ଯେତେବେଳେ ମୁଁ ଶବରପଡ଼ାରେ ପହଞ୍ଚିଲି, ରାତି ହୋଇଯାଇଥିଲା। ବନ୍ଦୁଆନ୍ ତାଲୁକ ଅନ୍ତର୍ଗତ କୁଞ୍ଚିଆ ଗାଁ କଡ଼ରେ ରାସ୍ତାଠାରୁ ଦୂରରେ 11ଟି ଘର ଅବସ୍ଥିତ – ଛୋଟ ଛୋଟ କଚ୍ଚା ଘରଗୁଡ଼ିକ ସୱର ସମୁଦାୟଙ୍କର (ଯାହାଙ୍କୁ ଶବର ମଧ୍ୟ କୁହାଯାଏ) ।

ଅନ୍ଧାରରେ ଅଧା ଦିଶୁଥାଏ ସେମାନଙ୍କ ଘର, ଜଙ୍ଗଲର ଆରମ୍ଭକୁ ସୂଚାଏ, ଆଗକୁ ବଢ଼ିବା ସହ ଏହା ଅଧିକ ଘଞ୍ଚ ହୋଇଯାଏ ଏବଂ କ୍ରମେ ଦୁଆରସିନୀ ପାହାଡ଼ ସହ ମିଶିଯାଏ । ଶାଳ, ଶାଗୁଆନ, ପିଆଶାଳ ଏବଂ ପଲାଶ ଗଛର ଏହି ଜଙ୍ଗଲ ହେଉଛି ଖାଦ୍ୟ - ଫଳ, ଫୁଲ ଏବଂ ପନିପରିବା ଏବଂ ଜୀବିକାର ଉତ୍ସ ।

ଶବର ସମୁଦାୟ, ପଶ୍ଚିମବଙ୍ଗର ଉଭୟ ବି-ମୁକ୍ତ ଜନଜାତି (DNT) ଏବଂ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ । ଉପନିବେଶକାରୀ ବ୍ରିଟିଶ ସରକାରଙ୍କ ଅପରାଧିକ ଆଦିବାସୀ ଅଧିନିୟମ (CTA) ଦ୍ୱାରା ଅନେକ ଜନଜାତିଙ୍କ ସହ ସେମାନଙ୍କୁ ‘ଅପରାଧୀ’ ଘୋଷଣା କରିଥିଲେ। ୧୯୫୨ ମସିହାରେ, ଭାରତ ସରକାର ଏହି ଅଧିନିୟମକୁ ରଦ୍ଦ କରିଦେଲେ ଏବଂ ଏହି ଜନଜାତିମାନଙ୍କୁ ବର୍ତ୍ତମାନ ବି-ମୁକ୍ତ ଜନଜାତି (DNTs) କିମ୍ବା ଯାଯାବର ଜନଜାତି (NTs) ବୋଲି କୁହାଯାଉଛି।

ଆଜି ବି ଶବରପଡ଼ା(ସବରପାରା ନାମରେ ମଧ୍ୟ ଜଣାଶୁଣା)ରେ ରହୁଥିବା ପରିବାର ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି। ୨୬ ବର୍ଷୀୟ ନେପାଳୀ ଶବର ସେମାନଙ୍କ ମଧ୍ୟରୁ ଜଣେ । ସେ ତାଙ୍କ ସ୍ୱାମୀ ଘଲ୍‌ଟୁ, ଦୁଇ ଝିଅ ଏବଂ କୁନି ପୁଅ ସହିତ ପୁରୁଲିଆ ଜିଲ୍ଲାର କଚ୍ଚା ଘରେ ରୁହନ୍ତି। ସବୁଠୁ ବଡ଼ ଝିଅ ନଅ ବର୍ଷର, ଏବେ ମଧ୍ୟ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ଦ୍ୱିତୀୟ ସନ୍ତାନ ଛୋଟ ପିଲା ଏବଂ ସବା ସାନ ଛୁଆ ତା’ର ମା’ କ୍ଷୀର ଛାଡ଼ିନି । ପରିବାରର ରୋଜଗାର ଶାଳ (ଶୋରିଆ ରୋବସ୍ତା) ପତ୍ର ଉପରେ ନିର୍ଭର କରେ ।

PHOTO • Umesh Solanki

ନେପାଳୀ ଶବର (ଡାହାଣ) ତାଙ୍କ ସାନ ଝିଅ ହେମାମାଲିନୀ ଓ ପୁଅ ସୁରଦେବଙ୍କ ସହ  ତାଙ୍କ ଘର ବାହାରେ ବସିଛନ୍ତି ପତ୍ର ପ୍ଲେଟ ପ୍ରସ୍ତୁତ କରିବା ପାଇଁ ସେ ଶାଳ ପତ୍ରକୁ ଏକ ଛୋଟ ବାଉଁଶ କାଠିରେ ଯୋଡୁଛନ୍ତି

ଗାଁର ୧୧ଟି ପରିବାର ମଧ୍ୟରୁ ସାତଟି ପରିବାର ଶାଳ ଗଛ ପତ୍ରରେ ତିଆରି ପ୍ଲେଟ ତିଆରି କରି ବିକ୍ରି କରନ୍ତି ।  ଏହି ଗଛ ଦୁଆରସିନୀ ଜଙ୍ଗଲରେ ଅଛି । ଏକ ଜଙ୍ଗଲ ଯାହା ପାହାଡ଼ ଉପର ପର୍ଯ୍ୟନ୍ତ ଲମ୍ବିଛି । ଏହି ପାହାଡ଼ ଗାଁର ସୀମା ନିର୍ଦ୍ଧାରଣ କରୁଛି । ନେପାଳୀ କୁହନ୍ତି,  ‘‘ନ’ ବଜେ ୟାହାଁ ସେ ଜାତେ ହେ । ଏକ ଘଣ୍ଟା ଲଗ୍‌ତା ହେ ଦୁଆରସିନୀ ପହଁଚେ ମେ । (ଆମେ ସକାଳ ପ୍ରାୟ ନ’ଟା ବେଳେ ଏଠାରୁ ଯାଉ । ଦୁଆରସିନୀରେ ପହଞ୍ଚିବା ପାଇଁ ଆମକୁ ଏକ ଘଣ୍ଟା ଲାଗେ) ।’’

ଦମ୍ପତିଙ୍କୁ ଜଙ୍ଗଲକୁ ଯିବା ପୂର୍ବରୁ ଖାଦ୍ୟ ରାନ୍ଧିବାକୁ ହୁଏ ଏବଂ ନେପାଳୀ ତାଙ୍କ ଘର ସାମ୍‌ନା ଅଗଣାରେ କାମ କରୁଥାନ୍ତି । ପିଲାମାନଙ୍କୁ ଏବଂ ସ୍ୱାମୀଙ୍କୁ ଖାଇବାକୁ ଦେବାକୁ ପଡ଼େ, ବଡ ଝିଅକୁ ସ୍କୁଲକୁ ପଠାଇବାକୁ ହୁଏ, ସବୁଠୁ ସାନ ଶିଶୁକୁ ଦ୍ୱିତୀୟ ସନ୍ତାନ ଯତ୍ନରେ ଛାଡି ଦିଆଯାଏ । ଆଖପାଖରେ ଯଦି କୌଣସି ପଡ଼ୋଶୀ ଅଛନ୍ତି, ସେମାନେ ହୁଏତ ତାଙ୍କ ପିଲାମାନଙ୍କ ଉପରେ ନଜର ରଖିପାରନ୍ତି ।

ଦୁଆରସିନୀ ଜଙ୍ଗଲରେ ପହଞ୍ଚିବା ମାତ୍ରେ ସ୍ୱାମୀ-ସ୍ତ୍ରୀ କାମ ଆରମ୍ଭ କରନ୍ତି । ୩୩ ବର୍ଷୀୟ ଘାଲ୍‌ଟୁ ଗଛ ଉପରକୁ ଚଢ଼ି ଏକ ଛୋଟ ଛୁରୀରେ ଛୋଟ ଏବଂ ବଡ଼ ପତ୍ର କାଟନ୍ତି । ଏହି ସମୟରେ ସହଜରେ ହାତ ପାଉଥିବା ଆଖପାଖରେ ଥବା ଗଛଗୁଡ଼ିକରୁ ପତ୍ର ତୋଳନ୍ତି ନେପାଳୀ । ସେ କୁହନ୍ତି, ‘‘ବାରା ବଜେ ତକ୍‌ ପତ୍ର ତୋଡ୍‌ତେ ହେ, ଦୋ ତିନ୍‌ ଘଣ୍ଟା ଲଗ୍‌ତା ହେ (ଆମେ ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ପତ୍ର କାଟିଥାଉ ଓ ତୋଳିଥାଉ,  ଏହା ଦୁଇରୁ ତିନି ଘଣ୍ଟା ଲାଗେ)।’’ ସେମାନେ ମଧ୍ୟାହ୍ନ ସୁଦ୍ଧା ଘରକୁ ଫେରନ୍ତି ।

‘‘ଆମେ ଘରେ ପହଁଚିବା ପରେ ପୁଣି ଥରେ ଖାଇଥାଉ।” ଏହା ପରେ ଘାଲ୍‌ଟୁ ବିଶ୍ରାମ ନିଏ । ତାଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ନେପାଳୀ କ୍ୱଚିତ୍ ବିଶ୍ରାମ ନିଅନ୍ତି । ସେ ପତ୍ରରୁ ଥାଳି ତିଆରି କରିବା ଆରମ୍ଭ କରନ୍ତି ।  ଗୋଟିଏ ଥାଳି ପାଇଁ ଆଠରୁ ଦଶ ଶାଳ ପତ୍ର ଲାଗିଥାଏ, ପତଳା ବାଉଁଶ କାଠିରେ ଏହାକୁ ସଂଯୋଗ କରାଯାଏ । ଘାଲ୍‌ଟୁ କୁହନ୍ତି, ‘‘ମୁଁ ବଜାରକୁ ବାଉଁଶ କିଣିବାକୁ ଯାଏ। ଗୋଟିଏ ଖଣ୍ଡର ମୂଲ୍ୟ ୬୦  ଟଙ୍କା ଏବଂ ଏହା ତିନିରୁ ଚାରି ମାସ ପର୍ଯ୍ୟନ୍ତ ଚାଲି ଯାଇପାରେ । ନେପାଳୀ ହିଁ ବାଉଁଶକୁ କାଟି ଛୋଟ ଛୋଟ କରିଦିଏ ।’’

ଗୋଟିଏ ଥାଳି ତିଆରି କରିବାକୁ ନେପାଳୀକୁ ଏକ ମିନିଟ୍ କିମ୍ବା ଦୁଇ ମିନିଟ୍ ଲାଗେ । ସେ କୁହନ୍ତି, ‘‘ଆମେ ଗୋଟିଏ ଦିନରେ ୨୦୦-୩୦୦ ଖଲି ପତ୍ର ତିଆରି କରିପାରୁ ।’’ ଖାଲି ପତ୍ତା ବା ଥାଲା ହେଉଛି ପତ୍ର ପ୍ଲେଟ ପାଇଁ ଶବରମାନଙ୍କ ଭାଷା ।  ଯଦି ନେପାଳୀ ଦିନରେ ଆଠ ଘଣ୍ଟା କାମ କରେ ତେବେ ଟାର୍ଗେଟରେ ପହଞ୍ଚିପାରେ ।

PHOTO • Umesh Solanki

ନେପା ଳି ର ସ୍ୱାମୀ ଘାଲ୍‌ଟୁ ଶବର କୁହନ୍ତି , ‘'ଯେତେବେଳେ ମୁଁ ବାଉଁଶ କିଣିବାକୁ ବଜାରକୁ ଯାଏ , ସେତେବେଳେ ମୁଁ ଗୋଟିଏ ଖଣ୍ଡ ପାଇଁ ଷାଠିଏ ଟଙ୍କା ଦେଇଥାଏ , ଯାହା ୩-୪ ମାସ ପର୍ଯ୍ୟନ୍ତ ଚାଲିଯାଏ । ବାଉଁଶ ଖଣ୍ଡକୁ କାଟିବା କାମ ନେପାଳୀ କରିଥାଏ'

ନେପାଳୀ ପ୍ଲେଟ ତିଆରି କରେ ଏବଂ ଘାଲ୍‌ଟୁ ବିକାବିକି କାମ ସମ୍ଭାଳେ ।

‘‘ଆମେ ଅଧିକ ରୋଜଗାର କରୁନାହୁଁ । ପ୍ରତି ୧୦୦ ପ୍ଲେଟ ପାଇଁ ଷାଠିଏ ଟଙ୍କା? ଗୋଟିଏ ଦିନର କାମ ପାଇଁ ଆମେ ପ୍ରାୟ ୧୫୦ ରୁ ୨୦୦ ଟଙ୍କା ପାଇଥାଉ । ଜଣେ ଆମ ଘର ନିକଟକୁ ଆସି ଆମଠାରୁ ଏଗୁଡ଼ିକ କିଣିନିଅନ୍ତି ।’’ - ଘାଲ୍‌ଟୁ କୁହନ୍ତି । ପ୍ରତି ପ୍ଲେଟ ପାଇଁ ୬୦ ରୁ ୮୦ ପଇସା ମଧ୍ୟରେ ବିକ୍ରି ହୁଏ । ଏବଂ ସେମାନେ ଦୁଇ ଜଣ ମିଶି ଦିନକୁ ୨୫୦ ଟଙ୍କା ରୋଜଗାର କରିବା, ରାଜ୍ୟରେ MGNREGA ଅଧୀନରେ ଥିବା ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ହାରଠାରୁ ବହୁତ ଖରାପ ଅଟେ ।

ନେପାଳୀ କେତେ କଠିନ ପରିଶ୍ରମ କରନ୍ତି, ମୁଁ ଆଶ୍ଚର୍ଯ୍ୟ ହୋଇଗଲା ବେଳେ ରକ୍ଷାତ୍ମକ ଢଙ୍ଗରେ ଘାଲ୍‌ଟୁଙ୍କ ସମର୍ଥନରେ ନେପାଳୀ କୁହନ୍ତି, ‘‘ସେ ସାହାଯ୍ୟ କରନ୍ତି । ପରିବା ବେପାରୀଙ୍କ ପାଇଁ ସେ କାମ କରନ୍ତି । ପ୍ରତ୍ୟେକ ଦିନ ନୁହେଁ, କିନ୍ତୁ ଯେତେବେଳେ ସେମାନେ ତାଙ୍କୁ ଡାକନ୍ତି ଏବଂ ସେହି ଦିନ ୨୦୦ ଟଙ୍କା ପାଆନ୍ତି । ସପ୍ତାହରେ ପ୍ରାୟ ଦୁଇ-ତିନିଥର ।’’

ସାଙ୍ଗେ ସାଙ୍ଗେ ନେପାଳୀ ଆହୁରି କୁହନ୍ତି, ‘‘ଏହି ଘର ମୋ ନାମରେ ଅଛି। କିଛି ସମୟ ପରେ ହସର ଏକ ଧାର ଫୁଟି ଉଠେ ।  ତାଙ୍କ ଆଖି ଚମକି ଉଠେ, ସେଥିରେ ଏହି ଛୋଟ ମାଟି ଘରର ପ୍ରତିଫଳନ ଦେଖାଯାଏ ।

ଅନୁବାଦ : ଓଡ଼ିଶାଲାଇଭ୍‍

Umesh Solanki

उमेश सोलंकी एक फोटोग्राफ़र, वृतचित्र निर्माता और लेखक हैं. उन्होंने पत्रकारिता में परास्नातक किया है और संप्रति अहमदाबाद में रहते हैं. उन्हें यात्रा करना पसंद है और उनके तीन कविता संग्रह, एक औपन्यासिक खंडकाव्य, एक उपन्यास और एक कथेतर आलेखों की पुस्तकें प्रकाशित हैं. उपरोक्त रपट भी उनके कथेतर आलेखों की पुस्तक माटी से ली गई है जो मूलतः गुजराती में लिखी गई है.

की अन्य स्टोरी Umesh Solanki
Editor : Pratishtha Pandya

प्रतिष्ठा पांड्या, पारी में बतौर वरिष्ठ संपादक कार्यरत हैं, और पारी के रचनात्मक लेखन अनुभाग का नेतृत्व करती हैं. वह पारी’भाषा टीम की सदस्य हैं और गुजराती में कहानियों का अनुवाद व संपादन करती हैं. प्रतिष्ठा गुजराती और अंग्रेज़ी भाषा की कवि भी हैं.

की अन्य स्टोरी Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE