ଜୁଲାଇ ୨୦୨୧ ସକାଳେ କୁହୁଡ଼ି ପଡ଼ିଥିଲା, ଯେତେବେଳେ କୃଷକ ଶିବରାମ ଗାୱାରୀ ଭୀମଶଙ୍କର ବନ୍ୟଜନ୍ତୁ ଅଭୟାରଣ୍ୟର ସୀମାନ୍ତରେ ଥିବା ତାଙ୍କ କ୍ଷେତରେ ପହଞ୍ଚିଲେ, ସେ ଦେଖିଲେ ତାଙ୍କ ଧାନ ଫସଲର ପାଞ୍ଚ ଗୁଣ୍ଠରୁ ଅଧିକ (ପ୍ରାୟ ୦.୧୨୫ ଏକର) ଜମିର ଅଧା ଫସଲ ଖାଇ ଯାଇଥିଲା। ବାକି ଫସଲ ଚକଟି ମାଟିରେ ମିଶାଇ ଦେଇଥିଲା।

ସେ କୁହନ୍ତି, “ମୁଁ ଏହା ପୂର୍ବରୁ ଏପରି କେବେ ଦେଖି ନଥିଲି।’’ ଏହି ଦୁଃଖ ଏବେ ବି ତାଜା ହୋଇରହିଛି।  ସେ ପଶୁମାନଙ୍କର ପାଦଚିହ୍ନ ଅନୁସରଣ କଲେ ଯାହା ତାଙ୍କୁ ଜଙ୍ଗଲକୁ ନେଇଗଲା ଏବଂ ହଠାତ୍ ଗାଭା (ବୋସ ଗୌରସ ଏବଂ ବେଳେବେଳେ ଭାରତୀୟ ବାଇସନ କୁହାଯାଏ) ଦେଖାଗଲା। ସବୁଠୁ ବଡ଼ ଗୋଜାତୀୟ ପ୍ରାଣୀ, ସେମାନେ ଭୟାନକ ଦେଖାଯାନ୍ତି – ଅଣ୍ଡିରା ଗାଭା ବା ଭାରତୀୟ ବାଇସନର ଉଚ୍ଚତା ୬ ଫୁଟରୁ ଅଧିକ ଏବଂ ଓଜନ ୫୦୦ରୁ ୧୦୦୦ କିଲୋଗ୍ରାମ ମଧ୍ୟରେ।

ଯେତେବେଳେ ମୋଟା ମୋଟା ବାଇସନଙ୍କ ଏକ ପଲ କ୍ଷେତ ଭିତରେ ପଶି ଖୋଳି ଦିଅନ୍ତି, ସେମାନେ ବଡ଼ ଗାତ ସୃଷ୍ଟି କରନ୍ତି ଯାହା ଉଭୟ ଫସଲ ଏବଂ ଚାରାକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦିଏ। “ ଗାଭା ଗତ ତିନିବର୍ଷ ଧରି ପ୍ରତି ସିଜିନରେ ମୋର ଫସଲ ନଷ୍ଟ କରିଦେଇଛି। ଚାଷ ଛାଡ଼ିଦେବା ମୋର ଏକମାତ୍ର ବିକଳ୍ପ,’’ କୁହନ୍ତି ଶିବରାମ। ଡନ୍‌ରେ ଥିବା ତାଙ୍କ ଟିଣ ଛପର ଘର ସାମ୍ନାରେ ସେ ବସିଛନ୍ତି ଯେଉଁଠି ୨୦୨୧ ମସିହାରୁ ଏକ ଗାଭା ପଲ ଡେରାପକାଇ ରହିଆସୁଛନ୍ତି।

PHOTO • Aavishkar Dudhal
PHOTO • Aavishkar Dudhal

ବାମ: ପୁଣେର ଡନ୍ ଗାଁର ପ୍ରଥମ କୃଷକମାନଙ୍କ ମଧ୍ୟରୁ ଶିବ ରାମ ଗାୱାରୀ ଅନ୍ୟତମ, ଯିଏ ଗାଭା (ଭାରତୀୟ ବାଇ ସନ୍) ଆକ୍ରମଣ ହେତୁ ଫସଲ କ୍ଷତିର ସମ୍ମୁଖୀନ ହୋଇଥିଲେ ଡାହାଣ: ମୋଟା ମୋଟା ବାଇସନ କ୍ଷେତକୁ ଖୋଳିପକାଏ ଏବଂ ବଡ଼ ଗା ସୃଷ୍ଟି କରେ ଯାହା ଉଭୟ ଫସଲ ଏବଂ ଚାରାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଏ

PHOTO • Aavishkar Dudhal
PHOTO • Aavishkar Dudhal

ବାମ: ନିଜ ଫସଲ ହରାଇବା ଭୟରେ ଅନେକ କୃଷକ ଆୟୁର୍ବେଦିକ ଔଷଧରେ ବ୍ୟବହୃତ ଫଳ ହରିଡ଼ା ସଂଗ୍ରହ ଏବଂ ବିକ୍ରୟ ଆରମ୍ଭ କରିଛନ୍ତି। ଡାହାଣ: କୃଷକମାନେ ମଧ୍ୟ ସେମାନଙ୍କର ଆୟର ମୂଳ ଉତ୍ସ ଭାବେ ଜାଳେଣି କାଠ ବିକ୍ରି କରନ୍ତି

ଏହି ଗାଁ ମହାରାଷ୍ଟ୍ରର ଭୀମଶଙ୍କର ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଘେରି ରହିଥିବା ଅନେକ ବସ୍ତି ମଧ୍ୟରୁ ଅନ୍ୟତମ। ଏହି ଅଭୟାରଣ୍ୟରେ ହରିଣ, ଘୁଷୁରୀ, ସମ୍ବର, ଚିତାବାଘ ଏବଂ ବିରଳ ପ୍ରଜାତିର ବାଘ ରୁହନ୍ତି। ବର୍ତ୍ତମାନ ୬୦ ବର୍ଷ ଅତିକ୍ରମ କରିଥିବା ଶିବରାମ, ଆମ୍ବେଗାଓଁରେ ସାରା ଜୀବନ ଅତିବାହିତ କରିଛନ୍ତି। ସେ କହିଛନ୍ତି ଯେ ଜଙ୍ଗଲରୁ ବାହାରି ଆସୁଥିବା ଜଙ୍ଗଲୀ ଜୀବଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟ ହେବା ଏତେ ଭୟାନକ ହେଉନଥିଲା। ସେ କୁହନ୍ତି, ‘‘ପଶୁମାନଙ୍କୁ ଧରି ନିଆଯିବା ଉଚିତ।’’

ଲଗାତାର ତୃତୀୟ ବର୍ଷ ପାଇଁ ଫସଲ ହରାଇବା ଚିନ୍ତାରେ, ସେ ଗୋଟିଏ ବର୍ଷ ପୂର୍ବେ ନିଜ ଜମିରେ ଚାଷ କରିବା ବନ୍ଦ କରିଦେଲେ। ଅନ୍ୟ କେତେକ କୃଷକ ମଧ୍ୟ ସେମାନଙ୍କର ଜମିକୁ ପଡ଼ିଆ ପକାଇ ଦେଇଛନ୍ତି ଏବଂ ସେମାନଙ୍କ ଆୟର ପ୍ରାଥମିକ ଉତ୍ସ ଭାବେ ଜାଳେଣୀ କାଠ, ଆୟୁର୍ବେଦିକ ଔଷଧରେ ବ୍ୟବହୃତ ହରିଡ଼ା  ସଂଗ୍ରହ ଏବଂ ବିକ୍ରୟ ଆରମ୍ଭ କରି ଦେଇଛନ୍ତି। ୨୦୨୩ କେନ୍ଦ୍ର ସରକାରଙ୍କ ରିପୋର୍ଟ , ମାନବ-ଗୋରୁ ଲଢ଼େଇ ଦୂର କରିବା ପାଇଁ ନିର୍ଦ୍ଦେଶାବଳି, ଏହି ପଶୁମାନଙ୍କ ଦ୍ୱାରା ଫସଲ ନଷ୍ଟର କାରଣ ଜଙ୍ଗଲ ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ପଶୁମାନଙ୍କ ଖାଦ୍ୟ ଏବଂ ବାସସ୍ଥାନ ପ୍ରଭାବିତ ହେବା ଦର୍ଶାଇଛି।

*****

୨୦୨୧ ମସିହାରେ, ଡନ୍ ଗାଁ ନିକଟରେ ଏକ ଛୋଟ ପଲ ରହୁଥିଲା - ମାତ୍ର ତିନିରୁ ଚାରି ପ୍ରାଣୀ। ୨୦୨୪ରେ, ସେମାନଙ୍କର ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ଏହା ସହ ସେମାନଙ୍କ ଆକ୍ରମଣ ମଧ୍ୟ ବଢ଼ିଛି। ଖାଲି ଚାଷଜମି ଯୋଗୁଁ ସେମାନେ ଗାଁ ଭିତରକୁ ପଶିଯାଉଛନ୍ତି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି।

ଗାଁର ଅଧିକାଂଶ ଚାଷୀ କେବଳ ଜୀବିକା ନିର୍ବାହ ପାଇଁ ଚାଷ କରନ୍ତି। ସେମାନେ ପାହାଡ଼ ପାଦଦେଶରେ ଉପଲବ୍ଧ ସମତଳ ଜମିରେ ଚାଷ କରନ୍ତି, ଯାହା ଅଳ୍ପ କିଛି ଏକରରୁ ଅଧିକ ନୁହେଁ। ଚାଷକାର୍ଯ୍ୟ ବର୍ଷାଜଳ ଉପରେ ନିର୍ଭରଶୀଳ ଥିବାରୁ କିଛି କୃଷକ ନିଜର କୂଅ ଖୋଳିଛନ୍ତି; ଏବଂ କେବଳ ହାତଗଣତି ଲୋକଙ୍କର ନିଜସ୍ୱ ବୋରୱେଲ ଅଛି। ବାଇସନ ଆକ୍ରମଣ ସେମାନଙ୍କର ବାର୍ଷିକ ଅମଳ ଏବଂ ଖାଦ୍ୟ ସୁରକ୍ଷାକୁ କ୍ଷତି ପହଞ୍ଚାଇଛି।

ବୁଡ୍ଡା ଗାୱାରୀ ତାଙ୍କ ଘର ପାଖରେ ଥିବା ତିନି ଗୁଣ୍ଠ ଜମିରେ ଚାଷ କରନ୍ତି। ଗାଁର ଅନ୍ୟମାନଙ୍କ ପରି ସେ ସ୍ଥାନୀୟ କିସମର ଚାଉଳ ଯେପରିକି ବର୍ଷା ଋତୁରେ ରାଇଭୋଗ ଏବଂ ଶୀତଦିନେ ମସୁର ହରବାରା ଚାଷ କରନ୍ତି। “ମୁଁ ମୋ ଚାଷ ଜମିରେ ନୂଆ କରି ତଳି ପକାଯାଇଥିବା ଚାରା ରୋପଣ କରିବାକୁ ଯାଉଥିଲି। ସେମାନେ ( ଗାଭା ) ଏହି ଚାରାଗୁଡ଼ିକୁ ନଷ୍ଟ କରିଦେଲେ ଏବଂ ମୋର ସମ୍ପୂର୍ଣ୍ଣ ଅମଳ ଚାଲିଗଲା। ମୁଁ ମୋ ପରିବାର ଖାଉଥିବା ମୁଖ୍ୟ ଫସଲ ହରାଇଲି। ଚାଉଳ ବିନା ଏହି ବର୍ଷ ଆମ ପାଇଁ କଷ୍ଟସାଧ୍ୟ ହେବ,’’ କହିଛନ୍ତି ୫୪ ବର୍ଷୀୟ କୃଷକ।

PHOTO • Aavishkar Dudhal
PHOTO • Aavishkar Dudhal

ବାମ: ବୁଡ୍ଡା ଗାୱାରୀ ତାଙ୍କ ଚାଷ ଜମିରେ ନୂଆ ତଳି ପକାଯାଇଥିବା ଚାରା ରୋପଣ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେ କହିଛନ୍ତି, ‘ଗାଭା ଏହି ଚାରାଗୁଡ଼ିକୁ ନଷ୍ଟ କରିଦେଲା ଏବଂ ମୋର ସମ୍ପୂର୍ଣ୍ଣ ଅମଳ ଚାଲିଗଲା।’ ଡାହାଣ: ତାଙ୍କ ପୁଅ ବାଳକୃଷ୍ଣ କୁହନ୍ତି, ‘ଅତିରିକ୍ତ ଆୟର ଉତ୍ସ ଭାବରେ ମନରେଗା ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାନ୍ତା। ଆମେ ଜଳ ସଂରକ୍ଷଣ ପାଇଁ କୂଅ ନିର୍ମାଣ କରିପାରିଥାନ୍ତୁ'

PHOTO • Aavishkar Dudhal
PHOTO • Balkrushna Gawari

ବାମ: ବୁ ଡ୍ଡା ଙ୍କର ତି ନି ଗୁ ଣ୍ଠ ଜମି ଡାହାଣ: ତାଙ୍କ କ୍ଷେତରେ ବାଇ ସନ୍ ଦ୍ୱାରା ସୃଷ୍ଟି ହୋଇଥିବା ଛୋଟ ଖାତ

ବୁଡ୍ଡା ରାଜ୍ୟରେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ କୋଲି ମହାଦେବ ସମୁଦାୟର ଅଟନ୍ତି। “ମୁଁ ମୋର କୌଣସି ଉତ୍ପାଦ ବିକ୍ରୟ କରେ ନାହିଁ। ମୁଁ ବିକ୍ରୟ କରିବାକୁ ଯଥେଷ୍ଟ ଚାଷ କରେ ନାହିଁ,’’ ସେ କୁହନ୍ତି। ତାଙ୍କ ଫସଲର ବାର୍ଷିକ ମୂଲ୍ୟ ୩୦,୦୦୦-୪୦,୦୦୦ ଟଙ୍କା ବୋଲି ସେ ଆକଳନ କରନ୍ତି। ଏଥିପାଇଁ ପ୍ରାୟ ଖର୍ଚ୍ଚ ହୁଏ ୧୦,୦୦ରୁ ୧୫,୦୦୦ ଟଙ୍କା। ବାକି ଯାହା ବଳିଛି ତାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ବର୍ଷ ତମାମ ଖାଇବାକୁ ଦେବା ପାଇଁ ଯଥେଷ୍ଟ ନୁହେଁ। ସେ ହରାଇଥିବା ଧାନ ପରିବାରର ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିଥାନ୍ତା।

ଫସଲ ନଷ୍ଟ ହେବା ପରେ ଉଭୟ ଶିବରାମ ଏବଂ ବୁଡ୍ଡା ଜଙ୍ଗଲ ବିଭାଗ ସହ ଯୋଗାଯୋଗ କରିଥିଲେ। ଛଅ ମାସରୁ ଅଧିକ ସମୟ ପରେ ଶିବରାମଙ୍କୁ ୫,୦୦୦ ଟଙ୍କା ଏବଂ ବୁଡ୍ଡାଙ୍କୁ ୩୦୦୦ ଟଙ୍କା କ୍ଷତିପୂରଣ ଆକାରରେ ମିଳିଥିଲା- ଯାହା ସେମାନଙ୍କର କ୍ଷତିର ୧୦ ପ୍ରତିଶତରୁ କମ୍। ବୁଡ୍ଡା କୁହନ୍ତି, “ମୁଁ କ୍ଷତିପୂରଣ ଟଙ୍କା ପାଇବା ପାଇଁ ଗୋଟିଏ ସରକାରୀ ଅଫିସରୁ ଆଉ ଗୋଟିଏ ଅଫିସକୁ ଦୌଡ଼ି ଅତିକମ୍‌ରେ ୧୦୦୦-୧୫୦୦ ଟଙ୍କା ଖର୍ଚ୍ଚ କରିଥିଲି।’’ କୃଷି ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ନିୟମ ପାଳନ କରାଯାଉନାହିଁ ବୋଲି ଉପ ସରପଞ୍ଚ ସୀତାରାମ ଗୱାରୀ ଉଲ୍ଲେଖ କରିଛନ୍ତି।

ବୁଡ୍ଡାଙ୍କ ପୁଅ ବାଳକୃଷ୍ଣ ଗୱାରୀ କୁହନ୍ତି, “ଆୟର ଅତିରିକ୍ତ ଉତ୍ସ ଭାବରେ ମନରେଗା ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାନ୍ତା। ଆମେ କୂଅ ଭଳି ଜଳ ଭଣ୍ଡାର ନିର୍ମାଣ କରିପାରିଥାନ୍ତେ।” କମ୍ ପରିମାଣର ମନରେଗା କାର୍ଯ୍ୟ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି) ଡନ୍‌ର ଚାଷୀଙ୍କୁ ମଂଚର ଓ ଘୋଡେଗାଓଁ ସଂଲଗ୍ନ ଅଞ୍ଚଳର ଅନ୍ୟମାନଙ୍କ କ୍ଷେତରେ ଶ୍ରମିକ ଭାବରେ କାମ କରିବାକୁ ବାଧ୍ୟ କରିଛି। ଏଠାରେ କ୍ଷେତଗୁଡ଼ିକ ଅଧିକ ଉର୍ବର ଏବଂ ସାହ୍ୟାଦ୍ରି ପାହାଡ଼ଗୁଡ଼ିକର ନିମ୍ନ ପ୍ରବାହରୁ ପ୍ରଚୁର ଜଳ ମିଳିଥାଏ। କମ୍ ଧ୍ୟାନ ଆବଶ୍ୟକ କରୁଥିବା ଭରା ଏବଂ ସାୱା ଭଳି ପାରମ୍ପରିକ ଫସଲରୁ ଅମଳ, ସେମାନଙ୍କ ପାଇଁ କିଛି ଖାଦ୍ୟ ଯୋଗାଇ ଦେଇଛି।

*****

ଜଙ୍ଗଲ ଅଂଚଳର ସଂକୋଚନ, ପଶୁସଂଖ୍ୟା ବୃଦ୍ଧି ଏବଂ ଅସ୍ୱାଭାବିକ ଜଳବାୟୁ ଘଟଣା ଅନେକ ପଶୁଙ୍କ ପାଇଁ ଖାଦ୍ୟ ଅଭାବ ସୃଷ୍ଟି କରୁଛି ବୋଲି ଅଲ ଇଣ୍ଡିଆ କିସାନ ସଭାର ପୁଣେ ଜିଲ୍ଲା ସଭାପତି ତଥା ସ୍ଥାନୀୟ କାର୍ଯ୍ୟକର୍ତ୍ତା ଡକ୍ଟର ଅମୋଲ ୱାଘମାରେ କୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ପଶୁମାନେ ଖାଦ୍ୟ ଏବଂ ଜଳ ସନ୍ଧାନରେ ଜଙ୍ଗଲର ଅନ୍ୟ ଭାଗରୁ ଆସି ଥାଇପାରନ୍ତି।’’ ସଂଯୋଗବଶତଃ, ୨୦୨୧ ଗ୍ରୀଷ୍ମ ମାସରେ ଗାଭା ଦେଖିବାକୁ ମିଳିଥିଲା ​​ଯେତେବେଳେ ଜଙ୍ଗଲରେ ଖାଦ୍ୟ ସାଧାରଣତଃ ଅଭାବ ହୋଇଥାଏ, କହିଛନ୍ତି ଡନ୍ ଅଂଚଳର ଲୋକମାନେ।

PHOTO • Aavishkar Dudhal
PHOTO • Aavishkar Dudhal

ଡନ୍‌ର ଡେପୁଟି ସରପଞ୍ଚ ସୀତାରାମ ଗୱାରୀ (ବାମ) ଏକାଧିକ ଥର ବନ ବିଭାଗ ନିକଟକୁ ଯାଇଛନ୍ତି ବାଇସନର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଭାଗ (ଡାହାଣ) ଗାଁ ନିକଟରେ ଏକ ବା ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥ ଲା କିନ୍ତୁ ସେ କୁହନ୍ତି, ‘ ଜଙ୍ଗଲ ସହିତ ଲୋକଙ୍କ ଜୀବିକା ଜ ଡ଼ି ତ ଥିବାରୁ ଏହା ଗ୍ରହଣୀୟ ନୁହେଁ

PHOTO • Aavishkar Dudhal
PHOTO • Balkrushna Gawari

ବାମ: କିଛି କୃଷକ ସେମାନଙ୍କ ଫସଲକୁ ବାଇ ସନ ଆକ୍ରମଣରୁ ରକ୍ଷା କରିବା ପାଇଁ ନିଜ ଚାଷଜମି ଚାରିପାଖରେ ବାଡ଼ ଲଗା ଇଛନ୍ତି ଡାହାଣ : କ୍ଷତିପୂରଣ ପାଇଁ ଆବେଦନ କରିଥିବା କୃଷକମାନେ କହିଛନ୍ତି ଯେ ସେମାନେ କ୍ଷତିର ୧୦ ପ୍ରତିଶତରୁ କମ୍ ପାଇଛନ୍ତି

ଡକ୍ଟର ୱାଘମାରେ ଆହୁରି ମଧ୍ୟ କହିଛନ୍ତି, “ଡନ୍ ନିକଟରେ କିମ୍ବା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ ବିଭାଗର ଖୁବ୍ କମ୍ ପୋଷ୍ଟ ରହିଛି। ବନ ବିଭାଗର ଅଧିକାଂଶ ଅଧିକାରୀ ୬୦-୭୦ କିଲୋମିଟର ଦୂରରେ ଥିବା ତାଲୁକାରେ ରୁହନ୍ତି।’’ ମଣିଷ-ପଶୁ ବିବାଦକୁ ଦୂର କରିବାରେ ବନ ବିଭାଗର ଭୂମିକା ବିଷୟରେ ସେ କହିଛନ୍ତି। ସେ କୁହନ୍ତି, “ଜରୁରୀକାଳୀନ ପରିସ୍ଥିତିରେ ଯେପରିକି ଚିତାବାଘ ଲୋକଙ୍କ ଘରେ ପ୍ରବେଶ କଲାବେଳେ ସେମାନଙ୍କୁ (ଅଧିକାରୀଙ୍କୁ) ପହଞ୍ଚିବା ପାଇଁ ବହୁ ସମୟ ଲାଗିଛି। ସେମାନେ ମଧ୍ୟ ରାତିରେ ଗାଁକୁ ଆସିବାକୁ ରାଜି ହୁଅନ୍ତି ନାହିଁ।’’

ଗାଭା ଆକ୍ରମଣ ହେତୁ ଗାଁର ଡେପୁଟି ସରପଞ୍ଚ ସୀତାରାମ ଗୱାରୀଙ୍କ ଫସଲ ମଧ୍ୟ ନଷ୍ଟ ହୋଇଛି, ସେ କହିଛନ୍ତି ଯେ ବନ ବିଭାଗ ନିକଟରେ ଏକାଧିକ ଥର ଏହି ପ୍ରସଙ୍ଗ ଉଠାଇଛନ୍ତି। ଗାଭା ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗାଁ ନିକଟରେ ଏକ ବାଡ଼ ନିର୍ମାଣ କରିବାକୁ ବିଭାଗ ପ୍ରସ୍ତାବ ଦେଇଥିଲା। ସେ କୁହନ୍ତି, ‘‘ଏହା ଗ୍ରହଣୀୟ ନୁହେଁ କାରଣ ଲୋକଙ୍କ ଜୀବିକା ଜଙ୍ଗଲ ସହିତ ଜଡିତ ଅଛି।’’

ଭୋକିଲା ବାଇସନ ଏବେ ବି ଏଠି-ସେଠି ବୁଲୁଛନ୍ତି, ତେଣୁ ଶିବରାମ ଏବଂ ଅନ୍ୟମାନେ ଆଗାମୀ ଫସଲ ଋତୁ ପାଇଁ ନିଜ କ୍ଷେତକୁ ପ୍ରସ୍ତୁତ କରିବେ ନାହିଁ। ସେ କୁହନ୍ତି, ‘‘ମୁଁ ପ୍ରତିବର୍ଷ ସମାନ ଦଶା ଭୋଗିବାର କୌଣସି କାରଣ ଦେଖୁ ନାହିଁ। ମୁଁ ଯଥେଷ୍ଟ ଯନ୍ତ୍ରଣା ଭୋଗିଛି।’’

ଅନୁବାଦ : ଓଡ଼ିଶାଲାଇଭ୍‍

Student Reporter : Aavishkar Dudhal

ಆವಿಷ್ಕಾರ್ ದುಧಳ್ ಅವರು ಸಾವಿತ್ರಿಬಾಯಿ ಫುಲೆ ಪುಣೆ ವಿಶ್ವವಿದ್ಯಾಲಯದಿಂದ ಸಮಾಜಶಾಸ್ತ್ರದಲ್ಲಿ ಸ್ನಾತಕೋತ್ತರ ಪದವಿ ಅಧ್ಯಯನ ಮಾಡುತ್ತಿದ್ದಾರೆ. ಕೃಷಿ ಸಮುದಾಯಗಳ ಚಲನಶಾಸ್ತ್ರವನ್ನು ಅರ್ಥಮಾಡಿಕೊಳ್ಳುವ ತೀವ್ರ ಆಸಕ್ತಿಯೊಂದಿಗೆ, ಅವರು ಪರಿಯೊಂದಿಗಿನ ತಮ್ಮ ಇಂಟರ್ನ್‌ಶಿಪ್ ಭಾಗವಾಗಿ ಈ ಕಥಾನಕವನ್ನು ವರದಿ ಮಾಡಿದ್ದಾರೆ.

Other stories by Aavishkar Dudhal
Editor : Siddhita Sonavane

ಸಿದ್ಧಿತಾ ಸೊನಾವಣೆ ಪತ್ರಕರ್ತರು ಮತ್ತು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದಲ್ಲಿ ವಿಷಯ ಸಂಪಾದಕರಾಗಿ ಮಾಡುತ್ತಿದ್ದಾರೆ. ಅವರು 2022ರಲ್ಲಿ ಮುಂಬೈನ ಎಸ್ಎನ್‌ಡಿಟಿ ಮಹಿಳಾ ವಿಶ್ವವಿದ್ಯಾಲಯದಿಂದ ಸ್ನಾತಕೋತ್ತರ ಪದವಿಯನ್ನು ಪೂರ್ಣಗೊಳಿಸಿದರು ಮತ್ತು ಅದರ ಇಂಗ್ಲಿಷ್ ವಿಭಾಗದಲ್ಲಿ ಸಂದರ್ಶಕ ಪ್ರಾಧ್ಯಾಪಕರಾಗಿದ್ದಾರೆ.

Other stories by Siddhita Sonavane
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE