचे इतर लिखाण Pratishtha Pandya
Illustration : Shreya Katyayini

श्रेया कात्यायनी एक छायाचित्रकार आहे आणि चित्रपटनिर्मिती करते. २०१६ मध्ये तिने, मुंबईच्या टाटा इन्स्टिट्यूट ऑफ सोशल सायन्सेस मधून मीडिया अँड कल्चरल स्टडीज मध्ये पदव्युत्तर शिक्षण पूर्ण केले. आता ती पीपल्स आर्काइव ऑफ रूरल इंडियासाठी पूर्ण वेळ काम करते.

यांचे इतर लिखाण श्रेया कात्यायनी
Translator : Kapilas Bhuyan

Kapilas Bhuyan is a senior journalist, writer and filmmaker. He has won the President's National Film Award Silver Lotus (2006), and international accolades like Best Short Film Award at Festival du Cinema de Paris and Jury's Special Mention at New York Short Film Festival (2004).

यांचे इतर लिखाण Kapilas Bhuyan