କଟାରିଆ ଗ୍ରାମର ଜଣେ ତନ୍ତୀ ଅବଦୁଲ ସତ୍ତାର ଅନସାରୀ କହନ୍ତି "ବାଙ୍କା ଦୁଇଟି ଜିନିଷ ପାଇଁ ପ୍ରସିଦ୍ଧ , ଅମରପୁରର ଗୁଡ ଏବଂ କଟାରିଆର ରେଶମ ବସ୍ତ୍ର । ଉଭୟର ଉତ୍ପାଦନ ବର୍ତମାନ କ୍ରମେ ହ୍ରାସ ପାଉଛି ।
ଅମରପୁର ବ୍ଲକର ବାଲିକିତା ଗ୍ରାମ କଟାରିଆ ଠାରୁ ପ୍ରାୟ ତିନି କିଲୋମିଟର ଦୂର । ଏହି ସହର ତଳେ ଗୁଡ଼ କାରଖାନାକୁ ଖୋଜି ବାହାର କରିବା କଷ୍ଟକର ନୁହେଁ । ରନ୍ଧା ହେଉଥିବା ଗୁଡର ତୀବ୍ର ଗନ୍ଧ ଏହି ସ୍ଥାନର ମାନଚିତ୍ର ପରି କାମ ଦିଏ ।
ରାଜେଶ କୁମାର କହନ୍ତି , ତାଙ୍କର ପିତା ସାଧୁଚରଣ କାପ୍ତିଙ୍କ କହିବା ଅନୁଯାୟୀ ବିହାରର ବାଙ୍କା ଜିଲ୍ଲାରେ ଏହି କାରଖାନା ପ୍ରାୟ ୪୦ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲେ । ଏହା ଏକ ଛୋଟ କାରଖାନା। ୧୨/୧୫ ଜଣ ଶ୍ରମିକ ଏଠାରେ କାମ କରନ୍ତି । ସେମାନେ ଦିନ ୧୦ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରି ଦୈନିକ ୨୦୦ ଟଙ୍କା ରୋଜଗାର କରନ୍ତି । କାରଖାନାଟି ପ୍ରତିବର୍ଷ ଅକ୍ଟୋବର ମାସଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ଡ଼ିସେମ୍ବର ଏବଂ ଜାନୁଆରୀ, ଏହି ଦୁଇ ମାସ ସର୍ବୋଚ୍ଚ ଉତ୍ପାଦନର ସମୟ।
ଅନୁବାଦ: ଓଡ଼ିଶାଲାଇଭ୍