“ଚୁଟି କଳା କରିବା ପାଇଁ ହେୟାର୍‌ କଲର୍‌ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚୁଟି ଅଧିକ ଧଳା ହୋଇଯିବ” ବୋଲି ପୁଷ୍ପାବେଣୀ ପିଲ୍ଲାଇ ସ୍ପଷ୍ଟ ଭାବେ ଜଣାଇଥିଲେ । “ଏହିପରି,” ବୋଲି ସେ ଚେସ୍‌ ଖେଳର ଚିତ୍ରିତ ପଟା ସଦୃଶ ଦେଖାଯାଉଥିବା ଧଳା-ନୀଳ ରଙ୍ଗର ଚଟାଣରେ ପଡ଼ିଥିବା ଏକ ଟାଇଲ୍‌ ଆଡ଼କୁ ନିର୍ଦ୍ଦେଶିତ କରି ସେ ଦୃଢ଼ତାର ସହିତ କହିଲେ । ବୟସ ତାଙ୍କର ୬୦ ପାଖାପାଖି ହୋଇଥିଲେ ମଧ୍ୟ ତାଙ୍କ ଚୁଟିର ମାତ୍ର କେତେକ ଅଂଶ ପାଚିଛି । “କେବଳ ନଡିଆ ତେଲ ଓ ଲାଇଫ୍‌ବଏ ସାବୁନ୍‌ – ଏହା ହେଉଛି ରହସ୍ୟ” ବୋଲି ସେ ସେ ଇଂରାଜୀରେ ‘ଓନ୍‌ଲି’ ଶବ୍ଦ ଉପରେ ଜୋର୍‌ ଦେଇ ଦୃଢୋକ୍ତି ପ୍ରକାଶ କରନ୍ତି।

ଦିନେ ମଧ୍ୟାହ୍ନରେ ସେ ଟାଇଲ୍‌ ପଡ଼ିଥିବା ଏକ ଚଟାଣ ଉପରେ ବସିଥିଲେ, ଅତୀତ ଓ ବର୍ତ୍ତମାନ ସମୟ ବିଷୟରେ କହୁଥିଲେ । “ମୋ ମା’ଙ୍କ ସମୟରେ,” ସେ କୁହନ୍ତି ଯେ “ତାଙ୍କ ଶାଶୁ ତାଙ୍କୁ ଗୋଟିଏ ନଡ଼ିଆ ଖଣ୍ଡ ଦେଉଥିଲେ ଓ ସେ ତାହାକୁ ଗାଧୋଇବା ସମୟରେ ପାଟିରେ ଚୋବାଉଥିଲେ ଓ ଏହାକୁ ଶିରୋବଳ୍‌କଳରେ ଘଷୁଥିଲେ – ଏହା ଥିଲା ତାଙ୍କର ନଡ଼ିଆ ତେଲ”

ତାଙ୍କ ପାଖରେ ବସିଥିବା ବାସନ୍ତି ପିଲ୍ଲାଇ ସତ୍ୟନିଷ୍ଠା ବଳରେ ଜୟଲାଭ କରିଛନ୍ତି । ଉଭୟ ମହିଳା (ଦୂର ସମ୍ପର୍କୀୟ) ଧରାବିର ସେହି ସାହିରେ ପ୍ରାୟ ୫୦ବର୍ଷ ହେବ ଗୋଟିଏ ବଖରାରେ ରହି ଆସୁଛନ୍ତି । ଉଭୟ ସେମାନଙ୍କ ଜୀବନକୁ ନେଇ ଏକ ବିରଳ ସନ୍ତୁଷ୍ଟି ଲାଭ କରିଥିବା ବିଷୟରେ କହନ୍ତି, ଉଭୟ ଦଶନ୍ଧି ଦଶନ୍ଧି ଧରି ଏକ ବନ୍ଧୁତ୍ୱ ଭାବରେ ପରସ୍ପର ସହିତ ବାନ୍ଧି ହୋଇ ରହିଛନ୍ତି  ଆଉ ଉଭୟଙ୍କ ପାଖରେ ସେମାନଙ୍କ ଦୁନିଆର, ଯାହା ଏବେ ବଦଳିଯାଇଛି, ବହୁତ ସ୍ମୃତି ରହିଛି ।

ପୁଷ୍ପାବେଣୀ ୧୪- ୧୫ବର୍ଷରେ ନବବଧୂ ହୋଇ ଧରାବିକୁ ଆସିଥିଲେ । ଏହି ସାହିର ଶେଷରେ ଥିବା ଏକ ମଇଦାନରେ ଥିବା ଏକ ମଣ୍ଡପ ରେ ତାଙ୍କର ବିବାହ ହୋଇଥିଲା, ପୁଅ ଧରାବିରେ ରହୁଥିଲା । “ତାଙ୍କୁ ୪୦ବର୍ଷ ହୋଇଥିଲା,” ବୋଲି ସେ କୁହନ୍ତି । ଏତେ ବଡ଼? ହଁ, ତାଙ୍କର ଉଚ୍ଚତା କମ୍‌ ଥିଲା (ଏଣୁ ଆମେ ଜାଣିପାରିଲୁନାହିଁ) ଆଉ ସେ ସମୟରେ କେହି ମଧ୍ୟ ଏସବୁ ବିଷୟ ସମ୍ବନ୍ଧରେ ଯାଞ୍ଚ କରୁନଥିଲେ । ସମାରୋହ ପରେ କେବଳ ନିରାମିଷ ଭୋଜନ ପରଷା ଯାଇଥିଲା- ସମ୍ବର  ଆଉ ଭାତ,’’ – ବୋଲି ସେ ମନେପକାନ୍ତି ।

ସେ ତାଙ୍କ ସ୍ୱାମୀ ଚିନାସାମୀଙ୍କ ସହିତ ସେ କିଣିଥିବା ବଖରାରେ ରହିବାକୁ ଆସିଗଲେ, ଯାହାର ମୂଲ୍ୟ ୫୦୦ଟଙ୍କା ଥିଲା – ସେତେବେଳର ମୂଲ୍ୟ ହିସାବରେ ବହୁତ ବଡ଼ ପରିମାଣ । ସେ ଏକ ସ୍ଥାନୀୟ ୱାର୍କସପ୍‌ରେ କାମ କରୁଥିଲେ ଯେଉଁଠି ସର୍ଜରୀରେ ବ୍ୟବହାର ହେଉଥିବା ସୂତା ଓ ଓୟାର ତିଆରି କରୁଥିଲା- ୬୦ଟଙ୍କା ବେତନରୁ ଆରମ୍ଭ ଏବଂ ୧୯୯୦ ଦଶକର ମଧ୍ୟଭାଗରେ ଅବସର ବେଳକୁ ମାସିକ ବେତନ ୨୫,୦୦୦ ଟଙ୍କା ଥିଲା।

Pushpaveni (left) came to Dharavi as a bride at the age of 14-15, Vasanti arrived here when she got married at 20
PHOTO • Sharmila Joshi

ପୁଷ୍ପାବେଣୀ (ବାମ) ୧୪ - ୧୫ ବର୍ଷରେ ଧରାବିକୁ ନବବଧୂ ହୋଇ ଆସିଥିଲେ, ବାସନ୍ତି ଏଠାକୁ ୨୦ବର୍ଷରେ ତାଙ୍କର ବିବାହ ପରେ ଆସିଥିଲେ

ଟେମ୍ପୋ ଓ ଅଟୋରିକ୍ସାର ସ୍ଥାୟୀ ଷ୍ଟାଣ୍ଡ୍ ଯେଉଁଠି ଏଗୁଡ଼ିକ ବର୍ଷସାରା ରହିଥାନ୍ତି, ତା’ପରେ ଥିବା T- ଜଙ୍କସନଠାରୁ ଧରାବିକୁ ମୋଡ଼ି ହୋଇଥିବା ସାହିର ଶେଷରେ ପାଖାପାଖି ୨୦୦ ବର୍ଗଫୁଟର ଏହି ବଖରା ଆସନ୍ତା ୫୦ବର୍ଷ ପର୍ଯ୍ୟନ୍ତ ତାଙ୍କର ଘର ହୋଇଗଲା (ଯାହା ସହିତ ପରିବାର ଆକାର ବଢ଼ିବାରୁ ଏକ ମେଜାନାଇନ୍‌ର ଆଟୁ ଯୋଡା ଯାଇଛି -–“ଗୋଟିଏ ସମୟରେ ଆମ ପରିବାରର ନଅ ଜଣ ଥିଲେ)। “ମୋର ତିନି ସନ୍ତାନଙ୍କ ଜନ୍ମ ମୁଁ ସେଠାରେ ରହିବାବେଳେ ହୋଇଥିଲା, ଆମେ ସେଠାରେ ଥିବାବେଳେ ସେମାନଙ୍କର ବିବାହ ହୋଇଥିଲା, ଆଉ ମୁଁ ସେହି ବଖରାରେ ରହୁଥିବା ବେଳେ ହିଁ  ସେମାନଙ୍କର ପିଲାଛୁଆ ଓ ନାତିନାତୁଣି ହୋଇଥିଲେ’’।

୬୩ ବର୍ଷ ବୟସ୍କ ବାସନ୍ତି  ମଧ୍ୟ ୨୦ବର୍ଷ ବୟସରେ ତାଙ୍କର ବିବାହ ପରେ ଏହି ସାହିକୁ ଆସିଥିଲେ । ତାଙ୍କର ଶାଶୁ  ଓ ପୁଷ୍ପାବାଣୀଙ୍କ ସ୍ୱାମୀ ଭାଇ-ଭଉଣୀ ଥିଲେ, ଏଣୁ ବାସନ୍ତି ଏଠାକୁ ଆସିବାବେଳକୁ ତାଙ୍କ ପରିବାର ଧରାବିରେ ରହୁଥିଲେ। “ସେବଠାରୁ ମୁଁ ଏହି ଗଳି (ସାହି)କୁ କେବେ ମଧ୍ୟ ଛାଡିନାହିଁ କିମ୍ବା ଅନ୍ୟ କେଉଁଠାରେ ରହିବାକୁ ଯାଇନାହିଁ,” ବୋଲି ସେ କୁହନ୍ତି।

୧୯୭୦ ଦଶକରେ, ଯେତେବେଳେ ଉଭୟ ମହିଳା ଧରାବିକୁ ଆସିଥିଲେ, ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ରହୁଥିଲେ । “ବଖରାଗୁଡିକ ବହୁତ ଛୋଟ ଥିଲା,” ବୋଲି ପୁଷ୍ପାବେଣୀ କୁହନ୍ତି, ହେଲେ, ଏହାର ଚାରିଆଡ଼େ ଖେଳେଇ ହୋଇ ରହିଥିଲା ଆଉ ସେଗୁଡ଼ିକ ମଝିରେ ବହୁତ ଖୋଲା ସ୍ଥାନ ରହିଥିଲା”। ତାଙ୍କ ଘର ପ୍ରଥମ ମହଲାରେ ଥିଲା – ଏକ ଛୋଟ ବଖରା ଯେଉଁଥିରେ ସବୁକିଛି ଥିଲା ଓ କିଛି ଦୂରରେ ସାହି ଶେଷରେ ଏକ ଗୋଷ୍ଠୀ ଶୌଚାଳୟ ଥିଲା । “ବର୍ତ୍ତମାନ କୋଠାଗୁଡ଼ିକର ସଂଖ୍ୟା ବହୁତ ବଢ଼ିଯାଇଛି ତଥା ସେଗୁଡ଼ିକ ଏତେ ପାଖାପାଖି ହୋଇ ରହିଛନ୍ତି ଯେ ଆପଣ ସେ ମଧ୍ୟରେ ଚାଲିପାରିବେ ନାହିଁ, ବୋଲି ସେ କହିଲେ । ତାଙ୍କର ଦୁଇ ହାତକୁ ସମାନ୍ତରରେ ରଖି ସେ ଏହି ସଂକୀର୍ଣ୍ଣତାକୁ ଦର୍ଶାଇଲେ। (ସମୟ ବିତିବା ସହିତ ଆନୁମାନିକଭାବେ ପ୍ରାୟ ଦଶ ଲକ୍ଷ ଲୋକଙ୍କୁ ବାସସ୍ଥାନ ଯୋଗାଇବା ପାଇଁ ଉତ୍ତର-କେନ୍ଦ୍ରୀୟ ମୁମ୍ବାଇରେ ଅବସ୍ଥିତ ଧରାବିର ସମ୍ପ୍ରସାରଣ ଘଟିଛି – ଯେଉଁଠି ଏକ ବର୍ଗ ମାଇଲ୍‌ରୁ ଅଧିକ ପରିମିତ ଅଞ୍ଚଳରେ ବିଭିନ୍ନ ବସ୍ତି, କୋଠା, ଦୋକାନ ଓ ୱାର୍କସପ୍‌ଗୁଡ଼ିକ ରହିଛି ।

“ଏହି ସ୍ଥାନରେ ଗୋଟିଏ ଖା ଡ଼ି (ନଦୀର କ୍ଷୁଦ୍ର ଶାଖା) ଥିଲା, ଆଉ ଜଙ୍ଗଲରେ ଭର୍ତ୍ତି ହୋଇଥିଲା,” ବୋଲି ବାସନ୍ତି ମନେପକାନ୍ତି। “ମହିମ ନଦୀର ପାଣି ପୋଲିସ୍‌ ଚୌକି (ଟି-ଜଙ୍କସନ୍‌ରେ ଥିବା) ପର୍ଯ୍ୟନ୍ତ ଆସୁଥିଲା । ତା’ପରେ ସେମାନେ ସେଠାରେ ବୋଝ ବୋଝ କାଦୁଅ ପକାଇଲେ (ଭୂମି ତିଆରି କଲେ) ଓ ବଖରାଗୁଡ଼ିକ ତିଆରି କଲେ।’’ ନିକଟରେ ଅବସ୍ଥିତ ସୁଉଚ୍ଚ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ବର୍ତ୍ତମାନ ଯେଉଁ ସ୍ଥାନରେ ଠିଆ ହୋଇଛି, ତାହା ହେନ୍ତାଳବଣରେ ଆଚ୍ଛାଦିତ ଏକ ପରିତ୍ୟକ୍ତ ସନ୍ତସନ୍ତିଆ ନିମ୍ନଭୂମି ଥିଲା । “ଆମେମାନେ ତାହାର ପାଖକୁ ମଧ୍ୟ ଯିବାକୁ ଭୟ କରୁଥିଲୁ । ଆମେ ମହିଳାମାନେ ମିଳିମିଶି ବର୍ତ୍ତମାନ ଯେଉଁଠି କଳାନଗର ବସ୍‌-ଷ୍ଟପ, ସେ ପର୍ଯ୍ୟନ୍ତ ଯାଉଥିଲୁ, ସେଠାରେ ଥିବା ଏକ ପାଇପ୍‌ ଲାଇନ୍‌ରେ ଆମର ପୋଷାକ ସଫା କରୁଥିଲୁ । ବର୍ତ୍ତମାନ ଏହା ଘୋଡ଼େଇ ହୋଇଗଲାଣି ।

ସେମାନଙ୍କ ପିଲାବେଳେ ସେମାନେ ପ୍ରାୟ ଅଧିକାଂଶ ଜିନିଷ ପଇସା ଦେଇ କିଣୁଥିଲେ । ପୁଷ୍ପାବେଣୀ ତାଙ୍କ ପିଲାବେଳର କଥା ମନେପକାନ୍ତି, ଯେତେବେଳେ ସେ ପୁନାରେ ରହୁଥିଲେ, ଯେଉଁଠି ତାଙ୍କ ବାପା ଖଡ୍‌କି ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ପ୍ୟାକର୍‌ ଭାବେ କାମ କରୁଥିଲେ । (୮୦ ବର୍ଷ ବୟସ୍କ ତାଙ୍କ ମା’ ଜଣେ ଗୃହିଣୀ ଅଟନ୍ତି ଓ ସେ ପୁନାରେ ରୁହନ୍ତି) । “୧ପଇସାରେ ଆମକୁ ଗୋଟେ ମୁଠା ମଟର ମିଳିଯାଉଥିଲା ବୋଲି ସେ କୁହନ୍ତି । ସେ ନିଜ ସ୍ମୃତିରୁ ଉଦ୍ଧାର କରି କହୁଥିବା ମୂଲ୍ୟଗୁଡ଼ିକ ସମ୍ପୂର୍ଣ୍ଣଭାବେ ଠିକ୍‌ ହୋଇ ନ ପାରେ, କିନ୍ତୁ ହଁ ସେ ବିଭିନ୍ନ ଜିନିଷର ମୂଲ୍ୟର ଯେଉଁ ଏକ ତାଲିକା ପ୍ରସ୍ତୁତ କରିଥିଲେ ସେଥିରେ ବିଗତ ଦିନ ବାସ୍ନା ନିଶ୍ଚିତ ଭାବେ ରହିଥିଲା । “ଏକ ତୋଳା ସୁନାର ମୂଲ୍ୟ ୫୦ଟଙ୍କା ଥିଲା, ତଥାପି ଏହା କିଣିବାକୁ ଆମେ ସମର୍ଥ ହୋଇପାରୁନଥିଲୁ, ୧୦ଟଙ୍କାରେ ଭଲ ସୂତା ଶାଢୀର ମୂଲ୍ୟ ମିଳୁଥିଲା । ମୋର ବାପାଙ୍କର ପ୍ରାରମ୍ଭିକ ବେତନ ମାତ୍ର ୧୧ଟଙ୍କା ଥିଲା ଅଥଚ ସେ ଘୋ ଡ଼ା ଗାଡ଼ିରେ ଭର୍ତ୍ତି କରି ରାସନ୍‌ ସାମଗ୍ରୀ ଆଣୁଥିଲେ ।

'I’d not left this galli [lane] and gone to live anywhere else' until October this year, says Vasanti
PHOTO • Sharmila Joshi

ଏହି ବର୍ଷ ଅକ୍ଟୋବର୍‌ ପର୍ଯ୍ୟନ୍ତ ‘ମୁଁ ଏହି ଗଳି (ସାହି) ଛାଡ଼ି ନାହିଁ କିମ୍ବା ଅନ୍ୟ କେଉଁ ସ୍ଥାନରେ ରହିବାକୁ ଯାଇନାହିଁ,’ ବୋଲି ବାସନ୍ତି କୁହନ୍ତି

“ଆମେ ଆମ ସଂସାର (ଦୁନିଆ) ଖୁବ୍‌ ଅଳ୍ପ ପଇସାରେ ଚଳାଉଥିଲୁ – ଦିନକୁ ଏକ ଟଙ୍କା । ୨୦ ପଇସାରେ ପନିପରିବା, ୧୦ ପଇସାରେ ଗହମ, ୫ ପଇସାରେ ଚାଉଳ ମିଳୁଥିଲା” ବୋଲି ବାସନ୍ତି ମନେପକାନ୍ତି । “ତଥାପି ଆମ ଶାଶୁ ଆମକୁ ଦୈନିକ ଖର୍ଚ୍ଚରୁ ଅତିକମ୍‌ରେ ୧୦ପଇସା ସଞ୍ଚୟ କରିବାକୁ କୁହନ୍ତି’’।

ସେହି ଅମୂଲ୍ୟ ଲାଇଫବଏ ସାବୁନର  ମୂଲ୍ୟ ସେ ଧରାବିକୁ ଆସିବା ପୂର୍ବରୁ ମାତ୍ର ୩୦ ପଇସା ଥିଲା । “ଏହାର ଆକାର ଏତେ ବଡ଼ ଥିଲା ଯେ ଆମେ ଏହାକୁ ଆମର ହାତରେ ଧରି ପାରୁନଥିଲୁ । ବେଳେବେଳେ, ଆମେ ୧୫ପଇସା ଦେଇ ଅଧା ସାବୁନ କିଣୁଥିଲୁ,” ବୋଲି ବାସନ୍ତି କୁହନ୍ତି ।

୧୯୮୦ର ମଧ୍ୟ ଭାଗ ବେଳକୁ ଦିନକୁ ତାଙ୍କର ଆୟ ଥିଲା ୧୫ଟଙ୍କା ଯାହା ସେ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ ସ୍ଥଳଗୁଡିକରେ ନିର୍ମାଣ ଶ୍ରମିକ ବାବେ କାମ କରି ଉପାର୍ଜନ କରୁଥିଲେ । “ମୋତେ ଯେଉଁଠି କାମ ମିଳିଲେ ମଧ୍ୟ ମୁଁ ସେଠାକୁ ଯାଉଥିଲି । ୧୭ବର୍ଷ ବୟସରେ ଜଣେ ମାଉସୀଙ୍କ ସହିତ ରହିବା ପାଇଁ ସାଲେମରୁ ମୁମ୍ବାଇ ଆସିବା ପରେ, ବାସନ୍ତି ସ୍ୟୁରି ଓ ଚକଳାରେ ସାବୁନ ଫ୍ୟାକ୍ଟ୍ରିଗୁଡ଼ିକରେ କାମ କରିଥିଲେ । “ସେତେବେଳେ ପ୍ୟୁରିଟି ନାମକ ଏକ ଫ୍ୟାକ୍ଟ୍ରିରେ ମୁଁ ସାବୁନ୍‌ ପ୍ୟାକ୍‌ କରୁଥିଲି,” ବୋଲି ସେ କୁହନ୍ତି । ପରେ, ସେ ମସ୍‌ଜିଦ୍‌ ବଣ୍ଡରରେ ଏକ ମାଛ-ପ୍ୟାକ୍‌ କରୁଥିବା ୟୁନିଟ୍‌ରେ ଗୋଟିଏ ଚାକିରି ପାଇଥିଲେ ଓ ତାପରେ ବହୁ ବର୍ଷ ପର୍ଯ୍ୟନ୍ତ ଡଜନରୁ ଅଧିକ ଘରେ କାମବାଲି ଭାବେ କାମ କରିଥିଲେ ।

ତାମିଲନାଡୁରେ, ତାଙ୍କର ବାପା ଜଣେ ପୋଲିସ କନେଷ୍ଟବଲ୍‌ ଥିଲେ, ତାଙ୍କୁ ତିନି ବର୍ଷ ହୋଇଥିବା ବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା । ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ଆଉ  ବିଚକ୍ଷଣ ସ୍ମରଣ ଶକ୍ତିର ଅଧିକାରୀ ମଧ୍ୟ । ସେ ଏହାର ଶ୍ରେୟ ଅତୀତର “ଅସ୍‌ଲି ମାଲ୍‌” (ଶୁଦ୍ଧ ଜିନିଷ)କୁ ଦିଅନ୍ତି । “ଆମେ ସିଧା ଆମ ଘର ପାଖ ଆଖୁ ବାଡ଼ରୁ ଆଖୁ ଆଣି ଖାଉଥିଲୁ ଆଉ ମଟର, ଟମାଟ, ଅଁଳା ଆଦି ସିଧାସଳଖ ଜମିରୁ ଆଣୁଥିଲୁ । ଆମେ ଉପର ଆଡ଼କୁ ଗୋଟିଏ ଦଉଡ଼ି ଫୋପାଡ଼ି ଇମ୍‌ଲି (ତେନ୍ତୁଳି) ତୋଳୁଥିଲୁ ଓ ଲୁଣ-ଲଙ୍କା ସହିତ ଏହାକୁ ଖାଉଥିଲୁ ।’’ ତାହା ହେଉଛି ତାଙ୍କର ପରିଷ୍କାର ସ୍ମୃତି ଶକ୍ତିର ଖାଦ୍ୟ ଉପାଦାନ, ବୋଲି ସେ ଉଦ୍‌ଘୋଷଣା କରନ୍ତି, ଠିକ୍‌ ସେହିପରି ଯେପରି ପୁଷ୍ପବେଣୀ ଚୁଟି ସବୁବେଳେ କଳା ରହିବା ପାଇଁ ନଡ଼ିଆ – ସାବୁନ ପ୍ରୟୋଗ କରିବା ବିଷୟରେ ଉଦ୍‌ଘୋଷଣା କରିଥିଲେ ।

ଚକଳାର ଏହି ଫ୍ୟାକ୍ଟ୍ରିରେ ହିଁ ବାସନ୍ତିଙ୍କର ଜଣେ ଯୁବକଙ୍କ ସହିତ ସାକ୍ଷାତ ହୋଇଥିଲା ଯିଏ ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାମୀ ହୋଇଥିଲେ । “ପ୍ରଥମେ ଭଲ ପାଇଲୁ, ତା’ପରେ ରୀତିନୀତି ସହିତ ବିବାହ କରିଥିଲୁ,” ବୋଲି ସେ ମୃଦୁ ହସି କହିଲେ । “ଏମିତି କିଏ ଅଛି ଯିଏ ଯୌବନାବସ୍ଥାରେ ପ୍ରେମ କରିନି? ତା’ପରେ ମୋର ମାଉସୀ ଆବଶ୍ୟକ ସମସ୍ତ ପ୍ରକାର ଯାଞ୍ଚ କଲେ  ଓ ତିନି ବର୍ଷ ପରେ, ୧୯୭୯ରେ ଏହା ଏକ ‘ବ୍ୟବସ୍ଥିତ’ ଯୋଡ଼ିର ରୂପ ନେଲା ।

The lane leading to Pushpaveni's room, wider than many in Dharavi.
PHOTO • Sharmila Joshi
At the end of this lane is the T-Junction
PHOTO • Sharmila Joshi

ବାମ : ପୁଷ୍ପାବେଣୀଙ୍କ ବଖରା ଆଡ଼କୁ ଯାଇଥିବା ସାହି, ଯାହା ଧରାବିର ଅନ୍ୟ ସାହି ତୁଳନାରେ ବହୁତ ଚଉଡ଼ା ଡାହାଣ :ଏହି ସାହିର ଶେଷରେ ଟି-ଜଙ୍କସନ୍‌ ଅଛି

ସେ ତାଙ୍କ ସ୍ୱାମୀଙ୍କ ନାମ ସ୍ପଷ୍ଟ ଭାବେ ଉଚ୍ଚାରଣ କରିପାରିଲେ ନାହିଁ ଓ ପୁଷ୍ପାବେଣୀଙ୍କୁ ପାଟି କରି କହିବାକୁ କହିଲେ । ଆଉ ତା’ପରେ ମୋତେ ନିଜେ ସ୍ପଷ୍ଟ ଭାବେ ତାଙ୍କ ନାମ କହିବାକୁ ଗୋଟିଏ ରାସ୍ତା ବାହାର କଲେ, ଗୋଟିଏ ଗୋଟିଏ ଶବ୍ଦ ଉଚ୍ଚାରଣ କରି କହିଲେ । ଅସାଇ ଥାମ୍ବି । “ସେ ଜଣେ ଅତି ଭଲ ମଣିଷ ଥିଲେ, ଏବେ ମଧ୍ୟ ମୁଁ ତାଙ୍କୁ ବହୁତ ଭଲ ପାଉଛି । “ ଇତ୍‌ନା ସୋନା ଆଦ୍‌ମୀ,” ଶାନ୍ତ ଓ ଭଦ୍ର । “ଆମ ଦୁଇଜଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ଥିଲା ।’’ ଏହା ସହିତ ସେ ଆହୁରି କହିଲେ ଯେ ‘‘ ଶାଶୁଘରେ ମଧ୍ୟ ମୋତେ କେବେ କିଛି ଅଭାବ ହୋଇନି (ଚେନ୍ନାଇରେ)। ମୋର ସ୍ୱାମୀ କେବଳ ଜଣେ ଭଲ ମଣିଷ ଥିଲେ, ତାହା ନୁହେଁ, ମୋର ଶାଶୁ ମଧ୍ୟ ବହୁତ ଭଲ ଥିଲେ । ମୁଁ ଯାହା ଇଚ୍ଛା କରିଥିଲି ସେ ସବୁ ମୋ ପାଖରେ ଥିଲା ।

୨୦୦୯ରେ, ଅସାଇ ଥାମ୍ବି ଆରପାରିକୁ ଚାଲିଗଲେ । ‘‘ସେ ମଦ୍ୟପାନ କରୁଥିଲେ, ତାଙ୍କର ଶ୍ୱାସଜନିତ ସମସ୍ୟା ଥିଲା,” ବୋଲି ବାସନ୍ତି ମନେ ପକାନ୍ତି । “ହେଲେ, ଆମେ ଦୁହେଁ ପରସ୍ପର ସହିତ ଏକ ସୁକୁନ ଭରା ଜୀବନ ବଞ୍ଚୁଥିଲୁ (ଶାନ୍ତି ଓ ତୃପ୍ତି).. ମୁଁ ତାଙ୍କ ସହିତ ପାଖାପାଖି ୩୫ ବର୍ଷ ବିତାଇଥିଲି ଆଉ ଏବେ ମଧ୍ୟ ତାଙ୍କ କଥା ମନେପଡ଼ିଲେ ମୋ ଆଖିରେ ଲୁହ ଜକେଇ ଆସେ। “ସେ କାନ୍ଦକାନ୍ଦ ହୋଇଗଲେ, ତାଙ୍କ ଆଖି ଦ୍ୱୟ ଭିଜି ଗଲା।

ତାଙ୍କର ଗୋଟିଏ ମାତ୍ର ସନ୍ତାନ ଥିଲା, ପୁଅଟିଏ, ଯିଏ ଜନ୍ମ ହେବାପରେ ମରି ଯାଇଥିଲା, “ମୁଁ ଡାକ୍ତରଖାନାରୁ ଘରକୁ ବାହୁଡିବା ପୂର୍ବରୁ ହିଁ ସେ ମରିଯାଇଥିଲା,” ବୋଲି ସେ କୁହନ୍ତି । “ମୁଁ ଏ ବିଷୟରେ ବେଶି କଥାବାର୍ତ୍ତା କରେ ନାହିଁ । ପୁଷ୍ପାବେଣୀଙ୍କ ପିଲାମାନେ ମଧ୍ୟ ମୋର ଓ ବର୍ତ୍ତମାନ ମୁଁ ସେମାନଙ୍କ ଠାରୁ ଦୂରରେ ନାଲାସୋପାରାକୁ ଯାଇ ରହିବା କଥା ଭାବିଲେ ମୋର ହୃହୟ ଫାଡ୍‌ – ଫାଡ୍‌ ହୋଇଯାଉଛି”।

ଚଳିତ ବର୍ଷ ଅକ୍ଟୋବରରେ, ବାସନ୍ତି ତାଙ୍କର ଧରାବି ବଖରାକୁ ବିକ୍ରି କରିଦେଇଥିଲେ ଯେତେବେଳେକି ପୁଷ୍ପାବେଣୀ ଏହାର କିଛି ମାସ ପୂର୍ବରୁ ବିକ୍ରି କରିଥିଲେ, ମେ ମାସରେ । ମୁମ୍ବାଇରେ ଭୂମି ଓ ରହିବା ଉପଯୋଗୀ ସ୍ଥାନର ମୂଲ୍ୟ ଆକାଶଛୁଁଆ ହୋଇଥିବା ଜାଣି ଉଭୟ ଏଥିପାଇଁ କୌଣସି ପ୍ରକାରେ କିଛି ଲକ୍ଷ ଟଙ୍କା ଏକାଠି କରିପାରିଲେ, ହେଲେ, ଅତ୍ୟନ୍ତ ବ୍ୟୟବହୁଳ ଏକ ସହରରେ ଏହି ପରିମାଣ ମହିମ ନଦୀରେ ଏକ ଜଳ ବିନ୍ଦୁ ଭଳି ମନେହୁଏ ।

ଉଭୟ ମହିଳା ମୁମ୍ବାଇର ବିଶାଳ ନିର୍ମାଣ କେନ୍ଦ୍ର ଭାବେ ପରିଚିତ ଧରାବିର ଏକାଧିକ ପୋଷାକ ତିଆରି ୱାର୍କସପ୍‌ରୁ ପିସ୍‌-ରେଟ୍‌ ବା ଖଣ୍ଡ ପିଛାରେ କାମ ଆଣନ୍ତି -–କଳା ଜିନ୍‌ସର ଲୁପ୍‌ ଓ ଗୋଡରୁ ସୂତା କାଟିବା କାଟି ପିସ୍‌ ପିଛା ୧.୫୦ ଉପାର୍ଜନ କରନ୍ତି, ଯଦି ସେମାନେ ଏକାଠି ହୋଇ ଦିନରେ ୨-୩ ଘଣ୍ଟା ପାଇଁ ବସନ୍ତି, ପ୍ରାୟ ୫୦-୬୦; କିମ୍ବା, ସେମାନେ ସେର୍‌ୱାନି-କୁର୍ତ୍ତା ରେ ହୁକ୍‌ ସିଲାନ୍ତି ଓ ଅନ୍ୟ ପିସ୍‌-ରେଟ୍‌ କାମ କରନ୍ତି । ସେମାନେ ଏହି କାମଗୁଡ଼ିକ ଦ୍ୱିପହର ସମୟରେ ନୀଳ-ଧଳା ଚଟାଣ ଉପରେ ପୋଷାକଗୁଡ଼ିକ ବିଛାଇ କରିଥାନ୍ତି ।

Both women take on piece-rate work from some of the many garments’ workshops in the huge manufacturing hub that is Dharavi – earning Rs. 1.50 per piece cutting threads from the loops and legs of black jeans
PHOTO • Sharmila Joshi

ଉଭୟ ମହିଳା ମୁମ୍ବାଇର ବିଶାଳ ନିର୍ମାଣ କେନ୍ଦ୍ର ଭାବେ ପରିଚିତ ଧରାବିର ଏକାଧିକ ପୋଷାକ ତିଆରି ୱାର୍କସପ୍‌ରୁ ପିସ୍‌-ରେଟ୍‌ରେ କାମ ଆଣନ୍ତି -–କଳା ଜିନ୍‌ସର ଲୁପ୍‌ ଓ ଗୋଡରୁ ସୂତା କାଟିବା କାଟି ପିସ୍‌ ପିଛା ୧.୫୦ ଉପାର୍ଜନ କରନ୍ତି

ପୁଷ୍ପାବେଣୀ ତାଙ୍କ ବଖରା ବିକ୍ରି କରି ପାଇଥିବା ଅର୍ଥକୁ ପଗଡ଼ି ଆଧାରରେ (କୋ-ଓନର୍‌ସିପ୍‌ – ରେଣ୍ଟାଲ୍‌ ବ୍ୟବସ୍ଥା) ନେଇଛନ୍ତି – ପ୍ରତ୍ୟେକ ତାଙ୍କର ପୁଅ ଓ ସେମାନଙ୍କ ପରିବାର ପାଇଁ । ସେ ତାଙ୍କର ୪୭ବର୍ଷୀୟ ପୁଅ ତଥା ଜଣେ ଅଟୋରିକ୍ସା ଚାଳକ, ତାଙ୍କ ସ୍ତ୍ରୀ ଓ ସେମାନଙ୍କ ତିନୋଟି ପିଲା ସହିତ ରୁହନ୍ତି । (ପୁଷ୍ପାବେଣୀଙ୍କ ସ୍ୱାମୀ ୧୯୯୯ରେ ଆରପାରିକୁ ଚାଲିଯାଇଥିଲେ) । ତଳ ମହଲାର ଏହି ବଖରାରେ ଗୋଟିଏ ଛୋଟ ରୋଷେଇ ଘର ଓ ଏକ ଛୋଟ ଶୌଚାଳୟ ମଧ୍ୟ ରହିଛି – ଏହା ପରିବାର ପାଇଁ ଏକ ଉପଲବ୍ଧି ଅଟେ ।

ତାଙ୍କର ୪୨ ବର୍ଷ ବୟସ୍କ ଅନ୍ୟ ଜଣେ ପୁଅ ଧରାବିର ଅନ୍ୟ ଭାଗରେ ରୁହନ୍ତି; ସେ ‘ସ୍ପୋର୍ଟ୍‌ସ’ରେ କାମ କରୁଥିଲେ ବୋଲି ସେ ମୋତେ କୁହନ୍ତି “କ୍ରୀଡା” ରେ କାମ କରିଥିଲେ - ରପ୍ତାନିରେ, ଏକ ସ୍ଥାନୀୟ ଶିଳ୍ପରେ। ତାଲାବନ୍ଦ ସମୟରେ ସେ ସେହି ଚାକିରି ହରାଇଥିଲେ, ଆଉ ତା’ପରେ ବ୍ରେନ୍‌ ହାମ୍‌ରେଜ୍‌ ହେବାରୁ ତାଙ୍କର ସର୍ଜରୀ କରାଯାଇଥିଲା । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓ କାମ ଖୋଜୁଛନ୍ତି ମଧ୍ୟ । ପୁଷ୍ପାବେଣୀଙ୍କ ଝିଅ ୫୧ ବର୍ଷ ବୟସ୍କା ଏବଂ ତାଙ୍କର ଚାରି ନାତୁଣୀ ଅଛନ୍ତି। ସେ କୁହନ୍ତି, “ତେଣୁ ମୁଁ ଜଣେ ମହାନ ନାନୀ ଅଟେ’’।

“ମୋର ଉଭୟ ପୁଅ ମୋର ସଠିକ୍‌ ଦେଖାଶୁଣା କରୁଛନ୍ତି,” ବୋଲି ସେ ଏହା ସିହତ କହିଲେ । “ଆଉ ମୋର ବୋହୁମାନେ ମଧ୍ୟ ମୋର ଉଚିତ ସେବା କରନ୍ତି । ମୋର କୌଣସି ଚିନ୍ତା ନାହିଁ, କୌଣସି ଅଭିଯୋଗ ନାହିଁ । ମୋର ଉଚିତ ଯତ୍ନ ନିଆଯାଉଛି । ବର୍ତ୍ତମାନ ଏହା ହେଉଛି ମୋ ପାଇଁ ଆରାମ କରିବାର ସମୟ ।

ବାସନ୍ତି ତାଙ୍କର ଧରାବି ବଖରା ବିକ୍ରି କରି ଯେଉଁ ଅର୍ଥ ପାଇଥିଲେ, ସେଥିରୁ କିଛି ୬୦ କିଲୋମିଟର ଦୂରରେ ଥିବା ନାଲାସୋପରାରେ ନେଇଥିବା ଏକ ବଖରାର ପଇସା ଦେବା ପାଇଁ ବ୍ୟବହାର କଲେ। ତାହା ଏବେ ନିର୍ମାଣାଧୀନ ଥିବାରୁ ସେ ଏକ ଭଡ଼ା ଘରେ ରହୁଛନ୍ତି କିମ୍ବା କେବେ କେମିତି ଧରାବିରେ ପୁଷ୍ପାବେଣୀ ଓ ତାଙ୍କ ପରିବାର ସହିତ ରହୁଛନ୍ତି । “ମୋର ବଖରା ପ୍ରସ୍ତୁତ ହେଉଛି, ଆଉ ମୁଁ ସେ ପାଖରେ କେଉଁଠି ରହିବାକୁ ଚାହିଁବି,” “ଫଳରେ ମୁଁ ସେମାନଙ୍କୁ ମୋତେ କେଉଁ ପ୍ରକାରର ସାଜସଜ୍ଜା ଦରକାର – ଯେପରିକି ମୋର ଜିନିଷ ରଖିବା ପାଇଁ  ଗୋଟିଏ କାଡପ୍ପା (କଳା ଲାଇମ୍‌ଷ୍ଟୋନ୍‌) ଥାକ – ସେ ବିଷୟରେ କହିପାରିବି । ଯଦି ମୁଁ ସେଠାରେ ରହିବିନାହିଁ, ତାହାହେଲେ ସେମାନେ ଏଡା-ତେଡା କାମ କରିଦେବେ’’।

ଗ୍ରାଉଣ୍ଡ ଲେବଲ୍‌ ବଖରାର କାମ ଥରେ ସରିଗଲେ, ବାସନ୍ତି ସେଠାରେ ଏକ ଛୋଟ ଦୋକାନ କରି ବିସ୍କୁଟ, ଚିପ୍‌ସ, ସାବୁନ ଓ ଅନ୍ୟ ସାମଗ୍ରୀ ରଖି ବିକ୍ରି କରିବାକୁ ଚାହୁଁଛନ୍ତି । ତାହା ତାଙ୍କ ପାଇଁ ଉପାର୍ଜନର ଉତ୍ସ ହେବ । “ମୁଁ ଆଉ ଘରମାନଙ୍କରେ କାମ କରିପାରିବିନାହିଁ,” ‘‘ମୋର ବୟସ ଅଧିକ ହୋଇଗଲାଣି ବୋଲି ସେ କୁହନ୍ତି । ହେଲେ, ମୁଁ ଗରିବ ହୋଇଥିଲେ ମଧ୍ୟ ମୋର ଜୀବନ ଶାନ୍ତିରେ ପୂର୍ଣ୍ଣ । ମୋ ପାଖରେ ଖାଇବାକୁ ଖାଦ୍ୟ, ପିନ୍ଧିବାକୁ ପୋଷାକ, ରହିବାକୁ ଗୋଟିଏ ବଖରା ଅଛି । ମୋର କିଛି ଅଭାବ ନାହିଁ । ମୋର କିଛି ଚିନ୍ତା ନାହିଁ, ମୁଁ ଆଉ କିଛି ଅଧିକ ଚାହୁଁନାହିଁ ମଧ୍ୟ ।

ଅନୁବାଦ : ଓଡ଼ିଶାଲାଇଭ୍‍

Sharmila Joshi

शर्मिला जोशी, पूर्व में पीपल्स आर्काइव ऑफ़ रूरल इंडिया के लिए बतौर कार्यकारी संपादक काम कर चुकी हैं. वह एक लेखक व रिसर्चर हैं और कई दफ़ा शिक्षक की भूमिका में भी होती हैं.

की अन्य स्टोरी शर्मिला जोशी
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE