ସୁନା ରଙ୍ଗରେ ପରିଣତ ହେବା ପୂର୍ବରୁ ସବୁଜ ଧାନ କ୍ଷେତ ପାଖେ ଠିଆ ହେଇ ନରେନ ହଜାରିକା ତା’ ହୃଦୟ ଖୋଲି ଗୀତ ଗାଏ। ଏହି ସତୁରୀ ବର୍ଷୀୟ ନରେନ ସହ ୮୨-ବର୍ଷୀୟ ଜିତେନ ହଜାରିକା ଢୋଲରେ ଓ ୬୦-ବର୍ଷୀୟ ରବିନ ହଜାରିକା ତାଳରେ ସହଯୋଗ କରନ୍ତି। ସେମାନେ ତିନିଜଣଯାକ ତିତାବର ସବଡିଭିଜନ ଅନ୍ତର୍ଗତ ବାଲିଯାନ ଗ୍ରାମର  ନାମ ମାତ୍ର ଚାଷୀ। ଯୁବ ବୟସରେ ସେମାନେ ସମସ୍ତେ ଏକଦା ନିପୁଣ ବିହୁଆ (ବିହୁ କଳାକାର) ଥିଲେ।

“ତୁମେ କଥା କହିବା ଜାରି ରଖି ପାର, କିନ୍ତୁ ରଙ୍ଗୋଲି (ବସନ୍ତ ଊତ୍ସବ) ବିହୁ କଥା ସର୍ବାର ନୁହେଁ ’’

ରଙ୍ଗୋଲି ବିହୁ ଆଧାରିତ ଗୀତଟିଏ ଦେଖନ୍ତୁ: ଦିଖୋର କୋପି ଲୋଗ ଦୋଳଙ୍ଗ

ଅମଳ ସମୟ ଆସିଲା ବେଳକୁ (ନଭେମ୍ବର-ଡିସେମ୍ବର) ଓ ଧାନ ଫସଲ ସୁନା ରଙ୍ଗ ହେଲା ବେଳକୁ ସ୍ଥାନୀୟ ଶସ୍ୟ ଭଣ୍ଡାରରେ ପୁନର୍ବାର ବୋରା, ଜୋହା ଓ ଆଇଜୁଙ୍ଗ ପରି ସ୍ଥାନୀୟ ଚାଉଳ ଭରି ହୋଇଯାଏ। ଫସଲ ଅମଳ ଚୁଟିଆ ସମ୍ପ୍ରଦାୟ ମଧ୍ୟରେ ଯେଉଁ ଅପାର ପରିପୂର୍ଣ୍ଣତା ଆଣେ ତାହା ବିହୁ ନାମ (ଗୀତ) ମଧ୍ୟରେ ଅନୁରଣିତ ହୁଏ, ଯାହା ଆସାମର ଜୋରହାଟ ଜିଲ୍ଲାରେ ପିଢ଼ି ପରେ ପିଢ଼ି ଗଡ଼ି ଚାଲିଛି। ଉପର ଆସାମରେ ରହୁଥିବା ଚୁଟିଆମାନେ ମୁଖ୍ୟତଃ କୃଷିଜୀବୀ ଆଦିବାସୀ ସମ୍ପ୍ରଦାୟ।

ଆସମୀୟ ଶବ୍ଦ ଥୁକ ଅର୍ଥ ଗୁଆ, ନଡିଆ ଓ ଖଜୁରୀର ଗୋଚ୍ଛା ଯାହା ପ୍ରାଚୁର୍ଯ୍ୟକୁ ବୁଝାଏ। ‘ମୋରୋମର ଥୁକ’ ଗୀତରେ ‘ମୋରୋମ’ ଅର୍ଥ ପ୍ରେମ – ପ୍ରେମର ପରିପ୍ରକାଶ। ଏହି କୃଷିଜୀବୀ ସମ୍ପ୍ରଦାୟ ପାଇଁ ପ୍ରେମର ମହତ୍ତ୍ୱ ସର୍ବାଧିକ ଓ  ସଂଗୀତକାରମାନଙ୍କ ସ୍ଵର ତାହାକୁ ଧରଣୀରୁ ଊର୍ଦ୍ଧ୍ଵଗାମୀ କରେ।

କ୍ଷମା କରିଦେବେ ମୋତେ ଯଦି କିଛି ଭୁଲ ହେବ ମୋ ଗାୟନ ବେଳେ”

ସେମାନେ ଚାହାନ୍ତି  ଯୁବ ପିଢ଼ି ମଧ୍ୟ ଏହି ସଂଗୀତିକ ପରମ୍ପରାକୁ ଗ୍ରହଣ କରୁ ଓ ଏହା ମାରି ନଯାଉ।

“ଓ ଜୁନମୋନିଆ,
ସୂର୍ଯ୍ୟ ତା’ର ଗତି ପଥରେ ଯାତ୍ରା ପାଇଁ ପ୍ରସ୍ତୁତ.. .”

ଦେଖନ୍ତୁ ଓ ଜୁନମୋନିଆ (ଯୌବନଭରା କୁମାରୀ)

ଦେଖନ୍ତୁ ଯୋଉବୋନଦୋୟି, ଧାନ ଅମଳ ଉପରେ ଆଧାରିତ ବିହୁ ଗୀତ

ଅନୁବାଦ : ଓଡ଼ିଶାଲାଇଭ୍‍

Himanshu Chutia Saikia

ಹಿಮಾಂಶು ಚುಟಿಯಾ ಸೈಕಿಯಾ ಸ್ವತಂತ್ರ ಡಾಕ್ಯುಮೆಂಟರಿ ಚಲನಚಿತ್ರ ನಿರ್ಮಾಪಕ, ಸಂಗೀತ ನಿರ್ಮಾಪಕ, ಛಾಯಾಗ್ರಾಹಕ ಮತ್ತು ಅಸ್ಸಾಂನ ಜೋರ್ಹಾಟ್ ಮೂಲದ ವಿದ್ಯಾರ್ಥಿ ಕಾರ್ಯಕರ್ತ. ಇವರು 2021ರ ʼಪರಿʼ ಫೆಲೋ.

Other stories by Himanshu Chutia Saikia
Editor : PARI Desk

ಪರಿ ಡೆಸ್ಕ್ ನಮ್ಮ ಸಂಪಾದಕೀಯ ಕೆಲಸಗಳ ಕೇಂದ್ರಸ್ಥಾನ. ಈ ತಂಡವು ದೇಶಾದ್ಯಂತ ಹರಡಿಕೊಂಡಿರುವ ನಮ್ಮ ವರದಿಗಾರರು, ಸಂಶೋಧಕರು, ಛಾಯಾಗ್ರಾಹಕರು, ಚಲನಚಿತ್ರ ನಿರ್ಮಾಪಕರು ಮತ್ತು ಭಾಷಾಂತರಕಾರರೊಂದಿಗೆ ಕೆಲಸ ಮಾಡುತ್ತದೆ. ಪರಿ ಪ್ರಕಟಿಸುವ ಪಠ್ಯ, ವಿಡಿಯೋ, ಆಡಿಯೋ ಮತ್ತು ಸಂಶೋಧನಾ ವರದಿಗಳ ತಯಾರಿಕೆ ಮತ್ತು ಪ್ರಕಟಣೆಯಗೆ ಡೆಸ್ಕ್ ಸಹಾಯ ಮಾಡುತ್ತದೆ ಮತ್ತು ಅವುಗಳನ್ನು ನಿರ್ವಹಿಸುತ್ತದೆ.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE