ଯୁବତୀମାନେ ନାଚୁଥିବା ଅସ୍ଥାୟୀ ମଞ୍ଚ ଉପରକୁ ସେହି ଯୁବକ ଚଢ଼ିଗଲା ଏବଂ ସେ ୧୯ ବର୍ଷୀୟା ମୁସ୍କାନଙ୍କ ହାତ ଧରି ଟାଣିଲା। ‘‘ ଅଭିଏ ଗୋଲି ମାର୍‌ ଦେଙ୍ଗେ , ତୋ ତୁରତ ନାଚନେ ଲଗୋଗି (ଯଦି ମୁଁ ଏବେ ଗୁଳି ମାରିଦେବି, ତୁମେ ତୁରନ୍ତ ନାଚିବା ଆରମ୍ଭ କରିଦେବ),’’ ସେ କହିଲା।

ସେ ମୁସ୍କାନକୁ ଧମକ ଦେଉଥିବା ସମୟରେ ଅନ୍ୟ ଦର୍ଶକମାନେ ତାଳି ମାରି ତା’ର ମନୋବଳ ବଢ଼ାଉଥିଲେ। ସେହି ଯୁବ ନର୍ତ୍ତକୀ ଜଣଙ୍କ କେବଳ ଅଶ୍ଳୀଳ ଭୋଜପୁରୀ ଗୀତରେ ନାଚିବା ପାଇଁ ମନା କରି ଦେଇଥିଲେ। କାରଣ ବିହାର ଚମ୍ପାରଣ ଜିଲ୍ଲାର ଏହି ସ୍ଥାନରେ ଅଭୋଦ୍ରଚିତ ଆଚରଣ କରୁଥିବା ଏକ ହଜାରରୁ ଅଧିକ ଦର୍ଶକଙ୍କ ସାମ୍ନାରେ ଏଭଳି ନାଚିବା ପାଇଁ ତାଙ୍କୁ ଅସହଜ ବୋଧ ହେଉଥିଲା।

ରୁନାଲି ଅର୍କେଷ୍ଟା ଗ୍ରୁପରେ ସଦସ୍ୟା ଥିବା ସାତ ଜଣ ନର୍ତ୍ତକୀଙ୍କ ମଧ୍ୟରୁ ମୁସ୍କାନ୍‌ ଅନ୍ୟତମ ଥିଲେ। ସେମାନେ ଏକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିଲେ ଯାହାକୁ ସ୍ଥାନୀୟ ଅଞ୍ଚଳରେ ‘‘ଅର୍କେଷ୍ଟ୍ରା’’ କୁହାଯାଏ। ଚିରୈୟା ବ୍ଲକ୍‌ରେ ଦୁର୍ଗାପୂଜା ସମାରୋହର ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା।

‘‘ଆମ ଭଳି ନାଚବାଲୀଙ୍କ ପାଇଁ ଏଭଳି ଧମକ ମିଳିବା ସାଧାରଣ କଥା,’’ ମୁସ୍କାନ୍‌ କୁହନ୍ତି। ସେ ଗତ ତିନି ବର୍ଷ ହେବ ଏଭଳି ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ଆସୁଛନ୍ତି ।

ତେବେ, ଧମକ ଦେବା ଆଳରେ ଏହି ନର୍ତ୍ତକୀଙ୍କ ଇଚ୍ଛା ବିରୋଧରେ ସେମାନଙ୍କର ଶାରୀରିକ ଶୋଷଣ କରାଯାଇଥାଏ। ‘‘ କମର୍‌ ପର୍‌ ହାତ୍‌ ରଖନା ୟା ବ୍ଲାଉଜ୍‌ ମେ ହାତ୍‌ ଘୁସାନେ କି କୋଶିସ୍‌ କରନା ୟାହାଁ ମର୍ଦ୍ଦୋ କି ରୋଜମ ରା କି ହରକତେ ହେଁ (ପୁରୁଷମାନେ ଆମ ଅଣ୍ଟାକୁ ଛୁଇଁବା କିମ୍ବା ଆମ ବ୍ଲାଉଜ୍‌ ଭିତରେ ଜବରଦସ୍ତି ହାତ ପୂରାଇବାକୁ ଚେଷ୍ଟା କରିବା ଭଳି କୁକାର୍ଯ୍ୟ କରିବା ଏଠାରେ ସାଧାରଣ କଥା),’’ ଅନ୍ୟ ଜଣେ ନର୍ତ୍ତକୀ ରାଧା କୁହନ୍ତି।

Muskan lives in a rented room with her daughter. 'I do not have a permanent home so it does not make sense to buy many things. I want to save money for my daughter instead of spending it on stuff which are not important,' she says, explaining the bed on the floor.
PHOTO • Dipshikha Singh
Muskan lives in a rented room with her daughter. 'I do not have a permanent home so it does not make sense to buy many things. I want to save money for my daughter instead of spending it on stuff which are not important,' she says, explaining the bed on the floor.
PHOTO • Dipshikha Singh

ମୁସ୍କାନ ନିଜ ଝିଅ ସହ ଗୋଟିଏ ବଖୁରିଆ ଭଡ଼ା ଘରେ ରୁହନ୍ତି। ‘ମୋର କୌଣସି ସ୍ଥାୟୀ ଘର ନାହିଁ, ସେଥିପାଇଁ ବହୁତଗୁଡ଼ିଏ ଜିନିଷ କିଣିକାର କୌଣସି ଅର୍ଥ ନାହିଁ। ମୁଁ ଅଦରକାରୀ ଜିନିଷ କିଣିବା ବଦଳରେ ମୋ ଝିଅ ପାଇଁ ଅର୍ଥ ସଞ୍ଚୟ କରିବାକୁ ଚାହୁଁଛି,’ ଚଟାଣ ଉପରେ ପଡ଼ିଥିବା ବିଛଣା ଆଡ଼କୁ ଇସାରା କରି ସେ କୁହନ୍ତି

Muskan started working as a dancer at the Sonepur mela (fair) in Bihar’s Saran district.
PHOTO • Dipshikha Singh

ବିହାରର ସାରଣ ଜିଲ୍ଲାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ସୋନପୁର ମେଳାରେ ମୁସ୍କାନ୍‌ ନର୍ତ୍ତକୀ ଭାବେ କାମ କରିବା ଆରମ୍ଭ କରିଥିଲେ

ସାଧାରଣତଃ ପର୍ବପର୍ବାଣୀ, ଘରୋଇ ସମାରୋହ କିମ୍ବା ବିବାହ ଉତ୍ସବରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ନର୍ତ୍ତକୀମାନଙ୍କୁ ଯେକୌଣସି ସ୍ଥାନରେ ଗୋଟିଏ କାର୍ଯ୍ୟକ୍ରମ ପିଛା ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ ଆଧାରରେ ୧,୫୦୦-୨,୦୦୦ ଟଙ୍କା ମଧ୍ୟରେ ପାରିଶ୍ରମିକ ଦିଆଯାଏ। ଗୋଟିଏ କାର୍ଯ୍ୟକ୍ରମ ପାଇଁ ସବୁଠୁ ଅଭିଜ୍ଞ କଳାକାରଙ୍କୁ ମଧ୍ୟ ୫,୦୦୦ ଟଙ୍କାରୁ କମ୍‌ ପାରିଶ୍ରମିକ ମିଳେ। କାର୍ଯ୍ୟକ୍ରମ ସଂଖ୍ୟା ବଢ଼ାଇବା ଲାଗି ଏହି ନର୍ତ୍ତକୀମାନଙ୍କୁ କମିଶନ୍‌ ଦିଆଯାଇଥାଏ, କାରଣ ସେମାନେ ପ୍ରାୟତଃ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ପାଇଁ ଏକାଧିକ ଆୟୋଜକଙ୍କ ସହିତ ଯୋଗାଯୋଗ କରିଥାନ୍ତି।

‘‘ଭାରତ ଓ ନେପାଳର ଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୨୦୦ ଯୁବତୀ ସୋନପୁର ମେଳା ରେ ନୃତ୍ୟ ପରିବେଷଣ କରିଥାନ୍ତି,’’ ମୁସ୍କାନ୍‌ କୁହନ୍ତି। ସୋନପୁର ମେଳାରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଜଣେ ଆୟୋଜକଙ୍କ ସହିତ ତାଙ୍କୁ ମଧ୍ୟ ଭେଟ କରାଇ ଦିଆଯାଇଥିଲା। ଆଉ ସେବେଠାରୁ ସେ ଜଣେ ପେସାଦାର ନର୍ତ୍ତକୀ ଭାବେ ନୃତ୍ୟ ପରିବେଷଣ କରି ଆସୁଛନ୍ତି। ବିହାର ସାରଣ ଜିଲ୍ଲାରେ ପ୍ରତିବର୍ଷ ସୋନପୁର ମେଳା ଆୟୋଜନ କରାଯାଇଥାଏ।

ଏହିସବୁ କାର୍ଯ୍ୟକ୍ରମ ପାଇଁ ୧୫ରୁ ୩୫ ବର୍ଷ ବୟସ୍କ ଝିଅମାନଙ୍କୁ ନର୍ତ୍ତକୀ ଭାବେ ରଖାଯାଇଥାଏ। ‘‘କିଛି ଝିଅମାନେ ଏବେ ଏବେ ବି ସେମାନଙ୍କ ପରିବାର ସହ ସମ୍ପର୍କ ରଖିଛନ୍ତି। ସେମାନେ ବର୍ଷକୁ ଥରେ କିମ୍ବା ଦୁଇ ଥର ଘରକୁ ଯାଇଥାନ୍ତି,’’ ମୁସ୍କାନ କୁହନ୍ତି। ‘‘ସେମାନଙ୍କ କାମ ବିଷୟରେ ତାଙ୍କ ପରିବାର ଲୋକମାନେ ଜାଣନ୍ତି,’’ ସେ କୁହନ୍ତି ଏବଂ ପାରିବାରିକ କଟକଣା ବିଷୟରେ ବିସ୍ତୃତ ଭାବେ କହିଥାନ୍ତି, ‘‘ସେମାନଙ୍କୁ ମଧ୍ୟ ବଞ୍ଚିବା ଲାଗି ଟଙ୍କା ଦରକାର, ଆଉ ଏହି ଝିଅମାନେ ନିଜ ଜୀବନଜୀବିକା ପାଇଁ ଏହି ନାଚ ଉପରେ ନିର୍ଭର କରିଥାନ୍ତି ।’’

ଏସବୁ ଅସୁବିଧା ସତ୍ତ୍ୱେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ନାଚିବା କାମ କରି ମୁସ୍କାନ ଜୀବିକା ଉପାର୍ଜନ କରିପାରୁଛନ୍ତି - ଆଉ ଏକଥା ସେ ନିଜେ ସ୍ୱୀକାର କରିଥାନ୍ତି। ମାତ୍ର ୧୩ ବର୍ଷ ବୟସରେ କୋଲକାତାର ଜଣେ ୨୯ ବର୍ଷ ବୟସ୍କ ପୁରୁଷଙ୍କ ସହିତ ମୁସ୍କାନଙ୍କ ବାହାଘର କରି ଦିଆଯାଇଥିଲା । ନିର୍ଯାତନାପୂର୍ଣ୍ଣ ବୈବାହିକ ସମ୍ପର୍କ ତିନି ବର୍ଷ ବିତିବା ପରେ ଦିନେ ସେ ନିଜ ଶାଶୂ ଘରୁ ଲୁଚି ଚାଲି ଆସିଥିଲେ।

‘‘ମୁଁ ଏକ ଝିଅକୁ ଜନ୍ମ ଦେଇଥିବାରୁ ସେ (ତାଙ୍କ ସ୍ୱାମୀ) ପସନ୍ଦ କରିନଥିଲେ ଏବଂ ଆମ ପିଲାକୁ ବିକ୍ରି କରିଦେବାକୁ ଚାହିଁଥିଲେ,’’ ମୁସ୍କାନ୍‌ କୁହନ୍ତି। ଝିଅକୁ ମାତ୍ର ଗୋଟିଏ ବର୍ଷ ହୋଇଥିବା ବେଳେ ସେ ଟ୍ରେନ୍‌ରେ ବିହାରକୁ ଚାଲି ଆସିଥିଲେ। ସୋନପୁର ମେଳାରେ ତାଙ୍କୁ କାମ ମିଳିଗଲା।

Vicky, an organiser of orchestra events, has an office in the market near Gandhi Maidan in Patna where he interacts with clients who wish to hire performers.
PHOTO • Dipshikha Singh
Vicky, an organiser of orchestra events, has an office in the market near Gandhi Maidan in Patna where he interacts with clients who wish to hire performers.
PHOTO • Dipshikha Singh

ଅର୍କେଷ୍ଟ୍ରା କାର୍ଯ୍ୟକ୍ରମର ଜଣେ ଆୟୋଜକ ଭିକିଙ୍କର ପାଟନା ଗାନ୍ଧୀ ମୈଦାନ ପାଖରେ ଏକ ଅଫିସ ରହିଛି ଯେଉଁଠି ସେ ନର୍ତ୍ତକୀମାନଙ୍କୁ ଭଡ଼ାରେ ଆଣିବା ଲାଗି ଇଚ୍ଛୁକ ଲୋକଙ୍କ ସହିତ କଥାବାର୍ତ୍ତା କରିଥାନ୍ତି

It’s difficult for us to even find accommodation', says Muskan who shares a two-bedroom house with six other dancers.
PHOTO • Dipshikha Singh
It’s difficult for us to even find accommodation', says Muskan who shares a two-bedroom house with six other dancers.
PHOTO • Dipshikha Singh

‘ଆମ ପାଇଁ ରହିବା ବ୍ୟବସ୍ଥା କରିବା ମଧ୍ୟ ଏକ କଷ୍ଟ କାମ,’ ମୁସ୍କାନ କୁହନ୍ତି। ସେ ବର୍ତ୍ତମାନ ଦୁଇ ବଖୁରିଆ ଏକ ଘରେ ଅନ୍ୟ ଛଅ ଜଣ ନର୍ତ୍ତକୀଙ୍କ ସହିତ ରହୁଛନ୍ତି

ସମାଜରେ ଅର୍କେଷ୍ଟ୍ରା ନର୍ତ୍ତକୀଙ୍କ ସହ ନାନା ଭେଦଭାବ କରାଯାଇଥାଏ ଏବଂ ସେମାନଙ୍କୁ ଅତି ହୀନ ଦୃଷ୍ଟିରେ ଦେଖାଯାଏ। ଏହା ସେମାନଙ୍କର ମୌଳିକ ଆବଶ୍ୟକତାକୁ ମଧ୍ୟ ପ୍ରଭାବିତ କରିଥାଏ। ମୁସ୍କାନ କୁହନ୍ତି, ‘‘ଆମ ପାଇଁ ରହିବା ଘର ଖୋଜିବା ମଧ୍ୟ ସହଜ କାମ ନୁହେଁ।’’ ମୁସ୍କାନ ତାଙ୍କ ଝିଅ ସହିତ ପାଟନା ଉପକଣ୍ଠରେ ଥିବା ଦୀଘାରେ ଭଡ଼ା ଘରେ ରୁହନ୍ତି। ଦୁଇ ବଖୁରିଆ ଏହି ପକ୍କା ଘରେ ତାଙ୍କ ସହ ଅନ୍ୟ ଛଅ ଜଣ ଝିଅ ମଧ୍ୟ ରୁହନ୍ତି। ସେମାନେ ମଧ୍ୟ ପେସାରେ ନର୍ତ୍ତକୀ। ‘‘ମୋତେ ଏ ଝିଅମାନଙ୍କ ସହ ରହିବା ପାଇଁ ଭଲ ଲାଗେ। ଏହି ସ୍ଥାନ ସେତେ ମହଙ୍ଗା ନୁହେଁ। ଆମେ ସମସ୍ତେ ଭଡ଼ା ଓ ଅନ୍ୟ ଖର୍ଚ୍ଚ ପରସ୍ପର ମଧ୍ୟରେ ବାଣ୍ଟି ଦେଇଥାଉ,’’ ମୁସ୍କାନ କୁହନ୍ତି।

ନିର୍ଯାତନା ଓ ଭେଦଭାବର ସାମ୍ନା କରିବା ସତ୍ତ୍ୱେ ମୁସ୍କାନଙ୍କ ପାଇଁ ଏହି ଜୀବନ ନିଜ ନିଷ୍ଠୁର ସ୍ୱାମୀ ସହ ରହିବାର ଦୁର୍ଭାଗ୍ୟଠାରୁ ଅନେକ ଗୁଣରେ ଭଲ। ‘‘ୟାହାଁ (ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ) ତୋ ସିର୍ଫ ଛୁ କେ ଛୋଡ଼ ଦେତେ ହେଁ, କମ୍‌ ସେ କମ୍‌ ପହଲେ କୀ ତରହ ରୋଜ୍‌ ରାତ୍‌ କୋ ରେପ୍‌ ତୋ ନହିଁ ହୋତା!’’ (ଏଠାରେ, ସେମାନେ କେବଳ ଛୁଇଁ ଦେଇ ଛାଡ଼ି ଦିଅନ୍ତି। ଅତିକମ୍‌ରେ ପୂର୍ବ ଭଳି ସବୁଦିନ ରାତିରେ ବଳାତ୍କାରର ଶିକାର ତ’ ହେବାକୁ ପଡ଼ିନଥାଏ)।’’

ନିଜେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ଶୋଷଣର ଶିକାର ହେଉଥିବା କାରଣରୁ ତାଙ୍କ ଝିଅ ବଡ଼ ହୋଇ ନର୍ତ୍ତକୀ ହେଉ ବୋଲି ମୁସ୍କାନ ଚାହାନ୍ତି ନାହିଁ । ସେ ପାଠ ପଢ଼ିବା ସହିତ ‘‘ସମ୍ମାନପୂର୍ଣ୍ଣ ଜୀବନ’’ ବଞ୍ଚୁ ବୋଲି ସେ ଚାହାନ୍ତି। ମୁସ୍କାନ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିସାରିଥିଲେ, କିନ୍ତୁ ତାଙ୍କୁ ବାହାଘର କରି ଦିଆଯାଇଥିଲା।

‘‘କିନ୍ତୁ ଆମ ଭିତରୁ ଅନେକଙ୍କ ପାଖରେ ପରିଚୟପତ୍ର ନାହିଁ,’’ ମୁସ୍କାନ କୁହନ୍ତି, ଯାହାଫଳରେ ବିଦ୍ୟାଳୟରେ ନାମ ଲେଖାଇବା କଷ୍ଟକର ହୋଇଯାଏ। ‘‘ଏସବୁ କାଗଜପତ୍ର ବିନା ମୁଁ ତା’କୁ କିଭଳି ସ୍କୁଲକୁ ପଠାଇବି ଜାଣେ ନାହିଁ,’’ ସେ କୁହନ୍ତି। ‘‘ଆମର ସାହାଯ୍ୟ ଦରକାର କିନ୍ତୁ ସହାୟତା ପାଇଁ କେଉଁଠିକୁ ଯିବାକୁ ହେବ ଜାଣେ ନାହିଁ।’’

Left: Priya who performs a duet dance with her husband in orchestra events travels from Kolkata for a show.
PHOTO • Dipshikha Singh
Right: Manisha gets ready to make an Instagram reel.
PHOTO • Dipshikha Singh

ବାମ : ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ସ୍ୱାମୀଙ୍କ ସହ ନୃତ୍ୟ ପରିବେଷଣ କରୁଥିବା ପ୍ରିୟା ଏକ କାର୍ଯ୍ୟକ୍ରମ ପାଇଁ କୋଲକାତାରୁ ଆସିଛନ୍ତି । ଡାହାଣ : ମନିଷା ଏକ ଇନଷ୍ଟାଗ୍ରାମ୍‌ ରିଲ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି

Left: The orchestra d ancers buy cosmetics and accessories from a woman who comes to their house in the outskirts of the city.
PHOTO • Dipshikha Singh
Right: The Runali Orchestra Group performing in Bihar.
PHOTO • Vicky

ବାମ : ଅର୍କେଷ୍ଟ୍ରାରେ କାମ କରୁଥିବା ନର୍ତ୍ତକୀମାନେ ସୌନ୍ଦର୍ଯ୍ୟ ସାମଗ୍ରୀ ଓ ଅନ୍ୟ ଆବଶ୍ୟକ ଜିନିଷ ଜଣେ ମହିଳାଙ୍କଠାରୁ କିଣନ୍ତି, ଯିଏକି ସହର ଉପକଣ୍ଠରେ ଥିବା ସେମାନଙ୍କ ଘରକୁ ଆସନ୍ତି। ଡାହାଣ : ବିହାରରେ ନିଜ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ରୁନାଲୀ ଅର୍କେଷ୍ଟ୍ରା ଗ୍ରୁପ୍‌

ପାଟନାକୁ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆସିଥିବା ପ୍ରିୟା ମୁସ୍କାନଙ୍କ ପାଖରେ ରୁହନ୍ତି। ସେ ଯୁଗଳବନ୍ଦୀ (ଏକସଙ୍ଗେ ଦୁଇ ଜଣ ଲୋକ ନାଚିବା) ରେ ନୃତ୍ୟ ପରିବେଷଣ କରିଥାନ୍ତି । ସେ ନିଜ ସ୍ୱାମୀଙ୍କ ସହିତ ମାତ୍ର ୧୬ ବର୍ଷ ବୟସରୁ କାମ କରି ଆସୁଛନ୍ତି ।

‘‘ମୁଁ ସବୁବେଳେ ଏହି କାମ କରିପାରିବି ନାହିଁ,’’ ଏବେ ୨୦ ବର୍ଷ ବୟସ୍କ ପ୍ରିୟା କୁହନ୍ତି। ସେ ତାଙ୍କ ସ୍ୱାମୀଙ୍କ ସହିତ ମିଶି ଏକ ତେଜରାତି ଦୋକାନ ଖୋଲିବାକୁ ଚାହୁଁଛନ୍ତି। ‘‘ମୁଁ ଶୀଘ୍ର ମା’ ହେବାକୁ ମଧ୍ୟ ଚାହୁଁଛି । ଅର୍କେଷ୍ଟ୍ରା କ୍ଷେତ୍ରରେ ଆମ ପିଲାମାନେ ମଧ୍ୟ ଏପରି କାମ କରନ୍ତୁ ବୋଲି ଆମେ ଚାହୁଁନା,’’ ସେ କୁହନ୍ତି ।

ଆଉ ଜଣେ ନର୍ତ୍ତକୀ ମନିଷା, ଦଶମ ଶ୍ରେଣୀ ପାସ୍‌ କରିବା ପରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ନାଚିବା ଆରମ୍ଭ କରିଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ ଘରୋଇ ସହାୟିକା ଭାବେ କାମ କରୁଥିବା ତାଙ୍କ ମା’ଙ୍କ ବେତନରେ ଘର ଚଳାଇବା ସମ୍ଭବ ନଥିଲା। ସେ କୁହନ୍ତି, ‘‘ଏହା ଅସ୍ଥାୟୀ କାମ; ମୁଁ ଦୀର୍ଘ ସମୟ ଧରି ଏହି ପେସାରେ ରହିପାରିବି ନାହିଁ। କିଛି ଦିନ ପରେ ମୋ ପାଖରେ ଆବଶ୍ୟକତା ମୁତାବକ ଟଙ୍କା ସଞ୍ଚୟ ହୋଇଗଲେ, ମୁଁ ଫେରିଯିବି ଓ କେହି ଜଣେ ଭଲ ଲୋକ ସହ ବାହା ହୋଇଯିବି।’’

ବିହାର ସରନ୍‌ ଜିଲ୍ଲାରେ ଥିବା ଛାପରା ସହର ନିକଟରେ ଏକ ସ୍ଥାନୀୟ ବଜାର ଜନତା ବଜାରରେ ଏମିତି ଅନେକ ଗଳି ରହିଛି ଯେଉଁଠି ଅର୍କେଷ୍ଟ୍ରା ଆୟୋଜକଙ୍କ କାର୍ଯ୍ୟାଳୟ ରହିଛି। ଅର୍କେଷ୍ଟ୍ରା କାର୍ଯ୍ୟକ୍ରମର ଜଣେ ଆୟୋଜକ ଭିକି କୁହନ୍ତି, ‘‘ ଜନତା ବାଜାର ତୋ ପୁରା ହୋଲସେଲ୍‌ ବାଜାର ଜୈସା ହୈ ଅର୍କେଷ୍ଟ୍ରା ଡାନ୍ସର କା (ଅର୍କେଷ୍ଟ୍ରା ନର୍ତ୍ତକୀଙ୍କ ପାଇଁ ଜନତା ବଜାର ଏକ ହୋଲସେଲ୍‌ ବଜାର ଭଳି)।’’

ନର୍ତ୍ତକୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ସମ୍ପର୍କରେ ଅବଗତ ଥିବା ଭିକି କୁହନ୍ତି, ‘‘ନର୍ତ୍ତକୀମାନଙ୍କୁ ପ୍ରାୟତଃ ‘ଖରାପ ମହିଳା’ ବୋଲି ବିବେଚନା କରାଯାଏ, ତେଣୁ ସେମାନେ ଶୋଷଣର ଶିକାର ହୋଇଥାନ୍ତି। ହେଲେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ପୁରୁଷଙ୍କ ବିଷୟରେ କେହି କଥା ହୁଅନ୍ତି ନାହିଁ।’’ ସେ ଆହୁରି ମଧ୍ୟ କୁହନ୍ତି, ‘‘ମୁଁ ଜଣେ ବିବାହିତ ପୁରୁଷ ଏବଂ ମୋର ଏକ ପରିବାର ରହିଛି। ମୁଁ ନର୍ତ୍ତକୀମାନଙ୍କୁ ପରିବାର ଭଳି ବ୍ୟବହାର କରିଥାଏ।’’ ବଡ଼ ଧରଣର ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ପାଇଁ ଆମକୁ ଅଧିକାଂଶ ସମୟରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବାକୁ ପଡ଼ିଥାଏ ବୋଲି ସେ କୁହନ୍ତି।

‘‘ପିପିଗୁଡ଼ିକରେ ବେଶୀ ନିର୍ଯାତନା ଦେଖିବାକୁ ମିଳିଥାଏ,’’ ଭିକି କୁହନ୍ତି। ପିପିର ଅର୍ଥ ହେଉଛି ପ୍ରାଇଭେଟ୍‌ ପାର୍ଟୀ ବା ଘରୋଇ ସମାରୋହ ବୋଲି ସେ କୁହନ୍ତି। ସାଧାରଣ ଧନୀକ ଶ୍ରେଣୀର ଲୋକମାନେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଅନ୍ୟ ଜଣେ ଆୟୋଜକ ରାଜୁ କୁହନ୍ତି, ‘‘ଅଧିକାଂଶ ସମୟରେ ପୁଲିସ ସାମ୍ନାରେ ମଧ୍ୟ ନର୍ତ୍ତକୀଙ୍କୁ ଦୁର୍ବବ୍ୟବହାର କରାଯାଏ।’’

ଏ କାହାଣୀରେ କେବଳ ଛଦ୍ମ ନାମ ବ୍ୟବହାର କରାଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Student Reporter : Dipshikha Singh

दीपशिखा सिंह (23) बिहार की एक डेवलपमेंट प्रैक्टिशनर हैं, जिन्होंने अज़ीम प्रेमजी यूनिवर्सिटी से डेवलपमेंट में अपनी मास्टर्स की डिग्री प्राप्त की है. वह महिलाओं और उनके जीवन से जुड़े ऐसे मुद्दों को अपनी रपट का विषय बनाने का प्रयास करती हैं जिन्हें अक्सर दर्ज नहीं किया जाता.

की अन्य स्टोरी Dipshikha Singh
Editor : Dipanjali Singh

दीपांजलि सिंह, पीपल्स आर्काइव ऑफ़ रूरल इंडिया में सहायक संपादक हैं. वह पारी लाइब्रेरी के लिए दस्तावेज़ों का शोध करती हैं और उन्हें सहेजने का काम भी करती हैं.

की अन्य स्टोरी Dipanjali Singh
Editor : Riya Behl

रिया बहल, मल्टीमीडिया जर्नलिस्ट हैं और जेंडर व शिक्षा के मसले पर लिखती हैं. वह पीपल्स आर्काइव ऑफ़ रूरल इंडिया (पारी) के लिए बतौर सीनियर असिस्टेंट एडिटर काम कर चुकी हैं और पारी की कहानियों को स्कूली पाठ्क्रम का हिस्सा बनाने के लिए, छात्रों और शिक्षकों के साथ काम करती हैं.

की अन्य स्टोरी Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE