PHOTO • Purusottam Thakur

ବିବାହ ଖୁବ୍ ସରଳ ଏବଂ ଅନ୍ତରଙ୍ଗ ବ୍ୟାପାର, ସାରା ସମୂହ ଆଗେଇ ଆସେ ଦାୟିତ୍ୱ ବାଣ୍ଟିବାକୁ। ୨୦୦୯ ମସିହାର ଏହି ବିବାହରେ ପଡ଼ୋଶୀ ଗାଁର ଯୁବକମାନେ ମଧ୍ୟ ବିବାହ ଉତ୍ସବକୁ ଆସିଥିଲେ ଧାପ୍ ବଜାଇବାକୁ। ଏହା ଏକ ଲୋକପ୍ରିୟ ସ୍ଥାନୀୟ ବାଦ୍ୟ।

PHOTO • Purusottam Thakur
PHOTO • Purusottam Thakur

ଅନେକ ସମୂହରେ ମହିଳାଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଆଯାଏନି, କିନ୍ତୁ ଡୋଙ୍ଗରିଆ କନ୍ଧମାନେ ବଧୂର ଇଚ୍ଛାକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ବର ଲୋଡୋ ସିକାକାଙ୍କୁ ତାଙ୍କର ଭାବି ବଧୂ ତେଲିଡ଼ି ସ୍ୱୀକାର କରିଛନ୍ତି।

PHOTO • Purusottam Thakur

ଏହାରେ ତିଲିଡି ଅନ୍ୟ ମହିଳା ସଦସ୍ୟମାନଙ୍କ ସହ ଯାଉଛନ୍ତି। ସେମାନେ ଏକ ବାରମାସୀ ପାହାଡ଼ି ଝରଣାରୁ ପାଣି ଆଣିବା ପାଇଁ ମୁଣ୍ଡରେ ପିତ୍ତଳ ଗରା ବୋହି ନେଉଛନ୍ତି। ଏହି ପାଣିରେ ଅନ୍ନ ରନ୍ଧାହେବ ଏବଂ ବଧୂ ଏହାକୁ ଧରଣୀ ପେନୁ( ଦେବୀ ପୃଥିବୀ)ଙ୍କୁ ଅର୍ପଣ କରିବେ।

PHOTO • Purusottam Thakur

ବଧୂର ଯୁବ ସାଥୀମାନେ ବରର ଗାଁ ଲଖ୍‌ପଦରକୁ ଯିବା ସମୟରେ ରାସ୍ତା ସାରା ନାଚୁଛନ୍ତି, ଅନ୍ୟ ଗ୍ରାମବାସୀମାନେ ଏହାକୁ ଆଗ୍ରହର ସହ ଦେଖୁଛନ୍ତି।

PHOTO • Purusottam Thakur
PHOTO • Purusottam Thakur
PHOTO • Purusottam Thakur

ଧାପ୍‌ର ତାଳ ନୃତ୍ୟ ସହ ଏକାକାର ହୋଇଯାଉଛି।

PHOTO • Purusottam Thakur

ଏ ମଧ୍ୟରେ ଅନ୍ୟ ଗ୍ରାମବାସୀମାନେ ବିବାହ ଭୋଜି ପ୍ରସ୍ତୁତିରେ ସାହାଯ୍ୟ କରୁଛନ୍ତି- ସାଧାରଣତଃ ଭାତ, ଡାଲି ଓ କମ୍ ତେଲ ମସଲା ଦିଆଯାଇ କାଠଚୁଲିରେ ରନ୍ଧା ଯାଇଥିବା ମାଂସ ଏବଂ ଏହା ପତ୍ର ଥାଳିରେ ପରଷାଯାଏ।

PHOTO • Purusottam Thakur

ଦିନର କାର୍ଯ୍ୟକ୍ରମରେ ଏହି ଛୋଟ ଝିଅଟି ଖୁବ୍ ଖୁସି ଅଛି।

PHOTO • Purusottam Thakur
Purusottam Thakur

पुरुषोत्तम ठाकुर, साल 2015 के पारी फ़ेलो रह चुके हैं. वह एक पत्रकार व डॉक्यूमेंट्री फ़िल्ममेकर हैं और फ़िलहाल अज़ीम प्रेमजी फ़ाउंडेशन के लिए काम करते हैं और सामाजिक बदलावों से जुड़ी स्टोरी लिखते हैं.

की अन्य स्टोरी पुरुषोत्तम ठाकुर