“ସନ୍ଧ୍ୟା ହେଲେ ସମସ୍ତ ଜୀବଜନ୍ତୁ ବିଶ୍ରାମ ନେବାକୁ ଆସନ୍ତି ଏଠାକୁ। ଏହା ଗୋଟିଏ ବରଗଛ।“

ସୁରେଶ ଧୁରୱେ ପୋଷ୍ଟର ସାଇଜ କାଗଜ ଉପରେ ତାଙ୍କ ତୂଳିରେ ନିପୁଣ ଗାର ଟାଣିଲା ବେଳେ କଥା କହୁଥାନ୍ତି। “ଏହା ଗୋଟିଏ ଓସ୍ତ ଗଛ ଓ ଅଧିକ ଚଢେଇ ଆସି ଏହା ଉପରେ ବସିବେ”, - ବିଶାଳ ଓ ପ୍ରସାରିତ ଗଛର ଶାଖା ପ୍ରଶାଖା ଆଙ୍କୁଥିବା ବେଳେ ସେ କହନ୍ତି ‘ପରୀ’କୁ।

ମଧ୍ୟ ପ୍ରଦେଶର ଭୋପାଳସ୍ଥିତ ତାଙ୍କ ବାସଗୃହର ଚଟାଣରେ ବସିଥାନ୍ତି ୪୯-ବର୍ଷୀୟ ଗୋନ୍ଦ ଶିଳ୍ପୀ। ପୂରା ଉପର ମହଲାରେ ଥିବା କୋଠରୀର ଝର୍କା ଓ କବାଟ ବାଟେ ଗଛର ପତ୍ର ଫାଙ୍କରୁ ଆସୁଥିବା ଆଲୁଅ ପଡୁଥାଏ। ଚଟାଣରେ ତାଙ୍କ କଡକୁ ଗୋଟିଏ ପାତ୍ରରେ ଥିବା ସବୁଜ ରଙ୍ଗରେ ସେ ତାଙ୍କ ତୂଳିକୁ ବାରମ୍ବାର ବୁଡାଉଥାନ୍ତି। “ଆଗରୁ ଆମେ ବାଉଁଶ କାଠି ଓ ଗୁଣ୍ଡୁଚି ମୂଷାର ବାଳକୁ ତୂଳି ଭାବେ ବ୍ୟବହାର କରୁଥିଲୁ। ବର୍ତ୍ତମାନ ତାହା (ଗୁଣ୍ଡୁଚି ମୂଷା ବାଳ) ନିଷିଦ୍ଧ, ଯାହା କି ଭଲ ହେଇଛି। ଏବେ ଆମେ ପ୍ଲାଷ୍ଟିକ ତୂଳି ବ୍ୟବହାର କରୁଛୁ”, ସେ କହନ୍ତି।

ସୁରେଶ କହନ୍ତି ତାଙ୍କ ଚିତ୍ରକଳା କହେ କଥା ଓ କାହାଣୀ, ଓ “ମୁଁ ଯେତେବେଳେ ଚିତ୍ର ଆଙ୍କେ କ’ଣ ଆଙ୍କିବି ଭାବିବାକୁ ବହୁତ ସମୟ ଦିଏ। ଧରନ୍ତୁ ଆଗକୁ ଦିୱାଲୀ ଆସୁଛି, ମତେ ସେହି ପର୍ବକୁ ଘେନି ଯାହାସବୁ ହୁଏ ସେ ବିଷୟରେ ଭାବିବାକୁ ପଡ଼ିବ, ଯେମିତି କି ଗାଈ ଓ ଦୀପ ଆଦି...”। ଗୋନ୍ଦ ଶିଳ୍ପୀମାନେ ସେମାନଙ୍କ କାମରେ ଜୀବିତ ଜନ୍ତୁଜୁନ୍ତାଙ୍କୁ, ଜଙ୍ଗଲ ଓ ଆକାଶକୁ, କିମ୍ବଦନ୍ତୀ ଓ ଲୋକକଥା, ଚାଷବାସ ଓ ସାମାଜିକ ସଂପୃକ୍ତି ଆଦି ବିଷୟକୁ ମନେ ପକାଇଥାଆନ୍ତି।

ଭୋପାଳକୁ ଆସିବା ପରେ ଜନଗଡ ସିଂ ଶ୍ୟାମ ପ୍ରଥମେ କପଡ଼ା ଉପରେ, ଓ ତା’ ପରେ କାନଭାସ ଓ କାଗଜ ଉପରେ ଆଙ୍କିଥିଲେ। ଗୋନ୍ଦ ଶିଳ୍ପୀମାନେ ସେମାନଙ୍କ କାମରେ ଜୀବିତ ଜନ୍ତୁଜୁନ୍ତାଙ୍କୁ, ଜଙ୍ଗଲ ଓ ଆକାଶକୁ, କିମ୍ବଦନ୍ତୀ ଓ ଲୋକକଥା ଆଦି ବିଷୟକୁ ମନେ ପକାଇଥାଆନ୍ତି

ଭିଡିଓ ଦେଖନ୍ତୁ: ମାଟିର କଥା

ସୁରେଶ ଜନ୍ମ ହୋଇଥିଲେ ପାଟନଗଡ଼ ମଲରେ – ଯେଉଁ ଗାଁରେ ତାଙ୍କ ପରି ଭୋପାଳରେ ଆସି ରହୁଥିବା ସମସ୍ତ ଗୋନ୍ଦ ଶିଳ୍ପୀ ସେମାନଙ୍କର ବଂଶର ଉତ୍ପତିକୁ ଠାବ କରନ୍ତି। ନର୍ମଦା ନଦୀର ଦକ୍ଷିଣରେ ଅବସ୍ଥିତ ଏହି ଅଞ୍ଚଳକୁ ଅମରକଣ୍ଟକ-ଅଚନକମର ବ୍ୟାଘ୍ର ଅଭୟାରଣ୍ୟର ଜଙ୍ଗଲ ଘେରି ରହିଛି। ଏହି ଅଭୟାରଣ୍ୟରେ ଭରି ହୋଇ ରହିଥିବା ହିଂସ୍ର ଜନ୍ତୁ, ନାନାଦି ବୃକ୍ଷରାଜି, ଫୁଲ, ଚଢ଼େଇ ଓ କୀଟପତଙ୍ଗ ଆଦି ଗୋନ୍ଦ ଚିତ୍ରକଳାରେ ଦେଖିବାକୁ ମିଳେ।

“ଆମେ ଜଙ୍ଗଲରୁ ମିଳୁଥିବା ସାମଗ୍ରୀରୁ ରଙ୍ଗ ତିଆରି କରୁଥିଲୁ – ଶିମିଳି ପତ୍ର (ସବୁଜ ରଙ୍ଗ), କଳା ପଥର, ଫୁଲ, ନାଲି ମାଟି, ଇତ୍ୟାଦି। ସେସବୁକୁ ଆମେ ଝୁଣାରେ ମିଶେଇ ରଙ୍ଗ ତିଆରି କରୁଥିଲୁ”, ସେ ମନେ ପକାନ୍ତି। “ବର୍ତ୍ତମାନ ଆମେ ଆକ୍ରେଲିକ ରଙ୍ଗ ବ୍ୟବହାର କରୁଛୁ। ଲୋକେ କହୁଛନ୍ତି ପ୍ରାକୃତିକ ରଙ୍ଗ ବ୍ୟବହାର କଲେ ଆମ କାମକୁ ଅଧିକ ମୂଲ୍ୟ ମିଳିବ, କିନ୍ତୁ ଆମେ ସେସବୁ ପାଇବୁ କେଉଁଠୁ?”, ସେ ଏଭଳି ଉଲ୍ଲେଖ କରନ୍ତି ଜଙ୍ଗଲ ହଜିହଜି ଯାଉଥିବା କଥାକୁ ଦୃଷ୍ଟିରେ ରଖି।

ଗାଁରେ ଆଦିବାସୀମାନଙ୍କ ଘର କାନ୍ଥରେ ଗୋନ୍ଦ କଳାକୁ ଭିତ୍ତିଚିତ୍ର ରୂପେ ପର୍ବ ପର୍ବାଣି ଓ ବାହାଘର ବେଳେ ଅଙ୍କା ଯାଉଥିଲା। ପ୍ରଥମ ଥର ପାଇଁ ୧୯୭୦ରେ ବିଖ୍ୟାତ ଗୋନ୍ଦ ଚିତ୍ରଶିଳ୍ପୀ ଜନଗଡ ସିଂ ଶ୍ୟାମ ରାଜ୍ୟ ରାଜଧାନୀ ଭୋପାଳକୁ ଆସିଲେ, ଓ ପ୍ରଥମେ କପଡ଼ା ଉପରେ, ତା’ପରେ କାନଭାସ ଓ କାଗଜରେ ଆଙ୍କିବା ଆରମ୍ଭ କଲେ। ଉଭୟ କାଗଜ ଓ କାନଭାସ ଉପରେ ଚିତ୍ରକଳାର ଏକ ନୂତନ କଳାରୂପ ସୃଷ୍ଟି କରିବାର ମାନ୍ୟତା ତାଙ୍କୁ ଦିଆଯାଏ। ସେହି ଦିବଙ୍ଗତ ଶିଳ୍ପୀଙ୍କୁ କଳା କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ୧୯୮୬ ରେ ରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଶିକର ସମ୍ମାନ’ ପ୍ରଦାନ କରା ଯାଇଥିଲା।

କିନ୍ତୁ ଶେଷରେ ଏପ୍ରିଲ ୨୦୨୩ରେ ଯେତେବେଳେ ଗୋନ୍ଦ ଚିତ୍ରକଳାକୁ ଭୌଗଳିକ ସୂଚନାଙ୍କ ମାନ୍ୟତା ( ଜିଆଇ ଟ୍ୟାଗ୍‍ ) ମିଳିଲା, ସେତେବେଳେ ଜନଗଡ ଗୋଷ୍ଠୀର ଶିଳ୍ପୀଙ୍କୁ ଅଣଦେଖା କରାଗଲା ଓ ଏହି ମାନ୍ୟତା ଭୋପାଳ ଯୁବ ପର୍ଯ୍ୟାବରଣ ଏବଂ ଶିକ୍ଷଣ ସଂସ୍ଥାନ ଓ ଡିଣ୍ଡୋରି ଜିଲ୍ଲାସ୍ଥିତ ତେଜସ୍ଵନି ମେକାଳସୂତା ମହାସଂଘ ଗୋରଖପୁର ସମିତିକୁ ପ୍ରଦାନ କରାଗଲା। ଏହି ପଦକ୍ଷେପ ଜନଗଡ ସିଂଙ୍କ ପରିବାର ଓ ଅନୁଗାମୀ ତଥା ଭୋପାଳ ଚିତ୍ରଶିଳ୍ପୀମାନଙ୍କୁ ବ୍ୟଥିତ କଲା। ଦିବଙ୍ଗତ ଚିତ୍ରଶିଳ୍ପୀଙ୍କ ପୁତ୍ର ମୟଙ୍କ କୁମାର ଶ୍ୟାମ କହନ୍ତି, “ଭୌଗଳିକ ସୂଚନାଙ୍କ (ଜିଆଇରେ) ପାଇବାକୁ ଦରଖାସ୍ତକାରୀଙ୍କ ଜନଗଡଙ୍କ ନାମର  ଉଲ୍ଲେଖ ଚାହୁଁ। ତାଙ୍କ ବିନା ଗୋନ୍ଦ ଚିତ୍ରକଳା ବୋଲି କିଛି ନାହିଁ”।

PHOTO • Priti David
PHOTO • Priti David

ବାମରେ: ଏପ୍ରିଲ ୨୦୨୩ରେ ଗୋନ୍ଦ କଳାକୁ ପ୍ରଦାନ କରାଯାଇଥିବା ଭୌଗଳିକ ସୂଚନାଙ୍କ ପ୍ରମାଣପତ୍ର ଡାହାଣରେ: ଭୋପାଳରେ ରହୁଥିବା ନାନକୁଶିୟା ଶ୍ୟାମ, ସୁରେଶ ଧୁରୱେ, ସୁଭାଷ ବୟାମ, ସୁଖନନ୍ଦି ବୟାମ, ହୀରାମନ ଉରବେତି ଓ ମୟଙ୍କ ଶ୍ୟାମ ଆଦି ଶିଳ୍ପୀ, ଯେଉଁମାନେ ସେମାନଙ୍କୁ ବାଦ ଦେଇ ଦିଆଯାଇଛି ବୋଲି କହନ୍ତି

ଭୌଗଳିକ ସୂଚନାଙ୍କ ପାଇଁ ପ୍ରସ୍ତାବ ଦେଇଥିବା ଡିଣ୍ଡୋରି ଜିଲ୍ଲାପାଳ ବିକାଶ ମିଶ୍ର ଫୋନରେ ତୁରନ୍ତ ଜବାବ ଦିଅନ୍ତି, “ଏହି ଭୌଗଳିକ ସୂଚନାଙ୍କ ସମସ୍ତ ଗୋନ୍ଦ ଚିତ୍ରଶିଳ୍ପୀମାନଙ୍କ ପାଇଁ ଉଦ୍ଦିଷ୍ଟ। କିଏ କେଉଁଠାରେ ରହୁଛି ତାକୁ ଘେନି ଆମେ କୌଣସି ବାଛବିଚାର କରିନାହୁଁ। ଭୋପାଳର ଶିଳ୍ପୀମାନେ ସେମାନଙ୍କ ଚିତ୍ରକଳାକୁ ‘ଗୋନ୍ଦ’ ବୋଲି କହିପାରିବେ, କାରଣ ସମସ୍ତେ ଏଠାକାର। ସେମାନେ ସମସ୍ତେ ଏକା ଲୋକ”।

ଜନଗଡ଼ଙ୍କ ଅନୁଗାମୀ ଭୋପାଳ ଗୋଷ୍ଠୀ – ଜନଗଡ ସମ୍ବର୍ଦ୍ଧନ ସମିତି ଜାନୁୟାରୀ ୨୦୨୪ ରେ ଚେନ୍ନାଇସ୍ଥିତ ଭୌଗଳିକ ସୂଚନାଙ୍କ (ଜିଆଇ) ଅଫିସକୁ ଚିଠି ଲେଖି ସେମାନଙ୍କ ନାମକୁ ଦରଖାସ୍ତକାରୀ ଭାବେ ଯୋଗ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ଏହି ଲେଖା ପ୍ରକାଶିତ ହେବା ସୁଦ୍ଧା କୌଣସି ପରିବର୍ତ୍ତନ ହୋଇନାହିଁ।

*****

ପାଟନଗଡ଼ରେ ବଡ଼ ହୋଇଥିବା ସୁରେଶ ପରିବାରର ସବୁଠାରୁ ସାନ ଓ ଏକମାତ୍ର ପୁଅ ତାଙ୍କ ବାପା, ଯେ କି ବିଭିନ୍ନ ପଦାର୍ଥରେ ଦକ୍ଷ ଭାବେ କାମ କରି ପାରୁଥିବା ଜଣେ କାରିଗର, ତାଙ୍କଠାରୁ ପ୍ରଶିକ୍ଷଣ ପାଇଥିଲେ। “ସେ ଠାକୁର ଦେବଙ୍କ ମୂର୍ତ୍ତି ଗଢ଼ି ପାରୁଥିଲେ, କବାଟ ଉପରେ ନୃତ୍ୟରତ ରୂପ ଖୋଦେଇ କରୁଥିଲେ। ତାଙ୍କୁ ସେସବୁ କିଏ ଶିଖେଇଲା ମୁଁ ଜାଣିନି, କିନ୍ତୁ ସେ ରାଜମିସ୍ତ୍ରୀଠାରୁ ବଢେଇ କାମ ପର୍ଯ୍ୟନ୍ତ ବହୁତ କିଛି କରି ପାରୁଥିଲେ”।

ପିଲା ଥିବା ବେଳେ ସେ ତାଙ୍କ ବାପାଙ୍କ ସହ ବୁଲୁଥିଲେ ଓ ବାପା କରୁଥିବା କାମକୁ ଦେଖି ଦେଖି ଶିଖି ଯାଉଥିଲେ। “ପର୍ବ ପର୍ବାଣି ପାଇଁ ଆମେ ମାଟିରେ ମୂର୍ତ୍ତି ଗଢୁଥିଲୁ। ଗାଁ ଲୋକଙ୍କ ପାଇଁ ସେ କାଠ କାମ କରି ଦେଉଥିଲେ। କିନ୍ତୁ ତାହା ତାଙ୍କର ଏକ ପ୍ରକାରର ସଉକ ଥିଲା, ତେଣୁ ସେ ତାଙ୍କ କାମରୁ ଟଙ୍କା ରୋଜଗାର କରୁ ନଥିଲେ। ଅଧିକରୁ ଅଧିକ ତାଙ୍କୁ କିଛି ଖାଦ୍ୟ ମିଳୁଥିଲା – ଶସ୍ୟ ଥିଲା ଟଙ୍କା। ତେଣୁ, ଅଧେ କି ଗୋଟେ ପସେରି (ପାଞ୍ଚ କିଲୋ) ଥିଲା ଗହମ କି ଧାନ ଶସ୍ୟ,” ସେ ମନେ ପକାଇ କହନ୍ତି।

PHOTO • Priti David
PHOTO • Priti David

ସୁରେଶ (ବାମ) ଜନ୍ମ ହୋଇଥିଲେ ପାଟ ନଗଡ ମଲରେ – ଯେଉଁ ଗାଁରେ ତାଙ୍କ ପରି ଭୋପାଳରେ ଆସି ରହୁଥିବା ସମସ୍ତ ଗୋନ୍ଦ ଶିଳ୍ପୀ ସେମାନଙ୍କର ବଂଶର ଉତ୍ପତିକୁ ଠାବ କରନ୍ତି ନର୍ମଦା ନଦୀର ଦକ୍ଷିଣରେ ଅବସ୍ଥିତ ଏହି ଅଞ୍ଚଳକୁ ଅମରକଣ୍ଟକ-ଅଚନକମର ବ୍ୟାଘ୍ର ଅଭୟାରଣ୍ୟର ଜଙ୍ଗଲ ଘେରି ରହିଛି ଏହି ଅଭୟାରଣ୍ୟରେ ଭରି ହୋଇ ରହିଥିବା ହିଂସ୍ର ଜନ୍ତୁ, ନାନାଦି ବୃକ୍ଷରାଜି, ଫୁଲ, ଚ ଢ଼େଇ ଓ କୀଟପତଙ୍ଗ ଆଦି ଗୋନ୍ଦ ଚିତ୍ରକଳାରେ ଦେଖିବାକୁ ମିଳେ । (ଡାହାଣ)

ତାଙ୍କ ପରିବାର ପାଖରେ କେବଳ ବର୍ଷା-ନିର୍ଭର ଛୋଟ ଜମି ଖଣ୍ଡେ ଥିଲା ଯେଉଁଥିରେ ସେମାନେ ଘରେ ଖାଇବା ପାଇଁ ଧାନ, ଗହମ କି ଚଣା ଚାଷ କରୁଥିଲେ। ବାଳୁତ ବୟସରେ ସୁରେଶ ଅନ୍ୟମାନଙ୍କ ଜମିରେ କାମ କରୁଥିଲେ। “ମୁଁ ଦିନକୁ ଅଢ଼େଇ ଟଙ୍କା ମଜୁରୀରେ ଅନ୍ୟମାନଙ୍କ ଜମି କି ପଦରରେ କାମ କରୁଥିଲି, କିନ୍ତୁ ପ୍ରତିଦିନ କାମ ମିଳୁ ନଥିଲା”।

ମାତ୍ର ୧୦ ବର୍ଷ ବୟସରେ ୧୯୮୬ ରେ ସେ ଅନାଥ ହୋଇଗଲେ। “ମୁଁ ସମ୍ପୂର୍ଣ୍ଣ ଏକା ହେଇଗଲି”, ସେ ମନେ ପକାନ୍ତି, ତାଙ୍କ ବଡ ଭଉଣୀମାନେ ସମସ୍ତେ ବାହା ହୋଇ ଯାଇଥିଲେ, ତେଣୁ ସେ ତାଙ୍କ ନିଜକୁ ନିଜେ ଚଳାଇ ଥିଲେ। “ଦିନେ ଜନଗଡ଼ଙ୍କ ମା’, ଯେ ଗାଁରେ ମୁଁ କରିଥିବା କାନ୍ଥ ଚିତ୍ର ଦେଖିଥିଲେ, ଭାବିଲେ ମତେ ସାଙ୍ଗରେ କାହିଁକି (ଭୋପାଳକୁ) ନେଇ ନଯିବେ! ସେ କିଛି ଶିଖି ପାରିବ,” ସେ କହନ୍ତି। ସେମାନେ ପୂର୍ବ ମଧ୍ୟ ପ୍ରଦେଶରୁ ରାଜଧାନୀ ସହରକୁ ୬୦୦ କିଲୋମିଟରରୁ ଅଧିକ ଯାତ୍ରା କଲେ।

ସେତେବେଳେ ଜନଗଡ଼ ସିଂ ଭୋପାଳର ଭାରତ ଭବନରେ କାମ କରୁଥିଲେ। “ମୁଁ ତାଙ୍କୁ ଜନଗଡ଼ ଜୀ ‘ଭୈୟା’ ବୋଲି ଡାକୁଥିଲି। ସେ ମୋ ଗୁରୁ ଥିଲେ। ସେ ମତେ କାମରେ ଲଗେଇଲେ। ଆଗରୁ ମୁଁ କେବେ ବି କାନଭାସରେ କାମ କରି ନଥିଲି, କେବଳ କାନ୍ଥରେ କରିଥିଲି।“ ତାଙ୍କର ପ୍ରାଥମିକ କାମ ଥିଲା “ପଥର ଓ ଅନ୍ୟାନ୍ୟ ପଦାର୍ଥକୁ ଘଷି ଘଷି ଠିକ୍‌ ରଙ୍ଗ ପ୍ରସ୍ତୁତ କରିବା।“

ତାହା ଚାରି ଦଶନ୍ଧି ତଳର କଥା। ତାହା ପରେ ଧୀରେ ଧୀରେ ସୁରେଶ ତାଙ୍କ ନିଜସ୍ୱ ‘ସିଧି ପିଧି’ ଶୈଳୀର ସ୍ଵତନ୍ତ୍ର ପରିଚୟଯୁକ୍ତ ଚିତ୍ର କରି ଚାଲିଛନ୍ତି। “ମୋର ସବୁ କାମରେ ଆପଣ ଏହା ଦେଖିବାକୁ ପାଇବେ”, ସେ କହନ୍ତି। “ଏହି ଚିତ୍ରକଳାର କଥା ଏଥର ମୁଁ ଆପଣଙ୍କୁ ଦେଖାଉଛି...”

ଅନୁବାଦ : ଓଡ଼ିଶାଲାଇଭ୍‍

Priti David

ಪ್ರೀತಿ ಡೇವಿಡ್ ಅವರು ಪರಿಯ ಕಾರ್ಯನಿರ್ವಾಹಕ ಸಂಪಾದಕರು. ಪತ್ರಕರ್ತರು ಮತ್ತು ಶಿಕ್ಷಕರಾದ ಅವರು ಪರಿ ಎಜುಕೇಷನ್ ವಿಭಾಗದ ಮುಖ್ಯಸ್ಥರೂ ಹೌದು. ಅಲ್ಲದೆ ಅವರು ಗ್ರಾಮೀಣ ಸಮಸ್ಯೆಗಳನ್ನು ತರಗತಿ ಮತ್ತು ಪಠ್ಯಕ್ರಮದಲ್ಲಿ ಆಳವಡಿಸಲು ಶಾಲೆಗಳು ಮತ್ತು ಕಾಲೇಜುಗಳೊಂದಿಗೆ ಕೆಲಸ ಮಾಡುತ್ತಾರೆ ಮತ್ತು ನಮ್ಮ ಕಾಲದ ಸಮಸ್ಯೆಗಳನ್ನು ದಾಖಲಿಸುವ ಸಲುವಾಗಿ ಯುವಜನರೊಂದಿಗೆ ಕೆಲಸ ಮಾಡುತ್ತಾರೆ.

Other stories by Priti David
Editor : Vishaka George

ವಿಶಾಖಾ ಜಾರ್ಜ್ ಪರಿಯಲ್ಲಿ ಹಿರಿಯ ಸಂಪಾದಕರಾಗಿದ್ದಾರೆ. ಅವರು ಜೀವನೋಪಾಯ ಮತ್ತು ಪರಿಸರ ಸಮಸ್ಯೆಗಳ ಬಗ್ಗೆ ವರದಿ ಮಾಡುತ್ತಾರೆ. ವಿಶಾಖಾ ಪರಿಯ ಸಾಮಾಜಿಕ ಮಾಧ್ಯಮ ಕಾರ್ಯಗಳ ಮುಖ್ಯಸ್ಥರಾಗಿದ್ದಾರೆ ಮತ್ತು ಪರಿಯ ಕಥೆಗಳನ್ನು ತರಗತಿಗೆ ತೆಗೆದುಕೊಂಡು ಹೋಗಲು ಮತ್ತು ವಿದ್ಯಾರ್ಥಿಗಳು ತಮ್ಮ ಸುತ್ತಲಿನ ಸಮಸ್ಯೆಗಳನ್ನು ದಾಖಲಿಸಲು ಸಹಾಯ ಮಾಡಲು ಎಜುಕೇಷನ್ ತಂಡದಲ್ಲಿ ಕೆಲಸ ಮಾಡುತ್ತಾರೆ.

Other stories by Vishaka George
Video Editor : Sinchita Parbat

ಸಿಂಚಿತಾ ಪರ್ಬತ್ ಅವರು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದ ಹಿರಿಯ ವೀಡಿಯೊ ಸಂಪಾದಕರು ಮತ್ತು ಸ್ವತಂತ್ರ ಛಾಯಾಗ್ರಾಹಕರು ಮತ್ತು ಸಾಕ್ಷ್ಯಚಿತ್ರ ನಿರ್ಮಾಪಕರು. ಅವರ ಹಿಂದಿನ ವರದಿಗಳು ಸಿಂಚಿತಾ ಮಾಜಿ ಎಂಬ ಹೆಸರಿನಲ್ಲಿವೆ.

Other stories by Sinchita Parbat
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE