ଏବେ ୭୪ ବର୍ଷ ବୟସ୍କ ହୋଇଥିବା କାଲାଇମାମାନି ଟି.ଏ.ଆର୍‌ ନାଦି ରାଓ, ପୋଇକ୍କଲ କୁଠିରାଇ (ଆକ୍ଷରିକ ଭାବେ : ନକଲି ଗୋଡ଼ ବିଶିଷ୍ଟ ଘୋଡ଼ା)ର ଜଣେ ମହାନତମ ଜୀବିତ ପ୍ରତିନିଧି । ଏହି ପ୍ରସିଦ୍ଧ ତାମିଲ୍‌ ଲୋକନୃତ୍ୟ ମହାରାଷ୍ଟ୍ରରୁ ସୃଷ୍ଟି ହୋଇଥିଲା। ନାଦି ରାଓ ତାମିଲନାଡୁର ଥାନ୍‌ଜାଭୁରରେ ରହନ୍ତି  ଏବଂ ତାଙ୍କର ୬୭ ବର୍ଷୀୟା ପତ୍ନୀ କାମାଚିଙ୍କ ସହ ନୃତ୍ୟ ପ୍ରଦର୍ଶନ କରନ୍ତି।

ପାରମ୍ପରିକ ଭାବେ ରାଜାଙ୍କ ଦରବାରରେ ପ୍ରଦର୍ଶନ କରୁଥିବା ପୋଇକ୍କାଲ ନୃତ୍ୟଶିଳ୍ପୀମାନେ ମନ୍ଦିର ଶୋଭାଯାତ୍ରା ସମୟରେ ସ୍ଥାନୀୟ ଦେବତାଙ୍କ ସାମ୍ନାରେ ମଧ୍ୟ ନାଚୁଥିଲେ। ଆଧୁନିକ ସମୟରେ, ଏହି ନୃତ୍ୟ ବିବାହ ଏବଂ ଅନ୍ୟ ଉତ୍ସବରେ ପ୍ରଦର୍ଶିତ ହେଉଛି। ଥାନ୍‌ଜାଭୁରରେ, ନୃତ୍ୟଶିଳ୍ପୀମାନେ ମରାଠା ମୂଳର। ସେମାନେ ଘରେ ମରାଠୀ କହନ୍ତି, ଏବଂ ତୁଲଜାଭବାନୀଙ୍କୁ ପୂଜା କରନ୍ତି, ଯାହାଙ୍କର ମୁଖ୍ୟମନ୍ଦିର ମହାରାଷ୍ଟ୍ରର ଓସମାନାବାଦରେ ରହିଛି।

ପୋଇକ୍କାଲ୍‌ କୁଠିରାଇ ନୃତ୍ୟ ସହ କୁଣ୍ଡଲା ବାଦ୍ୟମ ବା ଗୋଣ୍ଡଲ ଡ୍ରମ୍‌ ବଜାଯାଏ, ଯାହା ମହାରାଷ୍ଟ୍ରର ପଡ଼ୋଶୀ । ୨୦ ବର୍ଷ ପୂର୍ବରୁ ଏହି ନୃତ୍ୟର ବହୁତ ଆଦର ଥିଲା । କଳାକାରମାନଙ୍କ ସହ ଓ ସେମାନଙ୍କର ବାଦ୍ୟକାରମାନେ ମଧ୍ୟ ସମ୍ପନ୍ନ ରହୁଥିଲେ । ଆଜି, ଏହି କଳା ନିମ୍ନଗାମୀ ହେଉଛି ଏବଂ ଗୋଟିଏ ପୂର୍ଣ୍ଣକାଳୀନ ବୃତ୍ତି ଭାବେ ଗ୍ରହଣଯୋଗ୍ୟ ନୁହେଁ । ନାଦି ରାଓ ଏବଂ ତାଙ୍କ ପରିବାର ମଧ୍ୟ ସେମାନଙ୍କର ଅନ୍ୟ ଆୟ ପାଇଁ କୃଷି କାର୍ଯ୍ୟ କରୁଛନ୍ତି ।

ସମ୍ପାଦନା - ଏମ୍ ଅର୍ଜୁନ ପୋନରାଜ , ଭିଡ଼ିଓ ସମ୍ପାଦନା , ଆନିମେଟର ଏବଂ ସିନେମାଟୋଗ୍ରାଫର

କ୍ୟାମେରା - ରୟ ବେନଡିକ୍ଟ ନବୀନ , ଫଟୋଗ୍ରାଫର , ସିନେମାଟୋଗ୍ରାଫର ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

अपर्णा कार्तिकेयन एक स्वतंत्र पत्रकार, लेखक, और पारी की सीनियर फ़ेलो हैं. उनकी नॉन-फिक्शन श्रेणी की किताब 'नाइन रुपीज़ एन आवर', तमिलनाडु में लुप्त होती आजीविकाओं का दस्तावेज़ है. उन्होंने बच्चों के लिए पांच किताबें लिखी हैं. अपर्णा, चेन्नई में परिवार और अपने कुत्तों के साथ रहती हैं.

की अन्य स्टोरी अपर्णा कार्तिकेयन
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE