ଦିଲ୍ଲୀରେ ଗୋଟିଏ କ୍ଳାନ୍ତ ଶୀତ ଅପରାହ୍ଣରେ ଜାନୁଆରୀର ସୂର୍ଯ୍ୟ ଏକ ସ୍ୱାଗତଯୋଗ୍ୟ ଅତିଥି ପରି ବାରଣ୍ଡାରେ ଥିବା ବେଳେ କମର ହଜାରେ କିଲୋମିଟର ଦୂରରେ ଥିବା ତାଙ୍କ ମାଆଙ୍କୁ ଫୋନ୍‌ କରିଥିଲେ। ୭୫ ବର୍ଷ ବୟସ୍କା ଶମିମା ଖାତୁନଙ୍କ ସହ କଥା ହେବା ବେଳେ ସେ ଚେତନାରେ ବିହାରର ସୀତାମାଢ଼ି ଜିଲ୍ଲାର ବାରୀ ଫୁଲୱାରିଆ ଗ୍ରାମରେ ଥିବା ତାଙ୍କ ପିଲାଦିନର ଘରକୁ ଚାଲିଯାଇଥିଲେ।

ଯଦି ଆପଣ ସେହି ଅପରାହ୍ଣରେ ଟେଲିଫୋନ୍‌ର ଉଭୟ ପାର୍ଶ୍ୱରେ କଣ୍ଠସ୍ୱର ଶୁଣିଥା’ନ୍ତେ ତେବେ ଆପଣ ନିଶ୍ଚୟ କିଛି ବିଚିତ୍ର ଜିନିଷ ଲକ୍ଷ୍ୟ କରିଥା’ନ୍ତେ। ସ୍ପଷ୍ଟ ଉର୍ଦ୍ଦୁରେ ସେ ପଚାରୁଛନ୍ତି, ‘‘ଅମ୍ମି ଜରା ୟେ ବତାଇୟେଗା, ବଚ୍‌ପନ୍‌ ମେ ଜୋ ମୋରେ ସର୍‌ପେ  ଜଖମ୍‌ ହୋତା ଥା ଉସ୍‌କା ଇଲାଜ୍‌ କେସେ କର୍‌ତେ ଥେ? (ମାଆ ମୋତେ କୁହ ପିଲାଦିନେ ମୋ ମୁଣ୍ଡରେ ଘାଆ ବାହାରିଥିଲା ତୁମେ ତାହା କିପରି ଭଲ କରିଥିଲ?)

‘‘ ଶିର୍‌ ମେ ଯୋ ହୋ ଜାହାୟି – ତୋରୋହୋ ହୋଲା ରାହା – ବତ୍‌ଖୋରା କାହା ହୟି ଓକୋ ଇଧର୍‌ ରେହ, ଚିକ୍‌ନି ମିଟ୍ଟି ଲଗାକେ ଧୋଲିୟା ରହା, ମଗର୍‌ ଲଗା ହୟି ବହୁତ୍‌। ତା ଛୁଟ୍‌ ଗେଲାୟି ’’ [ତାଳୁରେ ଯାହା ହୁଏ – ତୋର ମଧ୍ୟ ସେଇଆ ହୋଇଥିଲା– ତା’କୁ ଏଠି ବତ୍‌ଖୋରା କହନ୍ତି। ମୁଁ ତୋର ମୁଣ୍ଡକୁ ରେହ (ଲୁଣିଆ ମାଟି) ଏବଂ ଚିକ୍‌ନି ମିଟ୍ଟି (କାଦୁଅ)ରେ ଧୋଇଲି, କିନ୍ତୁ ଏହା ଭୀଷଣ କାଟେ। ଶେଷରେ ତୁ ଏଥିରୁ ମୁକ୍ତି ପାଇଲୁ,]’’ ତାଙ୍କର ଘରୋଇ ଉପଚାର ବର୍ଣ୍ଣନା କରି ସେ ଖୁସିରେ ହସୁଥିଲେ, ତାଙ୍କର ଭାଷା କମର୍‌ଙ୍କ ଭାଷାଠାରୁ ଉଲ୍ଲେଖଯୋଗ୍ୟ ଭାବରେ ଭିନ୍ନ ଥିଲା।

ସେମାନଙ୍କ କଥାବାର୍ତ୍ତାରେ କିଛି ଅସ୍ୱାଭାବିକତା ନଥିଲା। କମର୍‌ ଏବଂ ତାଙ୍କ ମାଆ ସବୁବେଳେ ପରସ୍ପର ସହିତ ଭିନ୍ନ ଭିନ୍ନ ଭାଷାରେ କଥା ହେଉଥିଲେ।

ଏହା ପରଦିନ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପରେ ଆମ କାହାଣୀର ପ୍ରସଙ୍ଗ ଆଲୋଚନା କରିବା ସମୟରେ ପରୀ ଭାଷା ବୈଠକରେ ସେ କହିଲେ, ‘‘ମୁଁ ତା’ର ବୋଲି ବୁଝେ, କିନ୍ତୁ ମୁଁ ସେଥିରେ କଥାବାର୍ତ୍ତା କରିପାରେନି। ମୁଁ କହେ ଉର୍ଦ୍ଦୁ ହେଉଛି ମୋର ‘ମାତୃଭାଷା’ କିନ୍ତୁ ମୋ ମାଆ ଏକ ଭିନ୍ନ ଭାଷାରେ କଥା ହୁଅନ୍ତି।’’ ଏଥିସହିତ ସେ ଏହା ମଧ୍ୟ କହିଥିଲେ, ‘‘ତା’ର ଭାଷାର ନାଁ କ’ଣ ସେ ସମ୍ପର୍କରେ କାହାର କୌଣସି ଧାରଣା ନାହିଁ, ଅମ୍ମିର ନୁହେଁ କିମ୍ବା ମୋ ପରିବାରରେ ଅନ୍ୟ କାହାର ନୁହେଁ, ଏପରିକି ଯେଉଁମାନେ ଏହା କୁହନ୍ତି।’’ ସେ, ତାଙ୍କ ବାପା ଏବଂ ତାଙ୍କ ଭାଇଙ୍କ ସହିତ ଯେଉଁ ଲୋକମାନେ କାର୍ଯ୍ୟ ସନ୍ଧାନରେ ଗାଁରୁ ଚାଲିଯାଇଥିଲେ, ସେହି ଭାଷା କହୁନଥିଲେ। କମର୍‌ଙ୍କ ପିଲାମାନେ ଆହୁରି ଦୂରରେ: ସେମାନେ ସେମାନଙ୍କ ଜେଜେମାଆଙ୍କ ଭାଷା ବୁଝିପାରନ୍ତି ନାହିଁ।

A board at the entrance to the w restling school in rural western Maharashtra says taleem (Urdu for education). But the first thing you see within is an image of Hanuman, the deity of wrestlers (pehelwans) here. It's an image that speaks of a syncretic blend of cultures
PHOTO • P. Sainath

ପଶ୍ଚିମ ମହାରାଷ୍ଟ୍ରର ଏକ କୁସ୍ତି ବିଦ୍ୟାଳୟରେ ପ୍ରବେଶ ପଥରେ ଏକ ବୋର୍ଡରେ ଲେଖାଯାଇଛି ତାଲିମ୍ (ଉର୍ଦ୍ଦୁରେ ସୂଚିତ କରେ ଶିକ୍ଷା)। କିନ୍ତୁ ଆପଣ ଏଠାରେ ପ୍ରଥମ କଥା ଦେଖିବେ ଏକ ହନୁମାନଙ୍କର ଛବି, ମଲ୍ଲଯୋଦ୍ଧାମାନଙ୍କର ଦେବତା। ଏହି ଛବିରୁ ସାଂସ୍କୃତିକ ସମନ୍ୱୟ ସ୍ପଷ୍ଟ ବାରି ହୋଇଥାଏ

ଏଥିସହିତ ସେ କହନ୍ତି, ‘‘ମୁଁ ଅଧିକ ଜାଣିବାକୁ ଚେଷ୍ଟା କରିଛି’’। ‘‘ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ଜଣେ ଭାଷାବିତ୍‌ ମହମ୍ମଦ ଜାହାଙ୍ଗିର ୱାର୍ସି ଏହାକୁ ‘ମୈଥିଳୀ ଉର୍ଦ୍ଦୁ’ କହନ୍ତି। ଜବାହାରଲାଲ ନେହରୁ ୟୁନିଭର୍ସିଟି (ଜେ.ଏନ୍‌.ୟୁ)ର ଆଉ ଜଣେ ପ୍ରଫେସର ରିଜ୍‌ୱାନୁର୍‌ ରହମନ୍‌ କହନ୍ତି ଯେ ବିହାରର ଏହି ଅଞ୍ଚଳର ମୁସଲମାନ୍‌ମାନେ ଔପଚାରିକ ଭାବରେ ଉର୍ଦ୍ଦୁକୁ ସେମାନଙ୍କର ମାତୃଭାଷା ଭାବରେ ଉଲ୍ଲେଖ କରନ୍ତି କିନ୍ତୁ ଘରେ ଏକ ଭିନ୍ନ ବୋଲି ବ୍ୟବହାର କରନ୍ତି। ଏହା ମନେ ହେଉଛି ଯେ ମାଆଙ୍କର ଭାଷା ହେଉଛି ଉର୍ଦ୍ଦୁ, ପାର୍ସି, ଆରବୀ, ହିନ୍ଦୀ ଏବଂ ମୈଥିଳୀର ଏକ ମିଶ୍ରଣ - ଯାହା ସେହି ଅଞ୍ଚଳରେ ସୃଷ୍ଟି ହୋଇଥିଲା।’’

ଗୋଟିଏ ମାତୃଭାଷା ଯାହା ପ୍ରତ୍ୟେକ ପରବର୍ତ୍ତୀ ପିଢ଼ି ସହିତ କ୍ରମଶଃ ହଜିବାରେ ଲାଗିଛି।

ବାସ୍‌ ଏତିକି! କମର୍ ଆମକୁ ଏକ ଶବ୍ଦ ସନ୍ଧାନରେ ପଠାଇଦେଲେ। ଆମେ ସମସ୍ତେ ଆମ ନିଜର ମାତୃ ଭାଷାରେ ହଜିଯାଇଥିବା କେତେକ ଶବ୍ଦର ପଦଚିହ୍ନକୁ ପଛୁଆ ଠାବ କରିବାକୁ ସ୍ଥିର କଲୁ। ସେହି ଶବ୍ଦଗୁଡ଼ିକୁ ଅନୁସରଣ କରି ଏବଂ ସେହି କ୍ଷତିକୁ ବ୍ୟାଖ୍ୟା କରିପାରିବା ଭଳି ସୂଚନା ହାସଲ କଲୁ। ଆମେ ବର୍ଗୀସ୍ ଆଲେଫ୍ ରେ ଅଭିନୟ କରୁଛୁ ବୋଲି ବୁଝିବା ପୂର୍ବରୁ।

*****

ପ୍ରଥମ ବ୍ୟକ୍ତି ଭାବରେ ରାଜା କହିଲେ। ସେ କହିଲେ, ‘‘ତାମିଲ୍‌ରେ ଏକ ଲୋକପ୍ରିୟ ରୁଢ଼ି ବିଷୟରେ ଏକ ତିରୁକୁରଲ୍‌ ପଦ ଅଛି।’’

‘‘ମୟିର ନୀପ୍ପିନ୍‌ ବାଲହା କବରିମା ଅନ୍ନାର୍‌
ଉଇର୍‌ନୀପ୍ପାର୍‌ ମାନମ୍‌ ବରିନ୍‌ [ Kural # 969 ]

ଏହାର ଅନୁବାଦ ହେଉଛି ଏହିପରି। ଯେତେବେଳେ ଗୋଟିଏ ହରିଣର ଶରୀରରୁ କେଶ ଉପାଡ଼ି ଦିଆଯାଏ ସେ ମରିଯାଏ। ସେମିତି ଯେଉଁମାନେ ନିଜର ସମ୍ମାନ ହରାନ୍ତି ସେମାନେ ଲଜ୍ଜାରେ ମରିଯିବେ।

ରାଜା କୁଣ୍ଠିତ ଭାବରେ କହନ୍ତି, ‘‘ଏହି ପଦ ଜଣେ ମଣିଷର ଆତ୍ମସମ୍ମାନକୁ ହରିଣର ରୁମ ସହ ତୁଳନା କରିଥାଏ। ଏହା ହିଁ ମୁଁ. ଭରଥରାସନାରଙ୍କ ଦ୍ୱାରା କରାଯାଇଥିବା ଅନୁବାଦରୁ ବୁଝାଯାଉଛି। କିନ୍ତୁ ରୁମ ଉପାଡ଼ି ଦେଲେ ଗୋଟିଏ ହରିଣ କାହିଁକି ମରିଯିବ?’’ ଏହା ପରେ ଇଣ୍ଡୋଲୋଜିଷ୍ଟ ଆର ବାଲକ୍ରିଷ୍ଣନଙ୍କ ପ୍ରବନ୍ଧ ସିନ୍ଧୁ ଉପତ୍ୟକାରେ ତାମିଲ ଗ୍ରାମଗୁଡ଼ିକର ନାମ ପଢ଼ିବା ପରେ ମୁଁ ବୁଝିଥିଲି ଯେ ଏହି ପଦ କବରିମା ଉଲ୍ଲେଖ କରିଛି ଯାହାର ଅର୍ଥ ତାମିଲ୍‌ରେ ହେଉଛି ଚମରି ଗାଈ ଏବଂ ଏହା ‘କବରିମାନ୍‌’ ବା ହରିଣକୁ ବୁଝାଉନି।

‘‘ଚମରି ଗାଈ? ହିମାଳୟର ଉପର କ୍ଷେତ୍ରରେ ଦେଖାଯାଉଥିବା ଗୋଟିଏ ପ୍ରାଣୀ ଦେଶର ଅନ୍ୟ ଶେଷ ଭାଗରେ ଲୋକଙ୍କ ଦ୍ୱାରା କୁହାଯାଉଥିବା ଭାଷା ତାମିଲ୍‌ କବିତାରେ କ’ଣ କରୁଛି। ଆର୍‌. ବାଲକ୍ରିଷ୍ଣନ୍‌ ଏହାକୁ ସଭ୍ୟତା ସ୍ଥାନାନ୍ତର ମାଧ୍ୟମରେ ବାଖ୍ୟା କରନ୍ତି। ତାଙ୍କ ଅନୁଯାୟୀ ସିନ୍ଧୁ ଉପତ୍ୟକାର ଲୋକମାନେ ସେମାନଙ୍କର ମୂଳ ଶବ୍ଦ, ଜୀବନଶୈଳୀ, ସ୍ଥାନ ନାମ ଆଦି ସହିତ ଦକ୍ଷିଣକୁ ସ୍ଥାନାନ୍ତରିତ ହୋଇପାରିଥା’ନ୍ତି।’’

A full grown Himalayan yak (left) and their pastoral Changpa owners (right). Kavarima, a word for yak, missing in modern Tamil dictionaries, is found in Sangam poetry
PHOTO • Ritayan Mukherjee
A full grown Himalayan yak (left) and their pastoral Changpa owners (right). Kavarima, a word for yak, missing in modern Tamil dictionaries, is found in Sangam poetry
PHOTO • Ritayan Mukherjee

ଏକ ସମ୍ପୂର୍ଣ୍ଣ ବିକଶିତ ବୟସ୍କ ହିମାଳୟର ୟାକ୍ ବା ଚମରୀ ଗାଈ (ବାମ) ଏବଂ ତାଙ୍କର ପଶୁଚରାଳି ଚଙ୍ଗାପା ମାଲିକ (ଡାହାଣ)। କବରିମା, ଚମରୀ ଗାଈମାନଙ୍କ ପାଇଁ ଗୋଟିଏ ଶବ୍ଦ ଯାହାକି ଆଧୁନିକ ତାମିଲ୍ ଶବ୍ଦକୋଷରେ ମିଳେ ନାହିଁ, ଏହା ସଙ୍ଗମ କବିତାରେ ରହିଛି

ରାଜା କୁହନ୍ତି, “ଅନ୍ୟ ଜଣେ ବିଦ୍ୱାନ ଭି. ଆରଜୁ ଯୁକ୍ତି କରନ୍ତି’’ ଯେ କେହି ଭାରତୀୟ ଉପମହାଦେଶର ଇତିହାସକୁ ବର୍ତ୍ତମାନର ଦେଶ-ରାଜ୍ୟ ବା ଦେଶର ବିଚାର ଧାରାରୁ କଳ୍ପନା କରିବା ଉଚିତ ନୁହେଁ। ସେ କହନ୍ତି ଏହା ସମ୍ଭବ ହୋଇପାରେ ଯେ ଭାରତୀୟ ଉପମହାଦେଶର ସମଗ୍ର ଅଞ୍ଚଳ ଦ୍ରାବିଡ଼ୀୟ ଭାଷାଭାଷୀଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା। ସମଗ୍ର ଦୃଶ୍ୟ ଏକଦା ଦ୍ରାବିଡ଼ ଭାଷା କହୁଥିବା ଲୋକମାନଙ୍କ ଦ୍ୱାରା ଜନବହୁଳ ଥିଲା। ଉତ୍ତରରେ ଥିବା ସିନ୍ଧୁ ଉପତ୍ୟକା ଠାରୁ ଦକ୍ଷିଣରେ ଶ୍ରୀଲଙ୍କା ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ କ୍ଷେତ୍ରରେ ସେମାନେ ବାସ କରୁଥିଲେ, ତେରୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ  ହିମାଳୟରେ ବାସ କରୁଥିବା ଏକ ପଶୁ ପାଇଁ ତାମିଲମାନଙ୍କର ଏକ ଶବ୍ଦ ଅଛି। ”

‘‘କବରିମା - ଏକ ଚମତ୍କାର ଶବ୍ଦ!’’ ରାଜା ଦାବି କରନ୍ତି। ‘‘ଉତ୍ସୁକତାର ବିଷୟ ହେଲା, ପ୍ରସିଦ୍ଧ ତାମିଲ୍ ଶବ୍ଦକୋଷ କ୍ରିଆ ଏହି ଶବ୍ଦ ଧାରଣ କରେ ନାହିଁ।

*****

ଆମ ପାଖରେ ଏମିତି ଅନେକ କାହାଣୀ ରହିଛି ଯେଉଁ ଶବ୍ଦଗୁଡ଼ିକ ଆଉ ଶବ୍ଦ କୋଷରେ ସ୍ଥାନିତ ହେଉ ନାହିଁ। ଯୋଶୁଆ ଏହାକୁ କହନ୍ତି - ମାନକୀକରଣ ରାଜନୀତି।

‘‘ଯଦିଓ ଶହ ଶହ ବର୍ଷ ଧରି ବଙ୍ଗଳାର କୃଷକ, କୁମ୍ଭାର, ଗୃହିଣୀ, କବି ଏବଂ କାରିଗରମାନେ ସେମାନଙ୍କ ନିଜ ନିଜ ଭାଷାରେ ଯୋଗାଯୋଗ କରୁଥିଲେ ଏବଂ ଲେଖୁଥିଲେ - ରାରହି, ବରେନ୍ଦ୍ରି, ମାନଭୂମି, ରଙ୍ଗପୁରୀ ଇତ୍ୟାଦି। କିନ୍ତୁ ଉନବିଂଶ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ ବଙ୍ଗ ବିପ୍ଳବ ସହିତ ବଙ୍ଗଳା ଏହାର ଆଞ୍ଚଳିକ ଏବଂ ଆରବ - ପାର୍ସି ଲେକ୍ସିକନ୍‌ର ଅଧିକାଂଶ ହରାଇଥିଲେ। ଏହା ପରେ ପରେ ମାନକୀକରଣ ଓ ଆଧୁନିକୀକରଣର ଲହର ସହିତ ସାଂସ୍କ୍ରିଟାଇଜେସନ୍ ଏବଂ ଆଙ୍ଗଲୋଫୋନିକ୍, ୟୁରୋପିଆନାଇଜଡ୍ ଶବ୍ଦ ଏବଂ ରୁଢ଼ିର ପ୍ରୟୋଗ ଦେଖା ଦେଇଥିଲା। ଏହା ବଙ୍ଗଳାର ବହୁବିଧ ପ୍ରକୃତି ଛଡ଼ାଇ ନେଇଥିଲା ତାହାପରଠାରୁ ଆଦିବାସୀ ଭାଷା ଯେପରିକି ସାଉଁତାଲି, କୁଡମାଲି, ରାଜବୋଙ୍ଗସି, କୁରୁଖ ଏବଂ ଅନ୍ୟାନ୍ୟରୁ ଅଣାଯାଇଥିବା ଶବ୍ଦ ଯାହାକି ଗଭୀର ଭାବରେ ଅନ୍ୟ ଭାଷାରେ ପ୍ରୟୋଗ କରାଯାଉଥିଲା ସେସବୁ ଲୋପ ପାଇଯାଇଛି’’।

ଏହି କାହାଣୀ କେବଳ ବଙ୍ଗଳାର ନୁହେଁ। ଭାରତର ପ୍ରତିଟି ଭାଷାରେ ଏକ ପ୍ରଚଳିତ ଲୋକକଥା ରହିଛି, ବାର୍ ଗାଉ ଏ ବୋଲି ବଦଲାଏ ( ପ୍ରତି ୧୨-୧୫ କିଲୋମିଟର ଦୂରତାରେ କଥା କହିବାର ଢଙ୍ଗ ବା କଥିତ ଭାଷା ଭିନ୍ନ ହୋଇଥାଏ)। ଏବଂ ଭାରତର ପ୍ରତିଟି ରାଜ୍ୟରେ ଉପନିବେଶବାଦ ସମୟରେ, ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାଷାଭିତ୍ତିକ ରାଜ୍ୟ ବିଭାଜନ କାଳରେ ଏବଂ ତାହା ପରେ ସମାନ ପ୍ରକାରର ଅବକ୍ଷୟ ଜାରି ରହିଥିଲା। ଭାରତରେ ରାଜ୍ୟ ଭାଷାର କାହାଣୀ ସାଂସ୍କୃତିକ ଓ ରାଜନୈତିକ ପ୍ରଭାବ ସହିତ ପରିପୂର୍ଣ୍ଣ ହୋଇଥାଏ।

ଯୋଶୁଆ କହନ୍ତି ‘‘ମୁଁ ବାଙ୍କୁଡ଼ାରୁ ଆସିଛି’’, ‘‘ଏହା ହେଉଛି ପ୍ରାଚୀନକାଳର ମଲ୍ଲଭୂମ ରାଜ୍ୟର ମୁଖ୍ୟ ସ୍ଥଳ। ଏହି ଅଞ୍ଚଳରେ ବହୁ ଆଞ୍ଚଳିକ ଭାଷା ବ୍ୟବହାର କରୁଥିବା ଗୋଷ୍ଠୀ ରହୁଥିଲେ। ସେମାନଙ୍କ ମଧ୍ୟରେ କ୍ରମାଗତ ଭାବରେ ଭାଷା, ରୀତିନୀତି ଓ ଅନ୍ୟାନ୍ୟ ଆଦାନପ୍ରଦାନ ଲାଗି ରହିଥିଲା। ଏହି ଅଞ୍ଚଳର ପ୍ରତିଟି ଆଞ୍ଚଳିକ ଭାଷାରେ କୁରମାଳି, ସାଉଁତାଲି, ଭୂମିଜ ଏବଂ ବିରହୋଡ଼ି ଭାଷାରୁ ଆସିଥିବା ଶବ୍ଦର ପ୍ରଭାବ ରହିଥିଲା।

The story of the state language in India is historically fraught with cultural and political implications
PHOTO • Labani Jangi

ଭାରତର ରାଜ୍ୟ ଭାଷାର ଏହି କାହାଣୀ ଐତିହାସିକ ଭାବରେ ସାଂସ୍କୃତିକ ଓ ରାଜନୈତିକ ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇଥିଲା

‘‘ଶବ୍ଦାବଳିର ମାନକୀକରଣ ଏବଂ ଆଧୁନିକୀକରଣ ନାମରେ ବିଭିନ୍ନ ଶବ୍ଦ ଯେପରିକି ଆଡା, ଯୁମ [ଭୂମି], ଯୁମଡ଼ାକୁଚା  [ପୋଡ଼ା କାଠ], କାକ୍‌ତି [କଇଁଛ], ଯୋଡ଼ [ସ୍ରୋତ], ଆଗଡ଼ା [ଫମ୍ପା], ବିଲାତି ବେଗୁନ୍ [ଟମାଟୋ] ଏବଂ ଏହିପରି ଅନେକ ଶବ୍ଦ ବଦଳରେ ଅତ୍ୟନ୍ତ ସାହିତ୍ୟିକ ଶବ୍ଦ ବା କ୍ଲିଷ୍ଟ ଶବ୍ଦ ଓ ୟୁରୋପୀୟ ଭାଷାର ପ୍ରଭାବଯୁକ୍ତ ଶବ୍ଦ ଉଚ୍ଚ ବର୍ଗ, ଉଚ୍ଚ ଜାତିର ଉପନିବେଶବାଦ ଦ୍ୱାରା ପ୍ରଭାବିତ କୋଲକାତାରେ ପ୍ରଭାବିତ ହୋଇଥିଲା’’ ଯୋଶୁଆ ଅତିରିକ୍ତ ଭାବରେ କହନ୍ତି।

*****

କିନ୍ତୁ ଯେତେବେଳେ ଏକ ଶବ୍ଦ ଉଭାନ୍ ହୋଇଯାଏ କିନ୍ତୁ କ’ଣ ହଜିଯାଇଥାଏ? ପ୍ରଥମେ ଶବ୍ଦ ହଜେ ବା ଅର୍ଥ ହଜେ? କିମ୍ବା ଏହି ପରିପ୍ରେକ୍ଷୀରେ ଭାଷାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ କି? କିଛି ହଜିଯିବା କାରଣରୁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ସେହି ସ୍ଥାନରେ କିଛି ନୂଆ ଶବ୍ଦ ଆସିଥାଏ କି?

ଯେତେବେଳେ ଏକ ନୂଆ ଶବ୍ଦ ଉଡ଼ାଲପୁଲ୍[ଉଡ଼ନ୍ତା ସେତୁ], ପରି ଶବ୍ଦ ଆସେ ଯାହାକି ନୂତନ ବଙ୍ଗଳା ଭାଷାରେ ଫ୍ଲାଏ ଓଭରର ସମତୁଲ୍ୟ ହୋଇଥାଏ- ଆମେ କିଛି ହରାଇଥାଉ କି କିମ୍ବା ଆମର କିଛି ଲାଭ ହୋଇଥାଏ କି? ଏହି ପ୍ରକ୍ରିୟାରେ ଯାହା ହଜିଯାଏ ତାହା ତୁଳନାରେ ଯୋଡ଼ା ହେଉଥିବା ନୂଆ ବିଷୟ ବହୁତ ଅଧିକ ରହିଛି କି? ସ୍ମିତା ଗଭୀର ଭାବରେ ଚିନ୍ତା କରନ୍ତି।

ସେ ବଙ୍ଗଳା ଶବ୍ଦ ଘୁଲଘୁଲି କୁ ମନେ ପକାନ୍ତି - ଏକ ପାରମ୍ପରିକ ଭେଣ୍ଟିଲେଟର୍ ବା ବାୟୁ ଚଳାଚଳକାରୀ ଯାହାକି ଛାତ ତଳେ ବାୟୁ ଓ ଆଲୋକ ପ୍ରବେଶ କରିବା ପାଇଁ ରଖାଯାଇଥାଏ। ‘‘ଆଜିକାଲି ଆଉ ସେଗୁଡ଼ିକ କେହି ବ୍ୟବହାର କରୁନାହାନ୍ତି’’ ସେ କହନ୍ତି। ପ୍ରାୟ ଦଶ ଶତାବ୍ଦୀ ପୂର୍ବରୁ ଜଣେ ବିଦୂଷୀ ମହିଳା ଖନା ଲେଖିଥିଲେ ଖନାର ବଚନ , ସେଥିରେ ବଙ୍ଗଳାର ବହୁ ଲୋକକଥାର ପଦ୍ୟ ରହିଛି। ସେଥିରେ କୃଷି, ସ୍ୱାସ୍ଥ୍ୟ, ଔଷଧ, ପାଣିପାଗ ବିଜ୍ଞାନ, ଗୃହ ନିର୍ମାଣ ଇତ୍ୟାଦି ଚମତ୍କାର ଭାବରେ ବ୍ୟାବହାରିକ ଦିଗ ସହିତ ଲିପିବଦ୍ଧ କରିଛନ୍ତି।

ଆଲୋ ହାୱା ବେନ୍ଧୋ ନା
ରୋଗେ ଭୋଗେ ମୋରୋ ନା।

ଆଲୋକ ଓ ବାୟୁ ଚଳାଚଳ ହେଉନଥିବା ପରି କୋଠରୀ ତିଆରି କର ନାହିଁ।
ରୋଗ ଭୋଗୀ ମର ନାହିଁ।

ପିଡ଼େ ଉଞ୍ଚୁ ମେଝେ ଖାଲ୍
ତାର୍ ଦୁଃଖୋ ସର୍ବକାଲ୍।

ଯଦି ବାହାର ଜମି ତୁଳନାରେ ଚଟାଣ ଅଧିକ ତଳୁଆ ହୋଇଥାଏ
ତେବେ ଏହାର ଦୁଃଖ ଦରିଦ୍ରତତା କେବେ ଦୂର ହୁଏ ନାହିଁ।

ଆମ ପୂର୍ବପୁରୁଷମାନେ ଖନାଙ୍କର ଜ୍ଞାନ ଉପରେ ଭରସା କରୁଥିଲେ ଏବଂ କୋଠରୀରେ ଘୁଲଘୁଲି ପାଇଁ ଖାଲି ସ୍ଥାନ ରଖୁଥିଲେ’’ ସ୍ମିତା କହନ୍ତି। ‘‘କିନ୍ତୁ ଆଧୁନିକ ଯୁଗରେ ସମାନ ପ୍ରକାରର ଗୃହ ନିର୍ମାଣ ପ୍ରକଳ୍ପ ଚାଲୁଛି ଏବଂ ସାଧାରଣ ଲୋକମାନେ ବିଭିନ୍ନ ରାଜ୍ୟ ସାମାଜିକ ସୁରକ୍ଷା ସଂସ୍ଥା ମାଧ୍ୟମରେ ଗୃହ ନିର୍ମାଣ ଯୋଜନା ଅଧୀନରେ ଘର ପାଉଛନ୍ତି ସେଠାରେ ପାରମ୍ପରିକ ଜ୍ଞାନ ପାଇଁ କୌଣସି ସ୍ଥାନ ନାହିଁ। କାନ୍ଥରେ ଭର୍ତ୍ତି ଥାକ ଏବଂ କାନ୍ଥକୁଳାକୁ କୁହାଯାଉଥିଲା କୁଲୁଙ୍ଗି , ଖୋଲାସ୍ଥାନକୁ କୁହାଯାଉଥିଲା ଚାତାଲ , ଏବେ ସେସବୁ ଲୁପ୍ତ ପ୍ରାୟ କଥା ହେଲାଣି। ଘୁଲଘୁଲି ଅଦୃଶ୍ୟ ହେବା ସହ ଏହି ଶବ୍ଦ ମଧ୍ୟ ଲୋକଙ୍କ ମାନସପଟରୁ ଲିଭିଗଲାଣି,’’ ସେ କହନ୍ତି।

Changing architectural designs mean that words in Bangla like ghulghuli ( traditional ventilator), kulungi ( shelves) and alcoves embeded in walls, and chatal ( open spaces), are no longer part of our daily lexicon
PHOTO • Antara Raman

ନିମାଣ କୌଶଳରେ ପରିବର୍ତ୍ତନର ଅର୍ଥ ଘୁଲଘୁଲି (ପାରମ୍ପରିକ ବାୟୁ ଚଳାଚଳକାରୀ ସରଞ୍ଜାମ) କୁଲୁଙ୍ଗି (ଥାକ) ଏବଂ ଆଲକୋଭସ୍ କାନ୍ଥରେ ଖୋଦେଇ ହୋଇ ରହୁଥିଲା ଏବଂ ଚାତାଲ୍ (ଖୋଲା ସ୍ଥାନ) ଆଉ ଆମର ଦୈନନ୍ଦିନ ଜୀବନର ଅଂଶ ହୋଇ ନାହିଁ

ଏହା କେବଳ ଏକ ଶବ୍ଦ ନୁହେଁ କିମ୍ବା ଘୁଲଘୁଲି ର କଥା ନୁହେଁ। ଯେତେବେଳେ ଘରଗୁଡ଼ିକ ପାରାଭାଡ଼ି ପରି ତିଆରି ହେଲାଣି ସ୍ମିତା ଅନ୍ୟ ଜୀବଜନ୍ତୁଙ୍କ ସହ, ପ୍ରକୃତି ସହ, ଘରଚଟିଆ ସହ ସମ୍ପର୍କକୁ ମନେ ପକାଇ ଦୁଃଖ କରନ୍ତି। ଦିନେ ସେହି ଭେଣ୍ଟିଲେଟରଗୁଡ଼ିକରେ ସେମାନେ ଛୋଟ ଛୋଟ ବସା କରି ରହୁଥିଲେ।

*****

‘‘ମୋବାଇଲ୍ ଟାୱାର, ବାହ୍ୟ ଜଗତରୁ ବିଚ୍ଛିନ୍ନ ପକ୍କା ଘର, ଆମର ଆବଦ୍ଧ ରୋଷେଇ ଘର, ଆମ ଜମିରେ ଅତିମାତ୍ରାରେ କୀଟନାଶକ ଓ ଗୁଳ୍ମନାଶକ ବ୍ୟବହାରର ତାଣ୍ଡବ’’ କମଲଜିତ୍ କହନ୍ତି, ‘‘ଆମ ଘରୁ, ବଗିଚାରୁ ଏବଂ କଥା ଓ କବିତାରୁ ଘରଚଟିଆ ଦୃଶ୍ୟମାନ ହେବା ହ୍ରାସ ପାଇବା ପାଇଁ ଆମେ ସମସ୍ତେ ଦାୟୀ।’’

ଏଠାରେ! ସେ ଭାଷାଗତ ଏବଂ ପରିସଂସ୍ଥାନଗତ ବିବିଧତା ମଧ୍ୟରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସଂଯୋଗ ବୁଝାଇ ଦେଇଥିଲେ। ପଞ୍ଜାବୀ କବି ୱାରିସ୍ ସାଙ୍କର କେତୋଟି ଧାଡ଼ି ଯୋଗ କରିଥିଲେ।

‘‘ଚିରି ଚୁକଦି ନାଲ ଯା ତୁରେ ପାନ୍ଧି,
ପାଇୟାଁ ଦୁଧ ଦେ ବିଚ୍ ମାଧାନିୟାଣ ନି।

ଘରଚଟିଆ ରାବିବା ମାତ୍ରେ ଯାତ୍ରୀମାନେ ଯାତ୍ରା ଆରମ୍ଭ କରନ୍ତି,
ମହିଳାମାନେ ଲହୁଣି ମାରିବା ପରି।

ସମୟ ଥିଲା ଯେତେବେଳେ ଚାଷୀମାନେ ଏବଂ ଯାତ୍ରୀମାନେ ଘରଚଟିଆ ରାବିବା ମାତ୍ରେ ନିଜ ନିଜ କର୍ମରେ ଏବଂ ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରୁଥିଲେ। ସେମାନେ ଥିଲେ ଆମର ପ୍ରାକୃତିକ କ୍ଷୁଦ୍ର ଆକାରର ଆଲାର୍ମ ବ୍ୟବସ୍ଥା। ଆଜିକାଲି ମୁଁ ମୋ ଫୋନ୍‌ରେ ରେକର୍ଡ କରିଥିବା ତାଙ୍କର କିଚିରି ମିଚିରି ଶବ୍ଦ ଶୁଣି ନିଦରୁ ଉଠିଥାଏ। ଚାଷୀମାନେ ଏହି ପକ୍ଷୀମାନଙ୍କ ଆଚରଣକୁ ଆଧାର କରି ତାଙ୍କର ଫସଲ ଚକ୍ର ପାଇଁ ଯୋଜନା କରିଥାନ୍ତି, ପୂର୍ବାନୁମାନ କରିଥାନ୍ତି। ସେମାନଙ୍କର ପକ୍ଷୀର ନିର୍ଦ୍ଦିଷ୍ଟ ଗତିବିଧି ପବିତ୍ର ହୋଇଥାଏ - କିସାନି କା ସଗୁନ୍।

ଚିଡ଼ିୟାଁ ଖମ୍ବ ଖିଲେରେ,
ବସନ୍ ମି ବହତେରେ।

ଯେତେବେଳେ ଘରଚଟିଆ ତା’ର ପକ୍ଷ ମେଲାଏ
ଆକାଶରୁ ବର୍ଷା ଝରିଥାଏ।

House sparrows were once routinely spotted in our homes, fields and songs. Movement of their wings were auspicious – kisani ka shugun
PHOTO • Atharva Vankundre

ଘରଚଟିଆ ଚଢ଼େଇମାନେ ଏକଦା ନିୟମିତ ଭାବରେ ଆମ ଘରେ, ଜମିରେ ଦେଖା ଦେଉଥିଲେ ଏବଂ ସେମାନଙ୍କର କଳରବରେ ପରିବେଶକୁ ମୁଖରିତ କରୁଥିଲେ। ସେମାନଙ୍କର ପକ୍ଷ ଝାଡ଼ିବା ପବିତ୍ର ଥିଲା - କିସାନି କା ସଗୁନ୍

ଏହା କେବଳ କାକତାଳୀୟ ସଂଯୋଗ ନୁହେଁ, ଆମେ ବ୍ୟାପକ ଜୈବିକ ବିଲୁପ୍ତି ମଧ୍ୟ ଦେଇ ଗତି କରୁଛନ୍ତି। କେବଳ ବୃକ୍ଷଲତା, ପଶୁପକ୍ଷୀ ଲୋପ ପାଉନାହାନ୍ତି ତାହାସହିତ ଆମର ଭାଷାଗତ ଏବଂ ସାଂସ୍କୃତିକ ବିବିଧତା ମଧ୍ୟ ବହୁମାତ୍ରାରେ ଲୁପ୍ତ ହେବାକୁ ଲାଗିଛି। ୨୦୧୦ ମସିହାରେ ପିପୁଲ୍‌ସ ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆର ଡକ୍ଟର ଗଣେଶ ଦେବୀ କହିଥିଲେ ଯେ ଭାରତର ଭାଷାଗୁଡ଼ିକ ଉଦବେଗଜନକ ଗତିରେ ମୃତ୍ୟୁବରଣ କରୁଛି। ଗତ ୬୦ ବର୍ଷ ମଧ୍ୟରେ ପ୍ରାୟ ୨୫୦ଟି ଭାଷା ମରିସାରିଲାଣି।

ପକ୍ଷୀ ବିଶେଷଜ୍ଞମାନେ ପଞ୍ଜାବରେ ଘରଚଟିଆମାନଙ୍କ ସଂଖ୍ୟା ହ୍ରାସ ପାଇବା ବିଷୟରେ ନିଜର ଉଦବେଗ ପ୍ରକାଶ କଲାବେଳେ କମଲଜିତ୍ ବିବାହ ସମୟରେ ଗାନ କରାଯାଉଥିବା ପୁରୁଣା ଲୋକଗୀତକୁ ମନେ ପକାନ୍ତି।

ସାଦା ଚିଡିୟାଁ ଦା ଚମ୍ବା ବେ,
ବାବୁଲ ଆସାନ ଉଡ୍‌ ଯାଣା।

ଆମେ ସବୁ ଘରଚଟିଆ ଚଢ଼େଇ ପରି,
ଆମେ ବସା ଛାଡ଼ି ଯିବା ଓ ବହୁ ଦୂରକୁ ଉଡ଼ିବା।

‘‘ଲୋକଗୀତରେ ଘରଚଟିଆମାନଙ୍କର କାହାଣୀ ପ୍ରାୟତଃ ଦେଖିବାକୁ ମିଳେ। କିନ୍ତୁ ଦୁଃଖର କଥା ଆଉ ବେଶୀ ନୁହେଁ’’ ସେ କହନ୍ତି।

*****

ଏପରିକି ଅଦୃଶ୍ୟ ହେଉଥିବା ଜୀବିକାଗୁଡ଼ିକ ସହିତ ଭାଷାର ସମ୍ପର୍କ ରହିଛି, ଅନୁଧ୍ୟାନ କରି କହନ୍ତି ପଙ୍କଜ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରବାସକୁ ସ୍ଥାନାନ୍ତରିତ ହେବା ପରି। ‘‘ଆଜିକାଲି ରଙ୍ଗିଆ, ଗୋରେଶ୍ୱର ଏବଂ ଆସାମର ପ୍ରାୟ ସବୁଆଡ଼େ ଶସ୍ତା ମେସିନ୍ ତିଆରି ଗାମୁସା [ପତଳା, ଖଦଡ଼ା, ସୁତା କପଡ଼ା, ପାରମ୍ପରିକ ଭାବରେ ତଉଲିଆ, ସ୍କାର୍ପ ବା ପଗଡ଼ି ଭାବରେ ବ୍ୟବହାର କରାଯାଏ] ଏବଂ ସାଦୋର-ମେଖେଲା [ମହିଳାମାନେ ଅଣ୍ଟା ଚାରିପଟେ ଗୁଡ଼ାଇ ପିନ୍ଧୁଥିବା ଏକ ପାରମ୍ପରିକ ବସ୍ତ୍ର] ଅନ୍ୟ ରାଜ୍ୟମାନଙ୍କରୁ ଆସୁଛି। ପାରମ୍ପରିକ ହସ୍ତତନ୍ତ ଶିଳ୍ପ ଆସାମରେ ମରି ମରି ଯାଉଛି ଏବଂ ଆମର ଦେଶୀ ଉତ୍ପାଦ ଓ ବୁଣିବା ସମ୍ପର୍କିତ ଶବ୍ଦଗୁଡ଼ିକ ମଧ୍ୟ ବିଲୁପ୍ତ ହୋଇ ଯାଉଛି’’, ସେ କହନ୍ତି।

‘‘ଅକ୍ଷୟ ଦାସଙ୍କର ବୟସ ୭୨ ବର୍ଷ ଏବଂ ତାଙ୍କର ପରିବାର ଆସାମର ବେହବାଡ଼ି ଗ୍ରାମରେ ହସ୍ତତନ୍ତ ବୁଣିବା କାର୍ଯ୍ୟ କରନ୍ତି। ସେ କହନ୍ତି ଯେ ଏହି କୌଶଳ ହଜିଗଲାଣି। ‘ଯୁବକ ଯୁବତୀମାନେ କାମ କରିବା ପାଇଁ ଗାଁଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ଗୌହାଟି ଚାଲି ଯାଉଛନ୍ତି, ସେମାନେ ସେରେକି ପରି ଶବ୍ଦ ବିଷୟରେ ଜାଣନ୍ତି ନାହିଁ’’। ଅକ୍ଷୟ ମନେ ପକାଇ କହନ୍ତି ଯେ ଛୋଟ ଛୋଟ ତନ୍ତ ଚାରିପଟେ ଏକ ମହୁଡ଼ା (ଏକ ସ୍ପୁଲ୍) ରେ ଏକ ଘୁରୁଥିବା ଚକ ସାହାଯ୍ୟରେ ସୁତା ଗୁଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ବାଉଁଶର ଗାର୍ଡେଲକୁ ସୂଚିତ କରି କହନ୍ତି ଜୋତୋର୍।

Distanced from the traditional weaving practice, the young generation in Assam don't know words like sereki , or what it means to 'dance like a sereki' when we sing a Bihu song
PHOTO • Priyanka Borar

ପାରମ୍ପରିକ ବୁଣିବା ବିଧିରୁ ଦୂରେଇ ଯାଇ, ଆସାମର ଯୁବକ ଯୁବତୀମାନେ ସେରକି ପରି ଶବ୍ଦ ବିଷୟରେ ଜାଣନ୍ତି ନାହିଁ ବା ବିହୁ ଗୀତରେ ଆମେ ଯେତେବେଳେ ‘ସେରେକି ପରି ନାଚ’ ଗାଇଥାଉ ତାହାର ଅର୍ଥ ମଧ୍ୟ ବୁଝନ୍ତି ନାହିଁ

‘‘ମୁଁ ଏହି ବିହୁ ଗୀତକୁ ମନେ ରଖିଛି,’’ ପଙ୍କଜ କହନ୍ତି, ‘‘ସେରେକି ଘୁରାଦି ନାସ୍ [ଘୁରୁଥିବା ସେରେକି ପରି ନାଚ ] ଯେଉଁ ଯୁବକ ଯୁବତୀମାନେ ସେରେକି କ’ଣ ଜାଣନ୍ତି ନାହିଁ ସେମାନେ ଏଥିରୁ କ’ଣ ବୁଝିବେ? ଅକ୍ଷୟଙ୍କର ୬୭ ବର୍ଷ ବୟସର ଭାଉଜ ବିଲାତି ଦାସ, [ତାଙ୍କର ସ୍ୱର୍ଗତ ବଡ଼ ଭାଇ ନାରାୟଣ ଦାସଙ୍କର ପତ୍ନୀ], ଆଉ ଏକ ଗୀତ ଗାଉଥିଲେ:

ଟେଟେଲିର୍ ତୋଲତେ, କାପୁର ବୋଏ ଆସିଲୁ, ସରାୟେ ସିଗିଲେ ହୁତା।
ମୁଁ ତେନ୍ତୁଳି ଗଛ ତଳେ ବୁଣୁଥିଲି, ପକ୍ଷୀମାନେ ସୁତା କାଟିଦେଲେ।

ସେ ମୋତେ ବୁଣିବାର କୌଶଳ ବିଷୟରେ ବୁଝାଇ ଦେଲେ ଏବଂ କହିଥିଲେ ଯେ ନୂଆ ସରଞ୍ଜାମ ଏବଂ ମେସିନ୍ ବଜାରରେ ବହୁ ପ୍ରକାରରେ ମିଳୁଥିବାରୁ ବହୁ ସ୍ଥାନୀୟ ସରଞ୍ଜାମ ଓ କୌଶଳ ହଜିଗଲାଣି।

*****

‘‘ଆମେ ସର୍ବନାଶ ଜ୍ଞାନକୌଶଳ ଆଡ଼କୁ ଯାଉଛନ୍ତି’’, ରହସ୍ୟମୟ ହସ ହସି ନିର୍ମଳ କହନ୍ତି।

‘‘ନିକଟରେ, ମୁଁ ଛତିଶଗଡ଼ର ପାଟନଦାଦର ଗ୍ରାମକୁ ଯାଇଥିଲି’’। ନିର୍ମଳ ତାଙ୍କର ଗପ କହିବା ଆରମ୍ଭ କରନ୍ତି। ମୁଁ ପୂଜା କାର୍ଯ୍ୟ ପାଇଁ ଦୂବ [ବେରମୁଡ଼ା ଘାସ] ଖୋଜୁଥିଲି। ପ୍ରଥମେ ବାରିପଟେ ଥିବା ଛୋଟ ବଗିଚାକୁ ଗଲି ଖିଅଟିଏ ମଧ୍ୟ ଦୂବ [ ସିନୋଡନ୍ ଡାକ୍ଟିଲୋନ୍ ] ଦେଖିଲି ନାହିଁ। ତେଣୁ, ମୁଁ ଜମି ଆଡ଼କୁ ଚାଲିଲି।

‘‘ଏହା ଅମଳର କିଛି ମାସ ପୂର୍ବର କଥା ଥିଲା, ଏହି ସମୟରେ ନୂଆ କରି ଉଠିଥିବା ଧାନ ଗଛ କ୍ଷୀର ଉଡ଼ା ଦେଉଥିଲା ଏବଂ ଚାଷୀମାନେ ଜମିରେ ପୂଜା କରୁଥିଲେ। ସେମାନେ ମଧ୍ୟ ସମାନ ପବିତ୍ର ଦୂବ ଘାସ ବ୍ୟବହାର କରୁଥିଲେ। ମୁଁ ଜମି ମଧ୍ୟ ଦେଇ ଚାଲି ଚାଲି ଗଲି। ମାଟି ମୋ ପାଦକୁ ଭେଲଭେଟ୍ ପରି ନରମ ଲାଗିଲା, ଘାସ ପାଖୁଡ଼ା ଉପରେ କାକର ପଡ଼ି ଚିକମିକ କରୁଥିଲା। ବେରମୁଡ଼ା ଘାସ, ସାଧାରଣ ଘାସ, କାଣ୍ଡି [ସବୁଜ ଗୋଖାଦ୍ୟ] ସବୁକିଛି ଅଦୃଶ୍ୟ ହୋଇ ଯାଇଥିଲା। ପ୍ରତିଟି ପାଖୁଡ଼ା ଝାଉଁଳି ଶୁଖି ଯାଇଥିଲା!’’

‘‘ଯେତେବେଳେ ମୁଁ ଜମିରେ କାମ କରୁଥିବା ଜଣେ ଲୋକକୁ ଏ ବିଷୟରେ ପଚାରିଲି, ସେ କହିଲେ ‘ସର୍ବନାଶ’ ପକାଯାଇଛି ତେଣୁ [କାରଣ ଡୁମ୍ ସ୍ପ୍ରେ କରାଯାଇଛି]' କିଛି ସମୟ ପରେ ଚିନ୍ତା କରି ବୁଝିପାରିଲି ଯେ ସେ ମୋତେ ତୃଣକମାରୀର ନିର୍ଦ୍ଦିଷ୍ଟ ବ୍ରାଣ୍ଡ ନାମ ବିଷୟରେ କହୁଛନ୍ତି। ସେ ମୋତେ କହିନଥିଲେ ନିନ୍ଦା ନାଶକ [ବାଳୁଙ୍ଗା ନାଶକ] କାରଣ ଛତିଶଗଡ଼ିରେ ଏପରି କୁହାଯାଏ କିମ୍ବା ଓଡ଼ିଆରେ ଆମେ ବହୁ ସମୟରେ ଘାସମରା କିମ୍ବା ଖରପତୱାର ନାଶକ ଏବଂ ହିନ୍ଦୀଭାଷୀ ଅଞ୍ଚଳରେ ଚାରମାର୍ ବୋଲି କହିଥାଉ। ସେ ସମସ୍ତ ଶବ୍ଦ ପରିବର୍ତ୍ତେ ଏବେ ବ୍ୟବହୃତ ହେଉଛି ‘‘ସର୍ବନାଶ’’।

Increasing use of pesticides, chemical fertilisers and technologies have come to dominate agriculture, destroying India's rich diversity that farmers like Syed Ghani Khan, in Karnataka's Kirigavalu is trying to preserve. His house walls (right) are lined with paddy flowers with details about each variety. A loss of agricultural diversity can be seen to be linked to the loss in linguistic diversity
PHOTO • Sanket Jain
Increasing use of pesticides, chemical fertilisers and technologies have come to dominate agriculture, destroying India's rich diversity that farmers like Syed Ghani Khan, in Karnataka's Kirigavalu is trying to preserve. His house walls (right) are lined with paddy flowers with details about each variety. A loss of agricultural diversity can be seen to be linked to the loss in linguistic diversity
PHOTO • Manjula Masthikatte

କୀଟନାଶକ, ରାସାୟନିକ ସାର ଏବଂ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର କୃଷି କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ବିସ୍ତାର କରି କର୍ଣ୍ଣାଟକର କିରିଗାବାଲୁର ବାସିନ୍ଦା ସୟେଦ ଗନି ଖାନଙ୍କ ପରି ଚାଷୀମାନେ ଭାରତର ଜୈବ ବିବିଧତାର ବିନାଶରୁ ସୁରକ୍ଷା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କ ଘରର କାନ୍ଥ (ଡାହାଣ) ରେ ଧାଡ଼ି ଧାଡି ହୋଇ ରଖାଯାଇଛି । ଧାନ କେଣ୍ଡା ସହିତ ପ୍ରତିଟି ପ୍ରକାରର ବିବରଣୀ। କୃଷି ସମ୍ପର୍କିତ ବିବିଧତା ହାନି ହେବା ସହିତ ଭାଷାଗତ ବିବିଧତା ହାନି ହେବାର ସମ୍ପର୍କ ରହିଥିବା ମଧ୍ୟ ଦେଖାଯାଇପାରିବ

ପ୍ରତି ଇଞ୍ଚ ଜମିକୁ କୌଣସି ନା କୌଣସି ପ୍ରକାରେ ଉତ୍ପାଦନକ୍ଷମ କରିବା ପାଇଁ ମାନବ କୈନ୍ଦ୍ରିକ ତର୍କ ଆଧାରରେ ଆମେ ନିଜେ ବଞ୍ଚି ରହିବା ପାଇଁ ରାସାୟନିକ ସାର, କୀଟନାଶକର ବ୍ୟବହାରକୁ ପ୍ରାଧାନ୍ୟ ଦେଇଛୁ ଏବଂ କୃଷି କ୍ଷେତ୍ରରେ ଟେକ୍ନୋଲୋଜି ସହିତ ଏସବୁର ବ୍ୟବହାର ପ୍ରଭାବ ବିସ୍ତାର କରିଛି। ଏପରିକି ଅତି ବେଶୀରେ ଏକରେ ଜମି ଥିବା ଚାଷୀ ପାରମ୍ପରିକ ଉପକରଣ ପରିବର୍ତ୍ତେ ଟ୍ରାକ୍ଟର ଭଡ଼ା ନେବାର ସମ୍ଭାବନା ଅଧିକ ବୋଲି ନିର୍ମଳ କହନ୍ତି।

‘‘ନଳକୂଅଗୁଡ଼ିକ ଦିନ ରାତି ପାଣି ପମ୍ପ କରି ଆମର ପୃଥିବୀ ମାତାକୁ ବନ୍ଧ୍ୟା କରି ଦେଉଛନ୍ତି। ମାଟି ମହତାରି, ତାର ଗର୍ଭ [ଉପର ସ୍ତରର ମୃତ୍ତିକା] କୁ ପ୍ରତି ଛଅ ମାସରେ ଥରେ ଗର୍ଭଧାରଣ କରିବା ପାଇଁ ବାଧ୍ୟ କରାଯାଉଛି’’ ସେ କାତର ସ୍ୱରରେ କହନ୍ତି। ‘‘ସେ କେତେଦିନ ପର୍ଯ୍ୟନ୍ତ ‘ସର୍ବନାଶ’ ଭଳି ବିଷାକ୍ତ ରାସାୟନର ଭାର ବହନ କରିପାରିବ? ବିଷାକ୍ତ ପଦାର୍ଥରେ ଭରି ରହିଥିବା ଫସଲ ଖୁବ୍ ଶୀଘ୍ର ମନୁଷ୍ୟ ରକ୍ତରେ ପହଞ୍ଚିବ। ମୁଁ ଆମର ନିଜର ଆସନ୍ନ ସର୍ବନାଶକୁ ଅନୁଭବ କରିପାରୁଛି।

‘‘ଭାଷା ପାଇଁ ମଧ୍ୟ ଠିକ୍ ସମାନ ଅବସ୍ଥା ରହିଛି’’, ନିର୍ମଳ କହନ୍ତି ‘‘ଜଣେ ମଧ୍ୟମ ବୟସର ଚାଷୀ ମୋତେ କହିଥିଲେ ନଗର [ହଳ], ବଖର୍ [ଏକ ବଛାବଛି ଉପକରଣ], କୋପର୍ [ମାଟି ଗେଟା ଭାଙ୍ଗିବା ପାଇଁ ଏକ କାଠର ଛେଚା] – ଆଜିକାଲି ଏଇ ନାଁଗୁଡ଼ିକ ମଧ୍ୟ କେହି ଜାଣନ୍ତି ନାହିଁ। ଏବଂ ଦଉଁରି ବେଲନ୍ [ବଳଦମାନେ ଟାଣୁଥିବା ଏକ ରୋଲର୍ - ଥ୍ରେସର୍] ଅନ୍ୟ ଗ୍ରହର ଜିନିଷ ପରି ମନେ ହେଉଛି।”

‘‘ମେଟିକାମ୍ବା ପରି’’, ଶଙ୍କର କହନ୍ତି।

‘‘ମୋର ମନେ ଅଛି ଆମର ଏହି ଖମ୍ବ ଥିଲା, ମେଟିକାମ୍ବା, ଆମ ଅଗଣାରେ ବଣ୍ଡସେ ଗାଁରେ ଉଡୁପ୍ପି, କର୍ଣ୍ଣାଟକରେ’’ ସେ ସ୍ମୃତିରେ ଜଡ଼ିତ ହୋଇ କହନ୍ତି। ‘‘ଏହାର ଆକ୍ଷରିକ ଅର୍ଥ ହେଉଛି କୃଷିର ଖମ୍ବ। ଆମେ ଏଥିରେ ଏକ ବେଞ୍ଚ - ହାଡ଼ିମଞ୍ଚା ବାନ୍ଧି ଦେଉଥିଲୁ। ଆମେ ଏଥିରେ ଧାନ ଗଛ ବାଡ଼େଇ ଧାନଗୁଡ଼ିକ ନଡ଼ାରୁ ଅଲଗା କରୁଥିଲୁ। ଆମେ ମଧ୍ୟ ଏଥିରେ ବଳଦମାନଙ୍କୁ ବାନ୍ଧି ତଳେ ପଡ଼ିଥିବା ଧାନ ଗଛ ଉପରେ ବାରମ୍ବାର ଚଲେଇ କୁଟାରୁ ଧାନ ଅଲଗା କରୁଥିଲୁ। ଏବେ ଏହି ଖମ୍ବଗୁଡ଼ିକ ଅଦୃଶ୍ୟ ହୋଇଗଲାଣି, ଆଧୁନିକ ଅମଳ ମେସିନ୍ ଏହି କାମ ସହଜରେ କରିଦେଉଛି’’ ଶଙ୍କର କହନ୍ତି।

‘‘ଜଣକ ଘର ସମ୍ମୁଖରେ ମେଟିକମ୍ବା ରହିବା ଗୌରବର ବିଷୟ ଥିଲା। ବର୍ଷରେ ଥରେ ଆମେ ଏଥିପାଇଁ ପୂଜା କରୁଥିଲୁ ଓ କିଛି ସ୍ୱାଦିଷ୍ଟ ଖାଦ୍ୟ ସହିତ ଭୋଗରାଗ କରୁଥିଲୁ। ଏହି ଖମ୍ବ, ପୂଜା, ଭୋଜି ଭାତ, ଏହି ଶବ୍ଦ, ଏକ ସମ୍ପୂର୍ଣ୍ଣ ଜଗତ - ଲୋପ ପାଇଗଲାଣି।’’

*****

ସ୍ୱର୍ଣ୍ଣକାନ୍ତା କହନ୍ତି, ‘‘ଭୋଜପୁରୀରେ ଗୋଟିଏ ଗୀତ ଅଛି’’, ‘‘ ହର୍ଦି ହରଦପୁର ଜଇହା ଏ ବାବା , ସୋନେ କି କୁଦାଳି ହର୍ଦି କୋରିହ ଏ ବାବା [ବାପା, ଦୟାକରି ହରଦପୁରରୁ ମୋ ପାଇଁ ହଳଦୀ ଆଣ, ସୁନା କୋଦାଳରେ ହଳଦୀ ଖୋଳ]। ଏହା ଭୋଜପୁରୀ ଭାଷା କହୁଥିବା ଅଞ୍ଚଳ ବ୍ୟାପୀ ବିବାହ ଉତ୍ସବ ସମୟରେ ଉବୁଟନ୍ [ହଳଦୀ ଲଗାଇବା] ଉତ୍ସବ ସମୟରେ ଗାନ କରାଯାଉଥିଲା। ପୂର୍ବରୁ ଲୋକେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ ଏବଂ ଜାଆଁଟା (ଶିଳ ଚକି) [ଗ୍ରାଇଣ୍ଡ ମିଲ୍] ବ୍ୟବହାର କରି ହଳଦୀ ବାଟୁଥିଲେ। ଏବେ ଆଉ କାହା ଘରେ ଶିଳ ଶିଳପୁଆ ନାହିଁ ଓ ସେହି ରୀତି ଚାଲିଗଲାଣି।

In Bhojpuri they sing a song during ubtan (haldi) ceremony in a wedding, 'hardi hardpur jaiha e baba, sone ke kudaali hardi korih e baba, [ father, please bring me turmeric from Hardpur, dig the turmeric up with a golden spade ]
PHOTO • Ritayan Mukherjee

ଭୋଜପୁରୀରେ ବିବାହ ଉତ୍ସବ ସମୟରେ ଉବଟନ୍ [ହଳଦୀ ଲଗାଇବା] ଉତ୍ସବ ସମୟରେ ଗୋଟିଏ ଗୀତ ଗାଆନ୍ତି ‘ହର୍ଦି ହରଦପୁର ଜଇହା ଏ ବାବା, ସୋନେ କି କୁଦାଳି ହର୍ଦି କୋରିହ ଏ ବାବା [ବାପା, ଦୟାକରି ହର୍ଦପୁରରୁ ମୋ ପାଇଁ ହଳଦୀ ଆଣ, ସୁନା କୋଦାଳରେ ହଳଦୀ ଖୋଳ]'

There are no silaut ( flat grinding stone), no lodha ( type of pestle), no khal-moosal ( mortar and pestle) in modern, urban kitchens nor in our songs
PHOTO • Aakanksha
There are no silaut ( flat grinding stone), no lodha ( type of pestle), no khal-moosal ( mortar and pestle) in modern, urban kitchens nor in our songs
PHOTO • Aakanksha

ଆଜିକାଲି ଶିଳ (ଚଟକା ବାଟିବା ପଥର), ଲୋଧା (ହେମଦସ୍ତା ପରି), ଖଲ-ମୁଶଳ (ପଥରର କଣା ଥିବା ଶୀଳ ଓ ଶିଳପୁଆ) ଆଧୁନିକ, ସହରୀ ରୋଷେଇ ଘରେ ଦେଖାଯାଉ ନାହିଁ କିମ୍ବା ଆମ ସାହତ୍ୟରେ ମଧ୍ୟ ଦେଖିବାକୁ ମିଳୁ ନାହିଁ

ଦିନେ ମୋର ଜଣେ ଦୂର ସମ୍ପର୍କୀୟ ଭାଇଙ୍କର ପତ୍ନୀ ଓ ମୁଁ ଲକ୍ଷ୍ୟ କଲୁ ଯେ କିପରି ବହୁ ଭୋଜପୁରୀ ଶବ୍ଦ ଉବଟନ୍ ଗୀତ ସହିତ ଜଡ଼ିତ – କୋଦାଳ [ଫାଉଡ଼ା], କୋରଣା [ଖୋଳିବା], ଉବଟନ୍ [ହଳଦୀ ଲଗାଇ ଗାଧୋଇବା], ସିନହୋରା [ସିନ୍ଦୁର ପେଡ଼ି], ଦୁବ [ବେରମୁଡ଼ା ଘାସ] – ଆଉ ଶୁଣିବାକୁ ମିଳୁନାହିଁ,' ସହରାଞ୍ଚଳରେ ଭାରତରେ ଅନୁଭବ ହେଉଥିବା ସାଂସ୍କୃତିକ କ୍ଷତି ବିଷୟରେ ମନେ ପକାଇ ସ୍ୱର୍ଣ୍ଣକାନ୍ତା କହନ୍ତି।

*****

ଆମ୍ଭେମାନେ ସମସ୍ତେ ନିଜର ବିଭିନ୍ନ ବିସ୍ତୃତ ମହାଜାଗତିକ, ସାଂସ୍କୃତିକ, ଅବସ୍ଥାନ ଶ୍ରେଣୀ ବିଷୟରେ କହୁଛୁ। କିନ୍ତୁ ଆମେ ସମସ୍ତେ ସମାନ ବିଷୟ ହଜି ଯାଉଥିବା ଶବ୍ଦମାନଙ୍କ ପରି ଆମର ହୃଦୟର ବ୍ୟଥା ପ୍ରକାଶ କରୁଛୁ, ଏହି ଶବ୍ଦଗୁଡ଼ିକ ଲୋପ ପାଇବା ସହ ନିଜ ମୂଳ କ୍ଷେତ୍ର, ପରିବେଶ, ପ୍ରକୃତି, ଆମ ଗାଁ ଜଙ୍ଗଲ ସହିତ ଆମର ପରିଚୟ ମଧ୍ୟ ଦୁର୍ବଳ ହୋଇ ଯାଉଛି। ଆମ୍ଭେମାନେ ଏହା ସହିତ ଏକ ଭିନ୍ନ ଖେଳ ଖେଳିବା ଆରମ୍ଭ କରିଛୁ ଯାହାର ନାମ ‘ପ୍ରଗତି’।

ଖେଳ କଥା କହିଲା ବେଳେ ସମୟକ୍ରମେ ପାରମ୍ପରିକ ଖେଳଗୁଡ଼ିକ ମଧ୍ୟ ହଜି ହଜି ଯାଉଛି। ସୁଧାମୟୀ ଓ ଦେବେଶ ସୂକ୍ଷ୍ମ ଆଲୋଚନା କରୁଛନ୍ତି। ସୁଧାମୟୀ କହନ୍ତି ‘‘ଯଦି ତୁମେ ମୋତେ ଖେଳ କଥା ପଚାରିବ ତେବେ ମୁଁ କହିବି ଯେ ପିଲାମାନେ ଆଉ ଖେଳୁ ନାହାନ୍ତି’’। ‘‘ମୁଁ ତୁମକୁ ଏକ ତାଲିକା ଦେବି। ଗଛକାୟିଲୁ କିମ୍ବା ବଲାଞ୍ଚି - ଯେଉଁଠାରେ ଗୋଟିଏ ଗୋଡ଼ି ଶୂନ୍ୟକୁ ଫିଙ୍ଗି ଟସ୍ କରାଯାଇଥାଏ ଏବଂ ହାତ ପାପୁଲିରେ ଧରି ନିଆଯାଇଥାଏ; ଓମାନାଗୁଣ୍ଟାଲୁ, ଯାହାକି ତିନ୍ତୁଳି ମଞ୍ଜି ବା କାଓରିରେ ଖେଳାଯାଇଥାଏ ଏବଂ ଗୋଟିଏ ଟେବୁଲରେ କ୍ରମରେ ଦୁଇଟି ଧାଡ଼ିରେ ଚଉଦଟି ଗାତ କରାଯାଇଥାଏ, କାଲାଗାଣ୍ଟାଲୁ, ଏହି ଖେଳରେ ଜଣେ ଅନ୍ଧପୁଟୁଳି ବାନ୍ଧି ଅନ୍ୟମାନଙ୍କୁ ଧରିଥାନ୍ତି ଏବଂ ଏହିପରି ଅନେକ ଖେଳ’’ ସେ କହନ୍ତି।

ଦେବେଶ କହନ୍ତି ‘ ସଟେଲୋ’ ପରି ଖେଳ ସମ୍ପର୍କିତ ମୋର କିଛି ସ୍ମୃତି ରହିଛି। ଦୁଇଟି ଦଳ ଏବଂ ସାତଟି ପଥର ଗୋଟିଏ ଉପରେ ଗୋଟିଏ ରଖାଯାଇଥାଏ। ଗୋଟିଏ ଦଳ ଲକ୍ଷ୍ୟ କରି ବଲ୍‌କୁ ଫିଙ୍ଗି ଏହି ୭ଟି ପଥରର ଗଦାକୁ ଭାଙ୍ଗି ଦେଇଥାଏ ଏବଂ ଅନ୍ୟ ଦଳଟି ଆଉଟ୍ ନ ହୋଇ ଏହି ଗଦାକୁ ପୁଣି ଥରେ ସଜାଡ଼ିବା କାମ କରିଥାଏ। ଯେତେବେଳେ ପିଲାମାନେ ବିରକ୍ତ ହୋଇଗଲେ ଆଉ ଗୋଟିଏ ଖେଳ ଆବିଷ୍କାର କଲେ ‘ଗେନା ଭାଡଭାଡ’। ଏଥିରେ କୌଣସି ଶେଷ ଲକ୍ଷ୍ୟ ନଥାଏ, କୌଣସି ଦଳ ନଥାନ୍ତି। ସମସ୍ତେ ପରସ୍ପରକୁ ଗୋଟିଏ ବଲ୍‌ ଧରି ଲକ୍ଷ୍ୟ କରି ମାରିଥାନ୍ତି। ଖେଳିଲା ବେଳେ କେହି ଆଘାତପ୍ରାପ୍ତ ହେବାର ଆଶଙ୍କା ରହିଥାଏ। ତେଣୁ ଏହାକୁ ‘ପୁଅ ପିଲା’ଙ୍କ ଖେଳ ବୋଲି କୁହାଯାଇଥାଏ। ଝିଅ ପିଲାମାନେ ‘ଗେନା ଭାଡଭାଡ’ ଖେଳନ୍ତି ନାହିଁ।

ସୁଧାମୟି କହନ୍ତି ‘‘ମୁଁ କହିଥିବା କୌଣସି ଖେଳ ମୁଁ କେବେ ଖେଳିନି’’। ‘‘ମୁଁ କେବଳ ମୋ ଆଇ, ଗଜୁଲା ଭାରତୀ ସତ୍ୟ ବେଦମ୍‌ଙ୍କଠାରୁ ଏହା ଶୁଣିଛି। ସେ ଚିନାଗାଦେଲାବାରୁ, ମୋ ଗାଁ କୋଲାକାଲୁରୁଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁରେ ରୁହନ୍ତି। ମୁଁ ତାଙ୍କ ବିଷୟରେ ଅଧିକ କିଛି ଜାଣିନାହିଁ କିନ୍ତୁ ତାଙ୍କ କାହାଣୀ ଶୁଣିବାର ସ୍ମୃତି ମୋ ମନରେ ଏବେ ବି ସତେଜ ଅଛି। ସେ ମୋତେ ଖୁଆଇଲା ବେଳେ ଏବଂ ନିଦରେ ଶୁଆଇଲା ବେଳେ ଏହି ଖେଳ ବିଷୟରେ କହିଥାନ୍ତି। ମୋତେ ସ୍କୁଲ ଯିବାର ଥିଲା ତେଣୁ ମୁଁ ଖେଳିପାରିନଥିଲି’’!

‘‘ଆମ ଅଞ୍ଚଳର ଝିଅମାନେ ଗୋଡ଼ି ଧରି ‘ଗୁଟ୍ଟେ’ ଖେଳନ୍ତି’’ ଦେବେଶ କହନ୍ତି ‘‘ନ ହେଲେ ‘ବିଷ-ଅମୃତ’ ଏହି ଖେଳରେ ଅନ୍ୟ ଦଳକୁ ଧରିବାକୁ ପଡ଼େ ନ ହେଲେ ରକ୍ଷା କରିବାକୁ ପଡ଼େ। ଆଉ ଗୋଟିଏ ଖେଳ କଥା ମୋର ମନେ ପଡ଼ୁଛି ‘ ଲଙ୍ଗଡ଼ି ଟାଙ୍ଗ ’ ଯେଉଁଥିରେ ଜଣେ ଖେଳାଳି ଭୂମିରେ ଅଙ୍କାଯାଇଥିବା ନଅଟି ବର୍ଗ କ୍ଷେତ୍ର ଭିତରେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଖେଳି ଥାନ୍ତି। ହପସ୍କଚର ଏକ ସଂସ୍କରଣ।

‘‘ପିଲାମାନେ ସେମାନଙ୍କ ହାତରେ ଡିଜିଟାଲ୍ ଡିଭାଇସ୍ ଧରି ବଡ଼ ହେଉନଥିଲେ, ଯାହାକି ସେମାନଙ୍କ ଶୈଶବ ସହିତ ସେମାନଙ୍କଠାରୁ ସେମାନଙ୍କ ଭାଷା ମଧ୍ୟ ଛଡ଼ାଇ ନେଇଛି। ଆଜି ମୋର ୫ ବର୍ଷ ବୟସର ପୁତୁରା ବଖିରାରେ ରହୁଥିବା ହର୍ଷିତ୍, ମୋ ଝିଆରୀ ଭୈରବୀ ଯେ କି ଗୋରଖପୁରରେ ରହେ ଏହି ଖେଳର ନାମ ମଧ୍ୟ ଜାଣନ୍ତି ନାହିଁ’’ ଦେବେଶ କହନ୍ତି।

Devesh has a vivid memory of playing sateelo as a child, but his young niece and nephew today do not even know the name of the game
PHOTO • Atharva Vankundre

ଦେବେଶ ପିଲାଦିନେ ବହୁ ସମୟରେ ସଟେଲୋ ଖେଳିବା ବିଷୟରେ ମନେ ପକାନ୍ତି, କିନ୍ତୁଏବେ ତାଙ୍କର ପୁତୁରା ଝିଆରୀ ସେ ଖେଳର ନାମ ମଧ୍ୟ ଜାଣନ୍ତି ନାହିଁ

Young boys in Kivaibalega village of Chattisgarh playing horse riding. The game is known as ghodondi in the Halbi and Gondi languages
PHOTO • Purusottam Thakur

ଛତିଶଗଡ଼ର କିବାଇବଲେଗା ଗ୍ରାମର ବାଳକମାନେ  ହର୍ସ ରାଇଡିଂ ଗେମ୍ ଖେଳନ୍ତି। ଏହି ଖେଳଟି ହାଲବି ଏବଂ ଗୋଣ୍ଡି ଭାଷାରେ ଘୋଡୋଣ୍ଡି ଭାବରେ ପରିଚିତ

*****

କିଛି ପରିମାଣରେ ହାନି ଅଟକାଇ ହେବ ନାହିଁ? ପ୍ରଣତୀଙ୍କ ମନକୁ ଏହି ପ୍ରଶ୍ନ ଆନ୍ଦୋଳିତ କରେ। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପରିବର୍ତ୍ତନ ଆମ ଭାଷାରେ ଆପେ ଆପେ ହୋଇନଥାଏ କି? ବିଜ୍ଞାନର ଦ୍ରୁତ ଅଗ୍ରଗତି ସହିତ ଏହା ଅବଶ୍ୟ ସମ୍ଭାବୀ, ଉଦାହରଣ ସ୍ୱରୂପ ଅସଂଖ୍ୟ ରୋଗର ନାମ, ସେଗୁଡ଼ିକର କାରଣ ଏବଂ ନିରାକରଣ, ସଚେତନତାର ପ୍ରସାର ସହିତ ସେ ସମ୍ପର୍କିତ ଲୋକଙ୍କର ଦୃଷ୍ଟି ଭଙ୍ଗୀ ବଦଳିଥାଏ କିମ୍ବା ଅତିକମ୍‌ରେ ସେମାନଙ୍କର ଏଗୁଡ଼ିକୁ ଚିହ୍ନଟ କରିବାର ଉପାୟରେ ପରିବର୍ତ୍ତନ ହୋଇଥାଏ। ଓଡ଼ିଶାର ସ୍ଥାନୀୟ ଭାଷାରେ ନିର୍ଦ୍ଦିଷ୍ଟ ବୈଜ୍ଞାନିକ ଶବ୍ଦ ପ୍ରଭାବ ବିସ୍ତାର କଲାବେଳେ ଜଣେ ଏହାକୁ କିପରି ବୁଝାଇବେ।

ସେ କହନ୍ତି ‘‘ଦିନେ ଗାଁ ଗଣ୍ଡାରେ ଆମେ ରୋଗକୁ ଭିନ୍ନ ଭିନ୍ନ ନାମରେ କହୁଥିଲୁ; ବସନ୍ତକୁ ବଡ଼ମାଆ, ହାଡ଼ଫୁଟି ମିଳିମିଳାକୁ ସାନ ମା’, ଡାଇରିଆକୁ ବାଡ଼ି, ହଇଜା କିମ୍ବା ଆମାଶୟ, ଟାଇଫଏଡକୁ କହୁଥିଲୁ ଆନ୍ତ୍ରିକ ଜ୍ୱର। ଏପରିକି ଡାଇବେଟିସକୁ ବହୁ ମୂତ୍ର, ଆର୍ଥାଇଟିସକୁ ଗଣ୍ଠି ବାତ ଏବଂ କୁଷ୍ଠ ରୋଗକୁ ବଡ଼ ରୋଗ ଭାବରେ କୁହାଯାଉଥିଲା। କିନ୍ତୁ ଆଜିକାଲିକା ଲୋକେ ଓଡ଼ିଆ ଶବ୍ଦକୁ ଭୁଲିଯାଇ ସେମାନଙ୍କ ବ୍ୟବହାରରେ ଇଂରାଜୀକୁ ବ୍ୟବହାର କରିବାକୁ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ କ’ଣ ଉଦବେଗ ପ୍ରକାଶ କରିବା ଉଚିତ୍? ମୁଁ ଦ୍ୱନ୍ଦ୍ୱରେ’’।

ଆମେ ଜାଣୁ, ଆମେ ଭାଷାବିତ୍ ହୋଇଥାଉ ବା ନ ହୋଇଥାଉ, ଭାଷା ସ୍ଥିର ନୁହେଁ। ଏହା ଏକ ନଦୀ ପରି ସର୍ବଦା ଚଳଚଞ୍ଚଳ, ବିଭିନ୍ନ ସ୍ଥାନ, ସାମାଜିକ ବର୍ଗ, ସମୟ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ; ସବୁବେଳେ ବଦଳୁଥାଏ, କିଛି ଦେଇଥାଏ, କିଛି ନେଇଥାଏ, ସଙ୍କୁଚିତ ହୋଇଥାଏ, ନିଷ୍ପ୍ରଭ ହୋଇଥାଏ, ନବଉନ୍ମେଷରେ ଭରି ଉଠିଥାଏ। ତେବେ ମନେ ରଖିବା ଓ ହରାଇବାକୁ ନେଇ ଏତେ ବ୍ୟଗ୍ରତା କାହିଁକି? କିଛି କିଛି ଜିନିଷ ଭୁଲିଯିବା ଭଲ ନୁହେଁ କି?

*****

‘‘ମୁଁ ଆମ ଭାଷା ଭିତରୁ ଉଙ୍କି ମାରୁଥିବା ବିଭିନ୍ନ ସାମାଜିକ ଢାଞ୍ଚା ବିଷୟରେ ଚିନ୍ତା କରୁଛି। ଗୋଟିଏ ଶବ୍ଦ ଉପରେ ନଜର ପକାନ୍ତୁ ମୁର୍ଦାଦ୍ ମଟନ୍’’ ମେଧା କହନ୍ତି। ‘‘ ଆମେ କୌଣସି ‘ଜିଦିଆ’ ଲୋକ ଯେ କି କୌଣସି ପରିସ୍ଥିତିରେ ବି ଝୁଙ୍କେ ନାହିଁ ତାହା ବିଷୟରେ କହିଲା ବେଳେ ମୁର୍ଦାଦ୍ ମଟନ୍, ମଲା ମାଂସ ପରି ଶବ୍ଦ ବ୍ୟବହାର କରିଥାଉ। ଯେଉଁ ମୃତ ମାଂସ ଖାଇବା ପାଇଁ ବହୁ ଦଳିତ ଗ୍ରାମର ଲୋକେ ବାଧ୍ୟ ହୋଇଥାନ୍ତି। ସେଥିରୁ ଏହି ଶବ୍ଦ ଆସିଛି।’’

ମାଲୟାଲମ୍ ବିଷୟରେ ଚିନ୍ତା କରନ୍ତି ରାଜୀବ। ‘‘କେରଳରେ ଥରେ ନୀଚ ଜାତିର ଲୋକଙ୍କ ବାସସ୍ଥାନକୁ ଆମେ କହୁଥିଲୁ ଚେଟା, ଏକ ଚାଳ ଘର। ନୀଚ ଜାତିର ଲୋକେ ଏହି ଘରେ ବାସ କରୁଥିବାରୁ ଏହାକୁ ଏକ ଅପମାନଜନକ ଶବ୍ଦ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ସେମାନଙ୍କୁ ତାଙ୍କ ଘରକୁ ପୂର କିମ୍ବା ବିଡ଼ୁ କହିବାକୁ ଅନୁମତି ଦିଆଯାଉନଥିଲା, ଯାହାକି କେବଳ ଉଚ୍ଚଜାତିର ଲୋକଙ୍କ ଘରକୁ ନାମିତ କରିବା ପାଇଁ ବ୍ୟବହାର କରାଯାଉଥିଲା। ସେମାନଙ୍କ ନବଜାତ ଶିଶୁମାନେ ଉଚ୍ଚଜାତିର ପିଲାଙ୍କ ପରି ଉନ୍ନି ନଥିଲେ ସେମାନଙ୍କୁ ଚେକ୍କାନସ୍ କୁହାଯାଉଥିଲା ଯାହାର ଅର୍ଥ ବିରକ୍ତିକର ଶିଶୁ ଥିଲା। ଏପରିକି ସେମାନେ ନିଜକୁ ଆଦିଆନ୍ , ‘ଆପଣଙ୍କର ଆଜ୍ଞାଧୀନ ସେବକ’ ଭାବରେ ଉଚ୍ଚ ଜାତିର ଲୋକଙ୍କ ସମ୍ମୁଖରେ ନିଜକୁ ସମ୍ବୋଧନ କରୁଥିଲେ। ଏହି ଶବ୍ଦଗୁଡ଼ିକ ଆଜିକାଲି ଆଉ ବ୍ୟବହୃତ ହେଉନାହିଁ।

Unjust social structures are also embeded in our languages. We need to consciously pull out and discard the words that prepetrate injustice from our vocabulary
PHOTO • Labani Jangi
Unjust social structures are also embeded in our languages. We need to consciously pull out and discard the words that prepetrate injustice from our vocabulary
PHOTO • Labani Jangi

ସାମାଜିକ ଢାଞ୍ଚାରେ ବୈଷମ୍ୟ ଭାବ ଆମ ଭାଷାରେ ମଧ୍ୟ ଗୁନ୍ଥି ହୋଇ ରହିଛି । ଆମକୁ ସଚେତନ ଭାବରେ ଆମ ଶବ୍ଦ କୋଷରୁ ଏପରି ଶବ୍ଦ ବାଦ୍ ଦେବାକୁ ହେବ ଏବଂ ଅନ୍ୟାୟ ଅତ୍ୟାଚାରକୁ ପ୍ରଚାରିତ କରୁଥିବା ଭାଷାକୁ ଦୂରେଇ ଦେବାକୁ ହେବ

‘‘କେତୋଟି ଶବ୍ଦ ଓ ତାହାର ବ୍ୟବହାର ସବୁଦିନ ପାଇଁ ହଜିଯିବା ଭଲ,’’ ମେଧା କହନ୍ତି। ‘‘ମରାଠାୱାଡାର ଦଳିତମାନଙ୍କର ନେତା ଆଇନଜୀବୀ ଏକନାଥ ଅୱଦ ଏକ ଭାଷା ବିଷୟରେ କହନ୍ତି ଯାହାକି ତାଙ୍କ ଆତ୍ମଜୀବନୀରେ (ଷ୍ଟ୍ରାଇକ୍ ଏ ବ୍ଲୋ ଟୁ ଚେଞ୍ଜ ଦ ୱାର୍ଲଡ ଜେରି ପିଣ୍ଟୋଙ୍କ ଦ୍ୱାରା ଅନୁବାଦ କରାଯାଇଛି) ଲିଖିତ ତାଙ୍କ ଦ୍ୱାରା ଏବଂ ତାଙ୍କ ସାଙ୍ଗମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିଲା। ସେମାନେ ମାତଙ୍ଗ ଏବଂ ଅନ୍ୟ ଦଳିତ ଜାତିର ଥିଲେ ଏବଂ ଚରମ ଦାରିଦ୍ର୍ୟ ମଧ୍ୟରେ ଦିନ କାଟୁଥିଲେ, ଖାଦ୍ୟ ଚୋରି କରୁଥିଲେ। ତାଙ୍କର ଗୁପ୍ତ ଭାଷା ସେମାନଙ୍କୁ ବଞ୍ଚି ରହିବାରେ ସାହାଯ୍ୟ କରୁଥିଲା। ସେମାନେ ପରସ୍ପରକୁ ସତର୍କ କରୁଥିଲେ ଏବଂ ଧରାପଡ଼ିବା ପୂର୍ବରୁ ଫେରାର୍ ହୋଇ ଯାଉଥିଲେ। ‘ଜୀଜା’, ଯେ କି ଲୋକପ୍ରିୟ ଭାବରେ ଜଣାଶୁଣା କହନ୍ତି ଯେ ‘ଏହି ଭାଷା ଭୁଲିଯିବା ଉଚିତ୍। ଏହି ଭାଷା କେହି ନ ଜାଣନ୍ତୁ କେବେ ପୁଣି କାହାକୁ ବ୍ୟବହାର କରିବାକୁ ନ ପଡ଼ୁ।’

‘‘ଦୀପାଳି ଭୁସନାର୍ ଏବଂ ଆଇନଜୀବୀ ନୀତିନ୍ ୱାଘମାରେ ସୋଲାପୁର ଜିଲ୍ଲାର ସାଙ୍ଗୋଲାର ବାସିନ୍ଦା ବହୁ ଶବ୍ଦ ଓ ଲୋକକଥାର ତାଲିକା କରିଛନ୍ତି କାଏ ମାଙ୍ଗ ଗ୍ୟାରୁଦ୍ୟାସାରାଖା ରାହାତୁଏ? [ତୁମେ କାହିଁକି ଏକ ମ୍ୟାଙ୍ଗ ବା ଗରୁଡ଼ି ପରି ଦିଶୁଛ?] ଏହି ବ୍ୟବହାର ବ୍ୟକ୍ତିଗତ ଯତ୍ନର ଅଭାବ ଏବଂ ଦଳିତମାନଙ୍କ ମଧ୍ୟରେ ଅପରିଚ୍ଛନ୍ନତାକୁ ସୂଚିତ କରିଥାଏ ଯେଉଁମାନେ କି ଅତ୍ୟନ୍ତ ଦରିଦ୍ର ଅବସ୍ଥାରେ ଓ ଜାତିଗତ ଭେଦଭାବର ଶିକାର ହୋଇ ବଞ୍ଚିଥାନ୍ତି କିନ୍ତୁ ଗୋଟିଏ ଭାଷା ଜାତିର ଉଚ୍ଚ ନୀଚ୍ଚ ଭେଦଭାବରେ ପ୍ରଭାବିତ ହୋଇ ଜଣେ ବ୍ୟକ୍ତିଙ୍କୁ ଏକ ପାର୍ଦ୍ଧି, ମାଙ୍ଗ, ମାହାର ସହିତ ତୁଳନା କରିବା ଅତ୍ୟନ୍ତ ଅପମାନଜନକ ଥିଲା। ଆମେ ଏପରି ଶବ୍ଦ ଲୋପ ପାଇଯିବା ଚାହୁଁ।”

*****

ଏପରି କେତେକ ଜିନିଷ ଅଛି ଯାହାକୁ କି ସମ୍ପୂର୍ଣ୍ଣ ଭାବରେ ଛେଦନ କରିବା ଆବଶ୍ୟକ। ଆମ ଭାଷା ଉପରେ ପଡ଼ିଥିବା ବିପର୍ଯ୍ୟୟ କାଳ୍ପନିକ ନୁହେଁ। ପେଗି ମୋହନଙ୍କ କହିବା ଅନୁଯାୟୀ ଏହା ‘କୋଇଲା ଖଣି ଉପରେ ପ୍ରଥମ କାନାରୀ’ ପରି ହୋଇଥାଏ। ଆହୁରି ଅଧିକ ଖରାପ ଅବସ୍ଥା ଆସୁଛି କି? ଆମ୍ଭେମାନେ ଆମ ଲୋକଙ୍କ ଭିତରେ ଥିବା ବିବିଧତା, ସଂସ୍କୃତିର ବିବିଧ ରୂପ ଏକାବେଳକେ ନିଶ୍ଚିହ୍ନ ହୋଇଯିବାର ସମ୍ମୁଖୀନ ହେବାକୁ ଯାଉଛନ୍ତି କି? ଏହାର ଆରମ୍ଭ ଆମେ ଭାଷାରେ ଦେଖୁଛନ୍ତି କି? ଏବଂ ଏହାର ଶେଷ କେଉଁଠି ହେବ, ଫେରି ଆସିବ କି?

‘‘ଠିକ୍ ଅଛି, ଆଉ କେଉଁଠାରେ ହେଉ ବା ନ ହେଉ ଆମ ନିଜ ଭାଷାରେ ହେବ’’ କହନ୍ତି ୬୯ ବର୍ଷ ବୟସ୍କ ଜୟନ୍ତ ପରମାର। ସେ ଜଣେ ଦଳିତ ଗୁଜୁରାଟୀ କବି ଉର୍ଦ୍ଦୁ ଭାଷାରେ ଲେଖନ୍ତି।

‘‘ବହୁ ଉର୍ଦ୍ଦୁ ଶବ୍ଦ ରହିଛି ଯାହାକି ମା’ ଗୁଜୁରାଟୀ ଭାଷାରେ ବ୍ୟବହାର କରନ୍ତି’’ ସେ ଭାଷା ସହିତ ତାଙ୍କର, ଏବଂ ତାଙ୍କ ମାଆ ଦହିବେନ୍ ପରମାର୍‌ଙ୍କର ସମ୍ପର୍କ ବିଷୟରେ କହିଲା ବେଳେ କହନ୍ତି। ‘‘ମୋତେ ନିର୍ଦ୍ଦିଷ୍ଟ ପାତ୍ର ଆଣିବା ପାଇଁ କହିଲା ବେଳେ ସେ କହନ୍ତି, ‘‘ଯା, କଡୋ ଲାଇ ଆବ କାବା କାଡ଼ୁ। ମୁଁ ନିଶ୍ଚିତ ନୁହେଁ ଯେ ଆଉ ଏପରି ପାତ୍ର ମିଳୁଛି କି ନା ଆମେ ଏହାକୁ ଭାତ ଗୋଳାଇ ଖାଇବା ପାଇଁ ବ୍ୟବହାର କରୁଥିଲୁ। ଗାଲିବଙ୍କ ରଚନା ଶୁଣିଲା ପରେ ମୁଁ ହୃଦୟଙ୍ଗମ କଲି ଯେ ଏହି ଶବ୍ଦଟି ହେଉଛି କଡ଼ା’’ ସେ ଅତିରିକ୍ତ ଭାବରେ କହନ୍ତି।

There was a time when people from all communities lived together inside the walled cities; the climate was not communal, and there was a lot of give and take that reflected in cultures, architecture, literature and language
PHOTO • Jayant Parmar

ଏପରି ସମୟ ଥିଲା ଯେତେବେଳେ ସବୁ ଗୋଷ୍ଠୀର ଲୋକେ ଏକାଠି ଏକ ସହର ଭିତରେ ରହୁଥିଲେ; ଜଳବାୟୁ ଏପରି ବଦଳୁନଥିଲା, ସଂସ୍କୃତି, ଗଠନ କୌଶଳ, ଭାଷା ଏବଂ ସାହିତ୍ୟ ମଧ୍ୟରେ ଯଥେଷ୍ଟ  ଆଦାନ ପ୍ରଦାନ ହେଉଥିଲା

‘‘ବହୁ ବାକ୍ୟ ରହିଛି ଯେପରିକି ‘‘ତାରା ‘ ଦୀଦାର ତୋ ଜୋ’ (ନିଜର ଚେହେରା ପ୍ରତି ଧ୍ୟାନ ଦିଅନ୍ତୁ), ‘‘ ତାରୁ ଖାମିସ୍’ ଧୋବା ଆପ୍ [ମୋତେ ତୁମର ସାର୍ଟ ଧୋଇବା ପାଇଁ ପକାଇବାକୁ ଦିଅନ୍ତୁ], “ ମୋନହମାତି ଏକ ' ହରଫ୍' କାଡ଼ତୋ ନାଥି [ତୁମେ ତୁମ ପାଟିରୁ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ କରିପାରବ ନାହିଁ କି?]” କିମ୍ବା ସେ କହନ୍ତି, “ ମୁଲାନେ ତ୍ୟାନ୍ତି ' ଗୋସ୍' ଲାଇ ଆଭ୍ [ଯାଅ ମୁଲ୍ଲାଙ୍କ ଘରୁ କିଛି ମାଂସ ନେଇ ଆସ]। ଏହି ଶବ୍ଦ ହେଉଛି ଗୋସ୍ତ – କିନ୍ତୁ କଥିତ ଭାଷାରେ ଆମେ ଏହାକୁ ଗୋସ୍ ବୋଲି କହିଥାଉ। ଏଗୁଡ଼ିକ ଆମର ବୋଲିର ଏକ ଅଂଶ ଥିଲା, କିନ୍ତୁ ଏବେ ଲୋକେ ଭୁଲିଗଲେଣି। ଯେତେବେଳେ ଉର୍ଦ୍ଦୁ କବିତାରେ ମୁଁ ଏହି ଶବ୍ଦଗୁଡ଼ିକ ଶୁଣେ ସେଥିରେ ମୁଁ ମୋ ମାଆଙ୍କର ଛବିକୁ ଦେଖେ।”

ଏବେକାର କଥା ନିଆରା, ଜଳବାୟୁ, ସହରର ଭୂଗୋଳ ସବୁକିଛି ଭିନ୍ନ। ‘‘ସବୁ ସମ୍ପ୍ରଦାୟର ଲୋକେ ଏକାଠି ଅହମ୍ମଦାବାଦର ୱାଲଡ ସିଟିରେ ବାସ କରୁଛନ୍ତି: ସଂସ୍କୃତି ସମ୍ପ୍ରଦାୟଭିତ୍ତିକ ନଥିଲା। ଦୀପାବଳି ସମୟରେ ଆମର ମୁସଲିମ୍ ବନ୍ଧୁମାନଙ୍କ ଘରକୁ ଆମ ଘରୁ ମିଷ୍ଟାନ୍ନ ଓ ଲୁଣି ଶୁଖିଲା ଜଳଖିଆ ପଠାଯାଉଥିଲା। ଆମେ ପରସ୍ପରକୁ ଆଲିଙ୍ଗନ କରୁଥିଲୁ। ଆମ୍ଭେମାନେ ମହରମ୍ ସମୟରେ ଯାଇ ତାଜିଆ ଶୋଭାଯାତ୍ରା ଦେଖୁଥିଲୁ। ସେଗୁଡ଼ିକ ମଧ୍ୟରୁ କେତେକ ଖୁବ୍ ସୁନ୍ଦର ଥିଲା, ପରୀମାନଙ୍କ ପାଇଁ ସୁନ୍ଦର ଭାବରେ ସଜାଯାଇଥିବା ଡୋମ୍ ବା ଗମ୍ବୁଜ ଥିଲା। ଛୋଟ ପିଲାମାନେ ତାହା ତଳେ ଯାଇ ସେମାନଙ୍କର ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ କାମନା କରୁଥିଲେ’’ ସେ କହନ୍ତି।

ସେଠାରେ ଆଦାନ-ପ୍ରଦାନ ଏକ ପ୍ରକୃତ ମୁକ୍ତ ଭାବ ବିନିମୟ ଥିଲା। ‘‘ଆମେ ଆଉ ଏକ ଭିନ୍ନ ଜଳବାୟୁରେ ବାସ କରୁନାହୁଁ ଏବଂ ତାହା ଆମର ଭାଷାରେ ପ୍ରଦର୍ଶିତ ହେଉଛି’’ ସେ କହନ୍ତି। ‘‘କିନ୍ତୁ ଆଶା ରହିଛି କବିତାରେ। ମୁଁ ମରାଠା, ପଞ୍ଜାବୀ, ବଙ୍ଗଳା ଜାଣେ ଏବଂ ସେଥିରୁ ବହୁ ଶବ୍ଦ ଉର୍ଦ୍ଦୁକୁ ଆଣିଛି। କାରଣ ମୋର ବିଶ୍ୱାସ କେବଳ କବିତାରେ ହିଁ ଏହାକୁ ରକ୍ଷା କରାଯାଇପାରିବ।’’

ଶବ୍ଦ କ’ଣ, କିନ୍ତୁ ସାରା ପୃଥିବୀ ଧୂଳି କଣିକାରୁ ତିଆରି ହୋଇଛି।


ଏହି ବହୁସ୍ଥାନୀୟ ରଚନା ପରୀ ଭାଷାର ସମସ୍ତ ସଦସ୍ୟଙ୍କ ଯୋଗଦାନ ଫଳରେ ସମ୍ଭବ ହୋଇଛି - ଦେବେଶ (ହିନ୍ଦୀ), ଜୋଶୁଆ ବୋଧିନେତ୍ର (ବଙ୍ଗଳା), କମଲଜିତ୍ କୌର (ପଞ୍ଜାବୀ), ମେଧା କାଲେ (ମରାଠୀ), ମହମ୍ମଦ କମର୍‌ ତବ୍ରେଜ (ଉର୍ଦ୍ଦୁ), ନିର୍ମଳ କୁମାର ସାହୁ (ଛତିଶଗଡୀ), ପଙ୍କଜ ଦାସ (ଆସାମ), ପ୍ରଣତୀ ପରିଡ଼ା (ଓଡ଼ିଆ), ରାଜସଙ୍ଗୀତାନ୍ (ତାମିଲ), ରାଜୀବ ଚେଲନାଟ (ମାଲାୟାଲମ୍), ସ୍ମିତା ଖାଟୋର (ବଙ୍ଗଳା), ସ୍ୱର୍ଣ୍ଣ କାନ୍ତା (ଭୋଜପୁରୀ), ଶଙ୍କର ଏନ କେଞ୍ଚାନୁରୁ (କନ୍ନଡ), ଏବଂ ସୁଧାମୟୀ ସାତେନାପାଲ୍ଲୀ (ତେଲୁଗୁ)।

ଆମେ ଜୟନ୍ତ ପରମାର (ଗୁଜୁରାଟୀ ଦଳିତ କବି ଯେ କି ଉର୍ଦ୍ଦୁ ଭାଷାରେ କବିତା ଲେଖନ୍ତି), ଆକାଂକ୍ଷା, ଅନ୍ତରା ରମଣ, ମଞ୍ଜୁଳା ମସ୍ତିକାଟ୍ଟେ, ପି. ସାଇନାଥ, ପୁରୁଷୋତ୍ତମ ଠାକୁର, ରୀତାୟନ ମୁଖାର୍ଜୀ ଏବଂ ସାଙ୍କେତ ଜୈନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ଧନ୍ୟବାଦ ଦେଉଛୁ।

ଏହି କାହାଣୀଟି ପି.ସାଇନାଥ, ପ୍ରୀତି ଡାଭିଡ୍,  ସ୍ମିତା ଖାଟୋର ଏବଂ ମେଧା କାଲେଙ୍କ ସହଯୋଗରେ ପ୍ରତୀଷ୍ଠା ପାଣ୍ଡ୍ୟାଙ୍କ ଦ୍ୱାରା ସମ୍ପାଦିତ। ଅନୁବାଦରେ ସହଯୋଗ: ଜୋଶୁଆ ବୋଧିନେତ୍ର। ଫଟୋ ଏଡିଟିଂ ଏବଂ ଲେଆଉଟ୍: ବିନାଇଫର୍ ଭାରୁଚା।

ଅନୁବାଦ: ଓଡ଼ିଶାଲାଇଭ୍‍

PARIBhasha Team

पारीभाषा, भारतीय भाषाओं से जुड़ा हमारा एक अनूठा कार्यक्रम है, जिसकी मदद से बहुत सी भारतीय भाषाओं में पारी में रिपोर्टिंग की जाती है और स्टोरी का अनुवाद किया जाता है. पारी पर प्रकाशित होने वाली हर कहानी के सफ़र में अनुवाद की महत्वपूर्ण भूमिका होती है. संपादकों, अनुवादकों और वालंटियर्स की हमारी टीम देश की विविध भाषाओं और संस्कृतियों का प्रतिनिधित्व करती है, और साथ ही यह सुनिश्चित करती है कि पारी की कहानियां समाज के अंतिम पायदान पर खड़े उन लोगों तक पहुंच सकें जिनके बारे में वे कही गई हैं.

की अन्य स्टोरी PARIBhasha Team
Illustrations : Atharva Vankundre

अथर्व वानकुंद्रे, मुंबई के क़िस्सागो और चित्रकार हैं. वह 2023 में जुलाई से अगस्त माह तक पारी के साथ इंटर्नशिप कर चुके हैं.

की अन्य स्टोरी Atharva Vankundre
Illustrations : Labani Jangi

लाबनी जंगी साल 2020 की पारी फ़ेलो हैं. वह पश्चिम बंगाल के नदिया ज़िले की एक कुशल पेंटर हैं, और उन्होंने इसकी कोई औपचारिक शिक्षा नहीं हासिल की है. लाबनी, कोलकाता के 'सेंटर फ़ॉर स्टडीज़ इन सोशल साइंसेज़' से मज़दूरों के पलायन के मुद्दे पर पीएचडी लिख रही हैं.

की अन्य स्टोरी Labani Jangi
Illustrations : Priyanka Borar

प्रियंका बोरार न्यू मीडिया की कलाकार हैं, जो अर्थ और अभिव्यक्ति के नए रूपों की खोज करने के लिए तकनीक के साथ प्रयोग कर रही हैं. वह सीखने और खेलने के लिए, अनुभवों को डिज़ाइन करती हैं. साथ ही, इंटरैक्टिव मीडिया के साथ अपना हाथ आज़माती हैं, और क़लम तथा कागज़ के पारंपरिक माध्यम के साथ भी सहज महसूस करती हैं व अपनी कला दिखाती हैं.

की अन्य स्टोरी Priyanka Borar
Illustrations : Jayant Parmar

Jayant Parmar is a Sahitya Akademi Award winning Dalit poet from Gujarat, who writes in Urdu and Gujarati. He is also a painter and calligrapher. He has published sevel collections of his Urdu poems.

की अन्य स्टोरी Jayant Parmar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE