ପ୍ରତିଦିନ ସକାଳେ, ଅରିଫ (ବାମପାର୍ଶ୍ୱର) ଏବଂ ଶେରୁ (ଗଧ) ଫଳ ଓ ପନିପରିବା ବିକିବା ପାଇଁ ମାଣ୍ଡୱାର ଗଳିକନ୍ଦି ବୁଲନ୍ତି । ବନ୍ଧାକୋବି, ଫୁଲକୋବି, ଭେଣ୍ଡି, ବାଇଗଣ କଦଳୀ ତଥା ଅନ୍ୟ ପରିବା ଲଦା ହୋଇଥିବା ଅନ୍ୟ ଗାଡ଼ିକୁ ଶେରୁ ଟାଣି ଟାଣି ନିଏ ଏବଂ ଜଣେ ପୂର୍ବତନ ନିର୍ମାଣ ଶ୍ରମିକ ୪୦ ବର୍ଷୀୟ ଅରିଫ ମହମ୍ମଦ ଏବଂ ତାଙ୍କର ସହାୟକ (ଯେ କି ତାଙ୍କର ନାମ ପ୍ରକାଶ ପାଇଁ ମନା କଲେ) ରାଜସ୍ଥାନର ଝୁନଝୁନୁନ ଜିଲ୍ଲା ଅନ୍ତର୍ଗତ ଏହି ସହରରେ ବୁଲି ସେମାନଙ୍କର ନିୟମିତ ଗ୍ରାହକ ଏବଂ ନୂତନ ବ୍ୟକ୍ତିମାନଙ୍କ ସହ ମୂଲଚାଲ କରି ବିକନ୍ତି । ପ୍ରାୟ ୮ ଘଣ୍ଟା ଏପରି ସାମୟିକ ବିକ୍ରି ସାରି ସନ୍ଧ୍ୟା ପାଞ୍ଚଟା ବେଳକୁ ମଣିଷ ଓ ପଶୁ ଟିକିଏ ସମୟ ପାଆନ୍ତି । ଅରିଫ ସେଇଦିନ ୩୦୦ରୁ ୪୦୦ ଟଙ୍କା ରୋଜଗାର ହୋଇଥିବା କହନ୍ତି । ସେ ଅଧିକ କହିବାକୁ ଅନିଚ୍ଛା ପ୍ରକାଶ କରନ୍ତି, କାରଣ ଏହା ହେଉଛି ବିକ୍ରୟ ସମୟ ଏବଂ ଶେରୁ ମଧ୍ୟ ଅଧୈର୍ଯ୍ୟ ।

ଏକ ସମୟରେ ରାଜସ୍ଥାନରେ, ବିଶେଷତଃ ବାରମେର, ବିକାନେର, ଚୁରୁ ଏବଂ ଜୈସେଲମେର ଜିଲ୍ଲାମାନଙ୍କରେ ଅନେକ ଶେରୁ ଥିଲେ । ଆଜି ମଧ୍ୟ, ଭାରତର ମୋଟ ଗଧ ସଂଖ୍ୟାର ଏକ ପଞ୍ଚମାଂଶ ଗଧ ଏହି ରାଜ୍ୟରେ ଅଛନ୍ତି କିନ୍ତୁ ବିଂଶତମ ପଶୁପାଳନ ଜନଗଣନା ( ୨୦୧୯ ) ରିପୋର୍ଟରୁ ଜଣାପଡିଛି ଯେ ଏହି ପ୍ରଜାତିର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ପଶୁପାଳନ ଜନଗଣନା ( ୨୦୧୨ ) ରିପୋର୍ଟ ଅନୁସାରେ ସମଗ୍ର ଭାରତରେ ସେମାନଙ୍କର ସଂଖ୍ୟା ୩,୩୦,୦୦୦ ଥିବା ବେଳେ ୨୦୧୯ରେ ତାହା ୧,୨୦,୦୦୦ ରେ ହ୍ରାସ ପାଇଛି ଯାହାକି ପ୍ରାୟ ୬୨ ପ୍ରତିଶତ । ରାଜସ୍ଥାନରେ ତାହା ପାଖ ପାଖି ୭୨ ପ୍ରତିଶତ - ୮୧,୦୦୦ ରୁ ୨୩,୦୦୦ |

PHOTO • Sharmila Joshi

ଯାଯାବର ପଶୁପାଳକ ଏବଂ ରାଜସ୍ଥାନର ଅନ୍ୟ ଗରିବ ଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ଦୁଃସମ୍ବାଦ । ଭାରବାହି ପଶୁ ଯଦିଓ ପ୍ରଧାନ ନୁହେଁ ତଥାପି ଜୀବିକା ନିର୍ଵାହର ଏକ ଗୁରୁତ୍ୱପୂର୍ଣ୍ଣ ପନ୍ଥା । ଗଧମାନେ ଅତ୍ୟଧିକ ଗରମ ଅବସ୍ଥାରେ ବଞ୍ଚିପାରନ୍ତି ଏବଂ ପଶୁଖାଦ୍ୟର ଅଭାବ ସମୟରେ ଅନ୍ୟ ପଶୁମାନଙ୍କ ତୁଳନାରେ ଧୈର୍ଯ୍ୟ ହରାଇ ନଥାନ୍ତି` କିନ୍ତୁ ସେମାନେ ମଧ୍ୟ ବେଳେବେଳେ ଅତ୍ୟଧିକ ପରିଶ୍ରମ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୁଅନ୍ତି ।

ସେମାନଙ୍କର ସଂଖ୍ୟା ହ୍ରାସର ଏକ ମୁଖ୍ୟ କାରଣ ମନେ ହୁଏ ଯେ ଏହାକୁ ଦୂର ଦୂରାନ୍ତରେ ପରିବହନ ପାଇଁ ବାହକ କିମ୍ବା ଖୁବ କମ ସମୟପାଇଁ ଗାଡ଼ି ଟାଣିବା କାର୍ଯ୍ୟରେ ଉପଯୋଗ କରିବା । ଆଉ ମଧ୍ୟ ଗଧ ବ୍ୟାପାର କରୁଥିବା ଅତି ଗରିବ ଶ୍ରେଣୀର ବ୍ୟକ୍ତିମାନେ ତାଙ୍କର ବୃତ୍ତି ପରିବର୍ତ୍ତନ କରିଥିବାରୁ ସେମାନେ ଏଣିକି ଆଉ ସଠିକ ଭାବରେ ଗଧ ଯୋଗାଇବାକୁ ଅସମର୍ଥ ।

ଏପରିକି ପରବର୍ତ୍ତୀ ପଶୁପାଳନ ଜନଗଣନାରେ ଗଧଙ୍କ ସଂଖ୍ୟା ଆହୁରି ମଧ୍ୟ କମ୍‌ ହୋଇପାରେ । ସମ୍ଭବତଃ ଶେରୁର ଅସ୍ଥିରତା ସୂଚନା ଦେଉଛି ଯେ, ତାକୁ ଯେପରି ଆଭାସ ମିଳୁଛି, ତା’ର ଏବଂ ତା’ର ବଂଶଧରମାନଙ୍କର ସମୟ ସରି ଆସୁଛି । ବିଶେଷତଃ ତାଲାବନ୍ଦ ସମୟରେ ଏହି ବୃତ୍ତିରେ ବ୍ୟାପକ କ୍ଷତିହିଁ ଏହାର ସୂଚନା ।

ଅନୁବାଦ: ଓଡ଼ିଶାଲାଇଭ୍‍

Sharmila Joshi

शर्मिला जोशी, पूर्व में पीपल्स आर्काइव ऑफ़ रूरल इंडिया के लिए बतौर कार्यकारी संपादक काम कर चुकी हैं. वह एक लेखक व रिसर्चर हैं और कई दफ़ा शिक्षक की भूमिका में भी होती हैं.

की अन्य स्टोरी शर्मिला जोशी
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE