ହିମାଚଳ ପ୍ରଦେଶର ଲାହାଉଲ୍ -ସ୍ପିଟି ଜିଲ୍ଲାର ଜଣେ କୃଷକ ଏବଂ ପଶୁପାଳକ ଚେରିଙ୍ଗ ଅଙ୍ଗଡୁଇ କହନ୍ତି ‘‘ପ୍ରାୟ ୩୦ ବର୍ଷ ତଳେ ସ୍ପିଟିରେ ପ୍ରବଳ ବରଫ ପଡ଼ୁଥିଲା। ଚାରିଆଡ଼ ଘଞ୍ଚ ସବୁଜିମାରେ ଭରି ରହିଥିଲା’’।

ଏହି 43 ବର୍ଷ ବୟସ୍କ ଜଣକ ସମୁଦ୍ର ପତ୍ତନଠାରୁ ୧୪,୫୦୦ ଫୁଟ ଉଚ୍ଚରେ ଅବସ୍ଥିତ ଲାଙ୍ଗଜା ଗ୍ରାମରେ ବାସ କରନ୍ତି ଏବଂ ଏଠାରେ ପ୍ରାୟ ୧୫୮ ଜଣ ବ୍ୟକ୍ତି ( ସେନସସ୍ ୨୦୧୧ ) ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୋଟ ଜାତିର, ଏହି ଜାତିକୁ ତାଙ୍କ ରାଜ୍ୟରେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ କରାଯାଇଛି। ଏହି ଗ୍ରାମର ବାସିନ୍ଦାମାନେ ବହୁଳ ଭାବରେ କୃଷି କାର୍ଯ୍ୟ, ପଶୁପାଳନ ଏବଂ ସ୍ପିଟିକୁ ଆସୁଥିବା ପର୍ଯ୍ୟଟକଙ୍କ ପରିଚାଳନା ମାଧ୍ୟମରେ ଜୀବିକା ଅର୍ଜନ କରିଥାନ୍ତି।

୨୦୨୧ ମସିହା ଜୁଲାଇ ଶେଷ ବେଳକୁ ଆମେ ଲାଙ୍ଗଜାର କେତେକ ପଶୁପାଳକଙ୍କ ସହ ଚେରିଙ୍ଗକୁ ଭେଟିଥିଲୁ। ସେମାନେ ତାଙ୍କର ଗାଈ, ମେଣ୍ଢା ଓ ଛେଳି ପଲକୁ ଅଡ଼ାଇ ନେଉଥିଲେ। ସେମାନେ କହିଲେ ଯେ ପଶୁମାନଙ୍କ ପାଇଁ ଘାସ ସନ୍ଧାନରେ ସେମାନେ ବହୁ ଦୂରରୁ ଆସିଛନ୍ତି।

ଚେରିଙ୍ଗ୍ କହିଲେ ‘‘ଏବେ ଏଠାରେ ପର୍ବତ ଉପରେ ଖୁବ୍ କମ୍ ବରଫ ପଡ଼ୁଛି। ବର୍ଷା ବି ଅଧିକ ହେଉନାହିଁ। ତେଣୁ ଆଉ ବିଶେଷ ଘାସ ବଢ଼ୁନାହିଁ’’। ‘‘ତେଣୁ ଆମକୁ ପଶୁମାନଙ୍କୁ ଘାସ ଚରିବା ପାଇଁ ଆହୁରି ଅଧିକ ଉଚ୍ଚ ସ୍ଥାନକୁ ନେବାକୁ ପଡ଼ୁଛି।’’

ଏହି ଭିଡିଓ ଦେଖନ୍ତୁ: ଘାସ ସନ୍ଧାନରେ

ସ୍ପିଟି ହିମାଚଳପ୍ରଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଅବସ୍ଥିତ। ଏହା ହେଉଛି ଏକାଧିକ ନଦୀର ଉଚ୍ଚ ଅକ୍ଷାଂଶରେ ରହିଥିବା ଉପତ୍ୟକା। ଏହି ଅଞ୍ଚଳର ପରିବେଶ ଏକ ଶୀତଳ ମରୁଭୂମି ପରି ହୋଇଥାଏ। ଏହି ପରିବେଶ ସାରା ଭାରତର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ - ବିଶେଷ କରି ଉତ୍ତପ୍ତ ଖରା ମାସ ସମୟରେ ଏଠାରେ ଭିଡ଼ ଜମିଥାଏ। ପର୍ଯ୍ୟଟକମାନେ ଏଠାରୁ ରାତିର ସ୍ପଷ୍ଟ ଆକାଶରେ ମିଲ୍କି ୱେ ଗ୍ୟାଲେକ୍ସିର ଝଲକ ମଧ୍ୟ ଦେଖିପାରନ୍ତି।

ଏହି ଫିଲ୍ମରେ ଦର୍ଶାଯାଇଥିବା ପଶୁଚରାଳିମାନଙ୍କର କାହାଣୀ ଆମକୁ କହିଥାଏ ଯେ ବରଫ ପଡ଼ିବା ଶୈଳୀରେ ବିଭ୍ରାଟ କିପରି ଭାବରେ ଚେରିଙ୍ଗ୍ ଏବଂ ତାଙ୍କର ସାଥୀ ପଶୁଚରାଳିମାନଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରିଛି।

‘‘ଆମେ [ଗ୍ରାମବାସୀବୃନ୍ଦ] ଭାବୁଛୁ ଯେ ଆଗାମୀ ବର୍ଷଗୁଡ଼ିକରେ ଏମିତି କିଛି ଘଟିବ ଏବଂ ଆମ ଛେଳି, ମେଣ୍ଢା ଲୋପ ପାଇଯିବେ କାରଣ ତାଙ୍କ ପାଇଁ ଖାଇବାକୁ ଘାସ ହିଁ ନଥିବ। ଆମେ ଘାସ କେଉଁଠାରୁ ଆଣିବୁ?’’ ସେ କହିଲା, ବେଳେ ତାଙ୍କ ମୁହଁରେ ଚିନ୍ତାର ରେଖା ଫୁଟି ଉଠୁଥାଏ।

Langza village is situated at an altitude of 14,500 ft above sea level in Lahaul-Spiti district of Himachal Pradesh. There are about 32 households in the village and 91 per cent of the people here belong to the Bhot community, listed as scheduled tribe in the state
PHOTO • Naveen Macro

ହିମାଚଳ ପ୍ରଦେଶର ଲାହାଉଲ୍- ସ୍ପିଟି ଜିଲ୍ଲାରେ ସମୁଦ୍ର ପତ୍ତନଠାରୁ ୧୪,୫୦୦ ଫୁଟ ଉଚ୍ଚ ଅକ୍ଷାଂଶରେ ଲାଙ୍ଗଜା ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ପ୍ରାୟ ୩୨ଟି ଗୃହ ରହିଛି ଏବଂ ଏହି ବାସିନ୍ଦାଙ୍କ ମଧ୍ୟରୁ ୯୧% ହେଉଛନ୍ତି ଭୋଟ ସମ୍ପ୍ରଦାୟର। ଏହି ସମ୍ପ୍ରଦାୟକୁ ରାଜ୍ୟରେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ କରାଯାଇଛି

All livestock in the village are gathered together to leave with Chhering and others to graze in the mountains
PHOTO • Naveen Macro

ଗ୍ରାମର ସମସ୍ତ ପଶୁମାନଙ୍କୁ ଏକାଠି କରାଯାଇଛି ସେମାନେ ଚେରିଙ୍ଗ ଓ ଅନ୍ୟ ପଶୁଚରାଳିଙ୍କ ସହ ପାହାଡ଼ ଉପରକୁ ଚରିବାକୁ ଯିବେ

Chhering’s daughter Tanzin Lucky sometimes travels with the animals. “Lack of water causes the earth to dry and crack over time,” said Chhering
PHOTO • Sanskriti Talwar

ଚେରିଙ୍ଗଙ୍କର ଝିଅ ତାଞ୍ଜିନ୍ ଲକି ବେଳେ ବେଳେ ପଶୁମାନଙ୍କ ସାଙ୍ଗରେ ଯାଇଥାଏ। ଚେରିଙ୍ଗ କହନ୍ତି ‘ପାଣି ନଥିବାରୁ ମାଟି ଶୁଖି ଫାଟି ଆଁ କଲାଣି’

The village sheep, goats, cattle and donkeys moving towards high altitude areas in search of grazing grounds
PHOTO • Naveen Macro

ଏହି ଗ୍ରାମର ଛେଳି, ମେଣ୍ଢା, ଗୋରୁ ଏବଂ ଗଧ ଚାରଣ ଭୂମି ସନ୍ଧାନରେ ଅଧିକ ଉଚ୍ଚରେ ଥିବା ଅଞ୍ଚଳକୁ ଯାଉଛନ୍ତି

Chhering Angdui and other herders waiting for all the animals to gather to take them for grazing to higher pastures
PHOTO • Naveen Macro

ଚେରିଙ୍ଗ ଅଙ୍ଗଡୁଇ ଏବଂ ଅନ୍ୟ ପଶୁ ଚରାଳିମାନେ ଅଧିକ ଉଚ୍ଚରେ ରହିଥିବା ଚାରଣ ଭୂମିରେ ଚରାଇବା ପାଇଁ ପଶୁମାନଙ୍କୁ ସାଙ୍ଗରେ ନେଇ ଯିବା ପାଇଁ ପଶୁମାନଙ୍କୁ ଏକାଠି କରୁଛନ୍ତି

Animals from Langza village grazing in the high altitude areas of Himachal Pradesh
PHOTO • Naveen Macro

ଲାଙ୍ଗଜା ଗ୍ରାମର ପଶୁମାନେ ହିମାଚଳ ପ୍ରଦେଶର ଉଚ୍ଚ ଅକ୍ଷାଂଶରେ ରହିଥିବା କ୍ଷେତ୍ରରେ ଚରୁଛନ୍ତି

Animals returning to the village in the evening after grazing
PHOTO • Naveen Macro

ଚରିସାରିବା ପରେ ପଶୁମାନେ ସନ୍ଧ୍ୟାରେ ଗ୍ରାମକୁ ଫେରୁଛନ୍ତି

Chhering Angdui is a farmer and has two cows and a donkey. He worries that livestock will go extinct in Spiti due to global warming
PHOTO • Naveen Macro

ଚେରିଙ୍ଗ ଅଙ୍ଗଡୁଇ ହେଉଛନ୍ତି ଜଣେ ଚାଷୀ ତାଙ୍କର ଦୁଇଟି ଗାଈ ଓ ଗୋଟିଏ ଗଧ ଅଛି। ସେ ଚିନ୍ତାରେ ପଡ଼ିଲେଣି ଯେ ବିଶ୍ୱତାପନ କାରଣରୁ ସ୍ପିଟିରେ ପଶୁସମ୍ପଦ ଲୋପ ପାଇଯିବେ

A glimpse of the Milky Way galaxy visible in the clear night skies
PHOTO • Naveen Macro

ରାତିର ସ୍ପଷ୍ଟ ଆକାଶରେ ମିଲ୍କି ୱେ ଗ୍ୟାଲେକ୍ସିର ଝଲକ ଦିଶୁଛି

ଅନୁବାଦ : ଓଡ଼ିଶାଲାଇଭ୍‍

Sanskriti Talwar

संस्कृति तलवार, नई दिल्ली स्थित स्वतंत्र पत्रकार हैं और साल 2023 की पारी एमएमएफ़ फेलो हैं.

की अन्य स्टोरी Sanskriti Talwar
Photographs : Naveen Macro

नवीन मैक्रो, दिल्ली स्थित इंडिपेंडेंट फ़ोटोजर्नलिस्ट और डॉक्यूमेंट्री फ़िल्ममेकर हैं. वह साल 2023 के पारी एमएमएफ़ फेलो भी हैं.

की अन्य स्टोरी Naveen Macro
Text Editor : Vishaka George

विशाखा जॉर्ज, पीपल्स आर्काइव ऑफ़ रूरल इंडिया की सीनियर एडिटर हैं. वह आजीविका और पर्यावरण से जुड़े मुद्दों पर लिखती हैं. इसके अलावा, विशाखा पारी की सोशल मीडिया हेड हैं और पारी एजुकेशन टीम के साथ मिलकर पारी की कहानियों को कक्षाओं में पढ़ाई का हिस्सा बनाने और छात्रों को तमाम मुद्दों पर लिखने में मदद करती है.

की अन्य स्टोरी विशाखा जॉर्ज
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE