24. ପ୍ରେମ ଭାଟିଆ ସ୍ମାରକୀ ଟ୍ରଷ୍ଟ, ନୂଆଦିଲ୍ଲୀ, ୨୦୨୦
“ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଗ୍ରାମୀଣ ଭାରତରେ ମହାମାରୀର ପ୍ରଭାବ ସମେତ ପରିବେଶ ଓ ବିକାଶମୂଳକ ପ୍ରସଙ୍ଗରେ ବ୍ୟାପକ ଆଞ୍ଚଳିକ ଖବର ପ୍ରକାଶନ” ନିମନ୍ତେ ପରୀ ଟିମକୁ ପ୍ରେମ ଭାଟିଆ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଛି।
23. ପବ୍ଲିକ ରିଲେସନ କାଉନସିଲ ଅଫ ଇଣ୍ଡିଆ, ବେଙ୍ଗାଲୁରୁ, ୨୦୨୦
ଅଶାନ୍ତ ସମୁଦ୍ରରେ ତାମିଲନାଡ଼ୁର ସାମୁଦ୍ରିକ ଗୁଳ୍ମ ସଂଗ୍ରାହକଙ୍କ ଉପରେ ଖବର ପ୍ରକାଶନ ଲାଗି ପରୀ ସଦସ୍ୟ ଏମ.ପାଲାନି କୁମାର କମ୍ୟୁନିକେଟର ଅଫ ଦ ଇୟର-ଶ୍ରେଷ୍ଠ କାହାଣୀ ପୁରସ୍କାର ହାସଲ କରିଥିଲେ। ଏ ଖବରରେ
ତାମିଲନାଡ଼ୁ ଭାରତୀନଗରର ମତ୍ସ୍ୟଜୀବୀ ମହିଳାମାନଙ୍କର ଅସାଧାରଣ କାର୍ଯ୍ୟ ଫଟୋ ସହିତ ପ୍ରକାଶ ପାଇଥିଲା, ଯେଉଁମାନେ ଡଙ୍ଗାରେ ରହିବା ଅପେକ୍ଷା ଅଧିକ ସମୟ ସମୁଦ୍ର ପାଣିରେ ବିତାଇ ଥାଆନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ସମ୍ବଳର ଅତ୍ୟଧିକ ଉତ୍ତୋଳନ କିପରି ଭାବେ ତାଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଛି ତାହା ଏଥିରେ ଦର୍ଶାଯାଇଥିଲା।
22. ପବ୍ଲିକ ରିଲେସନ କାଉନସିଲ ଅଫ ଇଣ୍ଡିଆ, ବେଙ୍ଗାଲୁରୁ, ୨୦୨୦
ପରୀ ରିପୋର୍ଟର ଜ୍ୟୋତି ଶିନୋଲି କମ୍ୟୁନିକେଟର ଅଫ ଦ ଇୟର ପୁରସ୍କାର ପାଇଥିଲେ। ରାଜପଥ ବିକାଶ ପାଇଁ ପାର୍ଧୀ ବିଦ୍ୟାଳୟ ଭଙ୍ଗାଯିବା ଖବର ପ୍ରକାଶନ ନିମନ୍ତେ ସେ ଶ୍ରେଷ୍ଠ ବିଷୟବସ୍ତୁ ବର୍ଗରେ ଏହି ପୁରସ୍କାର ପାଇଥିଲେ। ଦୀର୍ଘଦିନ ଧରି ବଞ୍ଚିତ ଓ ଅବହେଳିତ ସମୁଦାୟର ପିଲାମାନଙ୍କ ପାଇଁ ଫାନ୍ସେ ପାର୍ଧୀଙ୍କ ଦ୍ୱାରା ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ନିର୍ମାଣ କରାଯାଇଥିବା ପାର୍ଧୀ ସ୍କୁଲକୁ ଜୁନ ୬, ୨୦୧୯ରେ ଭାଙ୍ଗି ଦିଆଯାଇଥିଲା, ଯାହା ସେମାନଙ୍କୁ ସନ୍ଦେହ ଓ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିଲା।
21. ପ୍ରେସ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଇଣ୍ଟରନ୍ୟାସନାଲ କମିଟି ଅଫ ରେଡକ୍ରସ, ନୂଆଦିଲ୍ଲୀ, ୨୦୧୯
ପରୀ ସଦସ୍ୟା ଉର୍ବଶୀ ସରକାର ଶ୍ରେଷ୍ଠ ସ୍ତମ୍ଭ ବର୍ଗରେ ନିଜର ସ୍ତମ୍ଭ ‘
ଆମ ଘର ଭାଙ୍ଗିଯାଉଛି। କାହାରି ଚିନ୍ତାନାହିଁ’ ଲାଗି ପ୍ରଥମ ପୁରସ୍କାର ହାସଲ କରିଥିଲେ। ଏହି ଖବରରେ ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପନ, ପଶ୍ଚିମବଙ୍ଗର ସାଗର ଓ ଘୋରମାରା ଦ୍ୱୀପପୁଞ୍ଜରେ ଥିବା ଲୋକମାନଙ୍କ ପ୍ରବାସ ଓ ସମୁଦ୍ରଗର୍ଭରେ ଅଦୃଶ୍ୟ ହୋଇଯାଉଥିବା ଦ୍ୱୀପପୁଞ୍ଜ, ଘର ଓ ଜୀବିକା ବିଷୟରେ ଉଲ୍ଲେଖ କରାଯାଇଥିଲା।
20. ଜିଓ ମାମି ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୧୯ (ଅକ୍ଟୋବର ୧୭-୨୪)
ପରୀ ସଦସ୍ୟା ଯଶସ୍ୱିନୀ ରଘୁନନ୍ଦନଙ୍କ ଚଳଚ୍ଚିତ୍ର ‘ଦ୍ୟାଟ କ୍ଲାଉଡ ନେଭର ଲେଫ୍ଟ’ ଇଣ୍ଡିଆ ଗୋଲ୍ଡ ବର୍ଗରେ ଏହି ଚଳଚ୍ଚିତ୍ର ମହୋତ୍ସବ ପାଇଁ ଚୟନ କରାଯାଇଥିଲା।
19. ଫିଲାଫ ଚଳଚ୍ଚିତ୍ର ମହୋତ୍ସବ, ପରପିଗ୍ନାନ, ଫ୍ରାନ୍ସ : ଫେଷ୍ଟିଭାଲ ଇଣ୍ଟରନ୍ୟାସନାଲ ଡୁ ଲିଭର ଡି’ ଆର୍ଟ ଏଟ ଡୁ ଫିଲ୍ମ, ୨୦୧୯
ପରୀ ସଦସ୍ୟା ଯଶସ୍ୱିନୀ ରଘୁନନ୍ଦନଙ୍କ ଚଳଚ୍ଚିତ୍ର ‘ଦ୍ୟାଟ କ୍ଲାଉଡ ନେଭର ଲେଫ୍ଟ’ ଫ୍ରାନ୍ସ ସ୍ଥିତ ଫିଲାଫ ଚଳଚ୍ଚିତ୍ର ମହୋତ୍ସବ (ଫେଷ୍ଟିଭାଲ ଇଣ୍ଟରନ୍ୟାସନାଲ ଡୁ ଲିଭର ଡି’ ଆର୍ଟ ଏଟ ଡୁ ଫିଲ୍ମ)ରେ ଗୋଲ୍ଡ ଫିଲାପ ପୁରସ୍କାର ହାସଲ କରିଥିଲା।
18. ଟୁଟ୍ଟି ଆଇ ପ୍ରେମୀ ଡେଲ ପେସାରୋ ଫିଲ୍ମ ଫେଷ୍ଟ, ପେସାରୋ, ଇଟାଲି ୨୦୧୯
ଇଟାଲିର ପେସାରୋରେ ଅନୁଷ୍ଠିତ ଏହି ଚଳଚ୍ଚିତ୍ର ମହୋତ୍ସବରେ ପରୀ ସଦସ୍ୟା ଯଶସ୍ୱିନୀ ରଘୁନନ୍ଦନଙ୍କ ଚଳଚ୍ଚିତ୍ର ‘ଦ୍ୟାଟ କ୍ଲାଉଡ ନେଭର ଲେଫ୍ଟ’ ବିଶେଷ ଉଲ୍ଲେଖ ବର୍ଗରେ ଏହି ପୁରସ୍କାର ହାସଲ କରିଥିଲା।
17. ମୁମ୍ବାଇ ପ୍ରେସ କ୍ଲବ, ୨୦୧୯
ମହିଳା ସଶକ୍ତିକରଣ ଏବଂ ଲିଙ୍ଗ ସମାନତା ବର୍ଗରେ ପ୍ରକାଶିତ ଖବର ‘ବଞ୍ଚିବା ପାଇଁ ୬୦୦୦ପତ୍ର ସଂଗ୍ରହ’ ଲାଗି ପରୀ ରିପୋର୍ଟର ଜ୍ୟୋତି ଶିନୋଲି ରେଡ ଇଙ୍କ ପୁରସ୍କାର ହାସଲ କରିଥିଲେ। ଏ ଖବର ମେ ୩, ୨୦୧୮ରେ ପ୍ରକାଶ ପାଇଥିଲା।
16. ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ, ନୂଆଦିଲ୍ଲୀ, ୨୦୧୯
ମରାଠୱାଡା ଉପରେ ପରୀରେ ଲଗାତାର ଖବର ପ୍ରକାଶନ ପାଇଁ ପରୀ ସଦସ୍ୟ ପାର୍ଥ ଏମ ଏନ ରାମନାଥ ଗୋଏଙ୍କା ପୁରସ୍କାର (ଇଣ୍ଡିଆ ଇନଭିଜିବଲ ବର୍ଗରେ) ହାସଲ କରିଥିଲେ।
15. ଦ ଷ୍ଟେଟ୍ସମ୍ୟାନ, କୋଲକାତା, ୨୦୧୮
ପରୀ ଲେଖିକା ପୂଜା ଅବସ୍ତୀ ଜୁନ ୫ ଏବଂ ଅଗଷ୍ଟ ୩, ୨୦୧୭ରେ ପ୍ରକାଶିତ ଦୁଇଟି ଖବର : ମାଡ଼ ଖାଇବା ସତ୍ତ୍ଵେ ଅଟଳ-ସୁନନ୍ଦା ସାହୁଙ୍କ ନିରବ ସଂଘର୍ଷ ଏବଂ ଆଚାର ଓ ପାମ୍ପଡ଼ ବ୍ୟତୀତ ଢୋଲ ଓ ସ୍ୱପ୍ନ ପାଇଁ ଗ୍ରାମୀଣ ଖବର ସଂଗ୍ରହ ବର୍ଗରେ ଷ୍ଟେଟ୍ସମ୍ୟାନ ପୁରସ୍କାର ପାଇଥିଲେ।
14. ପପୁଲେସନ ଫାର୍ଷ୍ଟ, ନୂଆଦିଲ୍ଲୀ, ୨୦୧୮
ଅକ୍ଟୋବର ୧୨,୨୦୧୭ରେ ପରୀ ସଦସ୍ୟା ଉର୍ବଶୀ ସରକାର ନିଜର ଲେଖା ବାଘଙ୍କ ଯୋଗୁଁ ବିଧବା, ରାଜ୍ୟ ଦ୍ୱାରା ବହିଷ୍କୃତ ପାଇଁ ଫିଚର ବର୍ଗରେ ଲିଙ୍ଗ ସମ୍ବେଦନଶୀଳତା ପାଇଁ ଲାଡଲି ମିଡିଆ ଓ ଆଡଭର୍ଟାଇଜିଂ ପୁରସ୍କାର ପାଇଥିଲେ।
13. ୟୁରୋପୀୟାନ୍ କମିଶନ, ବ୍ରୁସେଲ୍ସ, ବେଲଜିୟମ, ୨୦୧୮
ଫେବୃଆରୀ ୬, ୨୦୧୮ରେ ପରୀରେ ପ୍ରକାଶିତ ଖବର ‘୨୦୦୦ ଘଣ୍ଟା ଧରି ଆଖୁ କଟା’ ପାଇଁ ପରୀ ସଦସ୍ୟ ପାର୍ଥ ଏମ.ଏନ ଲୋରେଞ୍ଜୋ ନାଟାଲି ମିଡିଆ ପୁରସ୍କାର ହାସଲ କରିଥିଲେ।
12. ଦକ୍ଷିଣ ଏସିଆ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, କୋଲକାତା, ୨୦୧୮
ପରୀର ୧୫ଟି ଭିଡିଓ ଚଳଚ୍ଚିତ୍ର ଏସଏଏସଏଫଏଫ-୨୦୧୮ ପାଇଁ ମନୋନୀତ ହୋଇଥିଲା : ୧୩ଟି ଚଳଚ୍ଚିତ୍ର ପ୍ରତିଯୋଗିତା କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ଏବଂ ୨ଟି ଅଫିସିଆଲ ପାନୋରୋମା ବର୍ଗରେ ପୁରସ୍କାର ହାସଲ କରିଥିଲା। (ଚଳଚ୍ଚିତ୍ରର ତାଲିକା ନିମ୍ନରେ ଦିଆଗଲା)
11. ପାରିଗି ହନୁମନ୍ତ ରାଓ ଫାଉଣ୍ଡେସନ, ଆନ୍ଧ୍ରପ୍ରଦେଶ, ୨୦୧୮
ପରୀ ସଦସ୍ୟ ରାହୁଲ ଏମ ପରୀରେ ପ୍ରକାଶିତ ତାଙ୍କର ଖବରଗୁଡ଼ିକ ପାଇଁ ୨୦୧୭-୧୮, ବର୍ଷ ଲାଗି ପାରିଗି ହନୁମନ୍ତ ରାଓ ସାମ୍ବାଦିକତା ପୁରସ୍କାର ହାସଲ କରିଥିଲେ।
10. ବସନ୍ତ ବ୍ୟାଖ୍ୟାନମାଲା, ପୁଣେ, ମହାରାଷ୍ଟ୍ର, ୨୦୧୮
ସାମ୍ବାଦିକତା କ୍ଷେତ୍ରରେ ନୂଆ ପ୍ରୟାସ “ପିପୁଲ୍ସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆ”ର ଅଭିନବ ପ୍ରକୃତି ପାଇଁ ପ୍ରଥମ ବିଚାରପତି ଏମ.ଜି. ରାଣାଡେ ପୁରସ୍କାର (ଉଦଘାଟନୀ ବର୍ଷ) ହାସଲ କରିଥିଲା।
9. ଶ୍ରୀ ମୁରୁଗମଠ, ଭିତ୍ରଦୁର୍ଗ, କର୍ଣ୍ଣାଟକ, ୨୦୧୭
“ସାମ୍ବାଦିକତା ଆନ୍ଦୋଳନ ମାଧ୍ୟମରେ ଗ୍ରାମୀଣ ଲୋକକଳା କ୍ଷେତ୍ରରେ ପିପୁଲ୍ସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆର ସେବା” ନିମନ୍ତେ ବାସବଶ୍ରୀ ପୁରସ୍କାର।
8. ଆପ୍ପାନ ମେନନ ସ୍ମାରକୀ ସମିତି, ନୂଆଦିଲ୍ଲୀ, ୨୦୧୭
“ଗ୍ରାମୀଣ ଭାରତର ଜୀବନକୁ ପ୍ରଦର୍ଶିତ କରିବା ଲାଗି ପିପୁଲ୍ସ ଆର୍କାଇଭ ରୁରାଲ ଇଣ୍ଡିଆର କାର୍ଯ୍ୟ” ପାଇଁ ଆପ୍ପାନ ମେନନ ସ୍ମାରକୀ ପୁରସ୍କାର।
7. ସି-ସେଲ ମିଡିଆ ଆଣ୍ଡ ଲିଟେରାରୀ ପୁରସ୍କାର, ଦୁବାଇ, ୨୦୧୭
“ଗ୍ରାମୀଣ ଭାରତରେ ଅସାଧାରଣ ଏବଂ ଗଭୀର ଖବର ସଂଗ୍ରହ ନିମନ୍ତେ ତଥା ପରୀର ଅଭିନବ ଉପଲବ୍ଧି ଲାଗି” ସି-ସେଲ ସାମ୍ବାଦିକତା ପୁରସ୍କାର।
6. କେଶରୀ ମହାରତ୍ତ ଟ୍ରଷ୍ଟ ଓ ତିଲକ ମହାରାଷ୍ଟ୍ର ବିଦ୍ୟାପୀଠ, ପୁଣେ, ୨୦୧୭
ପି. ସାଇନାଥ/ପରୀଙ୍କୁ (ପରୀ ଆରମ୍ଭ କରିବା ଲାଗି) ଉତ୍କୃଷ୍ଟ ସାମ୍ବାଦିକତା କ୍ଷେତ୍ରରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ପୁରସ୍କାର
5. ଅନନ୍ତ ଭାଲେରାଓ ସ୍ମୃତି ଫାଉଣ୍ଡେସନ, ଔରଙ୍ଗାବାଦ, ୨୦୧୬
“ଗ୍ରାମୀଣ ଭାରତରେ ବ୍ୟାପକ ଖବର ସଂଗ୍ରହ, ପିପୁଲ୍ସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆ ଏବଂ ଭାରତୀୟ ଭାଷାରେ ସମ୍ବାଦିକତାକୁ ପ୍ରୋତ୍ସାହନ ପାଇଁ ଏହାର ଆଭିମୁଖ୍ୟ” ନିମନ୍ତେ ଅନନ୍ତ ଭାଲେରାଓ ସ୍ମୃତି ପୁରସ୍କାର।
4. କ୍ରାନ୍ତିସିହ୍ନା ନାନା ପାଟିଲ ଫାଉଣ୍ଡେସନ, ସାଙ୍ଗଲି, ମହାରାଷ୍ଟ୍ର, ୨୦୧୬
ପି. ସାଇନାଥଙ୍କୁ (ପରୀର ଗୁରୁତ୍ୱକୁ ସମ୍ମାନ ଦେଇ) କ୍ରାନ୍ତିସିହ୍ନା ନାନା ପାଟିଲ ସ୍ମାରକୀ ପୁରସ୍କାର।
3. ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଭାରତ ସରକାର, ନୂଆଦିଲ୍ଲୀ, 2016
ପରୀରେ ମେ 2, 2016ରେ ପ୍ରକାଶିତ ଚଳଚ୍ଚିତ୍ର ୱେଭ୍ସ ଅଫ ମହେଶ୍ୱର ପାଇଁ 63ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଶ୍ରେଷ୍ଠ ପ୍ରମୋସନାଲ ଚଳଚ୍ଚିତ୍ର ବର୍ଗରେ ପରୀ ସଦସ୍ୟ ନିଧି କାମାଥ ଓ କେୟା ଭାସୱାନିଙ୍କୁ ରଜତ କମଳ ପୁରସ୍କାର।
2. ପ୍ରଫୁଲ୍ଲ ବିଦୱାଇ ସ୍ମାରକୀ ସମିତି, ନୂଆଦିଲ୍ଲୀ, 2016
କୃଷକମାନଙ୍କ ସମସ୍ୟାକୁ ନେଇ ଖବର ଓ ଟିପ୍ପଣୀ ପ୍ରକାଶ ଏବଂ ପରୀ ଭଳି ସୂଚନା ଏବଂ ପ୍ରେରଣାର ଉତ୍ସ” ନିମନ୍ତେ ପ୍ରଥମ ପ୍ରଫୁଲ୍ଲ ବିଦୱାଇ ସ୍ମାରକୀ ପୁରସ୍କାର।
1. ପପୁଲେସନ ଫାର୍ଷ୍ଟ, ମୁମ୍ବାଇ, ୨୦୧୫
ପରୀ ସଦସ୍ୟ ପୁରୁଷୋତ୍ତମ ଠାକୁରଙ୍କୁ ଲିଙ୍ଗ ସଚେତନତା ବର୍ଗ ୨୦୧୪-୧୫ ରେ ଲାଡଲି ମିଡିଆ ଆଣ୍ଡ ଆଡଭର୍ଟାଇଜ ପୁରସ୍କାର। ମାର୍ଚ୍ଚ ୨୦, ୨୦୧୫ରେ ପ୍ରକାଶିତ ତାଙ୍କ ଖବର ମେକିଂ ହିଷ୍ଟ୍ରୀ, ହେଡିଂ ଫର ଏ ହଣ୍ଡ୍ରେଡ ପାଇଁ ସେ ଏହି ପୁରସ୍କାର ପାଇଥିଲେ।