ମେ ଆରମ୍ଭରେ, ଅଜୟ କୁମାର ସ ଲକ୍ଷ୍ୟ କଲେ ଯେ ତାଙ୍କୁ ଜ୍ୱର ହୋଇଛି । ଏଣୁ ସେ ଝାଡଖଣ୍ଡର ଛତ୍ରା ଜିଲ୍ଲାରେ ଅବସ୍ଥିତ ତାଙ୍କ ଗ୍ରାମ ଅସର୍‌ହିୟାଠାରୁ ପ୍ରାୟ ଆଠ କିଲୋମିଟର ଦୂରରେ ଇତ୍‌ଖୋରି ଟାଉନ୍‌ରେ ଥିବା ଏକ ଘରୋଇ କ୍ଲିନିକ୍‌ର ଡାକ୍ତରଙ୍କ ପାଖକୁ ଗଲେ ।

ଡାକ୍ତର କୋଭିଡ୍‌ ଟେଷ୍ଟ ପାଇଁ ନିର୍ଦ୍ଦେଶିତ କଲେ ନାହିଁ ବରଂ ୨୫- ବର୍ଷୀୟ କପଡା ବିକ୍ରେତା ଅଜୟଙ୍କୁ (ଉପରର ପ୍ରଚ୍ଛଦ ଫଟୋରେ ତାଙ୍କ ପୁଅ ସହିତ) ଟାଏଫଏଡ୍‌ ଓ ମ୍ୟାଲେରିଆ ହୋଇଛି ବୋଲି ନିରୂପଣ କଲେ । ହଁ, ସେ ଅଜୟଙ୍କ ରକ୍ତରେ ଅକ୍ସିଜେନ୍‌ ସାଚୁରେସନ୍‌ ସ୍ତର ଅବଶ୍ୟ ଟେଷ୍ଟ କରିଥିଲେ – ଏହା ୭୫ – ୮୦ ପ୍ରତିଶତ ଥିଲା (ସାଧାରଣ ରେଞ୍ଜ ହେଉଛି ୯୫- ୧୦୦) । ତାପରେ ଅଜୟଙ୍କୁ ଘରକୁ ପଠାଇ ଦିଆଗଲା ।

୨-୩ ଦିନ ପରେ ତାଙ୍କୁ ଶ୍ୱାସକ୍ରିୟା ସମ୍ପାଦନ କରିବାରେ ଧୀରେ ଧୀରେ କଷ୍ଟ ଅନୁଭବ ହେବାକୁ ଲାଗିଲା ଓ ଉଦ୍‌ବେଗ ବୃଦ୍ଧି ପାଇଲା । ସେ ସେହି ଦିନ ଅନ୍ୟଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ବାହାରିଲେ, ଚଳିତଥର ହଜାରିବାଗ ( ଅସର୍‌ହିଆଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ)ରେ ଥିବା ଏକ ଘରୋଇ କ୍ଲିନିକ୍‌କୁ ଗଲେ । ଏଠାରେ ମଧ୍ୟ ତାଙ୍କୁ ଟାଇଫଏଡ୍‌ ଓ ମ୍ୟାଲେରିଆ ପାଇଁ ଟେଷ୍ଟ କରାଗଲା କିନ୍ତୁ କୋଭିଡ୍‌ – ୧୯ ପାଇଁ ନୁହେଁ ।

ଅଥଚ, ଅଜୟ ସେହି ଗ୍ରାମ ନିବାସୀ ହୈୟୁଲ୍‌ ରହମାନ ଅଂସାରୀ ଜଣେ ଭିଡିଓ ଏଡିଟର୍‌ଙ୍କୁ କହିଲେ, ଯେ ମୋର କୋଭିଡ୍‌ ଟେଷ୍ଟ କରାଯାଇନଥିଲେ ମଧ୍ୟ "ଡାକ୍ତର ମତେ ଦେଖିଲେ ଓ ମତେ କରୋନା ହୋଇଥିବା କଥା କହିଥିଲେ । ସେ ମତେ ସଦର ଡାକ୍ତରଖାନା (ହଜାରିବାଗ୍‌ରେ ଥିବା ଏକ ସରକାରୀ ଡାକ୍ତରଖାନା)କୁ ଯିବାକୁ କହିଲେ କାରଣ ଯଦି ସେ ମୋର ଚିକିତ୍ସା କରିବେ, ତାହାହେଲେ ମତେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଭୟବଶତଃ, ଏଥିରେ ଯାହା ଖର୍ଚ୍ଚ ହେବ ତାହା ଦେବୁ ବୋଲି ଆମେ କହିଲୁ। ସରକାରୀ ଡାକ୍ତରଖାନା ଉପରେ ଆମର ଭରସା ନାହିଁ । ଯେଉଁମାନେ ସେଠାକୁ ଚିକିତ୍ସା (କୋଭିଡ୍‌) ପାଇଁ ଯାଉଛନ୍ତି, କେହି ମଧ୍ୟ ବଞ୍ଚୁନାହାନ୍ତି ।

ମହାମାରୀ ପୂର୍ବରୁ ଅଜୟ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ମାରୁତିରେ ବୁଲି କପଡ଼ା ବିକ୍ରି କରୁଥିଲେ ଓ ମାସକୁ ୫,୦୦୦ - ୬,୦୦୦ ଟଙ୍କା ଉପାର୍ଜନ କରୁଥିଲେ ।

ଭିଡିଓ ଦେଖନ୍ତୁ : ଅସର୍‌ହିୟା : କୋଭିଡ୍‌ର ମୁକାବିଲା କରିବା , ଋଣବୋଝ ତଳେ ଦବିଯିବା

ଏହି କାହାଣୀର ସହ-ଲେଖକ, ହୈୟୁଲ୍‌ ରହମାନ ଅଂସାରୀ ବର୍ଷରେ ଦ୍ୱିତୀୟଥର ପାଇଁ ଏପ୍ରିଲ୍‌ ମାସରେ ଅସର୍‌ହିଆ ସ୍ଥିତ ତାଙ୍କ ଗ୍ରାମକୁ ଯାଇଥିଲେ । ମହାରାଷ୍ଟ୍ରରେ ୨୦୨୧ ତାଲା ବନ୍ଦ ଘୋଷଣା ହେବାବେଳକୁ ସେ ମୁମ୍ବାଇରେ ଭିଡିଓ ଏଡିଟର୍‌ ଭାବେ ଏକ ନୂଆ ଚାକିରୀରେ ଯୋଗଦାନ କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଥିଲେ । ଦେଶବ୍ୟାପୀ କୋଭିଡ୍‌ – ୧୯ ତାଲାବନ୍ଦ ହୋଇଥିବା ବେଳେ ସେ ମେ ୨୦୨୦ରେ, ପ୍ରଥମ ଥର ପାଇଁ ଫେରିଥିଲେ (ତାଙ୍କ ଉପରେ ଆଧାରିତ ପରୀର କାହାଣୀ ଏଠାରେ ଦେଖନ୍ତୁ) । ସେ ଓ ତାଙ୍କ ପରିବାର ସେମାନଙ୍କର ୧୦ ଏକର ଜମିରୁ ଅମଳ ହୋଇଥିବା ଧାନ ସହାୟତାରେ ଯେ କୌଣସି ପ୍ରକାରେ ଚଳିଗଲେ, କିଛି ନିଜ ବ୍ୟବହାର ପାଇଁ ରଖିଲେ, କିଛି ବଜାରରେ ବିକ୍ରି କଲେ ।

ଅସର୍‌ହିଆରେ, ୩୩ ବର୍ଷୀୟ ରହମାନଙ୍କ ପାଖରେ କରିବାକୁ କିଛି କାମ ନଥିଲା । ଗ୍ରାମରେ ତାଙ୍କର ଭିଡିଓ ଏଡିଟିଂ ଦକ୍ଷତା ତାଙ୍କର କୌଣସି ସହାୟତା କରିପାରିଲାନି ଓ ତାଙ୍କର ୧୦ ଏକର୍‌ ପ୍ଲଟ୍‌ରେ ଧାନ ଓ ମକା ବୁଣିବା କାମ ଜୁନ୍‌ର ମଧ୍ୟ ଭାଗରେ ଆରମ୍ଭ ହୋଇଥାଏ । ସେତେବେଳ ପର୍ଯ୍ୟନ୍ତ ତାଙ୍କ ପାଖରେ କରିବାକୁ ବିଶେଷ କିଛି କାମ ନଥିଲା । ଗଣମାଧ୍ୟମ ସହିତ ପୂର୍ବରୁ ଯୋଡିହୋଇ ରହିଥିବାରୁ – ସେ ମାସ୍‌ କମ୍ୟୁନିକେସନ୍‌ରେ ବି.ଏ ଡିଗ୍ରୀ ହାସଲ କରିଛନ୍ତି – ଏହି ମହାମାରୀ ଦ୍ୱାରା ଅସର୍‌ହିଆର ଲୋକମାନେ କିଭଳି ପ୍ରଭାବିତ ହୋଇଛନ୍ତି, ସେ ସମ୍ବନ୍ଧରେ ରିପୋର୍ଟ ପ୍ରସ୍ତୁତ କରିବାକୁ ଆଗ୍ରହୀ ଅଛନ୍ତି କି ବୋଲି ଆମେ ତାଙ୍କୁ ପଚାରିଥିଲୁ । ଏହି ଆଇଡିଆ ଶୁଣି ସେ ଅତ୍ୟନ୍ତ ଉତ୍ସାହିତ ହୋଇଗଲେ ।

ଏହି ଭିଡିଓରେ ରହମାନ ଆମକୁ ଅଜୟ କୁମାର ସ’ଙ୍କ କୋଭିଡ୍‌ ସହିତ ମୁକାବିଲା ଓ ତାଙ୍କର ବଢୁଥିବା ଋଣଭାର ବିଷୟରେ କହୁଛନ୍ତି । ଅଜୟ ଓ ତାଙ୍କ ପରିବାର ସରକାରୀ ଡାକ୍ତରଖାନା କଥା ଶୁଣି ଭୟଭୀତ ହୋଇ ହଜାରିବାଗ୍‌ରେ ଥିବା ଏକ ଘରୋଇ କ୍ଲିନିକ୍‌ / ନର୍ସିଂ ହୋମ୍‌ରେ ନିଜର ଚିକିତ୍ସା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଠାରେ ତାଙ୍କୁ କୋଭିଡ୍‌ ପାଇଁ ଅସ୍କିଜେନ୍‌ ଦିଆଯିବା ସହିତ ଔଷଧ ମଧ୍ୟ ଦିଆଯାଇଛି । ସେଠାରେ ତାଙ୍କୁ ସାତଦିନ ରହିବାକୁ ପଡିଲା, ମେ ୧୩ ପର୍ଯ୍ୟନ୍ତ । ଏଥିପାଇଁ ତାଙ୍କୁ ଯେ ୧.୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ଏ କଥା ସେ କେବେମଧ୍ୟ ଚିନ୍ତା କରିନଥିଲେ । ଏହି ବ୍ୟୟ ବହନ କରିବା ପାଇଁ ଅଜୟଙ୍କ ପରିବାର ପାଖରେ ଏକମାତ୍ର ରାସ୍ତା ଥିଲା, ତାହା ହେଉଛି ଏକାଧିକ ଉତ୍ସରୁ ଋଣ କରିବା – ଜଣେ ଋଣଦାତା, ତାଙ୍କ ମା’ ସଦସ୍ୟ ଥିବା ଏକ ମହିଳା ଗୋଷ୍ଠୀଠାରୁ ଓ ତାଙ୍କ ଜେଜେମା’ଙ୍କ ପରିବାରରୁ ।

ମହାମାରୀ ପୂର୍ବରୁ ଅଜୟ ମାରୁତିରେ ଗ୍ରାମରୁ ଗ୍ରାମ ବୁଲି କପଡ଼ା ବିକ୍ରି କରୁଥିଲେ ଓ ମାସକୁ ୫,୦୦୦ - ୬,୦୦୦ ଟଙ୍କା ଉପାର୍ଜନ କରୁଥିଲେ । ଗତବର୍ଷ ସଟ୍‌ଡାଉନ୍‌ ସମୟରେ ଓ ପୁଣି ଚଳିତ ବର୍ଷର ସଟ୍‌ଡାଉନ୍‌ ବେଳେ ମଧ୍ୟ ସେ ତାଙ୍କର ବ୍ୟବସାୟ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ । ଡିସେମ୍ବର ୨୦୧୮ରେ ସେ ଭ୍ୟାନ୍‌ କିଣିବା ପାଇଁ ୩ଲକ୍ଷ ଟଙ୍କା ଋଣ କରିଥିଲେ, ଯାହା ବର୍ତ୍ତମାନ ମଧ୍ୟ ସମ୍ପୂର୍ଣ୍ଣଭାବେ ପରିଶୋଧ ହୋଇପାରିନି । ସେମାନଙ୍କର ଏକ ଏକର ଜମିରୁ ଅମଳ ହୋଇଥିବା ଧାନ ଓ ଋଣ କରିଥିବା  କିଛି ଟଙ୍କା  ଉପରେ ନିର୍ଭର କରି ସେମାନେ କୌଣସି ପ୍ରକାରେ ଚଳିଗଲେ । ସେ ରହମାନଙ୍କୁ କହିଛନ୍ତି ଯେ : “ପୁଣିଥରେ ଆମର ଉପାର୍ଜନ ଆରମ୍ଭ ହୋଇଗଲେ, ଆମେ ଧୀରେଧୀରେ ଟଙ୍କା ଫେରାଇଦେବୁ’’।

ଅନୁବାଦ: ଓଡ଼ିଶାଲାଇଭ୍‍

Subuhi Jiwani

Subuhi Jiwani is a writer and video-maker based in Mumbai. She was a senior editor at PARI from 2017 to 2019.

Other stories by Subuhi Jiwani
Haiyul Rahman Ansari

ಜಾರ್ಖಂಡಿನ ಛತ್ರ ಜಿಲ್ಲೆಯ ಅಸರ್ಹಿಯ ಹಳ್ಳಿಯವರಾದ ಹೈಯುಲ್ ರಹ್ಮಾನ್ ಅನ್ಸಾರಿ ಅವರು, ಮುಂಬೈನಲ್ಲಿ ವಿಡಿಯೋ ಸಂಪಾದಕರಾಗಿ ಒಂದು ದಶಕ ಕೆಲಸ ಮಾಡಿದ್ದಾರೆ.

Other stories by Haiyul Rahman Ansari
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE