“ମୁଁ ଜାଣେ କାହିଁକି ଏହି କୃଷକମାନେ ଏଠାକୁ ଆସିଛନ୍ତି”। ଏହା କହିଲେ, ନାସିକ୍‌ର ସୂୟୋଜିତ କମ୍ପ୍ଲେକ୍‌ସରେ ଥିବା ଏକ କମ୍ପାନିରେ ଅଫିସ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ୩୭ ବର୍ଷୀୟ ଚନ୍ଦ୍ରକାନ୍ତ ପାଟେକର। ଫେବ୍ରୁଆରୀ ୨୦ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ପାଟେକର ଅଫିସ୍‌ କାମ ସାରିଥିବା ସମୟରେ ହଜାର ହଜାର କୃଷକ ଏହି କୋଠା ପାଖ ରାସ୍ତା ଦେଇ ମୁମ୍ବାଇ ନାକାରେ ଥିବା ପଡ଼ିଆକୁ ଯାଇଥିଲେ ।

ପାଟେକର କହିଲେ, “ଗାଁଗୁଡ଼ିକରେ ପାଣିର ପ୍ରତିଟି ବିନ୍ଦୁ ମୂଲ୍ୟବାନ। ମୁନ୍ଦାଏ ପାଣି ଖୋଜିବା ପାଇଁ ଲୋକଙ୍କୁ ବହୁ କିଲୋମିଟର ଯିବାକୁ ପଡ଼େ। ସହରରେ ଆମେ ପ୍ରତି ଥର ଗାଧୋଇବା ବେଳେ ୨୫-୩୦ ଲିଟର ପାଣି ନଷ୍ଟ କରୁ।” ସେ ଆହୁରି କହନ୍ତି ଯେ, ସେ କୃଷକମାନଙ୍କ ଦୁଃଖକଷ୍ଟ ଜାଣିଛନ୍ତି, କାରଣ ସେ ଯେଉଁ ଫାଇନାନ୍‌ସ କମ୍ପାନିରେ କାମ କରୁଛନ୍ତି ସେଠାରୁ ଋଣ ନେଇଥିବା କୃଷକମାନେ କିଭଳି ଋଣ ସୁଝିବାକୁ ସଂଘର୍ଷ କରନ୍ତି, ତାହା ସେ ଦେଖୁଛନ୍ତି। “ଆମ ଗ୍ରାହକଙ୍କ ମଧ୍ୟରେ ଅନେକ କୃଷକ ଅଛନ୍ତି। ସେମାନେ ଆମକୁ କହନ୍ତି ଯେ, ସେଠି ଚାଷବାସ କରିବାକୁ ପାଣି ନାହିଁ ଏବଂ ତେଣୁ ସେମାନେ ଆମକୁ ଋଣ କିସ୍ତି ପଇଠ କରିପାରିବେ ନାହିଁ ।”

କୃଷକମାନଙ୍କ ପଦଯାତ୍ରା ଆଗେଇ ଚାଲିଥିବା ସମୟରେ ପାଟେକର (ନୀଳ ଶାର୍ଟ ପିନ୍ଧିଥିବା, ଫଟୋର ଉପରେ) ଏବଂ ଅନ୍ୟ ଏକ ଫାଇନାନ୍‌ସ କମ୍ପାନିରେ କାର୍ଯ୍ୟରତ ତାଙ୍କର ଜଣେ ସାଙ୍ଗ ଅଫିସ୍‌ କୋଠାର ଛାତ ଉପରୁ ଫଟୋ ଓ ସେଲ୍‌ଫି ଉଠାଉଥିଲେ। ପାଟେକର ଭାବନ୍ତି ଯେ କୃଷକମାନଙ୍କୁ ରକ୍ଷା କରିବା ପାଇଁ ଏବେକାର ସରକାରଙ୍କର ଇଚ୍ଛା ନାହିଁ । “ଚାରି ବର୍ଷ ହେଲା ସେମାନେ କୃଷକମାନଙ୍କୁ ସମର୍ଥନ କରିନାହାନ୍ତି । ଚାରି ମାସ ଭିତରେ ସେମାନେ କେମିତି ଏହା କରିବେ?” ତଥାପି ସେ ଖୁସି ଯେ ସରକାର ଏବେ କୃଷକମାନଙ୍କର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Rahul M.

राहुल एम, आंध्र प्रदेश के अनंतपुर के रहने वाले एक स्वतंत्र पत्रकार हैं और साल 2017 में पारी के फ़ेलो रह चुके हैं.

की अन्य स्टोरी Rahul M.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE