‘‘ଆମେ ଦଶରା ନାଚ ପରିବେଷଣ କରିବାକୁ ଯାଉଛୁ,’’ ନୃତ୍ୟଶିଳ୍ପୀ ଇତବାରୀ ରାମ ମାଛିଆ ବୈଗା କହନ୍ତି। ‘‘ଏହି [ନୃତ୍ୟ] ଦଶହରାରୁ ଆରମ୍ଭ ହୋଇ ଫେବୃଆରୀ ଏବଂ ମାର୍ଚ୍ଚ ପର୍ଯ୍ୟନ୍ତ ତିନିରୁ ଚାରି ମାସ ଧରି ଚାଲିଥାଏ । ଦଶହରା ପାଳନ କରିବା ପରେ ଆମେ ଆଖପାଖ ବାଇଗା ଗାଁକୁ ଯାଇ ରାତି ସାରା ନୃତ୍ୟ ପରିବେଷଣ କରିଥାଉ,’’ ଛତିଶଗଡ଼ ବାଇଗା ସମାଜର ସଭାପତି କହନ୍ତି।
ଇତବାରୀଜୀ ତାଙ୍କ ଦଳର ଅନ୍ୟ ସଦସ୍ୟଙ୍କ ସହ ରାୟପୁରରେ ଆୟୋଜିତ ହେବାକୁ ଥିବା ରାଜ୍ୟ-ସଙ୍ଗଠିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଭାଗ ନେବା ପାଇଁ ପହଞ୍ଚିଛନ୍ତି।
ଛତିଶଗଡ଼ରେ ରହୁଥିବା ସାତଟି ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ବାଇଗା ଜନଜାତି ଏକ ବିଶେଷ ଭାବେ ସଂଖ୍ୟାଲଘୁ ଆଦିବାସୀ ଗୋଷ୍ଠୀ (ପିଭିଟିଜି)। - ଏହି ଜନଜାତି ମଧ୍ୟପ୍ରଦେଶରେ ମଧ୍ୟ ଦେଖିବାକୁ ମିଳନ୍ତି ।
ଇତବାରୀଜୀଙ୍କ ମତ ଅନୁସାରେ ‘‘ଉଭୟ ପୁରୁଷ ଓ ମହିଳା ପ୍ରାୟ ୩୦ ଜଣ ଦଶହରା ନାଚରେ ନାଚନ୍ତି, କିନ୍ତୁ ଗାଁରେ ଏହି ନୃତ୍ୟଶିଳ୍ପୀଙ୍କ ସଂଖ୍ୟା ଶହେ ପର୍ଯ୍ୟନ୍ତ ଛୁଇଁପାରେ’’। ଯଦି କୌଣସି ପୁରୁଷ ଦଳ ଗାଁକୁ ଆସନ୍ତି, ତେବେ ସେହି ଗାଁର ମହିଳା ଦଳ ସହିତ ନୃତ୍ୟ କରିବେ। ପ୍ରତିବଦଳରେ ଆୟୋଜକ ଗାଁର ପୁରୁଷ ଦଳ ଅତିଥି ଦଳର ଗାଁକୁ ଯାଇ ସେଠାରେ ମହିଳା ଦଳ ସହ ନୃତ୍ୟ କରିବେ।
‘‘ଆମେ ସବୁବେଳେ ଗୀତଗାଇ ନାଚିବାରେ ଆନନ୍ଦିତ ହୋଇଥାଉ,’’ କବର୍ଦ୍ଧ ବ୍ଲକର ଅନିତା ପଣ୍ଡ୍ରିଆ କହିଥାନ୍ତି। ସେ ନୃତ୍ୟ ଉତ୍ସବରେ ମଧ୍ୟ ଭାଗ ନେଇଥିଲେ ଏବଂ ଇତବାରୀଜୀଙ୍କ ଦଳରେ ସାମିଲ ହୋଇଥିଲେ।
ଏହି ନୃତ୍ୟର ଗୀତରେ ବିଭିନ୍ନ ପ୍ରଶ୍ନ ରହିଥାଏ ଏବଂ ସେହିଭଳି ଉତ୍ତର ମଧ୍ୟ ଦିଆଯାଏ।
ବାଇଗା ନୃତ୍ୟ ଏକ ପୁରୁଣା ପରମ୍ପରା ଯାହା ସମସ୍ତ ବାଇଗା ଗ୍ରାମରେ ଦେଖିବାକୁ ମିଳିଥାଏ। ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ, ଏବଂ ଲୋକପ୍ରିୟ ସ୍ଥାନମାନଙ୍କରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ମନୋରଞ୍ଜନ କରିବା ପାଇଁ ଅନେକ ସମୟରେ ଦଳଗୁଡ଼ିକୁ ଡକାଯାଇଥାଏ, କିନ୍ତୁ ସେହି ସମ୍ପ୍ରଦାୟର ଲୋକେ କୁହନ୍ତି ଯେ ସେମାନେ କଳା ପ୍ରଦର୍ଶନ ପାଇଁ ଉପଯୁକ୍ତ ପ୍ରାପ୍ୟ ପାଆନ୍ତି ନାହିଁ।
ପ୍ରଛଦପଟ ଫୋଟୋ: ଗୋପୀକୃଷ୍ଣ ସୋନି
ଅନୁବାଦ: ଓଡ଼ିଶାଲାଇଭ୍