ଟେବୁଲଟି ସରପଞ୍ଚଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର କିଛି ସପ୍ତାହ ପରେ ୪୪ ବର୍ଷିୟ ଶାଲୁବାଇ କସ୍ବେ ପାଞ୍ଚ ବର୍ଷିଆ ପଦବୀରେ ନିର୍ବାଚିତ ହେଲେ। ଏହା ଥିଲା ୨୦୧୧ ମସିହା। ଓ୍ୱାଘୋଲି ଗାଁର ଯୁବକମାନେ ଛତ୍ରପତି ଶିବାଜୀଙ୍କର ଏକ ପ୍ରତିମୂର୍ତ୍ତି ପଞ୍ଚାୟତ ଅଫିସ ଭିତରକୁ ନେଇ ଆସିଲେ। ଏହାକୁ ଟେବୁଲ ଉପରେ ରଖିବା ପାଇଁ ସେମାନେ ନିଷ୍ପତ୍ତି ନେଲେ।
ତେଣୁ ସରପଞ୍ଚ ନିର୍ବାଚିତ ହୋଇଥିବା ଓ ସମାନାବାଦ ଜିଲ୍ଲାର ଏହି ଦଳିତ ମହିଳାଙ୍କ ପାଇଁ ଆଉ ଟେବୁଲ ନଥିଲା। ପୂରା ପାଞ୍ଚ ବର୍ଷ ସେ କେବଳ ଚୌକିରେ ବସି କାମ କଲେ। ପଞ୍ଚାୟତ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ଅନ୍ୟ ଗ୍ରାମବାସୀ ଯେଉଁଠି ବସନ୍ତି ତାଙ୍କୁ ବି ସେଠାରେ ବସିବାକୁ ପଡେ। ଉଚ୍ଚ ଜାତିର ଲୋକେ ପ୍ରକୃତ କ୍ଷମତାର ଅଧିକାରୀ। ସେ କେବଳ ପ୍ରତିକାତ୍ମକ ଭାବେ କାଗଜପତ୍ରରେ ଦସ୍ତଖତ କରନ୍ତି। ଟେବୁଲ ସେପାଖରେ କିରାଣୀ ଅଫିସ ରେଜିଷ୍ଟର କାମ କରନ୍ତି।
୨୦୧୦ରେ ସରପଞ୍ଚ ପଦବୀରେ ଲଢିବାକୁ ସତୀଶ ଖାଡକେ ସାଲୁବାଇଙ୍କୁ ପ୍ରବର୍ତ୍ତାଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଏବଂ ଦୁଇ ପୁଅ ତାଙ୍କୁ ବାରଣ କରିଥିଲେ। ସେମାନେ ଜାଣିଥିଲେ ଯେ, ସରପଞ୍ଚ ଭାବରେ ତାଙ୍କର କୌଣସି କ୍ଷମତା ରହିବ ନାହିଁ। ନାଁକୁ ମାତ୍ର କାଗଜପତ୍ରରେ ଦସ୍ତଖତ କରିବାର ପ୍ରତିକାତ୍ମକ କ୍ଷମତା ରହିବ। ବାସ୍ତବ କ୍ଷମତା ଉପଭୋଗ କରିବେ ଖାଡକେ। ତାଙ୍କ ହାତରେ ଲଗାମ ରହିବ। କେବଳ ନାଁ ଦସ୍ତଖତ ଶିଖିଥିବା ନିରକ୍ଷର ସାଲୁବାଇଙ୍କ ପାଇଁ ଏହା କିଛି ସହାୟକ ହେବନି।








