ମହୁଲ ଋତୁର ଅବଧି ଖୁବ ଅଳ୍ପ, ଯାହା ଦୁଇରୁ ତିନି ମାସ ପର୍ଯ୍ୟନ୍ତ ରହିଥାଏ। ଖରାଦିନ ଆରମ୍ଭରେ, ମଧ୍ୟ ଭାରତରେ ଦେଖିବାକୁ ମିଳୁଥିବା ଏସବୁ ଡେଙ୍ଗା ଗଛରୁ ମୂଲ୍ୟବାନ ଫୁଲ ଝଡ଼ିଥାଏ।

ଫିକା ହଳଦିଆ ଫୁଲ ସଂଗ୍ରହ କରିବା ସେମାନଙ୍କ ପାଇଁ ଏକ ପାର୍ବଣର ଏକ ସମୟ ଭଳି । ଆଉ ଏଠାରେ ଛତିଶଗଡ଼ରେ ଛୋଟ ପିଲାଙ୍କ ସମେତ ସାରା ପରିବାର ଜଙ୍ଗଲ ଭୂମି ଉପରେ ପଡ଼ିଥିବା ଫୁଲ ତୋଳିବା କାମରେ ଲାଗିଥିବା ଦେଖିବାକୁ ମିଳିଥାଏ। ‘‘ଏହା ଏକ କଠିନ କାର୍ଯ୍ୟ’’, ଭୁପିନ୍ଦର କୁହନ୍ତି। ‘‘ଆମେ ବଡ଼ି ଭୋରରୁ ଏବଂ ପୁଣିଥରେ ସନ୍ଧ୍ୟାରେ ମହୁଲ ଫୁଲ ସଂଗ୍ରହ କରିଥାଉ ।’’ ଧମତରୀ ଜିଲ୍ଲାର ଚାନାଗାଓଁ ବାସିନ୍ଦା ଭୁପିନ୍ଦର ନିଜ ମାତାପିତାଙ୍କ ସହାୟତା ପାଇଁ ଆସିଛନ୍ତି । ଆଖପାଖରେ ଏତେ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିବାରୁ ଏହା ଏକ ପାର୍ବଣ ଋତୁ ଭଳି ଲାଗୁଛି ।

ନିର୍ଦ୍ଧାରିତ ଋତୁ ଆସିଲେ ମହୁଲ ଫୁଲର ବାସ୍ନା ସମଗ୍ର ଅଞ୍ଚଳରେ ଖେଳିଯାଇଥାଏ। ରାୟଗଡ଼ ଜିଲ୍ଲାର ଧରମଜଇଗଡ଼ଠାରୁ ନେଇ ଛତିଶଗଡ଼ର ରାଜଧାନୀ ରାୟପୁର ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ମହୁଲ ଗଛ ଦେଖିବାକୁ ମିଳିଥାଏ। ଗଛ ତଳେ ଗାଁ ଲୋକମାନେ ମହୁଲ ଫୁଲ ତୋଳିବାରେ ବ୍ୟସ୍ତ ରହିଥାନ୍ତି। ସେଗୁଡ଼ିକୁ ଶୁଖାଇବା ପରେ ସାଇତି ରଖାଯାଏ ଏବଂ ସେଥିରୁ ଅଟା, ମଦ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ।

‘‘ଜଙ୍ଗଲରୁ ଆମେ ସଂଗ୍ରହ କରୁଥିବା ସାମଗ୍ରୀ ମଧ୍ୟରେ ମହୁଲ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଅନାହାର ସମୟରେ ଏହା ଖାଦ୍ୟ ରୂପେ ଉପଯୋଗ ହୋଇଥାଏ। ଟଙ୍କା ଦରକାର ହେଲେ ସେମାନେ କିଛି ମହୁଲ ବିକ୍ରି କରିଦେଇପାରିବେ,’’ ଅମ୍ବିକାପୁରର ସାମାଜିକ କର୍ମୀ ଏବଂ ଆଦିବାସୀ ନେତା ଗଙ୍ଗାରାମ ପାଇଁକ୍ରା କୁହନ୍ତି। ଯେତେବେଳେ ମଜୁରି କାମ ମିଳେ ନାହିଁ, ସେହି ଅଭାବ ସମୟରେ ଲୋକମାନେ ମହୁଲ ଫୁଲ ଉପରେ ନିର୍ଭର କରନ୍ତି ବୋଲି ସେ କହିଥାନ୍ତି ।

‘ଜଙ୍ଗଲରୁ ଆମେ ସଂଗ୍ରହ କରୁଥିବା ସାମଗ୍ରୀ ମଧ୍ୟରେ ମହୁଲ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଅନାହାର ସମୟରେ ଏହା ଖାଦ୍ୟ ରୂପେ ଉପଯୋଗ ହୋଇଥାଏ। ଟଙ୍କା ଦରକାର ହେଲେ ସେମାନେ କିଛି ମହୁଲ ବିକ୍ରି କରିଦେଇପାରିବେ’

ଭିଡିଓ ଦେଖନ୍ତୁ : ‘ମହୁଲ ଋତୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ’

‘‘ଏସବୁ ଫୁଲରୁ ପ୍ରସ୍ତୁତ ହେଉଥିବା ମଦକୁ ଆଦିବାସୀ ଲୋକମାନେ ଉପଭୋଗ କରିଥାନ୍ତି ଏବଂ ଏହା ଆମ ପୂଜାପାର୍ବଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ,’’ ଗଙ୍ଗାରାମ କୁହନ୍ତି।

ମାଟି ଉପରେ ପଡ଼ିଥିବା ଫୁଲ ତୋଳିବା ପାଇଁ ଘଣ୍ଟା ଘଣ୍ଟା ଧରି ନଇଁବା କାରଣରୁ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ‘‘ଆମ ପିଠି, ଗୋଡ଼, ହାତ, ଆଣ୍ଠୁ ଓ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ,’’ ଭୁପିନ୍ଦର କହିଥାନ୍ତି।

ଛତିଶଗଡ଼ ସରକାର ଶୁଖିଲା ମହୁଲ ଫୁଲ ପାଇଁ ଏକ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ଏହା କିଲୋ ପ୍ରତି ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କୁଇଣ୍ଟାଲ ପ୍ରତି ୩,୦୦୦ ଟଙ୍କାରେ ବିକ୍ରି ହୋଇଥାଏ।

ମଧ୍ୟ ଭାରତୀୟ ରାଜ୍ୟ ଛତିଶଗଡ଼ ବ୍ୟତୀତ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଏବଂ ଦୂରବର୍ତ୍ତୀ ମ୍ୟାଁମାର, ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶରେ ମହୁଲ ଫୁଲ ଦେଖିବାକୁ ମିଳିଥାଏ।

Usha (extreme right) and her sisters Uma and Sarita (yellow) are busy collecting mahua in the forest near Aam gaon
PHOTO • Purusottam Thakur

ଉଷା (ଡାହାଣ ପଟେ ଶେଷ ଆଡ଼କୁ) ଏବଂ ତାଙ୍କ ଭଉଣୀ ଉମା ଓ ସରୀତା (ହଳଦିଆ ପୋଷାକରେ) ଆମ୍‌ ଗାଁ ନିକଟରେ ଥିବା ଜଙ୍ଗଲରେ ମହୁଲ ଫୁଲ ତୋଲିବାରେ ବ୍ୟସ୍ତ ଅଛନ୍ତି

Usha fillng up the tub with her collection of mahua flowers
PHOTO • Purusottam Thakur

ଉଷା ସଂଗ୍ରହ କରିଥିବା ମହୁଲ ଫୁଲକୁ ଝୁଡ଼ିରେ ଭର୍ତ୍ତି କରୁଛନ୍ତି

Sarita (yellow), the eldest child in the family, is studying in 2nd year BA. She has been collecting the flowers in this season, since she was a child. She says last year they had earned about 40,000 rupees from collecting mahua . Their entire family works on collecting it, including their parents and grandparents. Her sister Uma (red) is standing in the background
PHOTO • Purusottam Thakur

ସରୀତା (ହଳଦିଆ ପୋଷାକ) ପରିବାରର ବଡ଼ ଝିଅ ଓ ସେ ବିଏ ଦ୍ୱିତୀୟ ବର୍ଷରେ ପଢ଼ୁଛନ୍ତି । ଛୋଟ ବେଳୁ ସେ ଋତୁ ସମୟରେ ମହୁଲ ଫୁଲ ତୋଳି ଆସୁଛନ୍ତି । ସେ କୁହନ୍ତି, ଗତବର୍ଷ ସେମାନେ ମହୁଲ ଫୁଲ ସଂଗ୍ରହ କରି ୪୦,୦୦୦ ଟଙ୍କା ରୋଜଗାର କରିଥିଲେ। ସେମାନଙ୍କ ମାତାପିତା ଓ ଜେଜେବାପାଜେଜେ ମା’ଙ୍କ ସମେତ ସାରା ପରିବାର ମହୁଲ ଫୁଲ ସଂଗ୍ରହ କାମ କରିଥାନ୍ତି। ତାଙ୍କ ଭଉଣୀ ଉମା (ଲାଲ ପୋଷାକ) ପଛରେ ଛିଡ଼ା ହୋଇଛନ୍ତି

Sarita (in yellow) and Uma (red) picking up mahua flowers
PHOTO • Purusottam Thakur

ସରିତା (ହଳଦିଆ ପୋଷାକ) ଏବଂ ଉମା (ଲାଲ ପୋଷାକ) ମହୁଲ ଫୁଲ ତୋଳୁଛନ୍ତି

A bunch of Madhuca longifolia flowers hanging from the tree
PHOTO • Purusottam Thakur

ଗଛରେ ମହୁଲ ଫୁଲ ଗୁଚ୍ଛ ଓହଳିଛି

A picture of mahua flowers lying on the ground
PHOTO • Purusottam Thakur

ମାଟି ଉପରେ ମହୁଲ ଫୁଲ ପଡ଼ିଥିବାର ଦୃଶ୍ୟ

A young kid who is busy collecting mahua with her mother and grandparents
PHOTO • Purusottam Thakur

ନିଜ ମା ଓ ଜେଜେବାପା ଓ ମା ଙ୍କ ସହିତ ମହୁଲ ଫୁଲ ସଂଗ୍ରହରେ ବ୍ୟସ୍ତ ଥିବା ଜଣେ ଛୋଟ ପିଲା

The same kid searching the ground to collect the flowers
PHOTO • Purusottam Thakur

ସେହି ପିଲା ମାଟି ଉପରେ ପଡ଼ିଥିବା ମହୁଲ ଫୁଲ ଗୋଟାଇବା ପାଇଁ ଖୋଜୁଛି

75-year-old Chherken Rathia is also busy in collecting mahua . She says she has been doing this since she was a child
PHOTO • Purusottam Thakur

୭୫ ବର୍ଷ ବୟସ୍କା ଛେର୍କେନ ରାଠିଆ ମଧ୍ୟ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି । ସେ କୁହନ୍ତି, ପିଲାଦିନରୁ ସେ ଏହି କାମ କରି ଆସୁଛନ୍ତି

Jalsai Raithi and his wife are collecting mahua from their own tree in their field
PHOTO • Purusottam Thakur

ଜଲସାଇ ରାଠି ଏବଂ ତାଙ୍କ ପତ୍ନୀ ନିଜ ଜମିରେ ଲାଗିଥିବା ଗଛରୁ ମହୁଲ ସଂଗ୍ରହ କରୁଛନ୍ତି

Jalsai Rathi and his family enjoying their collection of flowers in the morning sun
PHOTO • Purusottam Thakur

ଜଲସାଇ ରାଠି ଓ ତାଙ୍କ ପରିବାର ସକାଳର ଖରାରେ ମହୁଲ ଫୁଲ ସଂଗ୍ରହକୁ ଉପଭୋଗ କରୁଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

पुरुषोत्तम ठाकुर, साल 2015 के पारी फ़ेलो रह चुके हैं. वह एक पत्रकार व डॉक्यूमेंट्री फ़िल्ममेकर हैं और फ़िलहाल अज़ीम प्रेमजी फ़ाउंडेशन के लिए काम करते हैं और सामाजिक बदलावों से जुड़ी स्टोरी लिखते हैं.

की अन्य स्टोरी पुरुषोत्तम ठाकुर
Editor : Priti David

प्रीति डेविड, पारी की कार्यकारी संपादक हैं. वह मुख्यतः जंगलों, आदिवासियों और आजीविकाओं पर लिखती हैं. वह पारी के एजुकेशन सेक्शन का नेतृत्व भी करती हैं. वह स्कूलों और कॉलेजों के साथ जुड़कर, ग्रामीण इलाक़ों के मुद्दों को कक्षाओं और पाठ्यक्रम में जगह दिलाने की दिशा में काम करती हैं.

की अन्य स्टोरी Priti David
Video Editor : Sinchita Parbat

सिंचिता पर्बत, पीपल्स आर्काइव ऑफ़ रूरल इंडिया में बतौर सीनियर वीडियो एडिटर कार्यरत हैं. वह एक स्वतंत्र फ़ोटोग्राफ़र और डाक्यूमेंट्री फ़िल्ममेकर भी हैं. उनकी पिछली कहानियां सिंचिता माजी के नाम से प्रकाशित की गई थीं.

की अन्य स्टोरी Sinchita Parbat
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE