“ପାଣି ନିଅ! ପାଣି!”

ପାଣି ରଖିବା ପାତ୍ର ଆଣିବା ପାଇଁ ସାଙ୍ଗେ ସାଙ୍ଗେ ଧାଇଁ ଯାଅ ନାହିଁ। ଏହି ପାଣି ବୁହା ଟାଙ୍କିର ଆକାର ବହୁତ ଛୋଟ। ଗୋଟିଏ ପ୍ଲାଷ୍ଟିକ ବୋତଲ, ପଟେ ପୁରୁଣା ରବର ଚପଲ, ଗୋଟେ ଛୋଟ ପାଇପ ଓ କାଠ ବାଡ଼ି ଦ୍ଵାରା ତିଆରି ହେଇଥିବା ଏହି “ପାଣିବୁହା ଟାଙ୍କି” ମାତ୍ର ଗୋଟିଏ ଗ୍ଳାସ ପାଣି ନେଇ ପାରିବ। ସାଂୱେତା ଗାଁର ୫ ରୁ ୧୩ ବର୍ଷ ବୟସର ବଲବୀର ସିଂ, ଭବାନୀ ସିଂ, କୈଳାଶ କୱଁର ଓ ମୋତି ସିଂ ଆଦି ପିଲାମାନେ ପୂର୍ବ ରାଜସ୍ଥାନର ଗୋଟିଏ କୋଣରେ ଥିବା ଗାଁକୁ ସପ୍ତାହକୁ ଦୁଇଥର ଆସୁଥିବା ପାଣିବୁହା ଟାଙ୍କିରେ ସେମାନଙ୍କ ବାପା ମା’ ତଥା ଗାଁର ଅନ୍ୟମାନେ ଯେଉଁ ଖୁସି ହୁଅନ୍ତି ତାହାକୁ ଦେଖି ଏହି ଖେଳଣାଟିକୁ ବନେଇଛନ୍ତି।

PHOTO • Urja
PHOTO • Urja

ବାମରେ: ଭବାନୀ ସିଂ ଓ ବଲବୀର ସିଂ ଖେଳଣାଟି ସହ ଜୟସାଲ୍ମେରର ସାଂୱେତା ଗାଁରେ ସେମାନଙ୍କ ଘର ସାମ୍ନାରେ ଥିବା କେର ଗଛ ତଳେ ଖେଳୁଛନ୍ତି। ଡାହାଣରେ: ଭବାନୀ ଯାନ୍ତ୍ରିକ ବ୍ୟବସ୍ଥାକୁ ଘେନି କାମ କରୁଛନ୍ତି

PHOTO • Urja
PHOTO • Urja

ବାମରେ: କୈଳାଶ କ ୱଁ ର ଓ ଭବାନୀ ସିଂ ସେମାନଙ୍କ ଘର ଭିତରୁ ବାହାର ପର୍ଯ୍ୟନ୍ତ ସ୍ଥାନରେ ଖେଳୁଛନ୍ତି। ଡାହାଣରେ: ଭବାନୀ ପାଣିବୁହା ଟାଙ୍କିଟିକୁ ଘୋଷାଡ଼ି ନେଉଛନ୍ତି

ଏଠାକାର ଚାରି ପାଖରେ ରହିଛି ମାଇଲ ମାଇଲ ଧରି ଶୁଖିଲା ଭୂଇଁ ଓ ଏଠାରେ ଭୂତଳ ଜଳ ନାହିଁ, ଚାରିପଟରେ ରହିଥିବା   ‘ ଓରାନ ’ଗୁଡିକରେ (ପବିତ୍ର ବଣରେ) କେବଳ ଅଳ୍ପ କେତୋଟି ବଡ଼ ପୋଖରୀ ଛଡ଼ା ଛଡ଼ା ହେଇ ରହିଛି। ପ୍ଲାଷ୍ଟିକର ଗୋଟିଏ ବଡ଼ ବୋତଲକୁ ଅଧାରୁ କାଟି ପିଲାମାନେ ବେଳେବେଳେ ପାଣିବୁହା ଟାଙ୍କିକୁ ବଦଳାଇ ଥାଆନ୍ତି। ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଯେତେବେଳେ ଏହି ସାମ୍ବାଦିକ ପଚାରିଲା, ସେତେବେଳେ ସେମାନେ କହିଲେ ଯେ ଯେହେତୁ ଫିଙ୍ଗାଯାଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରୁ ବିଭିନ୍ନ ଅଂଶ ସେମାନଙ୍କୁ ସଂଗ୍ରହ କରିବାକୁ ପଡ଼େ, ଏହାକୁ ତିଆରି କରିବାକୁ ସମୟ ଲାଗେ।

ଟାଣୁଆ ଫ୍ରେମଟି ଥରେ ତିଆରି ହେଇଗଲା ପରେ ସେଇ ଖେଳଣାରେ ମେଟାଲ ତାର ବାନ୍ଧି କେର (କାପାରିସ ଡେସିଡୁଆ) ଗଛ ତଳର ଛାଇରୁ ଦୁର୍ବଳ ଚକ ଦ୍ଵାରା ହଲିଦୋହଲି ଚାଲୁଥିବା ଗାଡ଼ିଟିକୁ ପାଖରେ ପାଖରେ ଥିବା ନିଜ ନିଜର ଘର ପର୍ଯ୍ୟନ୍ତ ଟାଣି ଟାଣି ନବାଆଣିବା କରନ୍ତି।

PHOTO • Urja
PHOTO • Urja

ବାମରେ: (ବାମରୁ ଡାହାଣ ଆଡକୁ) କୈଳାଶ କୱଁର, ଭବାନୀ ସିଂ (ପଛ), ବଲବୀର ସିଂ ଓ ମୋତି ସିଂ (ହଳଦିଆ ସାର୍ଟ ପିନ୍ଧି)। ଡାହାଣରେ: ସାଂୱେତା ଗାଁର ଅଧିକାଂଶ ଲୋକ ହେଉଛନ୍ତି ଚାଷୀ ଓ ସେମାନେ ଛେଳି ରଖନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Urja

ऊर्जा, पीपल्स आर्काइव ऑफ़ रूरल इंडिया में 'सीनियर असिस्टेंट एडिटर - वीडियो' के तौर पर काम करती हैं. डाक्यूमेंट्री फ़िल्ममेकर के रूप में वह शिल्पकलाओं, आजीविका और पर्यावरण से जुड़े मसलों पर काम करने में दिलचस्पी रखती हैं. वह पारी की सोशल मीडिया टीम के साथ भी काम करती हैं.

की अन्य स्टोरी Urja
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE