ଭାରତର ଗ୍ରାମାଞ୍ଚଳରେ ମହିଳାମାନଙ୍କର ଏକ ଚିରପରିଚିତ ରୂପ ରହିଛି। ଯୁବ ହୁଅନ୍ତୁ ଅବା ବୟସ୍କ, ମହିଳାମାନେ ପାରମ୍ପରିକ ପୋଷାକ ପିନ୍ଧି, ଅଣ୍ଟାରେ ଏକ ମାଠିଆ ଧରି ଏବଂ ଆଉ ଗୋଟିଏ ଦୁଇଟି ମାଠିଆ ନିଜ ମୁଣ୍ଡ ଉପରେ ରଖି ଚାଲୁଥିବାର ଏକ ଦୃଶ୍ୟ ସମସ୍ତଙ୍କ ମନକୁ ଆସିଥାଏ। ଭାରତୀୟ ଗ୍ରାମାଞ୍ଚଳରେ କୂଅର ଦୃଶ୍ୟ କେବେ ସୂରମ୍ୟ, ପୁଣି ଆଉ କେବେ ବର୍ଣ୍ଣନାତୀତ ହୋଇଥାଏ। କୂଅଗୁଡ଼ିକ କେବଳ ପାଣି ସଂଗ୍ରହର କେନ୍ଦ୍ର ନୁହେଁ, ବରଂ ଏଠାରେ କେବେ ଶ୍ରେଷ୍ଠ ବନ୍ଧୁତା ଜନ୍ମ ନିଏ ଏବଂ ଆଉ କେବେ ଗାଁର ରୋମାଞ୍ଚକର ଘଟଣାକୁ ନେଇ ଚର୍ଚ୍ଚା ହୁଏ। ପୁଣି କେବେ କୂଅ ଚାରିପାଖରେ ଜାତିଗତ ବୈଷମ୍ୟର ପ୍ରଭାବ ଦେଖିବାକୁ ମିଳିଥାଏ, ଯାହାକି କିଏ ଆଗ ପାଣି ଭରିବ ତାହା ନିର୍ଦ୍ଧାରଣ କରିଥାଏ।

ବିଡ଼ମ୍ବନାର ବିଷୟ ହେଉଛି, ଏହି କୂଅ, ଯାହା ଦୈନନ୍ଦିନ ଜୀବନକୁ ପରିଚାଳିତ କରିଥାଏ, ତାହା ହିଁ ଶାଶୂ ଘରେ ଦୁଃଖ ସହୁଥିବା ବହୁସଂଖ୍ୟକ ମହିଳାଙ୍କୁ କିଛି କ୍ଷଣ ପାଇଁ ଆଶ୍ରୟ ଦେଇଥାଏ। ତଳେ ଦିଆଯାଇଥିବା ଗୀତରେ, ନିଜ ଇଚ୍ଛା ବିରୋଧରେ ଏକ ପରିବାରରେ ବିବାହ କରିଥିବା ଜଣେ ମହିଳାଙ୍କର ଏକମାତ୍ର ସାଥୀ କୂଅ ମଧ୍ୟ ତାଙ୍କର ଶତ୍ରୁ ପାଲଟିଯାଇଛି। ଏବେ ସେହି ମହିଳାଙ୍କ ପାଖରେ ନିଜର ପରିବାରର ପୁରୁଷମାନଙ୍କ ବିରୋଧରେ ଅଭିଯୋଗ କରିବା ଲାଗି କେହି ଜଣେ ହେଲେ ସାଥୀ ନାହାନ୍ତି। ସେହି ପୁରୁଷମାନେ ତାଙ୍କୁ ଏପରି ଏକ ଘରେ ବିବାହ କରାଇ ଦେଇଛନ୍ତି ଯାହା ତାଙ୍କୁ ନିଜ ଶତ୍ରୁର ଘର ଭଳି ପ୍ରତୀୟମାନ ହେଉଛି।

ଅଞ୍ଜାରର ଶଙ୍କର ବରୋଟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଗୀତରେ, ଜଣେ ମହିଳା ନିଜ ପରିବାରର ପୁରୁଷମାନଙ୍କ ଦ୍ୱାରା ଆଚରଣ କରାଯାଇଥିବା ଶତ୍ରୁତା ସମ୍ପର୍କରେ ଅଭିଯୋଗ କରୁଛନ୍ତି। ବିବାହର ଭିନ୍ନ ଭିନ୍ନ ସମାରୋହ ସମୟରେ ବୋଲା ଯାଉଥିବା ଏକାଧିକ ଗୀତ ମଧ୍ୟରୁ ଏହା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି।

ଅଞ୍ଜର ରୁ ଶଙ୍କର ବରୋଟ୍‌ ଗାଉଥିବା ଲୋକଗୀତ ଶୁଣନ୍ତୁ

Gujarati

જીલણ તારા પાણી મને ખારા ઝેર લાગે મને ઝેર ઝેર લાગે
જીલણ તારા પાણી મને ઝેર ઝેર લાગે મને ખારા ઝેર લાગે
દાદો વેરી થયા’તા મને  વેરીયામાં દીધી, મારી ખબરું ન લીધી
જીલણ તારા પાણી મને ઝેર ઝેર લાગે મને ખારા ઝેર લાગે
કાકો મારો વેરી મને  વેરીયામાં દીધી, મારી ખબરું ન લીધી
જીલણ તારા પાણી મને ઝેર ઝેર લાગે મને ખારા ઝેર લાગે
મામો મારો વેરી મને  વેરીયામાં દીધી, મારી ખબરું ન લીધી
જીલણ તારા પાણી મને ઝેર ઝેર લાગે મને ખારા ઝેર લાગે
જીલણ તારા પાણી મને ઝેર ઝેર લાગે મને ખારા ઝેર લાગે

ଓଡ଼ିଆ

କୂଅ ତୋର ଲୁଣି ପାଣି, ଲାଗେ ମୋତେ ବିଷ ଭଳି,
ଲାଗେ ମୋତେ ବିଷ ଭଳି ତୋର ଏଇ ପାଣି।
ମୋ ପାଇଁ ବିଷ, ତୋର ଏଇ ଲୁଣି ପାଣି। (୨)
ଦାଦା ମୋର ଶତ୍ରୁ। ଜେଜେ ମୋତେ ଟେକିଦେଲେ ସେଇ ଶତ୍ରୁ ହାତରେ
ନା, ସେ କେବେ ମୋତେ ଭଲ ପାଉନଥିଲେ, ରେ ଲୁଣି ପାଣି…
କକା ମୋର ଶତ୍ରୁ। କକା ମୋତେ ଟେକିଦେଲେ ସେଇ ଶତ୍ରୁ ହାତରେ
ନା, ସେ କେବେ ମୋତେ ଭଲ ପାଉନଥିଲେ, ରେ ଲୁଣି ପାଣି…
ମାମୁଁ ମୋର ଶତ୍ରୁ। ମାମୁଁ ମୋତେ ଟେକିଦେଲେ ସେଇ ଶତ୍ରୁ ହାତରେ
ନା, ସେ କେବେ ମୋତେ ଭଲ ପାଉନଥିଲେ, ରେ ଲୁଣି ପାଣି…
ଏ ପାଣି ମୋ ପାଇଁ ବିଷ ଭଳି। ବିଷ ମୋ ପାଇଁ ଏ ଲୁଣି ପାଣି

PHOTO • Labani Jangi

ସଙ୍ଗୀତର ପ୍ରକାର : ପାରମ୍ପରିକ ଲୋକ ଗୀତ

କ୍ଲଷ୍ଟର : ବିବହାର ଗୀତ

ସଙ୍ଗୀତ : ୫

ଗୀତର ପ୍ରକାର: ଜିଲାଁ ତାରା ପାନି ମନେ ଖାରା ଜେର୍‌ ଲାଗେ

ସ୍ୱର ସଂଯୋଜନା: ଦେବଲ ମେହଟା

ଗାୟକ : ଅଞ୍ଜରର ଶଙ୍କର ବାରୋଟ

ବ୍ୟବହୃତ ଉପକରଣ : ହାର୍ମୋନିୟମ, ଡ୍ରମ, ବାଞ୍ଜୋ

ରେକର୍ଡିଂ ବର୍ଷ : ୨୦୧୨, କେଏମଭିଏସ ଷ୍ଟୁଡିଓ

ଗୋଷ୍ଠୀ ରେଡିଓ ଷ୍ଟେସନ ସୁରବାଣୀ ଏପରି ୩୪୧ ଲୋକଗୀତକୁ ରେକର୍ଡ କରିଛି, ଯାହା କଚ୍ଛ ମହିଳା ବିକାଶ ସଂଗଠନ (କେଏମଭିଏସ) ମାଧ୍ୟମରେ ପରୀ ପାଖକୁ ଆସିଛି

ପ୍ରୀତି ସୋନି, କେଏମଭିଏସର ସଚିବ ଅରୁଣା ଢୋଲକିୟା ଏବଂ କେଏମଭିଏସର ପ୍ରକଳ୍ପ ସଂଯୋଜକ ଅମଦ ସମେଜାକୁ ତାଙ୍କର ସହଯୋଗ ପାଇଁ ବିଶେଷ କୃତଜ୍ଞତା ତଥା ଭାରତୀବେନ ଗୋରଙ୍କୁ ତାଙ୍କର ମୂଲ୍ୟବାନ ସହାୟତା ପାଇଁ ଧନ୍ୟବାଦ

ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

ಪ್ರತಿಷ್ಠಾ ಪಾಂಡ್ಯ ಅವರು ಪರಿಯ ಹಿರಿಯ ಸಂಪಾದಕರು, ಇಲ್ಲಿ ಅವರು ಪರಿಯ ಸೃಜನಶೀಲ ಬರವಣಿಗೆ ವಿಭಾಗವನ್ನು ಮುನ್ನಡೆಸುತ್ತಾರೆ. ಅವರು ಪರಿಭಾಷಾ ತಂಡದ ಸದಸ್ಯರೂ ಹೌದು ಮತ್ತು ಗುಜರಾತಿ ಭಾಷೆಯಲ್ಲಿ ಲೇಖನಗಳನ್ನು ಅನುವಾದಿಸುತ್ತಾರೆ ಮತ್ತು ಸಂಪಾದಿಸುತ್ತಾರೆ. ಪ್ರತಿಷ್ಠಾ ಗುಜರಾತಿ ಮತ್ತು ಇಂಗ್ಲಿಷ್ ಭಾಷೆಗಳಲ್ಲಿ ಕೆಲಸ ಮಾಡುವ ಕವಿಯಾಗಿಯೂ ಗುರುತಿಸಿಕೊಂಡಿದ್ದು ಅವರ ಹಲವು ಕವಿತೆಗಳು ಮಾಧ್ಯಮಗಳಲ್ಲಿ ಪ್ರಕಟವಾಗಿವೆ.

Other stories by Pratishtha Pandya
Illustration : Labani Jangi

ಲಬಾನಿ ಜಂಗಿ 2020ರ ಪರಿ ಫೆಲೋ ಆಗಿದ್ದು, ಅವರು ಪಶ್ಚಿಮ ಬಂಗಾಳದ ನಾಡಿಯಾ ಜಿಲ್ಲೆ ಮೂಲದ ಅಭಿಜಾತ ಚಿತ್ರಕಲಾವಿದರು. ಅವರು ಕೋಲ್ಕತ್ತಾದ ಸಾಮಾಜಿಕ ವಿಜ್ಞಾನಗಳ ಅಧ್ಯಯನ ಕೇಂದ್ರದಲ್ಲಿ ಕಾರ್ಮಿಕ ವಲಸೆಯ ಕುರಿತು ಸಂಶೋಧನಾ ಅಧ್ಯಯನ ಮಾಡುತ್ತಿದ್ದಾರೆ.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE