“ଆପଣ ଯଦି ଅଳିଆ ସୃଷ୍ଟି କରୁଛନ୍ତି, ତେବେ ଆମେ କେମିତି ‘ କଚରେୱାଲି (ଅଳିଆ-ମହିଳା) ହେଲୁ? ପ୍ରକୃତରେ ଏ ସହରକୁ ପରିଷ୍କାର ରଖୁଥିବା ଲୋକ ହେଲୁ ଆମେ। ଏଠାକାର ନାଗରିକମାନେ ‘କଚରେୱାଲେ’ ନୁହଁନ୍ତି କି ?” ପଚାରନ୍ତି ପୁଣେର ଜଣେ ମହିଳା ଅଳିଆ ସଂଗ୍ରାହକ ସୁମନ ମୋରେ।

ପ୍ରଥମ ଥର ପାଇଁ ୧୯୯୩ରେ କାଗଦ କାଚ ପତ୍ରା କଷ୍ଟକାରୀ ପଞ୍ଚାୟତ ତରଫରୁ ସଂଗଠିତ ୮୦୦ ବର୍ଜ୍ୟବସ୍ତୁ ସଂଗ୍ରାହକମାନଙ୍କ ମଧ୍ୟରୁ ଜଣେ ମହିଳା ହେଲେ ସୁମନ। ଏବେ ଏଥିରେ ମହିଳାମାନଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସେମାନଙ୍କ କାର୍ଯ୍ୟକୁ ଆନୁଷ୍ଠାନିକ ମାନ୍ୟତା ପ୍ରଦାନ ନିମନ୍ତେ ସରକାରୀ ପରିଚୟ ପତ୍ର ପାଇବାକୁ ସେମାନେ ପୁଣେ ପୌର ନିଗମ (PMC) ପାଖରେ ଦାବି କରିଥିଲେ। ୧୯୯୬ରେ ତାହା ସେମାନଙ୍କୁ ମିଳିଥିଲା।

ଏବେ ଏହି ମହିଳାମାନେ ପୁଣେ ପୌର ନିଗମ ସହିତ କାମ କରୁଛନ୍ତି ଏବଂ ଘର ଘର ବୁଲି ଅଳିଆ ସଂଗ୍ରହ କରନ୍ତି। ସେମାନେ ସମସ୍ତେ ମାହାର ଏବଂ ମାତଙ୍ଗ ସଂପ୍ରଦାୟର। ମହାରାଷ୍ଟ୍ରରେ ଏହି ଦୁଇ ସଂପ୍ରଦାୟ ଅନୁସୂଚିତ ଜାତି ରୂପେ ତାଲିକାଭୁକ୍ତ। ସୁମନ କହନ୍ତି, “ଆମେ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରୁ, ଏବଂ ଓଦା ଆବର୍ଜନାକୁ ଅଳିଆ ଟ୍ରକ୍‌ରେ ପକାଇ ଦେଉ।” ସେ ଆହୁରି କହନ୍ତି, “ଶୁଖିଲା ଆବର୍ଜନାରୁ ଆମେ ଯାହା ଚାହୁଁ ସେ ସବୁ ନେବା ପରେ ସେଗୁଡ଼ିକୁ ବି ଅଳିଆ ଟ୍ରକ୍‌ରେ ପକାଇ ଦେଉ।”

ଏବେ ଏହି ମହିଳାମାନଙ୍କ ପାଇଁ ଚିନ୍ତାର ବିଷୟ ହେଲା ଯେ, ପୁଣେ ପୌର ନିଗମ ସେମାନଙ୍କର ଏହି ଅଳିଆ ସଂଗ୍ରହ କାର୍ଯ୍ୟକୁ ଘରୋଇ ଠିକାଦାର ଓ କମ୍ପାନୀ ହାତରେ ଟେକିଦେବାକୁ ଯାଉଛି। ଏବଂ ଏହା ବିରୋଧରେ ଲଢ଼େଇ କରିବାକୁ ସେମାନେ ପ୍ରସ୍ତୁତ - ଆଶା କାମ୍ବଲେ କହନ୍ତି, “ଆମ କାମକୁ ଆଉ କେହି ନେଇଯିବ, ଏହା ଆମେ କରାଇ ଦେବୁନାହିଁ।”

ଏହି ଚଳଚ୍ଚିତ୍ର, ମୋଲ (ମୂଲ୍ୟ) ସେମାନଙ୍କ ନିଜସ୍ୱ ସ୍ୱର ମାଧ୍ୟମରେ, ପୁଣେର ମହିଳା ଆବର୍ଜନା ସଂଗ୍ରହକାରୀଙ୍କ ଆନ୍ଦୋଳନର ଇତିହାସ ଉପରେ ପର୍ଯ୍ୟବସିତ।

ଚଳଚ୍ଚିତ୍ର ଦେଖନ୍ତୁ: ମୂଲ୍ୟ

ଅନୁବାଦ : ଓଡ଼ିଶାଲାଇଭ୍‍

Kavita Carneiro

कविता कार्नेरो, पुणे की स्वतंत्र फ़िल्मकार हैं और पिछले एक दशक से सामाजिक मुद्दों से जुड़ी फ़िल्में बना रही हैं. उनकी फ़िल्मों में रग्बी खिलाड़ियों पर आधारित फ़ीचर-लंबाई की डॉक्यूमेंट्री फ़िल्म ज़फ़र & तुडू शामिल है. हाल में, उन्होंने दुनिया की सबसे बड़ी लिफ्ट सिंचाई परियोजना पर केंद्रित डॉक्यूमेंट्री - कालेश्वरम भी बनाई है.

की अन्य स्टोरी कविता कार्नेरो
Video Editor : Sinchita Maji

सिंचिता माजी, पीपल्स आर्काइव ऑफ़ रूरल इंडिया में बतौर सीनियर वीडियो एडिटर कार्यरत हैं. वह एक स्वतंत्र फ़ोटोग्राफ़र और डाक्यूमेंट्री फ़िल्ममेकर भी हैं.

की अन्य स्टोरी सिंचिता माजी
Text Editor : Sanviti Iyer

संविति अय्यर, पीपल्स आर्काइव ऑफ़ रूरल इंडिया में बतौर कंटेंट कोऑर्डिनेटर कार्यरत हैं. वह छात्रों के साथ भी काम करती हैं, और ग्रामीण भारत की समस्याओं को दर्ज करने में उनकी मदद करती हैं.

की अन्य स्टोरी Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE